• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ପୁଣିଥରେ କାଳୀଚରଣ ଦାସ (ଭାଗ ୪୭)

ପୁଣିଥରେ କାଳୀଚରଣ ଦାସ (ଭାଗ ୪୭)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୮ ଅକ୍ଟୋବର ୨୦୨୫

କାଳୀଚରଣ ଦାସଙ୍କୁ ଏବେ ପାଇଲି। ସେ ରହୁଛନ୍ତି ଲକ୍ଷ୍ମୀସାଗରରେ, ଭୁବନେଶ୍ୱରରେ। ଏବେ ବି କିଛି ପ୍ରକାଶନ ସଂସ୍ଥା ପାଇଁ କାମ କରୁଛନ୍ତି।

୧୯୮୧ରେ ମୁଁ ପ୍ରଥମ ଥର ଯାଇଥିଲି କଲିକତା। ପଶ୍ଚିମବଙ୍ଗ ସରକାର କଟକରେ ଗୋଟିଏ ସୂଚନା କେନ୍ଦ୍ର ସ୍ଥାପିତ କରିବାକୁ ଠିକ୍ କରିଥାନ୍ତି।ତାହାର କାର୍ଯ୍ୟନିର୍ବାହୀ ଅଫିସର ପାଇଁ ରାଇଟର୍ସ ବିଲଡିଂରେ ସାକ୍ଷାତକାର ହେଲା। ମୋର କମ୍ୟୁନିଷ୍ଟ ପାର୍ଟି ବ୍ୟାକଗ୍ରାଉଣ୍ଡ୍ ନଥିଲା। ସେ ପଦ ମୋତେ ମିଳିଲା ନାହିଁ।

ଆମ ଘରେ ଜଣେ ସ୍ତ୍ରୀ ଲୋକ ଥିଲେ। ଆସିଥିଲେ ନିମାପଡ଼ାରୁ। କାମ କରିବାକୁ ଆସି ଘରର ସଭ୍ୟ ହୋଇଗଲେ। ଆମେ ତାଙ୍କୁ ବଣିଆଣୀ ନାନୀ ବୋଲି ଡାକୁଥିଲୁ। ତାଂକ ପୁଅ ରବି ଭାଇ କଲିକତାରେ ରହି ଦରଜୀ କାମ କରୁଥିଲା। ସେ ମତେ କଲିକତା ସହର ବୁଲେଇଲା।

ଆମେ ଦୁହେଁ ଆସନ୍ତାକାଲି ଅଫିସ୍ ଖୋଜିବାକୁ ପ୍ରେମଚାନ୍ଦ ବରାଳ ଷ୍ଟ୍ରିଟ୍ ଗଲୁ। ଯିବା ବାଟରେ ପଡ଼ିଲା ବେଶ୍ୟାପଡ଼ା। ଶେଷରେ ଯେଉଁ ଘରେ ପହଞ୍ଚିଲୁ ତା ସାମ୍ନାରେ ତାଲାଟେ ଝୁଲୁଥିଲା। ଲୋକେ କହିଲେ ସେ ଘର ବିକ୍ରି ହୋଇଯାଇଛି। ଏବେ ନୂଆ ମାଲିକ ତାକୁ ଗୋଦାମ ଭାବେ ବ୍ୟବହାର କରୁଛନ୍ତି।

୧୯୮୩ରେ ମୁଁ ପୁଣି ଥରେ ଗଲି କଲିକତା। କକେଇଙ୍କ ନିର୍ଦ୍ଦେଶକ ଅଭୟାନନ୍ଦ ରଥକ ପାଇଁ ଚବିଶ ପ୍ରଗଣାରେ ଏକ ଗାଁରୁ ଶାଳଗ୍ରାମ ଆଣିବା ପାଇଁ। ପୁଣି ୧୯୮୫ରେ ମୁଁ ଏନ୍.ସି.ଆର୍.ଟି. କାମରେ କଲିକତା ଗଲି, ପୁଣି ୧୯୮୮ରେ। ସବୁଥର କାଳୀଚରଣ ଦାସ ଓ ଆସନ୍ତାକାଲି ଅଫିସ୍ ଖୋଜେ ଓ ପାଏନାହିଁ। କେହି କହନ୍ତି, ଅଫିସ୍ ଉଠିଗଲାଣି। କେହି କହନ୍ତି, ସଞ୍ଜ ହେଲେ ସେମାନେ ଆସିବେ। ୧୯୯୧ ପରେ ତାହା ବି ଶୁଣିବା ବନ୍ଦ ହୋଇଗଲା। ସବୁଥର କେବଳ ଦେଖୁଥିଲି ରୂପଜୀବୀମାନଙ୍କ ଶରୀରକୁ ବିକ୍ରି କରିବାର ଖେଳ ଓ ଜୟ ପବ୍ଲିକେସନ୍।

