• About
  • Contact
Friday, September 18, 2026
Friday, September 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୫୬)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଅପ୍ରେଲ ୨୦୨୫

ସେଦିନ ଥିଲା ପିଢ ବୈଠକ ର ଶେଷଦିନ। ବୈଠକ ଶେଷରେ ସମସ୍ତେ ଖାଇସାରି ଗପ କରୁଥାନ୍ତି। ଝରା ଭାଇ କଥା ଆରମ୍ଭ କରି କହିଲେ, “ଆମ ଲୋକକଥା କେବଳ ଏକ ପ୍ରାମାଣିକ ତଥ୍ୟ ନୁହେଁ ବରଂ ସମସ୍ତ ପ୍ରାମାଣିକ ତଥ୍ୟକୁ ପ୍ରମାଣ କରିବାର ଏକ ବଳିଷ୍ଟମାଧ୍ୟମ ବୋଲି ମୋର ମତ।ତେବେ ଡୁଲାଇସୁରା ପଞ୍ଚାୟତର ଲୁଙ୍ଗା ଗାଁର ଭୂୟାଁମାନେ ବାଘିଆକୁ ନେଇ ଥିବା ଏକ ଲୋକ କଥା ମୋ ନିକଟରେ କହୁଥିଲେ ତାହ୍ ମୁଁ ନିମ୍ନରେ ଉଲ୍ଲେଖ କରୁଛି।”

“କଥାଟି ହେଉଛି ଏହିଭଳି – ଆଜକୁ ଚାରିଶହ ବର୍ଷତଳେ ଲୁଙ୍ଗାରେ ରହୁଥିବା ଭୂୟାଁ ମାନେ ବଣେଇ ନିକଟସ୍ଥ ଗମଲେଇ ଗାଁରେ ରହୁଥିଲେ। ସେଠାରୁ କିଛି ଭୂୟାଁ ଲୁଙ୍ଗା ଗାଁକୁ ଆସି ନୁତନ ଗ୍ରାମ ପ୍ରତିଷ୍ଟା କରି ରହିଲେ। ସେହି ସମୟରେ ଗାଁର ପ୍ରଧାନଙ୍କ ଏକ ପୁଅଟିଏ ହେଲା। ବୟସର ବଢିବା ସଙ୍ଗେସଙ୍ଗେ ତାର ଆଚରଣ ଓ ବ୍ୟବହାରରେ ବହୁ ପରିବର୍ତ୍ତନ ପରିଲକ୍ଷିତ ହେଲା। ସେ ଅତ୍ୟନ୍ତ କ୍ରୋଧୀ ଓ ହିଂସ୍ର ସ୍ବଭାବର ଥିଲା (ଯାହାକୁକି ଲୋକମାନେ ବାଘ ବୋଲି କହୁଥିଲେ)। ତେଣୁ ପ୍ରଧାନ ତାର ବିବାହ ନକରାଇ ତାର ସାନଭାଇର ବିବାହ କରାଇଲେ। ବଡପୁଅଟି (ତାର ନାମ ବାଘୁଡି ରଖିଥିଲେ) ଗୋଚିଏ କୋଠରୀ ମଧ୍ୟରେ ଏକୁଟିଆ ରହୁଥିଲା। ତାର ଭାଇବୋହୁ ପ୍ରତ୍ୟହ ସକାଳେ, ଖରାବେଳେ ଓ ରାତ୍ରିରେ ତା ଘରେ ଖାଦ୍ୟ ଆଣି ଦେଉଥିଲା। ଦିନକର କଥା ଚାଷକାର୍ଯ୍ୟ ପାଇଁ (ତଇଳା କାଟିବାରେ ବ୍ୟସ୍ତଥାଇ) ବୋହୂଟି ତାର ଦେଢଶୁରକୁ ସକାଳ ଖାଦ୍ୟ ଦେଇ ପାହାଡକୁ କମାଣ କଟିବାପାଇଁ ଚାଲିଗଲା। ଖରାବେଳେ ଖାଇବା ସମୟ ଗଡିଗଲା କିନ୍ତୁ ଭାଇବୋହୁ ନ ଆସିବାରୁ ବ୍ୟାଘ୍ର ସ୍ବଭାବର ବଡଭାଇ ଶୁଙ୍ଘି ଶୁଙ୍ଘି କମାଣ କାଟୁଥିବା ଭାଇବୋହୁ ନିକଟରେ ପହଞ୍ଚି ତାକୁ ହତ୍ୟା କଲା।”

