• About
  • Contact
Friday, September 11, 2026
Friday, September 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସାମ୍ବାଦିକତା ସାହିତ୍ୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କି ?

ସାମ୍ବାଦିକତା ସାହିତ୍ୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କି ?
Share on FacebookShare on Xshare on Whatsappshare on Linkedin
ରାମଚନ୍ଦ୍ର ଦାଶ, କଟକ, ୧୩ ମାର୍ଚ୍ଚ ୨୦୨୩

ସାହିତ୍ୟର ସୃଷ୍ଟି ନିବିଡ଼ ଭାବେ ଜୀବନକୁ ଅନୁଭବ କରିବାର ପରିଚୟ । ସାହିତ୍ୟ ସ୍ରଷ୍ଟାର ଚେତନା ଏତେ ସଂବେଦନଶୀଳ ଯେ ସମୁଦାୟ ପୃଥିବୀର ଓ ମଣିଷ ଜୀବନର ଯେ କୌଣସି ଚିତ୍ର ତାକୁ ଅତି ଅନ୍ତରଂଗ ଭାବରେ ସ୍ପର୍ଶ ଓ ଆଲୋଡ଼ିତ କରେ ମାନବିକତା ବିହୀନ ପ୍ରତ୍ୟେକ ଘଟଣାରେ ଆହତ ହୁଏ ତାର ଆତ୍ମା । ମାନବୀୟ ଭାବାବେଗରେ ବିଶୁଦ୍ଧ ସଭ୍ୟତାକୁ ନେଇ ସେ ସୃଷ୍ଟି କରେ ଅବର୍ଣ୍ଣନୀୟ ଆନନ୍ଦର ଶିହରଣ । ଜୀବନର କଲ୍ୟାଣ ଓ ଆନନ୍ଦ ପାଇଁ ଧ୍ୟାନ ନିବିଷ୍ଟ ହୋଇଛନ୍ତି ସାହିତ୍ୟିକମାନେ । ଏହି ମହତ୍ତ୍ୱପୂର୍ଣ୍ଣ ଚିନ୍ତାଧାରାରେ ସ୍ରଷ୍ଟା ମାନେ ଯେଉଁ ଆନ୍ତରିକତାର ପରିଚୟ ଦେଇଛନ୍ତି ତାର ମହତ୍ତ୍ୱ ବାସ୍ତବରେ ଅନନ୍ୟ । ଏହା ସଦାସର୍ବଦା ମଣିଷତଥା ସମାଜର ହିତ ପାଇଁ ଉଦ୍ଦିଷ୍ଟ ଥିବାରୁ ମାଟିର ସ୍ୱର ଏଥି ମଧ୍ଯରେ ଝଂକୃତ । ଏଥି ମଧ୍ୟରେ ସାମାଜିକ ପ୍ରବାହ ଭିତରେ ଯେଉଁ ସ୍ପର୍ଶ କାତର ଘଟଣା ଗୁଡ଼ିକ ମଣିଷକୁ ବ୍ୟଥିତ କରେ ତାହା ଆଲୋଚନା ମାଧ୍ୟମରେ ପ୍ରକାଶ କରିବାକୁ ସାହିତ୍ୟରେ ପ୍ରତିକ୍ରିୟା ସ୍ୱରୂପ ସାମ୍ବାଦିକତା ଜନ୍ମନିଏ । ଦୁଃଖ ଓ ଆନନ୍ଦର ବିଶେଷ ବିଷୟକୁ ଜନମାନସକୁ ଆଣି ଘଟଣାର ସପକ୍ଷ ଓ ବିପକ୍ଷରେ ମତାମତ ସୃଷ୍ଟିକରି ଏକ ଜନ ଜାଗରଣ ଆଣିବାକୁ ହିଁ ସାମ୍ବାଦିକତା କୁହାଯାଏ । ଭାଷାର ଏକ ସୂଚନା, ସମ୍ଭାବନା ଓ ଆହ୍ବାନର ଧର୍ମ ଯେହେତୁ ଏଥିରେ ସନ୍ନିବେସିତ ହୋଇଥାଏ ସେଥିପାଇଁ ସାହିତ୍ୟରୁ ହିଁ ଭାଷା ଜ୍ଞାନର ଏକ ବିଶେଷ ପରିଚୟ ମିଳିଥାଏ । ତେଣୁ ସାମ୍ବାଦିକତା ସାହିତ୍ୟ ପର୍ଯ୍ୟାୟରେ ନିଶ୍ଚିତ ଅନ୍ତର୍ଭୁକ୍ତ, ଏଥରେ ଦ୍ବିମତ ହେବାର କିଛି ନାହିଁ ।

