ଆଲୋକ କୁମାର ପ୍ରଧାନ, ପୁରୀ, ୨୩ ଫେବୃଆରୀ ୨୦୨୬
କେଉଁ ମଲାଟର ଛାତି ଚିରି ଦେଇ ମୁଖା ତିଆରିବି କହ
କେଉଁ ସରାଗର ସୋରିଷେ ସୀମାରେ ଲୁଚେଇବି ମୋର ମୁହଁ
କେଉଁ ଜୀବନକୁ ଉଧାର ମାଗିବି ବଞ୍ଚିବାର କିଛି ନଥା
କେଉଁ ସପନକୁ ଅଧାରେ ରଖିବି କା ‘ଆଗେ ପାତିବି ମଥା
କାହିଁକି ଲେଖିବି ନ ଲେଖିଲା କଥା ଅଲେଖା ହୋଇକି ଥାଉ
କାହିଁକି ଗାଇବି ଜୀବନ ଗୀତ ମୁଁ କେ ଗାଉଛି ଯଦି ଗାଉ
କାହିଁକି ଭାଙ୍ଗିବି ଯୋଡ଼ିବା ଆଗରୁ ଅଭଙ୍ଗା ଦୁଃଖ ରୁ କିଛି
କାହିଁ ବତୁରିବି ଭିଜିବା ଆଗରୁ ଶୁଖିବାର ଯଦି ଅଛି
କେମିତି ଭୋଗିବି ଅଣଭୋଗା ହସ ଯା ଭାଗ୍ୟ ସହଯେ ଛୋଟ
କେମିତି ବାଣ୍ଟିବି ନିଅଣ୍ଟ ସୁଖ ମୁଁ ଯେ ଆସିଛି ଦେଇ କଣ୍ଟ
କେମିତି ଖୋଲିବି ମନର କବାଟ ତା ଦେହେ ସହସ୍ର ତାଲା
କେମିତି ବୁଜିବି ଦର ଆଉଜାକୁ ପଛରୁ ସାହାଣ ମେଲା
ସତରେ ଏମିତି ହୁଅନ୍ତା କି ଥରେ ଆଉଥରେ ହାରିଯାଇ ସତରେ ଫେରନ୍ତି ସମୟ ଉହାଡୁ ପିଲାଦିନ ହାତେ ନେଇ।






