ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ଵର, ୧୩ ଜାନୁଆରୀ ୨୦୨୪
ତୁମେ ଶୀତ….ମୁଁ ତ ଜହ୍ନ
ତମେ ଛୁଇଁ ଦେଲେ
ଚମକି ଉଠେ ମନ
ପ୍ରାଣରେ ପୁଲକ ଜାଗେ
ଅବଶ୍ୟ ତୁମର ସେ
ଆଦେଖା ଆକର୍ଷଣ
ନିବିଡତା ଆଲିଙ୍ଗନ
ଅନୁରାଗ ଅଳ୍ପଦିନ
ଝୁରି ମରେ ମନ ପ୍ରାଣ
ତୁମେ ତ, ହିମ ଶୀତଳ
କିନ୍ତୁ ଦେଇପାର ଶତ
ଜ୍ଵଳନ ର ପୀଡ଼ା ପ୍ରବଳ
ମାଟିକୁ ପବିତ୍ର କରେ
ଯେବେ ଜାହ୍ନବୀ ର ଜଳ
ଜ୍ୟୋତ୍ସ୍ନାସ୍ନାତ ଧରିତ୍ରୀ
ମାତାର କୋଳେ ଶୀତ!
ତୁମକୁ ଶୁଆଇ ଦେଇ
ଗାଉଥାଏ ପ୍ରଣୟ ସଙ୍ଗୀତ
ମୁଁ ପରା ସିଏ ଆକାଶ ର ନୁହେଁ,
ଏଇ ମାଟିର ଜହ୍ନ ।