ପ୍ରମୋଦ କୁମାର ଦାଶ, କଟକ, ୫ ମଇ ୨୦୨୩
ବଇଶାଖ ଶୁକ୍କପକ୍ଷ, ବୁଦ୍ଧ ପୂର୍ଣ୍ଣିମାରେ,
ଜନମିଲ ଗଉତମ, କିଶୁଭ ବେଳାରେ ।।
ମାତା ପିତା ପିଲାଛୁଆ, କରି ସାତପର,
ତେଜ୍ୟାକରି ଚାଲିଗଲ, ନିଜ ଘରଦ୍ୱାର ।।
ନିଘଞ୍ଚ ବନକୁ ଗମି, ବାରଣାସୀ କ୍ଷେତ୍ର,
ବୁଦ୍ଧ ପ୍ରାପ୍ତି ଉଦ୍ଦେଶ୍ୟରେ, ତେଜିଲ ସମସ୍ତ ।।
ବୁଦ୍ଧଂ ଶରଣଂ ଗଚ୍ଛାମି, ଡାକଦେଲେ ଶିଷ୍ୟ,
ଅଷ୍ଟ ତ୍ରିପିଟକ ବିଶ୍ୱେ, ପ୍ରଚାର ଅବଶ୍ଯ ।।
ସଂସାର ଜଞ୍ଜାଳ ଆଦି, କରେ କବଳିତ,
ମୋହିନୀ କବଳୁ ତେଣୁ, ହୋଇଲ ମୁକତ ।।
ସୁଖ ଦୁଃଖ ସ୍ବାଚ୍ଛନ୍ଦ୍ଯକୁ, କରି ପରାହତ,
ଅନ୍ୟାୟ ଅନୀତି ପଥୁ, ହେଲ ବିତାଡିତ ।।
ନୀରଞ୍ଜନା ନଦୀ କୂଳେ, ଆରମ୍ଭି ତପସ୍ୟା,
ବିଫଳତା ପାଇବାରୁ, ଭୋଗିଲ ନିରାଶା ।
ତହୁଁ ଗୁରୁ ଆଦରିଣ, ତପ ଆଚରିଲ,
ବ୍ରହ୍ମ ଜ୍ଞାନ ପରାପତେ, ନିତି ଲାଗୁଥିଲ ।।
ଅହିଂସାର ମୂର୍ତ୍ତି, ସାକ୍ଷାତ ଈଶ୍ୱର,
ନର ଦେହୀ ନାରାୟଣ, ତୁମେ ପରାତ୍ପର ।।
ବିଶ୍ବ ଦରବାର ଆଜି, ଘୋଷେ ତବ ନାମ,
ତୁମ ଧର୍ମ ତୁମ କୀର୍ତ୍ତି, ନାଶେ କାଳ ଯମ ।।
ବୌଦ୍ଧ ଧର୍ମ ବୁଦ୍ଧ ପ୍ରାପ୍ତି ଆଚରିଲ ସତ,
ସାରା ବ୍ରହ୍ମାଣ୍ଡରେ ଆଜି, ହୋଇଛି ବିଖ୍ୟାତ ।।
ଧର୍ମ ମଧ୍ୟେ ଶ୍ରେଷ୍ଠ ଧର୍ମ, ବୌଦ୍ଧ ଧର୍ମ ଅଟେ,
ତୁମ ନୀତି ଆଦର୍ଶତା, ବିଶ୍ବରେ ପ୍ରକଟେ ।।