• About
  • Contact
Monday, April 20, 2026
Monday, April 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

୨୦୨୫–ଶୁଭ ନବ ବର୍ଷ

୨୦୨୫–ଶୁଭ ନବ ବର୍ଷ
Share on FacebookShare on Xshare on Whatsappshare on Linkedin
ଶ୍ରୀ ଦାଶରଥୀ ଶତପଥୀ, ଭୁବନେଶ୍ଵର, ୩ ଜାନୁଆରୀ ୨୦୨୫

୨୦୨୫ ନୂତନ ବର୍ଷ ଆବିର୍ଭାବ ଫଳରେ ପୂରୁଣା ବର୍ଷ ଅପସରି ଯାଇଛି। ବିଶ୍ୱବାସୀଙ୍କ ପାଇଁ ଆଣିଦେଇଛି ନୂତନ ସଂଦେଶ, ନୂଆ ସଂକଳ୍ପ ଓ ରଙ୍ଗୀନ ସ୍ୱପ୍ନକୁ ନେଇ। ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଅଧିକ ତ୍ୱରାନ୍ନିତ କରିବାକୁ ସରକାର ସଦାଚେଷ୍ଟିତ ଥିଲାବେଳେ ୨୦୨୫ ମସିହା ସମସ୍ତଙ୍କ ପାଇଁ ଆଶା, ଭରଷା ଓ ସମୃଦ୍ଧିର ବର୍ଷ ହେଉ। ଏହି ପରିପ୍ରେକ୍ଷୀରେ ଜାତିର ଜନକଙ୍କ ମୂଲ୍ୟବୋଧଭିତ୍ତିକ ଶିକ୍ଷା, ଆଦର୍ଶ, ସତ୍ୟ, ଧର୍ମ, ନ୍ୟାୟ ଓ ଅନୁଶାସନ ପଥରେ ରହି ଦେଶ ଓ ରାଜ୍ୟର ସ୍ୱପ୍ନ ସାକାର କରିବା ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡିବ। ଏବେ ପ୍ରତ୍ୟେକଙ୍କର ମାନସ ମନ୍ଥନର ସମୟ ଆସିଛି। କର୍ମ ସାଧନ ନକରି ବଂଚିରହିବା କେବେହେଲେ ସମ୍ଭବ ନୁହେଁ। ଆମେ ଅଧିକାଂଶବେଳେ ଫଳର ଆକାଂକ୍ଷାରେ ବ୍ୟସ୍ତହୋଇପଡୁ କିନ୍ତୁ କର୍ମସାଧାନର ଗୁଢ ରହସ୍ୟ ହେଲା ଫଳାସକ୍ତି ବର୍ଜିତ ହୋଇ କର୍ମକରିବାକୁ ପଡିବ। ତେଣୁ କୁହାଯାଇଛି “କର୍ମଣ୍ୟେ ବାଧିକାରସ୍ତେ ମା ଫଳେଷୁ କଦାଚନ”। ଆମର ସଫଳତା ଆମର କର୍ତ୍ତବ୍ୟରେ ହିଁ ନିହୀତ ରହିଛି। ଆମେ ପୁରୁଣା ବର୍ଷରେ କରିଥିବା କିଛି ତୃଟିକୁ ସୁଧାରିବାକୁ ପଡିବ ନୂତନ ବର୍ଷରେ। ଯଦି ଆମେ ସୁଖରେ ରହିବାକୁ ପଡିବ ଚାହିଁବା ତାହାହେଲେ ପ୍ରଥମ ଦିନଠାରୁ ଖୁସି ଆଉ ଉତ୍ସାହପୂର୍ବକ ରହିବାକୁ ହେଲେ ପୁରା ବର୍ଷ ସେହିଭଳି କର୍ତ୍ତବ୍ୟ କରି କାଟିବାକୁ ପଡିବ। “ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା” ମନ୍ତ୍ରର ଭାବଧାରାକୁ ଆପଣାଇନେବାକୁ ପଡିବ।

