• About
  • Contact
Tuesday, August 18, 2026
Tuesday, August 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୬୧)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଜୁଲାଇ ୨୦୨୫

ତା ପରଦିନ ସକାଳୁ ସକାଳୁ ଉଠି ମନ୍ମଥ ଓ ମୁଁ ଆମ ଘରକୁ ବାହାରି ପଡିଲୁ। ପାଳ୍ଲହଡା ହୋଇ ଖୁଣ୍ଟଗାଁ ରେ ପହଞ୍ଚିଲା ବେଳକୁ ଦିନ ଦୁଇଟା ହୋଇ ଯାଇଥିଲା। ସେଠାରୁ ଗୋଟିଏ ଅଟୋ କରି ଘରେ ପହଞ୍ଚି ଦେଖିଲୁ ବାପା ଦାଣ୍ଡ ପିଣ୍ଡା ରେ ବସିଛନ୍ତି। ଆମକୁ ଦେଖି ବହୁତ ଖୁସି ହୋଇଗଲେ। ଆମକୁ ଘରକୁ ଡ଼ାକି ନେଇ ବୋଉକୁ ଡାକ ପକାଇ କହିଲେ, “ପାଣି ଆଣ, ଚିନା ଓ ମନ୍ମଥ ଆସିଛନ୍ତି।” ବୋଉ ବାଡିପଟେ କଣ କରୁଥିଲ ବାପାଙ୍କ ଡାକରେ ଆସି ପହଞ୍ଚି ମନ୍ମଥ କୁ ପାଣି ଢାଳେ ବଢାଇ ରୋଷେଇ ଘରକୁ ଖାଇବାକୁ ବାଢ଼ିବା ପାଇଁ ଚାଲିଗଲା। ଗୋଡହାତ ଧୋଇ ମନ୍ମଥ ମଧ୍ୟ ବାପା ଙ୍କ ସହିତ କଥାବାର୍ତ୍ତା ହେଲା। କଥା ଛଳରେ ବାପା କହିଲେ, “ବାବୁ ତୁମକୁ ଗୋଟିଏ କଥା କହିବାର ଥିଲା। ଯଦି କିଛି ଖରାପ ନ ଭାବିବ ତେବେ କହିବି।” ମନ୍ମଥ କିଛି ନ ବୁଝି ପାରି ବାପାଙ୍କୁ ବଲବଲ ହୋଇ ଚାହିଁ ରହିଲା। କିଛି ସମୟ ପରେ କହିଲା, “କୁହନ୍ତୁ ଖରାପ କାହିଁକି ଭାବିବି? ଆପଣ ମୋର ଗୁରୁଜନ। ବାପା କଥାକୁ କଣ୍ ପୁଅ ଖରାପ ଭାବେ?” ଏଥର ବାପା କହିଲେ, “ବାବୁ ଦେଖୁଛ ତ ତୁମ ଶଳା ଦଶରଥ କୁ ଏତେ ବଡ ପିଲା ହେଲାଣି ଘରେ କୁଟା ଖଣ୍ଡକୁ ଦୁଇଖଣ୍ଡ କଲାନି। ମାଟ୍ରିକ ପରେ ଆଉ ପାଠ ପଢ଼ିଲା ନାହିଁ। ସାହି ପିଲାଙ୍କ ସହିତ ମିଶି କୁଆଡେ କୁଆଡେ ବୁଲୁଛି। ଘରକୁ କେବଳ ଖାଇବା ସମୟରେ ଆସିବ। ବାକି ସମୟରେ ସେହି ଦରବାର ଘରେ ବସି ତାସ ଖେଳୁଥିବ। କାଲି ଖାଉଥିଲା ତାକୁ ମୁଁ କହିଲି ଦଶରଥ ଦେଖୁଛୁ ତ ମୋ ଦେହ ଖରାପ। ବିଲବାଡ଼ି କାମ ଚାଲିଛି। ବୋଉ ଏକୁଟିଆ କେତେ କାମ କରିବ। ତୁ ଟିକିଏ ମିଶିଗଲେ କାମଟା ସହଳ ସରିଯାନ୍ତା। ଏତିକି କଥାରେ ରାଗ ତମ ତମ ହୋଇ ଅଧା ଖାଇବାରୁ ଉଠିଗଲା। ରାତିରେ ମଧ୍ୟ ଖାଇବା ପାଇଁ ଆସିଲା ନାହିଁ। ତା ମା ମୋ ଉପରେ ରାଗି କରି ଖପ୍ପା। ତୁମେ କାହିଁକି ତାକୁ ଏପରି କହିଲ। ଛୁଆଟା ଖିଆ ପିଆ ନାହିଁ କୁଆଡେ ବୁଲୁଛି। ଯାଅ ତାକୁ ଡାକି କରି ଆଣିବ। ମୁଁ ଦରବାର ଘରେ ପହଞ୍ଚି ଖୋଜିଲି। ସେଠି ତାର ସାଙ୍ଗ ପିଲାମାନେ କହିଲେ ସେ ଜଙ୍ଗଲ ଆଡେ ଯାଇଛି ବୋଲି। କାଲି ରାତିରେ ମଧ୍ୟ ଘରକୁ ଆସିନି। ମନଟା ଭଲ ଲାଗୁନି।” ମନ୍ମଥ ମନେ ମନେ ବ୍ୟସ୍ତ ହୋଇ ପଡିଲେ ମଧ୍ୟ ତାହାକୁ ପ୍ରକାଶ ନ କରି କହିଲା, “ତୁମେ ବ୍ୟସ୍ତ ହୁଅନି। ମୁଁ ଏବେ ଯାଉଛି ଜଙ୍ଗଲ ଆଡେ। ତାକୁ ସଙ୍ଗରେ ନେଇ ଆସିବି।” ବାପା ବାରଣ କରି କହିଲେ, “ଥାଉ ବାପା। ତୁମେ ଏତେ ବାଟରୁ ଆସିଲ। ଥକି ଯାଇଥିବ। ତୁମେ ଖାଇକରି ବିଶ୍ରାମ ନିଅ। ଏଣେ ମଧ୍ୟ ସନ୍ଧ୍ୟା ହେବାକୁ ବସିଲାଣି।” ମନ୍ମଥ କିନ୍ତୁ ବାପାଙ୍କ କଥା ନ ଶୁଣି ଉଠି ଜଙ୍ଗଲ ଆଡେ ବାହାରି ଗଲା।

ମୋ ମନଟା ମଧ୍ୟ ଭଲ ଲାଗୁ ନ ଥାଏ। ବୋଉ ମଧ୍ୟ ମନ୍ମଥ ଜଙ୍ଗଲ ଆଡ଼କୁ ଯାଇଥିବା ଶୁଣି ବାପାଙ୍କ ଉପରେ ରାଗିଲା। ଏହି ସମୟରେ ମନ୍ମଥ ଦଶରଥ କୁ ସାଙ୍ଗରେ ଧରି ଆସି ପହଞ୍ଚିଲା। ତାକୁ ଦେଖି ବୋଉ ଖୁସି ହୋଇ ଉଭୟଙ୍କ ପାଇଁ ଖାଇବା ପାଇଁ ଉଠିଗଲା। ଖାଇ ସାରିବା ପରେ ବାପା ମନ୍ମଥ କୁ ଡାକି କହିଲେ, “ବୁଝିଲ ବାବୁ, ମୋର କଥା ଅଧା ରହିଥିଲା। ଏ ଟୋକା ତ କିଛି କରିବନି। ମୁଁ କାଲି ଠାରୁ ଯାଉଛି ବିଲକୁ।” ଏହାଶୁଣି ମନ୍ମଥ କହିଲା, “କାଲି ଦଶରଥ କୁ ନେଇ ମୁଁ ବିଲକୁ ଯିବି। ଆପଣ ବିଶ୍ରାମ ନିଅନ୍ତୁ।” ତା ପରଦିନ ଠାରୁ ମନ୍ମଥ, ଦଶରଥ ଓ ବୋଉ ବିଲ କାମରେ ଲାଗିଗଲେ।ଛଅଦିନ ମଧ୍ୟରେ ସବୁ କାମ ସରିଗଲା।