ବିଳମ୍ବରେ ହେଉ ପଛେ – ଏ ବର୍ଷ (୨୦୨୩) ଓଡ଼ିଶା ସାହିତ୍ୟ ଏକାଡ଼େମୀ କାଳୀଚରଣ ଦାସଙ୍କୁ ସମ୍ବର୍ଦ୍ଧିତ କଲେ। ଦୁର୍ଗାଚରଣ ପରିଡ଼ା ସେତକ ବି ପାଇଲେ ନାହିଁ। ଏବେ ସମ୍ମାନ ଓ ପୁରସ୍କାର ପାଇଁ ଦରଖାସ୍ତ ଦେବାକୁ ପଡ଼ୁଛି। ମୋ ଭଳି ଲୋକେ ଏ କାମ କରିବେ ନାହିଁ। ମୋ ମତରେ ଏହା ହେଉଛି ସାହିତ୍ୟିକର ଅପମାନ।

ଆସନ୍ତାକାଲି ପ୍ରାୟ ପଚିଶ ବର୍ଷ ଧରି ଛପିଲା। ମାଗୁଣିର ଶଗଡ଼ ପରି ନୂଆ ଛପା ବ୍ୟବସ୍ଥା ଡି.ଟି.ପି. ଆସିଲା ପରେ ପ୍ରିଣ୍ଟିଂ ପ୍ରେସ୍, କମ୍ପୋଜିଟର, ମେସିନମ୍ୟାନ୍, ପ୍ରୁଫ୍ ରିଡ଼ର ସମସ୍ତେ ହୋଇଗଲେ ବେକାର। କଳିଙ୍ଗ ଟ୍ୟୁବସ ବନ୍ଦ ହୋଇଗଲା ପରେ ଶ୍ରୀକାନ୍ତ ପଣ୍ଡା ଆସନ୍ତାକାଲିକୁ ଆର୍ଥିକ ସହଯୋଗ କରିପାରିଲେ ନାହିଁ। ପତ୍ରିକାର ଡ଼ିଏଭିପିରୁ ବିଜ୍ଞାପନ ମିଳିବାର ରେଜିଷ୍ଟ୍ରେସନ୍ ଥିଲା, କିନ୍ତୁ ବିଜ୍ଞାପନ ପାଇବା ପାଇଁ ୧୯୯୦ ପରେ ଅଫିସରମାନଙ୍କୁ ଲାଞ୍ଚ ଦେବାକୁ ହେଲା। ମୁଁ ହୁଏତ ଦୁଇ ତିନୋଟି ବିଜ୍ଞାପନ ବର୍ଷକୁ ଦେଇପାରିଥାନ୍ତି। ହେଲେ, ସାହିତ୍ୟ ଏକାଡ଼େମୀ ଓ ଅନ୍ୟାନ୍ୟ ସଂସ୍ଥାମାନଙ୍କରେ ଚାଲିଥିଲା ଲାଞ୍ଚର କାରବାର।

ହରପ୍ରସାଦ ଦାସଙ୍କ ପରି ଲୋକେ ତିଆରି କଲେ ନିଜର ଏକ ସ୍ତାବକ ଗୋଷ୍ଠୀ, ଆଉ ଆସନ୍ତାକାଲି ତିଆରି କରିଥିଲା ଏକ ଯୁବ ଲେଖକ ଗୋଷ୍ଠୀ। ଯୁବ ଲେଖକ ସମ୍ମେଳନ ବି ଏବେ ମୃତ କହିଲେ ଚଳେ। ୧୯୭୬ ରୁ ୧୯୯୦ ପର୍ଯ୍ୟନ୍ତ ମୁଁ ଏ ଅନୁଷ୍ଠାନ ସହ ସକ୍ରିୟ ଭାବେ ଥିଲି। ଏବେ ତାହା ଏକ ରାଜନୈତିକ ଅନୁଷ୍ଠାନ ପାଲଟିଗଲାଣି।

ଓଡ଼ିଆ ଯୁବ ଲେଖକମାନଙ୍କୁ ଜାତୀୟ ସ୍ତରରେ ପରିଚିତ କରିବା ପାଇଁ ଗଲା ତିରିଶ ବର୍ଷ ଧରି ଏନ୍.ବି.ଟି.ରେ ମୁଁ ଯେଉଁ ଉଦ୍ୟମ ଆରମ୍ଭ କରିଥିଲି ଏବେ ତାହାର ଉତ୍ତରଣ ଭାବେ ତରୁଣ କବିମାନଙ୍କ କବିତା ଇଂରାଜୀରେ ଅନୁବାଦ କରିବା ଆରମ୍ଭ କରିଛି।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)
Literature

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

by Manas Ranjan Mahapatra
February 24, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୪ ଫେବୃଆରୀ ୨୦୨୬ କୈଳାଶ ଭାଇ ଚାଲିଗଲେ। ମୋଠୁ ଆଠବର୍ଷ ବଡ଼ ହେବେ। ଦେହ ଦୁଇବର୍ଷ ହେଲା ଭଲ ନ ଥିଲା।...

Read more
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
ଓଦା

ଓଦା

February 16, 2026
ଅନୁଭୂତି ପାଠ

ଅନୁଭୂତି ପାଠ

February 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.