ଏହି ଘଟଣା ପରେ ଘରର ଲୋକମାନେ ବଡଭାଇ ବାଘୁଡିକୁ ନେଇ ନିକଟବର୍ତ୍ତୀ ଏକ ପାହାଡର ଗୁମ୍ଫାରେ ଛାଡି ଆସିଲେ ଓ ପ୍ରତ୍ୟହ ତା ପାଇଁ ଖାଦ୍ୟ ଓ ଜଳ ନେଇ ସେଠାରେ ଦେବାକୁ ଲାଗିଲେ।ଦିନକର କଥା ଖାଦ୍ୟ ନେଇଯାଇଥିବା ସାନଭାଇ ଭୟରେ ତରବର ହୋଇ ଖାଦ୍ୟ ଦେଇ ଫେରିବା ସମୟରେ ସାଙ୍ଗରେ ନେଇ ଯାଇଥିବା ଢାଳଟିକୁ ଆଣିବା ପାଇଁ ଭୁଲିଗଲା। ପୁଣି ବଡଭାଇ ବାଘୁଡି ନିକଟକୁ ଢାଳ ପାଇଁ ଯିବାବେଳେ ବଡଭାଇ ପାହାଡ ଉପରୁ ଥାଇ କହିଲା ଯେ ମୁଁ ଢାଳଟିକୁ ତଳକୁ ପକାଉଛି ଢାଳଟି ଯେଉଁଠାରେ ପଡିବ କାଲିଠାରୁ ତୁ ସେହିଠାରେ ଖାଦ୍ୟ ରଖିଯିବୁ। ବଡଭାଇର କଥାମାନି ସାନଭାଇ ସେଭଳି ଖାଦ୍ୟ ଦେବାକୁ ଲାଗିଲା। ବାଘୁଡିକୁ ବା ବାଘିଆକୁ ସମର୍ପଣ ନକଲେ ତାର ଅନିଷ୍ଟ ହେବ ବୋଲି ଭାବିଲା। ବାଘିଆକୁ ମଧ୍ୟ ଏକ ଗୁପ୍ତପୂଜା ମାଧ୍ୟମରେ ସନ୍ତୁଷ୍ଟ କରିବାର ବିଧି ରହିଛି।” ଏହାଶୁଣି ବରୁଣଡିହୀ ଗାଁ ର ଦେହୁରୀ ଭଜନି ଦେହୁରୀ ତାଙ୍କ ଅନୁଭୁତି କଥା କହିଲେ।

“ବଣେଁଇ ଅନ୍ତର୍ଗତ ଡୁଲେଇସୁରା ପଂଚାୟତର ଡୁଲେଇସୁରା ଗାଁରେ ଆମ ଭୂୟାଁ ସଂପ୍ରଦାୟର କିଛି ବୟସ୍କ ଲୋକମାନଙ୍କ ସହ ସେମାନଙ୍କର ଚାଷ ପଦ୍ଧତି, ସାମାଜିକ ବ୍ୟବସ୍ଥା, ଦେବାଦେବୀ, ଜଙ୍ଗଲରୁ ଆଣୁଥିବା ଚେରମୁଳି ଓ କିଛି ନିର୍ଦ୍ଦିଷ୍ଟ ପୂଜାପଦ୍ଧତି ଯାହା ସଂମ୍ପୁର୍ଣ ଗୋପନୀୟ ବାବଦରେ କଥା ହେଉଥିବା ବେଳେ ଜଣେ ବୟସ୍କ ଭୂୟାଁଲୋକ ଏକ ତମ୍ବାଥାଳିର ଅଲୌକିକତା ସଂମ୍ପର୍କରେ କିଛି କଥା ମୋତେ କହୁଥିଲେ। ଡୁଲେଇସୁରା ଗାଁରେ ଏକ ବଡ ତମ୍ବାଥାଳିଅଛି।କୌଣସି ଲୋକକୁ ସର୍ପାଘାତ କିମ୍ବା ଅନ୍ୟ କୌଣସି ବିଷଧର କୀଟ ଦଂଶନ କଲେ ସେହି ବ୍ୟକ୍ତିର ପିଠିରେ ଥାଳିଟିକୁ ଲଗାଇ ରଖାଯାଏ। ବିଷ ଥିବାଯାଏ ଥାଳିଟି ଉକ୍ତ ବ୍ୟକ୍ତିଟିର ପିଠିରେ ଲାଗିକରି ରହିଥାଏ। ତାପରେ ଥାଳିଟି ତାର ପିଠିରୁ ଆପେ ଆପେ ଖସିପଡେ।ବହୁ ଲୋକ ଏହି ଥାଳି ଦ୍ବାରା ଭଲହେଉଥିବାର ଗାଁର ଲୋକମାନେ କହନ୍ତି।” ସଭା ରେ ସଭାପତିତ୍ବ କରୁଥିବା ବିଲୁଆ ଭାଇ କହିଲେ ଯେ, “ମୁଁ ଆପଣମାନଙ୍କ ମତକୁ ସମ୍ମାନ ଦେଉଛି। କିନ୍ତୁ ମୋର ଅନୁରୋଧ ରୋଗିକୁ ନିକଟବର୍ତ୍ତି ଡାକ୍ତରଖାନାକୁ ନେବା ଉଚିତ ଓ ଏହା ଏକ ଅନ୍ଧବିଶ୍ବାସ।” ତେବେ କିଛି ବୟସ୍କ ଲୋକ ତାଙ୍କ ମତରେ ସନ୍ତୁଷ୍ଟ ନଥିଲାଭଳି ଜଣା ପଡୁଥିଲା। କଥାବାର୍ତ୍ତା ସେତିକି ରଖି ସମସ୍ତେ ଘରକୁ ଯିବାପାଇଁ ବାହାରିଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.