• About
  • Contact
Thursday, October 16, 2025
Thursday, October 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

୮୧ତମ କଳିଙ୍ଗ ଭାରତୀ ଭଞ୍ଜ ଜୟନ୍ତୀ ଉଦଯାପିତ

୮୧ତମ କଳିଙ୍ଗ ଭାରତୀ ଭଞ୍ଜ ଜୟନ୍ତୀ ଉଦଯାପିତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, କଟକ, ୨୬ ଅକ୍ଟୋବର ୨୦୨୪

ଓଡ଼ିଶାର ଦ୍ୱିତୀୟ ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ କଳିଙ୍ଗ ଭାରତୀ ଓ ଉତ୍କଳ ଛାତ୍ର ସାହିତ୍ୟ ସମାଜ ଅନୁକୁଲ୍ୟରେ ସ୍ଥାନୀୟ ମିଶନ ରୋଡ଼ ସ୍ଥିତ ଭଞ୍ଜ ମଣ୍ଡପ ଠାରେ ଷଷ୍ଠ ରଜନୀ ବ୍ୟାପି ଚାଲିଥିବା ୮୧ତମ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ସମାରୋହ ଆଜି ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ସଭାପତିତ୍ୱ କରିଥିଲେ କଳିଙ୍ଗ ଭାରତୀ ର ସଭାପତି ଡାକ୍ତର ଶୈଳେଶ୍ୱର ନନ୍ଦ। ମୁଖ୍ୟ ଅତିଥି ଭାବେ ଝାରଖଣ୍ଡ ଉଚ୍ଚ ନ୍ୟାୟାଳୟ ର ପୂର୍ବତନ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଯୋଗ ଦେଇ ଉପେନ୍ଦ୍ର ଭଞ୍ଜଙ୍କୁ ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ପ୍ରଚାର ପ୍ରସାର କରିବାରେ କଳିଙ୍ଗ ଭାରତୀ ର ଦୀର୍ଘ ବର୍ଷ ର ସଂଗ୍ରାମ କୁ ସାଧୁବାଦ ଦେଇ ଥିଲେ। ପ୍ରଧାନ ବକ୍ତା ଶ୍ରୀ ମନମୋହନ ଆଚାର୍ଯ୍ୟ ଭଞ୍ଜ ସାହିତ୍ୟର ବିଭିନ୍ନ କାବ୍ୟରୁ ଉଦ୍ଧାରଣ ଦେଇ କିପରି ଉପେନ୍ଦ୍ର ଭଞ୍ଜ ଶବ୍ଦର କୋଣାର୍କ ଗଢ଼ିଥିଲେ ତାହା କହିଥିଲେ ।

ଏହି ଉତ୍ସବ ରେ ବିଶିଷ୍ଠ ଭଞ୍ଜ ଗବେଷକ ଡ଼ ବାଉରୀବନ୍ଧୁ ସାହୁ ଓ ଡ଼ କମ୍ବୁପାଣି ସାମନ୍ତଙ୍କୁ ଜୀବନ ବ୍ୟାପି ଭଞ୍ଜ ଗବେଷଣା ପାଇଁ ” କଳିଙ୍ଗ ଭାରତୀ ସମ୍ମାନ” ଓ ଶ୍ରୀ ବ୍ୟୋମ ବିହାରୀ ରଥଙ୍କୁ ରୀତି କାବ୍ୟ ରଚନା ନିମନ୍ତେ ” ବିଚ୍ଛନ୍ଦ ଚରଣ ସମ୍ମାନ” ପ୍ରଦାନ କରାଯାଇଥିବା ବେଳେ ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଭଞ୍ଜ ଜୟନ୍ତୀର ବିଦଗ୍ଧ ସ୍ରୋତା ଭାବେ ଶ୍ରୀ ସଚ୍ଚିଦାନନ୍ଦ ନନ୍ଦଙ୍କୁ ” କୁଳମଣି କର- ଇନ୍ଦୁମତୀ ଦେବୀ ସମ୍ମାନ” ଦିଆ ଯାଇଥିଲା । ଅନୁଷ୍ଠାନର ନିର୍ବାହୀ ସଭାପତି ଶ୍ରୀ ପ୍ରଭାତ କୁମାର ନନ୍ଦ ସ୍ୱାଗତ ଭାଷଣ ଦେଇ ଥିବା ବେଳେ ସମ୍ପାଦକ ଡାକ୍ତର ଅଂଶୁମାନ କର ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ବର୍ଦ୍ଧିତ ପ୍ରତିଭା କଳାବିକାଶ କେନ୍ଦ୍ରର ଗୁରୁ ତନ୍ମୟ ହୋତା ଓ ତାଙ୍କ ଶିଷ୍ୟା ମାନେ ସମବେତ ସଂଗୀତ ପରିବେଷଣ କରିଥିଲେ । ଶେଷରେ ବିଭିନ୍ନ ଦିନର ସାଂସ୍କୃତିକ ପ୍ରତିଯୋଗିତା ମାନଙ୍କ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ ଓ ସହଯୋଗ କରିଥିଲେ ଡ଼.ଅନୁପ ମାର୍ଥା, ଅଧ୍ୟାପକ ବିଶ୍ୱରଂଜନ ଦାସ, ଶ୍ରୀ ପ୍ରଦୀପ କର,ଡ଼.ସ୍ନେହଲତା ମିଶ୍ର, ଶ୍ରୀମାନ ଅମ୍ଲାନ ପଟ୍ଟନାୟକ ଓ ଅନୁଷ୍ଠାନ ର ଅନ୍ୟ କର୍ମକର୍ତା ବୃନ୍ଦ।

Nirvik Bureau

Nirvik Bureau

Related Posts

ଟଙ୍କା ଦିଅ … ଚାକିରୀ ନିଅ
More

ଟଙ୍କା ଦିଅ … ଚାକିରୀ ନିଅ

by Nirvik Bureau
October 15, 2025

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୫ ଅକ୍ଟୋବର ୨୦୨୫ ଓଡ଼ିଶାରେ ଟଙ୍କା ଦେଲେ ସରକାରୀ ଚାକିରୀ ମିଳିପାରୁଛି ଏକଥାଟି ସମସ୍ତଙ୍କୁ ଅଡ଼ୁଆ ଲାଗିପାରେ ମାତ୍ର କିଛି ଦିନ...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୬୫)

October 14, 2025
Sanctimonia Tales: Sanctimonia’s Matchbox Manifesto: Safety Through Self-Censorship

Sanctimonia Tales:
Sanctimonia’s Matchbox Manifesto: Safety Through Self-Censorship

October 13, 2025
Dhanada’s Discourse: China is run by Engineers, America by Lawyers and India by Bureaucrats

Dhanada’s Discourse:
China is run by Engineers, America by Lawyers and India by Bureaucrats

October 11, 2025
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୬୪)

August 30, 2025
Vipul’s Voice: Unconcerned and Responsible

Vipul’s Voice:
Unconcerned and Responsible

August 19, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.