ଗତ ବର୍ଷର ଘଟଣାକୁ ତର୍ଜମା କଲେ ଜଣାପଡେ ଯେ ଯୁଦ୍ଧ ଓ ସଂଘର୍ଷ ସମଗ୍ର ପୃଥିବୀରେ ଘୃଣା ଓ ବିଧ୍ୱଂସର ମଂଜି ବୁଣିଦେଇଛି। ବାଲାଂଦେଶରେ ବିଦ୍ରୋହ, ହସିନା ସରକାରର ପତନ, ପାକିସ୍ଥାନ ଆଫଗାନିସ୍ତାନ ମଧ୍ୟରେ ସଂଘର୍ଷ ରୂପରେଖ, ରୁଷ ଓ ୟୁକ୍ରେନ ଯୁଦ୍ଧ, ଇସ୍ରାଏଲ ପାଲେଷ୍ଟାଇନ(ଇସ୍ରାଏଲ ହମାସ) ମାଟିରୁ ଗାଜାର ଚିହ୍ନବର୍ଣ୍ଣ ଲୋପ କରିବାର ପ୍ରୟାସ, ମିଆଁମାର ଗୃହଯୁଦ୍ଧ ଠାରୁ ଆରମ୍ଭ କରି, ଦକ୍ଷିଣ କୋରିଆ ଏବଂ ଉତ୍ତର କୋରିଆ ମଧ୍ୟରେ ଲାଗିରହିଥିବା ବିବାଦ ତିବ୍ର ହେବା, ନିରୀହ ଜନତାଙ୍କ ମୃତ୍ୟୁ ସାରା ବିଶ୍ୱକୁ ଚକିତ କରିଦେଇଛି। ଏଥିପାଇଁ ଆମେରିକା, ଇସ୍ରାଏଲ, ୟୁକ୍ରେନ, ରୁଷିଆଙ୍କୁ ଏପରି ଭୟଙ୍କର ବିପଦରୁ ରକ୍ଷା ସହିତ ଓ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ବିଶେଷ କରି ଭାରତ ଆନ୍ତର୍ଜାତିକସ୍ତରରେ ସବୁ ପ୍ରକାର ଚେଷ୍ଟା ଚଲାଇଛି। ଏହାସତ୍ତ୍ୱେ ଏହାର ମୁକାବିଲା ଥିଲା ମାନବ ସମାଜ ପାଇଁ ଏକ ଗୁରୁତ୍ୱପୁର୍ଣ୍ଣ ଭୂମିକା।

ଆମ ରାଜ୍ୟ ଓ ଦେଶ ପରିପ୍ରେକ୍ଷୀରେ ବହୁତ କିଛି ଘଟଣା, ଦୁର୍ଘଟଣା ଘଟିଯାଇଛି ଏବଂ ଏହାର ସଫଳ ମୁକାବିଲା ମଧ୍ୟ ହୋଇଛି। ଦେଶରେ ରାଜନୀତି କ୍ଷେତ୍ରଠାରୁ ଆରମ୍ଭ କରି ସାମାଜିକ କ୍ଷେତ୍ରରେ ବହୁତ କିଛି ପରିବର୍ତ୍ତନ ହୋଇଛି। ଆମ ରାଜ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା, କୃଷି, ମତ୍ସ୍ୟଚାଷ ଓ ପର୍ଯ୍ୟଟନ କ୍ଷେତ୍ରରେ ଉଲ୍ଲେଖନୀୟସଫଳତା ହାସଲ କରିବା ଆମ ପାଇଁ ଏକ ଗୌରବର ବିଷୟ। ବିଗତ ବର୍ଷ ଓଡିଶାରେ ଦୁଇ ଥର ପାଇଁ ହକି ବିଶ୍ୱକପ ଆୟୋଜନ କରାଯିବା ଏବଂ ହାର୍ଦ୍ଦିକ ସିଂହ ବିଶ୍ୱର ଶ୍ରେଷ୍ଠ ଖେଳଳୀଭାବେ ପୁରସ୍କୃତ ହେବା କ୍ରୀଡାଜଗତ ପାଇଁ ଏକ ଅଭୁତପୂର୍ବ ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ। ଅଲମ୍ପିକରେ ଭାରତ ହକିରେବ୍ରୋଞ୍ଚ ପଦକ ଜିତିବା ଏବଂ ଓଡିଶା ହକି ଟିମ୍ ପ୍ରଥମ ଥର ପାଇଁ ସର୍ବଭାରତୀୟ କ୍ରୀଡାରେ ଚାଂପିଆନ ହେବା ଆମ ରାଜ୍ୟ ପାଇଁ ଗୌରବ ଆଣିଦେଇଛି। ଜନସାଧାରଣଙ୍କ ପାଇଁ ଅଦାଲତି ବ୍ୟବସ୍ଥାର ସରଳୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଓଡିଆରେ ରାୟ ପ୍ରକାଶ, ଜନସ୍ୱାର୍ଥ ମାମଲା, ପୋର୍ଟାଲ, ଡିଜିଟାଇଜେସନ ବ୍ୟବସ୍ଥା କିମ୍ବା ଆଭାସି ଅଦାଲତ ନ୍ୟାୟିକ ବ୍ୟବସ୍ଥାକୁ ସହଜ କରିଛି, ଯାହାକି ସବୁସ୍ତରର ଲୋକମାନଙ୍କ ମୁହଁରେ ହସ ଫୁଟିପାରିଛି।