ସାମ୍ବାଦିକତା ସାହିତ୍ୟର ଏକ ସାମାଜିକ ବିଚାର ଓ ଆଭିଜାତ୍ୟର ସ ସ୍ୱର । ଏଥିପାଇଁ ଏହା ମଣିଷ ସମାଜର ଘଟଣାବଳୀରୁ ଦୃଶ୍ଯ ସଂଗ୍ରହ ପାଇଁ ତୃତୀୟ ନୟନ ସ୍ୱରୂପ କାର୍ଯ୍ୟ କରେ । ସତ୍ୟର ଏକ ସିଦ୍ଧାନ୍ତ ମୂଳକ ଅନ୍ତଃଦୃଷ୍ଟି ହେତୁ ଧର୍ମ, ରାଜନୀତି, ବାଣିଜ୍ୟ, କୃଷି, ବ୍ୟବସାୟ, ବିଜ୍ଞାନ ଆଦି ସାମାଜିକ ଚଳଣିରେ ସମ ବିଷମର ପ୍ରଭେଦ ହିଁ ଲକ୍ଷ୍ୟ କରିଥାଏ । ପ୍ରକୃତ ସ୍ୱରୂପକୁ ପ୍ରକାଶ କରି ଏହାର ନିରାକରଣ ପାଇଁ କିମ୍ବା ସମାଧାନ ପାଇଁ ଯତ୍ନ କରେ । ସାମ୍ବାଦିକତାରେ ଏକ ଶାଣିତ ଶକ୍ତି ଥିବାରୁ ଏହା ଏତେ ପ୍ରଭାବଶାଳୀ ହୁଏ ଯେ ଅନ୍ଧାରରୁ ଆଲୋକ ଆଡ଼କୁ ଯିବା ପାଇଁ ସେ ସମୟକୁ ବାଧ୍ୟକରେ । ଫଳରେ ଏକ ପ୍ରତିକ୍ରିୟାଶୀଳ ଆଲୋଡ଼ନ ମାଧ୍ୟମରେ ସଦିଗ୍ଧ ଅବିଚାର ମଧ୍ୟରୁ ବିଚାରବୋଧ ବାହାରି ଆସେ । ମଣିଷକୁ ମାନବିକତାର ରାହା ମିଳେ ଓ ସମାଜକୁ ମିଳେ ଶାନ୍ତିର ସହବସ୍ଥାନର ସୁଯୋଗ ।

ଖ୍ରୀଷ୍ଟପୂର୍ବ ଓ ଖ୍ରୀଷ୍ଟପର ଅବସ୍ଥାର ଯେଉଁ ଘଟଣା ପ୍ରବାହ ଆଜି ଆଗରେ ଅଛି ତାହା ସାହିତ୍ୟରେ ସାମ୍ବାଦିକତାର ଅନୁରୂପ ସିଦ୍ଧାନ୍ତ । ସାହିତ୍ୟ ଓ ସାମ୍ବାଦିକତାର ବୋଧ ଜ୍ଞାନ ଏକ ହେଲେ ହେଁ ଗୋଟିଏ ସୃଷ୍ଟିର ବୈଚିତ୍ରିୟ୍ଯ ଆନନ୍ଦ ଓ ଅନାବିଳତାକୁ ଦେଖି ସୂକ୍ଷ୍ମ ଚିନ୍ତାରେ ମୁଗ୍ଧ ଥିବାବେଳେ ଅନ୍ୟଟି ସ୍ଥୂଳ ଜଗତର ସର୍ବବିଧ କଲ୍ୟାଣ ପାଇଁ ଅଭିପ୍ରେତ । ତାହା ନହୋଇଥ୍‌ଲେ ଆମ ଆଗରେ ଥିବା ପ୍ରାଚୀନ ସାହିତ୍ୟ – ସାମ୍ବାଦିକତାର ଯେଉଁ ତଥ୍ୟ ଉପସ୍ଥାପନ କରେ ତାହା ହୋଇ ପାରିନଥାନ୍ତା । କାଳକ୍ରମର ଘଟଣା ସବୁ ସେହି କାଳ ମଧ୍ୟରେ ଅବଲୁପ୍ତ ହୋଇଥାଆନ୍ତା । ସେଇଠି ଅଟକି ଯାଇଥାନ୍ତା ଅଭିବୃଦ୍ଧି ସଂମ୍ପନ୍ନ ବିଚାରଧାରା ସାଂସ୍କୃତିକ ଚେତନା, ଆଜି ପର୍ଯ୍ୟନ୍ତ ଚଳିଆସୁଥିବା ସଭ୍ୟତାର ରଥ ଚକ । ସାହିତ୍ୟରେ ଘଟଣା ଗୁଡ଼ିକର ବିଚାର ସେତେବେଳେ ଗୀତ, ଛନ୍ଦ, ପ୍ରବନ୍ଧ ଓ ତଥ୍ୟ ଆକାରରେ ଯାହା ପ୍ରକାଶିତ ହେଉଥିଲା ସେଇଥିରେ ସଚେତନ ହେଉଥିଲା ସମାଜ । ରାଜାମାନେ ପୂର୍ବ କାଳରେ ନିଜ ନିଜର ରାଜସଭାରେ ବିଭିନ୍ନ ବର୍ଗର ବିଜ୍ଞ ପଣ୍ଡିତମାନଙ୍କୁ ନିଯୁକ୍ତି ଦେଇଥିଲେ ଓ ସେମାନଙ୍କର ଦର୍ଶନ ତଥା ପରାମର୍ଶ ଅନୁଯାୟୀ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ । ତଥାପି ବି ଯଦି କିଛି ବ୍ୟତିକ୍ରମ ପରିଲକ୍ଷିତ ହେଉଥିଲା ତାହା ସାହିତ୍ୟର ତୃତୀୟ ନେତ୍ରରେ ଧରାପଡ଼ି ଯାଉଥିଲା । ନନ୍ଦ ରାଜାଙ୍କ ଅତ୍ୟାଚାର, ଅଶୋକଙ୍କ ଯୁଦ୍ଧ, ଖାରବେଳଙ୍କ ଯୁଦ୍ଧଜୟ, ଗୌତମ ବୁଦ୍ଧଙ୍କ ସଂସ୍କାର, ମୋଗଲ ସାମ୍ରାଜ୍ୟର ବିକଶିତ ଓ ଆତ୍ମଘାତୀ ଶାସନ, ମହାରାଣୀ ଲକ୍ଷ୍ମୀ ବାଇଙ୍କ ଯୁଦ୍ଧ ଯଦିଓ ଇତିହାସର ବିଷୟ ତଥାପି ବି ସେଗୁଡ଼ିକ ସେହି ସମୟର ସାମ୍ବାଦିକତାର ଏକ ଏକ ଜ୍ଵଳନ୍ତ ଚିତ୍ର।

