• About
  • Contact
Saturday, February 28, 2026
Saturday, February 28, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସ୍ବାଭିମାନ

ସ୍ବାଭିମାନ
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୧୧ ମାର୍ଚ୍ଚ ୨୦୨୪

ଭିକରେ ପୁରେ କି ପେଟ ଭେକ ଥିଲେ ସୁଖ କି ମିଳଇ ।
ଅପୁରା ପେଟର ଦୁଃଖେ ମନ କିବା ସୁଖ ବରାଦଇ।।
ତ୍ଯାଗନଈ ଧାରେ ଧାରେ ଭୋଗ କିବା ଏକା ଧାଇଁପାରେ।
ଯେ ଯାହା ବାଟରେ ଯାଇ ମଝିବାଟୁ ପଛକୁ କି ଫେରେ?

ସ୍ମୃତିରେ କି ପ୍ରାଣଥାଏ ପ୍ରୟାଣ କି ସ୍ମୃତି ହେଉଥାଏ ।
ରୁଆଏ ସମୟ ଯହିଁ ଯୁଗଶେଷେ ଅମରତ୍ବ ପାଏ।।
ଦିନେ ଗଲେ ଯୁଗ ଯାଏ ଯୁଗେ ପାଇଁ ବାନ୍ଧି ବାନ୍ଧି ପାଗ।
କାଣିଚାଏ ଅଭାବ ତ ବରିପାରେ ଶ୍ମଶାନ ବୈରାଗ।।

ପାଖାପାଖି ଚାଲୁଥାଏ ସୁଖଦୁଃଖ ଖୁବ୍ ପାଖାପାଖି।
ଦୁଃଖ କିସ୍ତି ସୁଝିବାକୁ ସୁଖନାଆ ସଳଖି ସଳଖି।।
କେଉଁଠି ଝୁଣ୍ଟିଲେ ଲାଗେ କିଛି ଗୋଟେ ହରେଇଲା ପରି।
ଖେପାକେ ଯୋଜନ ଧାଏଁ ଖୋଳପାକୁ ପାରେନାହିଁ ଧରି।।

ସ୍ବାଭିମାନ ଶିରିପାଟା ଅଭିମାନ ପରି ମୁଣ୍ଡେ ଥିଲେ।
ମୁଣ୍ଡ ଟେକି ଜିଇଁ ହୁଏ ଜିତୁ ଜିତୁ ଯଦି ହାରିଗଲେ ।।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)
Literature

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

by Manas Ranjan Mahapatra
February 24, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୪ ଫେବୃଆରୀ ୨୦୨୬ କୈଳାଶ ଭାଇ ଚାଲିଗଲେ। ମୋଠୁ ଆଠବର୍ଷ ବଡ଼ ହେବେ। ଦେହ ଦୁଇବର୍ଷ ହେଲା ଭଲ ନ ଥିଲା।...

Read more
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
ଓଦା

ଓଦା

February 16, 2026
ଅନୁଭୂତି ପାଠ

ଅନୁଭୂତି ପାଠ

February 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.