• About
  • Contact
Sunday, September 20, 2026
Sunday, September 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସେକାଳ ପଖାଳ

ସେକାଳ ପଖାଳ
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୨୦ ମାର୍ଚ୍ଚ ୨୦୨୩

ସେକାଳ ପଖାଳ, ଗରିବଙ୍କ ବଳ
ଅଭାବୀ ଜନଙ୍କ ସାଥି,
କଞ୍ଚା ପିଆଜକୁ, କଞ୍ଚା ଲଙ୍କା ମିତ
ଆଚାର, ପାମ୍ପଡ ନିତି ll
ମରିଚ ଶୁଖିଲା, ତେଲ ଭଜା ହେଲା
ମଞ୍ଜିବଡ଼ି, ଶୁଖୁଆ ଭଜା
ଲୁଣ ମରିଚରେ, ଅରୁଚିଟି ମରେ
ଚାଷୀ ପୁଅ ଖାଇ ରଜା ll
ମାଇପ ଘୋଟଣୀ, ସଜବାଜ ପୁଣି
ଗିରିସ୍ତରଙ୍କ ପାଇଁ ଘେନା,
ତୋରାଣି ପତଳା, ଖଟା ସ୍ୱାଦ ବୋଳା
ଅମୃତର ସରି ଦାନା ll
କାକୁଡି, ଟମାଟ, ପିଆଜଟି କାଟ
ଲଙ୍କା ଲୁଣ ମିଶାମିଶି,
ସାଲାଟ ଟି ଥିବ, ସରୁ ଭାତ ହେବ
ଖଟା ଦହି କରେ ଖୁସି ll
ଶାଗ ବଡ଼ି ଭଜା, ବାଙ୍ଗିଣଟି ତାଜା
ଆଳୁଦମ ଭର୍ତ୍ତା ସାଥେ,
ଲେମ୍ବୁ ହେଲେ ସାଙ୍ଗ, ଖାଇ ନବରଙ୍ଗ
ଘୁଙ୍ଗୁଡ଼ି ନିଦଟି କେତେ ll
ଚୂନା ନଈ ମାଛ, ହୋଇବ ବେସର
ସନ୍ତୁଳା, ଆମ୍ବିଳା ସହ,
ଖାଇବା ଲୋକଟି, କଂସାଠୁ ନଉଠି
କହିବଟି ଦିଅ ଦିଅ ll
ଓଡ଼ିଆ ପଖାଳ, ତାର ତେଜ ବଳ
ନିଆରା ନିଆରା ରୁଚି,
କରିବା ତରିକା, ଦିଏ ନୁଆଁ ଶିକ୍ଷା
ଦିଏ ପରିଚୟ ବାଛି ll
ବୈଶାଖର ଖରା, ଉତ୍ତାପ ପସରା
ଦୂରୁ ଦେଖି କରେ ଭୟ,
ଅଂଶୁଘାତ ଥରି, କିଙ୍କରଟି ଭାରି
ପଖାଳ ଖିଆଙ୍କ ଜୟ ll
ପ୍ରଭାତରେ ଖାଇ, ବିଲ ବାଡ଼ି ଯାଇ
ଦିନ ବାରଘଡ଼ି ଚାଷ
ଚଷା ଓ ମୁଲିଆ, ପାଠ ପଢ଼ା ଛୁଆ
ଆପଣା କରମେ ବଶ ll
ଘରର ଗୃହିଣୀ, ଗର୍ଭବତୀ ପୁଣି
ଅରୁଚି ତୁଣ୍ଡକୁ ଲୋଡ଼େ,
ଖାଇ ମନଭରି, ଅରୁଚିକୁ ମାରି
ମନ ଆନନ୍ଦରେ ଗଡ଼େ ll
ପଖାଳର କଂସା, ବଞ୍ଚାଏ ଟି ହଂସା
ଜୀବନ ଜୀବିକା ସାଥି,
ସେତ ହିତାକାଂକ୍ଷୀ, ଦୁଃଖୀ ସାଥେ ଦୁଃଖୀ
ସୁଖ ସ୍ୱାଛନ୍ଦ୍ୟର ଭିତ୍ତି ll
ସଭିଙ୍କ ପୀରତି, ଗତି ଓ ପ୍ରଗତି
ସଞ୍ଚିତ ସଞ୍ଚୟ ସ୍ଥିତି,
କଲ୍ୟାଣ ପରସି, ସବୁ ମନ ତୋଷି
(ଲଭେ) ସବୁରି ଆଦର ନିତି ll

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ପକ୍ଷୀଘର।
Literature

ପକ୍ଷୀଘର।

by ସଚ୍ଚିଦାନନ୍ଦ ବେହେରା
September 19, 2026

ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୧୯ ସେପ୍ଟେମ୍ବର ୨୦୨୬ ନୀଡ଼ହରା ଏକ କ୍ଲାନ୍ତ ପକ୍ଷୀ ମୁଁ ମୋ ଠିକଣା ଯାଇଛି ହଜି ନୀଳ ଆକାଶରେ ଉଡ଼ି ବୁଲୁଛି...

Read more
ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

September 19, 2026
ନୂଆ ଖାଇ- କୃଷି ଓ କୃଷକର ପର୍ବ

ନୂଆ ଖାଇ- କୃଷି ଓ କୃଷକର ପର୍ବ

September 15, 2026
ସିଏପା ବୁଦ୍ଧିଦାତା

ସିଏପା ବୁଦ୍ଧିଦାତା

September 14, 2026
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.