ଆଜି ସାମ୍ବାଦିକତା ଏକ ପେଶା ଭାବରେ ଗୃହୀତ ହୋଇଛି । ସ୍ୱାଧୀନତାର ଭାରତ ବର୍ଷରେ ଇଂରେଜ ଶାସନର ଅତ୍ୟାଚାରରେ ଏହା ଏକ ସ୍ୱତନ୍ତ ରୂପ ନେଇ ରୂପ ପରିଗ୍ରହ କଲା । ଫଳରେ ଯାବତିୟ ଶୋଷଣ ଓ ଅତ୍ୟାଚାରର ବିଷୟ ଲୋକ ଲୋଚନକୁ ଆସିଲା ଏବଂ ଏହା ବିରୁଦ୍ଧରେ ଜନମତ ଜାଗ୍ରତ ହେଲା । ଜନମତର ଜାଗରଣ ସହିତ ଅତ୍ୟାଚାର ଶୋଷଣ ଓ ଯନ୍ତ୍ରଣା ଆଦି ଶାସନର ନିଷ୍ଠୁର ମନୋଭାବ ବିରୁଦ୍ଧରେର, ଅଭାବ ଅସୁବିଧାର ନିରାକରଣ ଦିଗରେ ଧର୍ମ ନିରପେକ୍ଷତା ପାଇଁ, ଆବିଷ୍କାର ଉଦ୍ଭାବନ ଜନିତ ବୈଜ୍ଞାନିକ ଗୁଣବତ୍ତାର ମାନ ବୃଦ୍ଧି ଦିଗରେ, କୃଷି ବ୍ୟବସାୟର ଉନ୍ନତି ଏବଂ ଅବନତି ସଂପର୍କିତ ଅନେକ ସମ୍ବାଦର ପରିବେଷଣ ଏହାର ଅଂଗ ଭୁଷଣ ଥୁଲା । ଅନେକ ସାହିତ୍ୟ ମନସ୍କ ବ୍ୟକ୍ତିତ୍ୱ ଦେଶାତ୍ମ ବୋଧକ ଆହ୍ବାନରେ ଅନୁପ୍ରାଣିତ ହୋଇ ଏହି ସାମ୍ବାଦିକତାର ପେଶାକୁ ନିଜନିଜର ନିଶା ଭାବରେ ଗ୍ରହଣ କରିଥଲେ ।

ଇଂରେଜ ଶାସନ ବିରୁଦ୍ଧରେ ଓ ତତ୍କାଳିନ ରାଜା ଜମିଦାରଙ୍କ ଅପକୌଶଳ ବିରୋଧରେ ଏହି ତୃତୀୟ ନେତ୍ର ଦୃଷ୍ଟିଭଙ୍ଗୀଏତେ ତୀବ୍ର ହେଲା ଯେ ସାରା ଦେଶର ମାଟି ତାତି ଉଠିଲା । ଶାସନରେ ହେଉଥିବା ବିଲକ୍ଷଣ ବିରୋଧରେ ଜନମତ ଜାଗ୍ରତ ହେଲା । ପ୍ରତି ମଣିଷର ରକ୍ତରେ ଏହି ସାମ୍ବାଦିକତାର ଆହ୍ଵାନ ହୃଦୟକୁ ଆନ୍ଦୋଳିତ କଲା । ଜୀବନ ବିନିମୟରେ ସ୍ୱାଧୀନତାକୁ ମୂଲ୍ୟବାନ ମନେକଲେ ଅନେକ ମହାମନିଷୀ । ଫଳରେ ଇଂରେଜ ସରକାରର ଉପନିବେଶ ବାଦ ଏଦେଶରୁ ବିଦାୟ ନେଲା । ସାହିତ୍ୟର ପୃଷ୍ଠ ଭୂମିରୁ ସାମ୍ବାଦିକତାର ଯେଉଁ ଯଜ୍ଞ ପୁରୁଷ ବାହାରିଥିଲା,ତାହାର ଜୟହେଲା ।

