ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୦ ମାର୍ଚ୍ଚ ୨୦୨୩
ତୁମେ ତ ଖାଉଛ ପଖାଳ ହେ ନାଥ
କାହିଁକି ମୋତେ ବାରଣ
କାହିଁକି ହେ ପ୍ରଭୁ କରିଦେଲ ରୋଗୀ
ପଖାଳ ସାତ ସପନ.
ମନେ ପଡେ ମୋର ପିଲାଦିନ କଥା
ବାପାଙ୍କ ପାଖରେ ବସି
ଗୁଣ୍ଡାଏ ଗୁଣ୍ଡାଏ ପଖାଳ ଖାଇ ମୁଁ
ହେଉଥିଲି କେତେ ଖୁସି.
ଆମ୍ବୁଲ ରସୁଣ କଞ୍ଚା ଲଙ୍କା ଲୁଣ
କରିଦେଇ ଝୋଳ ପାଣି
ପଖାଳ ସହିତ ଆହା କେତେ ସ୍ୱାଦ
ସ୍ୱାସ୍ଥ୍ୟ ର ପରଶ ମଣି.
ବୋଉ ଯେତେବେଳେ ବଳାଇ ବଳାଇ
ଖୁଆଏ ପଖାଳ ଭାତ
ଅମୃତ ର ସ୍ୱାଦ ଲଭେ ମୋର ପ୍ରାଣ
ତନ ମନ ହୁଏ ତୃପ୍ତ.
କାହିଁ ସେହିଦିନ ଛଡାଇ ନେଇଛ
ଝୁରି ହେଉଅଛି ମୁହିଁ
ଭାବୁଛି ପ୍ରଭୁହେ ପଖାଳ ଖାଇବା
ମୋ ଭାଗ୍ୟେ ଆଉତ ନାହିଁ.
ଓଡ଼ିଆ ସଂସ୍କୃତି ପରମ୍ପରା ସହ
ପଖାଳ ଯେଣୁଟି ଯୋଡ଼ା
ତୁମ ମଣୋହି ରେ ହେ ଜଗତ ନାଥ
ପଖାଳ ପରା “ଅବଢ଼ା”.
ବିଭିନ୍ନ ପ୍ରକାର ପଖାଳ ପରଷେ
ଓଡ଼ିଆଣୀ ଶରଧାରେ
ସେ ପଖାଳ ଦେଖି ବିଦେଶୀ ମାନଙ୍କ
ମୁଖରୁ ନାଳ ନିଗିଡେ.