ଗାୟତ୍ରୀ ପଣ୍ଡା, ଭୁବନେଶ୍ୱର, ୧୫ ଅଗଷ୍ଟ ୨୦୨୩
ହେ ମୋର ଭାରତମାତା !
ତୁ କ’ଣ ସତରେ ସ୍ୱାଧୀନ ?
ପଢିଛି, ଜାଣିଛି !
ଅଗଷ୍ଟ ପନ୍ଦର ଉଣେଇଶ ଷଟଚାଳିଶ
ଦିନ ତୁ ପାଇଥିଲୁ ସ୍ୱାଧୀନତା ॥
ଆଜି ମନ ମୋର କୋହରେ ଭରିଛି
ନିଜେ ନିଜକୁ ପ୍ରଶ୍ନବାଣରେ ବିଦ୍ଧି ଚାଲିଛି ॥
ଉଲଗ୍ନତାର ତାଣ୍ଡବ ରୂପ
ଭଦ୍ର ସମାଜକୁ କ୍ଷତାକ୍ତ କରି ଚାଲିଛି
ପ୍ରଶାସନର ଢିଲା ଶାସନ ଅସ୍ତ୍ର
ଜନ ଜୀବନକୁ ଖଡ୍ଗଧାରରେ କରୁଛି ରକ୍ତାକ୍ତ ॥
ହା-ହା-କାର ରେ ଜନ ଜୀବନ ଅସ୍ତବ୍ୟସ୍ତ II
ଏହା କ’ଣ ସ୍ୱାଧୀନତାର ବାସ୍ତବ ସ୍ଵରୂପ ?
ଶାସନ କଲେ ମୋଗଲ, ଶାସନ କଲେ ଇଂଗ୍ରେଜ୍ ॥
ଆଜି ଆମେ ଶାସିତ ହେଉଛୁ
ନିଜେ ନିଜର ମତଦାନରେ
କେତେ ଯେ ବିଭତ୍ସ ହୋଇଛି
ମଣିଷର ମାନସିକତା II
ଖବର କାଗଜର ପ୍ରତିଟି ପୃଷ୍ଠାରେ
ମାନହାନି, ରାହାଜାନି ॥
ମଣିଷ ଭକ୍ଷୁଛି ମଣିଷର ମାଂସ
ଲଜ୍ଜିତ ହେଉଛି ଆଜି ମଣିଷ ସମାଜ ॥
ଭୂତ, ପ୍ରେତ, ବାଘ, ଭାଲୁ ଆଦି
ରହନ୍ତି ନିଜେ ସୀମାରେଖାରେ ॥
ଅଭଦ୍ର, ଅଭକ୍ଷ ମାନଙ୍କର
ଆଜି ଘଟିଛି ଉପଦ୍ରବ
ଏତ ସ୍ୱାଧୀନତା ନୁହେଁ ॥
ଗୀତା, ବେଦ, ଉପନିଷଦର
ପ୍ରତିଟି ଛନ୍ଦ ପ୍ରତିଧ୍ବନିତ ହେଉଥୁଲା
ପ୍ରତିଟି ପୂଜା ଘରେ ॥
ସମ୍ମାନ, ଆଦରରେ
ହସୁଥୁଲl ପ୍ରତିଟି ପରିବାର ॥
ଶାନ୍ତି, ସୌହାର୍ଦ୍ଦ୍ୟର
ହେଉ ଜୟ-ଜୟକାର ॥
ତେବେ ଯାଇ ହେବ
ସ୍ୱାଧୀନ ଭାରତର
ସର୍ବତ୍ର ଯଶଗାନ ॥
ଜୟ ଭାରତର ନାରା
ରେ ହସିବ ଜଗତ ସାରl ॥
ଜୟ ଭାରତ!!