ବିଗତ ଦିନରେ ରାଜ୍ୟ, ଦେଶ ଓ ସମଗ୍ର ବିଶ୍ୱ ଅନେକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଓ ଏହାର ମୁକାବିଲା ପାଇଁ ଅନେକ କିଛି ଶିକ୍ଷା ଦେଇଛି। ସାରା ବିଶ୍ୱ ଯେପରି ଗୋଟିଏ ସ୍ୱରରେ, ଗୋଟିଏ ମନ ପ୍ରାଣରେ ହିଂସା, ସାଂପ୍ରଦାୟିକତା ଓ ଆତଙ୍କବାଦ ବିରୁଦ୍ଧରେ ଲଢେଇ କରି ବିଜୟୀ ହୋବାକୁ ଚେଷ୍ଟା କରୁଛି ଭାରତ ସେଥିରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ବିଗତ ବାତ୍ୟାରେ ପ୍ରଭାବିତ ହୋଇଥିବା ଓଡିଶାକୁ ଏହି ସରକାର ଠିକ୍ ଭାବରେ ପରିଚାଳନା କରି ବାତ୍ୟାର ମୁକାବିଲା କରିଥିଲେ ଯାହାକୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଭୁୟସୀ ପ୍ରଶଂସା କରିଥିଲା। ଗତ କିଛି ଦିନ ତଳେ ମାଟିର ସୁଡଙ୍ଗ ତଳୁ ଫସିଥିବା ଶ୍ରମିକଙ୍କର ଉଦ୍ଧାର ଅଭିଯାନରେ ଆଧୁନିକ ଟେକ୍ନୋଲୋଜିର ବ୍ୟବହାର ସହ ସର୍ବୋପରି ଚନ୍ଦ୍ରପୃଷ୍ଠରେ ଭାରତର ସ୍ୱତନ୍ତ୍ର ଅଭିଯାନର ସଫଳତା ସାରା ବିଶ୍ୱରେ ପ୍ରଶଂସିତ ହୋଇଥିଲା। ବ୍ଲାକ୍ ହୋଲ ଅଧ୍ୟୟନ କ୍ଷେତ୍ରରେ ଉପଗ୍ରହ ପ୍ରେରଣାରେ ଭାରତ ଆମେରିକା ପରେ ବିଶ୍ୱର ଦ୍ୱିତୀୟ ରାଷ୍ଟ୍ର ହୋଇପାରିଛି। ଭାରତ ନିଜର ପ୍ରତିରକ୍ଷା କ୍ଷମତାରେ ନିଜର ଶକ୍ତି ବଢାଇବା ପାଇଁ ୨୦୨୪ରେ କ୍ଷପଣାସ୍ତ୍ର ପ୍ରଯୁକ୍ତିରେ ବିକାଶ ସହ ଏହାର ପରୀକ୍ଷଣ କରିଛି। ଭାରତ ଜୋରାବର୍ଗ ନାମକ ଏକ ଲାଇଟ୍ ଟ୍ୟାଙ୍କକୁ ବିକଶିତ କରି ନିଜର ସାମରିକ ଶକ୍ତି ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଉନ୍ନତ ମିଜାଇଲର ପରୀକ୍ଷଣ ସହ ଟେକ୍ନୋଲୋଜି ରାଷ୍ଟ୍ର ସମୁହରେ ସାମିଲ କରିପାରିଛି। ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡଃ. ମନମୋହନ ସିଂହଙ୍କ ଦେହାନ୍ତ ସମଗ୍ର ଦେଶ ତଥା ବିଦେଶରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

୨୦୨୫ରେ ଆମେ ସମସ୍ତେ ମିଳିମିଶି ସ୍ନେହ, ସହାନୁଭୁତି ଭିତରେ ରହି ସମସ୍ତ ପ୍ରକାର ଆହ୍ୱାନକୁ ସାମନା କରି ସମାଧାନ କରିବା, ଯାହାଫଳରେ ରାଜ୍ୟ, ଦେଶ ତଥା ବିଶ୍ୱର ସର୍ବମଙ୍ଗଳ ହେବ ଏଥିରେ ତିଳେମାତ୍ର ସଂଦେହର ଅବକାଶ ନାହିଁ। ନୂଆ ବର୍ଷ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଆଣିଦେଉ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଆମର ପ୍ରାର୍ଥନା।

Dasarathi Satapathy

Dasarathi Satapathy

Former Secretary, Odisha Legislative Assembly
Mob No– 9337449373

Related Posts

Vipul’s Voice: One Kilogram of Awareness
More

Vipul’s Voice: 
One Kilogram of Awareness

by Vipul Agarwal
April 19, 2026

Vipul Agarwal, Delhi, 19 April 2026 Recently, we had a very interesting discussion at a Sunday dialogue session at Delhi....

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୪)

April 14, 2026
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
Vipul’s Voice: Herd Ego

Vipul’s Voice:
Herd Ego

March 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୩)

March 14, 2026
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.