ସ୍ୱାଧୀନତା ପରେ ଆମ ଦେଶରେ ଯେଉଁ ଗଣତନ୍ତ୍ର ପ୍ରତିଷ୍ଠା ହେଲା, ତାହାର ପ୍ରଥମ ସ୍ତମ୍ଭ ସ୍ୱରୂପ ସମ୍ବିଧାନ ପ୍ରଣୟନ ହେଲା । ସ୍ୱାଧୀନତାର ବିଚାର ଧାରା ଅନୁସାରେ ଶାସନ ଯେଉଁଠି ଅନୁରୂପ ନହୋଇ ପ୍ରତିକୂଳ ରୂପ ପଦର୍ଶନ କଲା ସେଥିରୁ ମୁକ୍ତି ପାଇଁ ସାମ୍ବାଦିକତା ଏକ ସ୍ୱଚ୍ଛ ମୁକ୍ତ ଏବଂ ନିରପେକ୍ଷ ସ୍ୱର ଉତ୍ତୋଳନ କରୁକରୁ ଏହା ଆଜି ଏକ ପେଶାରେ ପରିଣତ ହୋଇଛି । ଏଥିପାଇଁ ସାମ୍ବାଦିକତାକୁ ସମାଜର ୪ର୍ଥ ସ୍ତମ୍ଭ ଭାବରେ ଗ୍ରହଣ କରାଯାଇଛି ଓ ଏହି ପେଶାକୁ ଆଦରି ନେଇଥବାବ୍ୟକ୍ତିକୁ ସାମ୍ବାଦିକ ହିଁ କୁହାଯାଏ ।

ସାହିତ୍ୟରୁ ସୃଷ୍ଟି ହୋଇଥିବା ଏହି ଦିଗନ୍ତରେ ତେବେଳେ ନୂତନ ସୂର୍ଯ୍ୟ ଉଦୟ ହୋଇ ଆଲୋକର ଆନନ୍ଦ ଦେଉଥିଲେ । ଏଥରେ ଖୁବ୍‌ ସ୍ୱଚ୍ଛତା, ନିରପେକ୍ଷତା, ସେହି ପର୍ଯ୍ୟନ୍ତ ରହିଥିଲା । ଯେଉଁ ପର୍ଯ୍ୟନ୍ତ ଏକ ସାହିତ୍ୟ ମନସ୍କ ବ୍ୟକ୍ତିତ୍ୱ ସାମ୍ବାଦିକତାକୁ ଏକ ନିଶା ବୋଲି ଗ୍ରହଣ କରିଥିଲା । ଯେତେବେଳେ ଏହା ଏକ ପେସାରେ ପରିଣତ ହେଲା, ସେତେବେଳେ ଏଥିରେ କିଛି ତ୍ରୁଟି ବିଚ୍ୟୁତି ରହିଗଲା । ପେସା ବା ବ୍ୟବସାୟରୁ କିଛି ଅର୍ଥ ହିଁ ମିଳିଥାଏ | ଅର୍ଥ ସମ୍ପର୍କିତ ଜୀବନ ଏକ ସ୍ୱାର୍ଥପର ଜୀବନ । ତେଣୁ ଏହି ପେସାରେ ଆଜି ସ୍ଵାର୍ଥପରତାର ଇନ୍ଦ୍ରଜାଲ ଏତେ ବେଶି ପଶିଯାଇଛି ଯେ – ସ୍ୱଚ୍ଛ, ଅବାଧ ଏବଂ ନିରପକ୍ଷ ସମ୍ବାଦ ପରିବେଷଣ ହୋଇପାରୁନାହିଁ, ଫଳରେ ଶାସନ, ଆଇନ ଶୃଙ୍ଖଳା ଓ ବ୍ୟବସାୟ ଇତ୍ୟାଦିରେ ଘୋର ସଂକଟ ଦେଖାଦେଇଛି । ଗରୀବ ଓ ନିରିହ ମଣିଷଟି ପ୍ରକୃତ ନ୍ୟାୟ ପାଇବାରୁ ବଞ୍ଚିତ । ପୁଣି ଅନେକ ଯନ୍ତ୍ରଣା ସଂପର୍କୀତ ଘଟଣାର ସଠିକ ତଥ୍ୟ ସମ୍ବାଦପତ୍ରରେ ବାହାରି ପାରୁନାହିଁ । ଫଳରେ ଅନେକ ଅଂହକାରୀ ପଶୁତ୍ଵର କୁସଂସ୍କାରରେ ସଭ୍ୟତା ଆଜି ଭାରାକ୍ରାନ୍ତ । ସରଳ ମଣିଷଟିଏ, ଦୁଃଖୀ ଜୀବନଟିଏ ସମାଜରେ ଆଖିଏ ଲୁହରେ ବଞ୍ଚିବା ଛଡ଼ା ଅନ୍ୟ ଗତି ନାହିଁ । କାରଣ ସାମ୍ବାଦିକତା ସେଠାରେ ପହଞ୍ଚିପାରେ ନାହିଁ କିମ୍ବା ଯଦି ବି ପହଞ୍ଚେ ଆଖି ଆଡ଼େଇ ଫେରିଆସେ ବା ମିଛ ଖବରରେ ଘଟଣାକୁ ବିଭ୍ରାନ୍ତ କରେ ।

