• About
  • Contact
Wednesday, October 14, 2026
Wednesday, October 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଉତ୍କଳ

ଉତ୍କଳ
Share on FacebookShare on Xshare on Whatsappshare on Linkedin
ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧ ଅପ୍ରେଲ ୨୦୨୪

କେତେ ପୁଣ୍ୟବଳେ ଜନମ ଲଭିଛି
ଉତ୍କଳ ଭୂଖଣ୍ଡ ଠାରେ ।
ନୀଳାଚଳ ଧାମ ଆରାଧ୍ୟ ଠାକୁର
ଉତ୍କଳର ଘରେ ଘରେ ।।

ସୁଦୀର୍ଘ ଏହାର ବେଳାଭୂମି ସବୁ
ସୌନ୍ଦର୍ଯ୍ୟ ବଢାଇ ଥାଏ ।
ଚିଲିକାର ପକ୍ଷୀ ବଢ଼ାଉଛି ଶୋଭା
ପର୍ଯ୍ୟଟକ ମନ ମୋହେ ।।

ଦୁଇଶହ ଏକଷଠୀ ଚିଲିକା ବୁକୁରେ
କେତେ ଯେ ବଣିକ ଯୁଦ୍ଧ ।
ହୋଇଯାଇ ଅଛି ଇତିହାସ ସାକ୍ଷୀ
ସାଧବ ପୁଅଙ୍କ ମଧ୍ୟ ।।

ମଗଧ ସହିତ କଳିଙ୍ଗର ଯୁଦ୍ଧ
ଶୁଣିଲେ ରୋମ ଟାଙ୍କୁରେ ।
ଧଉଳି ପାହାଡ ରହିଅଛି ସାକ୍ଷୀ
ସେ ଦୟା ନଦୀର ତୀରେ ।।

କଳିଙ୍ଗ ପୁଅଙ୍କ କଟିଗଲା ମଥା
ନୁଆଇଁ ନ ଥିଲେ ଶିର ।
ରକ୍ତ ରଞ୍ଜିତ ହୋଇଗଲା ସିନା
ଦୟା ନଦୀର ନୀର ।।

ଚେଦୀ ବଂଶର ଐରଖାରବେଳ
ନେଲେ ଦିନେ ପ୍ରତିଶୋଧ ।
ଉତ୍କଳ ଜନତା ଖୁସି ହୋଇଥିଲେ
ତାଙ୍କ ପାଇଁ କରି ଗର୍ବ ।।

ରାଣୀଗୁମ୍ଫା ଆଉ ହାତୀଗୁମ୍ଫା ଦେଖି
ତାଙ୍କ ସ୍ମୃତି ମନେ ପଡେ ।
ଆମ କଳାକୃତି ବିଶ୍ଵ ଦରବାରେ
ପ୍ରଶଂସିତ ହୁଏ ଦୃଢେ ।।

କେତେ ଯେ ସଂଗ୍ରାମ କରିଛନ୍ତି ଆମ
ପୂର୍ବ ପୁରୁଷମାନେ ।
କେତେ ବିଦେଶୀଙ୍କ ଦ୍ଵାରା ଲୁଣ୍ଠିତ
ମନେ ପଡେ ଆଜି ଦିନେ ।।

ବଙ୍ଗର ଶାସକ ସେନାପତି ଥିଲେ
କଳାପାହାଡ଼ ଯା’ ନାମ ।
କେତେ ଯେ ମନ୍ଦିର ତୀର୍ଥ କ୍ଷେତ୍ର ସବୁ
ଧ୍ଵଂସ କଲା ନରାଧମ ।।

ମୁକୁନ୍ଦ ଦେବଙ୍କୁ ପରାସ୍ତ କରି
ଉତ୍କଳର କିଛି ଅଂଶ ।
ବଙ୍ଗଳାରେ ଆଜି ଲୀନ ହୋଇଅଛି
ଆମରି ପୂର୍ବ ପୁରୁଷ ।।

ଆଫଗାନ, ଫରାସୀ, ମରହଟ୍ଟା –
ଇଂରେଜ ମାନେ ଆସି ।
ଲୁଣ୍ଠନ କରି ନେଇ ଯାଇଛନ୍ତି
କୋଣାର୍କ ଯାର ସାକ୍ଷୀ ।।

ଦେଶ ମାତୃକାକୁ ରକ୍ଷା କରିବାକୁ
ପାଇକ ବିଦ୍ରୋହ ହୁଏ ।
ବଳି ପଡ଼ିଥିଲେ ବକ୍ସି ଜଗବନ୍ଧୁ,
ବୀର ସୁରେନ୍ଦ୍ର ସାଏ ।।

ଶ୍ରୀ ମଧୁସୂଦନ, ଫକୀର ମୋହନ
ଗୌରୀଶଙ୍କର ରାୟ ।
କୃଷ୍ଣଚନ୍ଦ୍ର ଦେବ ସଂଗ୍ରାମ କରି
ସ୍ଵତନ୍ତ୍ର ଉତ୍କଳ ହୁଏ ।।

ସନ ଉଣେଇଶ ଛତିଶ ମସିହା
ଏପ୍ରିଲ ତାରିଖ ଏକ ।
ସୃଷ୍ଟି ହେଲା ଆମ ଗୌରବମୟ
ନୂତନ ଉତ୍କଳ ଦେଶ ।।

ମହାପୁରୁଷଙ୍କ ନୀତି ଆଦର୍ଶର
ଉତ୍କଳ ଏହି ଧାମ ।
କାଳିଆ ଠାକୁର ସାହା ହେଇଥନ୍ତୁ
ଖୁସିରେ ଯାଉ ଦିନ ।।

ବିଜୟ କୁମାର ପାଣି

ବିଜୟ କୁମାର ପାଣି

ସମାଜସେବୀ ଏବଂ କବି

Related Posts

ଚିହ୍ନ
Literature

ଚିହ୍ନ

by ପ୍ରଭୁକଲ୍ୟାଣ ମହାପାତ୍ର
October 13, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୩ ଅକ୍ଟୋବର ୨୦୨୬ କିଛି ଚିହ୍ନ ଲିଭିଯାଏ ସମୟ ସୁଅରେ ଆଉ କିଛି ନିଶ୍ଚିହ୍ନ ହୁଏ ଅଳ୍ପ ଦିନରେ ବାକି କିଛି ଲିଭିବାକୁ...

Read more
ନିଆରା ମଣିଷ : ଶରତ ବାବୁ

ନିଆରା ମଣିଷ : ଶରତ ବାବୁ

October 12, 2026
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
ଚାକିରି

ଚାକିରି

October 6, 2026
ମନେ ପଡେ ଆଜି ଦିନ

ମନେ ପଡେ ଆଜି ଦିନ

October 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.