ସେଦିନ ମନ୍ମଥ ଓ ମୁଁ ବସି ଦାଣ୍ଡରେ କଥା ହେଉଛୁ ଏହି ସମୟରେ ଝରା ଭାଇ ଆସି ପହଞ୍ଚିଲେ। ତାଙ୍କୁ ଦେଖି ମନ୍ମଥ ବହୁତ ଖୁସି ହୋଇଗଲା। ମୁଁ ତାଙ୍କ ପାଇଁ ପାଣି ଆଣିବା ପାଇଁ ଉଠିଗଲି। ଝରା ଭାଇ ଦାଣ୍ଡରେ ବସି ମନ୍ମଥ ସହିତ କଥା ହେଲେ। କଥା ପ୍ରସଙ୍ଗରେ ଝରା ଭାଇ କହିଲେ, “ମନ୍ମଥ ମୁଁ ଏହି ପାଖ ଗାଁ କୁ ଗୋଟିଏ କାମରେ ଆସିଥିଲି। ଭାବିଲି ଭାଇଙ୍କ ଦେହ କଣ ଖରାପ ଥିଲା ଯାଇ ଦେଖିଆସେ। ସେଥିପାଇଁ ଚାଲି ଆସିଲି।” ଏହି ସମୟରେ ବାପା ଶୋଇଥିଲେ ଝରା ଭାଇ ଙ୍କ ପାଟି ଶୁଣି ଦାଣ୍ଡ ପିଣ୍ଡାକୁ ଆସିଲେ ଏବଂ କହିଲେ, “ଆସିଲ ଭଲ କଲ। ତୁମ ପାଖରେ ମୋର ମଧ୍ୟ ଗୋଟିଏ କାମ ଥିଲା।” ଏହାଶୁଣି ଝରା ଭାଇ କହିଲେ, “କରୁନାହାନ୍ତି ଭାଇ।” ବାପା ଏହାପରେ କଥା ଆରମ୍ଭ କରି କହିଲେ, “ନାହିଁ ମୋର ଦେହ ଭଲ ରହୁନାହିଁ। ମୁଁ ଭାବୁଛି ଯଦି ଗାଁ ବୈଠକ କରି ନୁଆ ଦେହୁରୀ ବାଛି ଦିଅନ୍ତେ ତେବେ ଭଲ ହୁଅନ୍ତା।” ଝରା ଭାଇ କହିଲେ, “ଠିକ ଅଛି, ଗାଁ ର ପ୍ରଧାନ ଶିର ଭାଇଙ୍କ ସହିତ କଥା ହୋଇ ବୈଠକ ଦିନ ଠିକ କରିଦେବା। ତାହା ପରେ ଯାହା ହେବ।” ଏହା କହି ସେ ମନ୍ମଥ କୁ ଧରି ପ୍ରଧାନ ଙ୍କ ଘରକୁ ଗଲେ। ବାପା ମଧ୍ୟ ମୋତେ ଶାଗ ମଞ୍ଜି ଘରୁ ଆଣି ତାଙ୍କୁ ଦେବାକୁ କହି କୋଦାଳ ଧରି ବାଡ଼ି ପଟକୁ ଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୮)

by ଭବେଶ ଚନ୍ଦ୍ର କର
August 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଅଗଷ୍ଟ ୨୦୨୬ ଏହା ଭିତରେ ମୋ ପୁଅ ସୁରଥ କେତେବେଳେ ଦୁଇବର୍ଷ ର ହୋଇଗଲାଣି ଜଣା ପଡ଼ିଲା ନାହିଁ। ଏବେ...

Read more
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.