ଆଜି ପ୍ରତିକ୍ରିୟାଶୀଳ ଓ ନିଷ୍ଠୁରତାର ଏ ସମୟ ଭିତରେ ଜଣେ ସାମ୍ବାଦିକ ସଠିକ୍‌ ତଥ୍ୟ ଦେବାକୁ ନିଜକୁ ନିରାପଦ ମନେ କରେ ନାହିଁ । କାରଣ ଚରିତ୍ରମାନଙ୍କ ହିଂସ୍ରତାରେ କ୍ଷତାକ୍ତ ହୋଇ ପାରେ ଓ ଅନେକ ସତ୍ୟର ତଥ୍ୟକୁ ଅସମାଜିକତାରେ ବାନ୍ଧିଦେଇ ଘଟଣାକୁ ବଦଳାଇ ଦେବା ଅପକୌଶଳର ଦୃଷ୍ଟାନ୍ତ ହେତୁ ବିବାଦମାନ ଏହି ବିଷୟକୁ ଜଣେ ସାମ୍ବାଦିକ ସ୍ପର୍ଶକାତର ମନେକରି ଆଖି ବୁଜିଦିଏ । ଫଳରେ ସଠିକ୍ ତଥ୍ୟର ସତ୍ୟତାରୁ ସମ୍ବାଦଟି ପରିବର୍ତ୍ତନ ହୋଇଯାଇଥାଏ ।

