ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୯ ନଭେମ୍ବର ୨୦୨୪
ଦିନେ ଦିନେ ତୁମ କଥା
ଏତେ ବେଶୀ ମନେପଡ଼େ କାହିଁକି ?
କାରଣ ଖୋଜି ପାଏନି
ସାରା ରାତି ଉଜାଗର ରହିକି ।। ୧ ।।
ତୁମେ ଆସୁଛ ସ୍ମୃତିରେ
ଆଉ ସ୍ୱପ୍ନରେ ବି ଉଭା ହେଉଛ,
ଦରଶନେ ଯିବା ବେଳେ
ମୋ ପଥ କିଆଁ ଓଗାଳି ଦେଉଛ ।। ୨ ।।
ତୁମ ବିନା କିଏ ଅଛି
ଅତଳ ଭଵ ସାଗରେ ମୋର,
ଯାହାକୁ ଭାବେ ନିଜର
ସିଏତ ମାତ୍ର ଅଢ଼େଇ ଦିନର ।। ୩ ।।
ତୁମେ ନିତ୍ୟ, ତୁମେ ସତ୍ୟ
ସଂସାରରେ ତୁମେ ହିଁ ଚିରନ୍ତନ,
ଦିବ୍ୟ ଆଲୋକ ଜ୍ୟୋତିରେ
ମିଶି ଚାହୁଁଛି ହେବାକୁ ନିଶ୍ଚିହ୍ନ ।। ୪ ।।