ତାପସ୍ଵି ଜ୍ଞାନଦର୍ଶିନୀ, ଭୁବନେଶ୍ୱର, ୧୭ ଅଗଷ୍ଟ ୨୦୨୪
ଧନୀ-ଗରୀବ ର ପାର୍ଥକ୍ୟ ଟା ଆଜି
ଦିନୁ ଦିନ ବଢ଼ି ଚାଲିଛି,
କାହା ପାଖେ ଠୁଳ ଅମାପ ସମ୍ପତ୍ତି
କିଏ ଦୁଇ ମୁଠା ପାଇଁ କାନ୍ଦୁଛି!
ସ୍ବାଧୀନତା ତୁମେ କେଉଁଠି?
ପାଞ୍ଚ ରୁ ପଚାଶ ବୟସଟା ଆଜି
ସାମାନ୍ୟ ଅଙ୍କ ଟେ ସାଜିଛି,
ପଶୁ ଅତ୍ୟାଚାର ନାରୀଟି ଉପରେ ବାହା ମେଲି ଏଠି ଗର୍ଜୁଛି!
ସ୍ବାଧୀନତା ତୁମେ କେଉଁଠି?
ହତିଆର ବାଲା ମୁଣ୍ଡ ଟେକି ବୁଲେ
ଚାଷୀ ଆତ୍ମହତ୍ୟା କରୁଛି,
ବିଡ଼ା ବିଡ଼ା ନୋଟ୍ କାହା ପାଇଁ ବନ୍ଧା
କିଏ ଟଙ୍କା ଅଭାବରୁ ମରୁଛି!
ସ୍ବାଧୀନତା ତୁମେ କେଉଁଠି?
ଆସିବା ନାଁ ରେ ପଥ ଭୂଲି ଖାଲି
ସମ୍ବିଧାନେ ରହିଗଲ କି?
ଭଙ୍ଗା କୁଡ଼ିଆରେ ଆଜି ବି ପଡ଼ିଛି
ଲୁହ ଭିଜା ଆଖି ସ୍ବପ୍ନଟି!
ସ୍ବାଧୀନତା ତୁମେ କେଉଁଠି?
ମା କୋଳରେ ବି ଶିଶୁଟିଏ ଆଜି
ସୁରକ୍ଷିତେ ରହି ପାରୁନି
ଶୁଖିଲା ଭାଷଣେ ନାରୀ ସୁରକ୍ଷାର
ପ୍ରଚାର ପ୍ରସାର ବଢୁଛି
ୟାକୁ ସ୍ଵାଧୀନତା କୁହାଯିବ କି?
ଚତୁର୍ଥ ସ୍ତମ୍ଭର ସଚ୍ଚୋଟ ସିପାହୀ
ନୋଟରେ ମୁଣ୍ଡ ବିକୁଛି
ଜନତା ଏଠି ନ୍ୟାୟ ପାଇଁ
ଦୁଃଖ, ବିକଳେ ଦିନ କାଟୁଛି
ତଥାପି, ଆମେ ସମସ୍ତେ କହୁଛେ ଆମ ଦେଶ ସ୍ଵାଧୀନତା ପାଇଛି।
ସବୁ ନ୍ୟାୟ କ୍ଷମା, ସବୁ ଆଜି ବନ୍ଦୀ
କାନୁନ୍ କୁମ୍ଭକର୍ଣ୍ଣ ନିଦେ ସୋଇଛି
ନାରୀ ନିର୍ଯାତନା, କାମନା ବାସନା
ଜୁଆର ସଦୃଶ ବଢୁଛି
ସ୍ବାଧୀନତା ତୁମେ କେଉଁଠି?
ପାପ ନଗରୀର କ୍ଳେଶ ଯନ୍ତ୍ରଣାରେ
ମୁଁ ଗୁମୁରି ଗୁମୁରି କାନ୍ଦୁଛି
ଆସହେ ଗାନ୍ଧୀ, ଆସହେ ସୁଭାଷ,
ତୁମ ସ୍ଵାଧୀନତା ମୁଁ ଲୋଡ଼ୁଛି
ମୁଁ ସ୍ବାଧିନତା କହୁଛି!
କା କାନେ ବାଜୁନି ମୋ ଆକୁଳ ଚିତ୍କାର
ମୁଁ ଜରାଜୀର୍ଣ୍ଣ ଆଜି ସାଜିଛି,
ଧର୍ଷଣକାରୀଙ୍କ କୋଳରେ ଆଜି ମୁଁ
କ୍ଷତ ବିକ୍ଷତ ହୋଇଛି,
ମୁଁ ସ୍ଵାଧୀନତା କହୁଛି!!
ଆଉ ଥରେ ଗଢ଼ ନୂଆ ସମ୍ବିଧାନ
ଅନ୍ୟାୟ ବିରୁଧେ, ସ୍ୱର ଉତ୍ତୋଳନ
ଏତିକି କାମନା କରୁଛି
ମୁଁ ସ୍ଵାଧୀନତା କହୁଛି!!