ତୃତୀୟ ଏବଂ ମୁଖ୍ୟ କାରଣ ସ୍ୱରୂପ ପ୍ରତ୍ୟେକ ସମ୍ବାଦପତ୍ର ଗୁଡ଼ିକ କ୍ଷମତାସୀନ ରାଜନୈତିକ ଦଳମାନଙ୍କର ପ୍ରତ୍ୟକ୍ଷ କିମ୍ଭା ପରୋକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହେଉଥିବାରୁ ଅପଶାସନ ଅଥବା ଆଇନ ଶୃଙ୍ଖଳାର ଦିଗଭ୍ରଷ୍ଟତା ସଂପର୍କରେ ସାମ୍ବାଦିକ ମାନେ ଛାପିବାପାଇଁ ଭୟ କରୁଛନ୍ତି । କାରଣ କ୍ଷମତାର ସ୍ବାର୍ଥପର ଚିନ୍ତାରେ ଲୋଭ ଗ୍ରସ୍ତମନ ସଦାବେଳେ ତାକୁ ଜାବୁଡ଼ି ଧରିବା ପାଇଁ ଅହରହ ଚେଷ୍ଟିତ । ତେଣୁଁ ଅର୍ଥବଳ ଓ ବାହୁବଳର ମହାବଳ ପରି ହିଂସ୍ରତା ପାଖରେ ସତକହିବାକୁ ସୀମିତ ସାହାସର ମଣିଷ ଅସହାୟ ହୋଇଯାଉଛି । କାହାକୁ ଜୀବନର ଭୟନାହିଁ ? କାହାର ବା ପରିବାର ଓ ପିଲାଛୁଆଙ୍କ ଦୁଃଖ ବୁଝିବାର ମନ ନାହିଁ ? କିଏ ବା ସଂସାର ର ସମ୍ମୋହନ ଶାନ୍ତି ଭିତରେ ରହିବାକୁ ନ ଚାହେଁ ? ଏହି ପରିସ୍ଥିତିରେ ମଣିଷ ରୂପୀ ମହାବଳଙ୍କ ସହିତ ଯୁଦ୍ଧ କରିବାକୁ ଅନେକ ଭୟ କରନ୍ତି କିମ୍ବା ନାପସନ୍ଦ କରି ସେହି ପେଶା ଭିତରୁ ଅପସରି ଯାଆନ୍ତି । ଫଳରେ ସାମ୍ବାଦିକତାରେ ସାହିତ୍ୟକୁ ପାଦତଳର ମାଟିପାଇଁ ଯେଉଁ ତପସ୍ୟା, ତାହା ନଷ୍ଟ ହେଇଯାଉଛି କିମ୍ବା ସଂକୁଚିତ ହୋଇ ଯାଉଛି।

ସେ ଯାହା ବି ହେଉ ସାହିତ୍ୟ ଓ ସାମ୍ବାଦିକତା ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତା’ଭିତରେ ଏକ ଅନାବିଳ ସଂପର୍କ ଅଛି । ସେହି ସଂପର୍କ ଭିତରେ ବଂଧୁତାର ମୁହଁକୁ ଚାହିଁଥିବା ସାମ୍ବାଦିକତା ସାହିତ୍ୟ ପର୍ଯ୍ୟାୟର ଅନ୍ତର୍ଭୁକ୍ତ ନୁହେଁତ ଆଉ କ’ଣ ? ସାହିତ୍ୟର ଏକ ସ୍ୱାଭାବିକ ସ୍ଵରକୂ ଆହୁରି ଜନପ୍ରିୟ କରିବା ପାଇଁ ମୁଁ ପ୍ରତ୍ୟେକ ଭାଷା ତତ୍ତ୍ୱବିତ୍‌, ସ୍ତମ୍ଭକାର, ଆଲୋଚକ, ଗବେଷକ ଓ ବିଜ୍ଞଜନମାନଙ୍କୁ ବିନମ୍ର ନିବେଦନ କରୁଅଛି ।

ରାମଚନ୍ଦ୍ର ଦାଶ

ରାମଚନ୍ଦ୍ର ଦାଶ

ସାମ୍ବାଦିକ ଓ ସ୍ତମ୍ଭକାର,
ସାରସ୍ଵତ ଭବନ, ଅକରପଡା
ମାହାଙ୍ଗା, କଟକ
ମୋବାଇଲ୍ ନଂ - 8457991317
E-MAIL ID - ramachandradash71@gmail.com

Related Posts

Renaissance
Literature

Renaissance

by Prasanna Kkumar
September 1, 2026

Prasanna Kkumar, Hyderabad, 1st September 2026 Evolving of minutes In the tides of the times, Revival and rebirth Happens tuning...

Read more
ବର୍ଷା ଭିଜା ରାତି

ବର୍ଷା ଭିଜା ରାତି

August 29, 2026
ସ୍ମୃତିରେ ପ୍ରଣବ କିଶୋର

ସ୍ମୃତିରେ ପ୍ରଣବ କିଶୋର

August 25, 2026
ଭାରତର ସନ୍ତାନ

ଭାରତର ସନ୍ତାନ

August 15, 2026
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.