• About
  • Contact
Thursday, March 12, 2026
Thursday, March 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ରାକ୍ଷୀ

ରାକ୍ଷୀ
Share on FacebookShare on Xshare on Whatsappshare on Linkedin
ବିଜୟ କୁମାର ପାଣି, କଟକ, ୩୦ ଅଗଷ୍ଟ ୨୦୨୩

ହିନ୍ଦୁଶାସ୍ତ୍ର ମତେ ସନାତନ ଧର୍ମେ
ରକ୍ଷାର ପ୍ରତୀକ ରାକ୍ଷୀ ।
ବାନ୍ଧିଥିଲେ ଥରେ ଦ୍ଵାପର ଯୁଗରେ
ପିନ୍ଧା ବସ୍ତ୍ର ତାଙ୍କ କାଟି ।।

ପାଣ୍ଡବଙ୍କ ରାଣୀ ଦ୍ରୁପଦ ଦୁଲଣି
ଶ୍ରୀକୃଷ୍ଣଙ୍କ କ୍ଷତ ଦେଖି ।
ବାନ୍ଧିଲେ ଜତନେ ରକ୍ତସ୍ରାବ ଠାରେ
ଆସ୍ୱସ୍ଥି ଲଭିଲି ସଖୀ ।।

ଭାବର ଠାକୁର ଭକତ ବତ୍ସଳ
ଦ୍ରବୀଭୂତ ହୋଇଗଲେ ।
କହିଲେ ପାଞ୍ଚାଳୀ ମାଗିନିଅ ବର
ଯାହା ଇଚ୍ଛା ତୋ ମନରେ ।।

ଦ୍ରୁପଦ ନନ୍ଦିନୀ କହିଲେ ହେ’ ସଖା
ଯୋଡ଼ ହସ୍ତ ବିନୟରେ ।
ସାହା ହୋଇଥିବ ଅନାଥ ଜନରେ
ଏତିକି ଅଳୀ ପୟରେ ।।

କୁରୁସଭା ତଳେ ବିପଦ ବେଳରେ
ଘଞ୍ଚାଳୁଛି ଦୁଃଶାସନ ।
ରକ୍ଷା କର ପ୍ରଭୁ ଆରତ ଭଞ୍ଜନ
ଆଉ କେ ରଖିବ ମାନ ।।

ଉଠିଲେ ତକ୍ଷଣ ପ୍ରଭୁ ନାରାୟଣ
ବ୍ୟସ୍ତ ହୁଅ ନାହିଁ ସଖୀ ।
ଭକ୍ତ ମୋର ପ୍ରାଣ ଭକ୍ତ ମୋ ଜୀବନ
ଆହେ ମୋର ନିରୀମାଖି ।।

କୋଟି ବସ୍ତ୍ର ହେଳେ ପ୍ରଭୁ ଖଞ୍ଜିଦେଲେ
ଝିଙ୍କି ଝିଙ୍କି ଦୁଃଶାସନ ।
ଥକିଗଲା ସିନା ଦେଖନ୍ତି ସକାଳେ
ହୋଇଗଲା ସଂଜ୍ଞାହୀନ।।

ବସ୍ତ୍ର ଚାଖଣ୍ଡକ ପାଇଁ ସିନା ପ୍ରଭୁ
କୋଟି ବସ୍ତ୍ର ହେଳେ ଦେଲେ ।
ରାକ୍ଷୀ ସୁତ୍ରେ ତାହା ରହିଯାଇ ଅଛି
ମାନନ୍ତି ହିନ୍ଦୁ ଶାସ୍ତ୍ରରେ ।।

ଶ୍ରୀ ମନ୍ଦିରେ ମଧ୍ୟ ଜଗା ବାଲିଆଙ୍କୁ
ସୁଭଦ୍ରା ବାନ୍ଧନ୍ତି ରାକ୍ଷୀ ।
ଭାଇ ଭଉଣୀଙ୍କ ନିବିଡ଼ ସମ୍ପର୍କ
ସେ ଯୁଗରୁ ଏବେ ଅଛି ।।

ସୁଖରେ ଦୁଃଖରେ ଭଗିନୀ ଆଗରେ
ଭାଇ ହୋଇଥାଏ ଠିଆ ।
ଯେତେ ବାଧା ପଛେ ଆସୁ ତା’ ଜୀବନେ
ଭାଇ ମୋର ଏକା ସାହା ।।

ଆଜିର ଦିନରେ ସଭ୍ୟ ସମାଜରେ
ମା’ ଭଉଣୀଙ୍କ ପାଇଁ ।
ଅସୁରକ୍ଷିତ ସେ ମଣନ୍ତି ନିଜକୁ
ସଚେତନ ହୁଅ ଭାଇ ।।

ନାରୀମାନେ ଏଠି ଅସୁରକ୍ଷିତ
ଶାସନର କଳ ଢିଲା ।
ଆତ୍ମହତ୍ୟା ନାରୀ କରୁଛି କାହିଁକି
ପ୍ରଶାସନ କାହିଁ ଗଲା ।।

ଗଣ ପ୍ରତିନିଧି ନିଜ ଲୋକ ଦ୍ଵାରା
ଚପାଇ ଦିଅନ୍ତି ତାହା ।
ଆଗକୁ କୁଆଡ଼େ ଭୋଟ ଆସୁଛି
ନେବେ ଖାଲି ବାହା ବାହା ।।

ରକ୍ଷା ବନ୍ଧନର ପବିତ୍ର ଦିନରେ
ଶପଥ ନେବା ରେ ଆସ ।
ନାରୀ ଜାତି ପ୍ରତି ସମ୍ମାନ ନ କଲେ
ଦେଶ ହୋଇଯିବ ଧ୍ଵଂସ ।।

ବିଜୟ କୁମାର ପାଣି

ବିଜୟ କୁମାର ପାଣି

ସମାଜସେବୀ ଏବଂ କବି

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.