• About
  • Contact
Tuesday, August 11, 2026
Tuesday, August 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୬୩)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଅଗଷ୍ଟ ୨୦୨୫

ସେଦିନ ଡୁଲେଇସୁରା ଗାଁ ଟି ବତିଶି ବାଗ ଭୂୟାଁ ପିଢ ସଂଗଠନ ର ବୈଠକ ପାଇଁ ଚଳଚଞ୍ଚଳ ଥିଲା। ପିଢ ଅଧିନରେ ଥିବା ବିଭିନ୍ନ ଗାଁ ର ଭୂୟାଁ ନେତାମାନେ ଏହି ବୈଠକରେ ଏକତ୍ରିତ ହୋଇଥିଲେ। ବିଲୁଆ ଭାଇ ଙ୍କ ସଭାପତିତ୍ବରେ ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା କରାଗଲା। ସେଥିମଧ୍ୟରୁ ପ୍ରମୁଖ ବିଷୟଗୁଡ଼ିକ ଥିଲା ଭୂୟାଁ ଜନଜାତିର ଉତ୍ପତ୍ତି ବିଷୟରେ ଯୁବପିଢୀ ଙ୍କୁ ଅବଗତ କରାଇବା, ଗାଁ ର ସ୍ବୟଂ ଶାସନ ବ୍ୟବସ୍ଥାକୁ ମଜବୁତ କରିବା ଓ ଜଙ୍ଗଲ ସମ୍ପଦ ର ସୁରକ୍ଷା। ଏହି ସମୟରେ ବିଲୁଆ ଭାଇ କହିଲେ, “ଆମ ଭୂୟାଁ ମାନଙ୍କ ମଧ୍ୟରେ ପ୍ରଚଳିତ ଥିବା ଅନେକ ଲୋକକଥା ଏବେ ବୁଡ଼ି ଯିବାକୁ ବସିଲାଣି। ଯେମିତି ଆମ ଭୂୟାଁ ମାନଙ୍କ କଳ୍ପନା ରେ ପାହାଡ଼ ପର୍ବତ ମାନଙ୍କ ମଧ୍ୟରେ ବିବାହ ହେଉଥିଲା।” ମନ୍ମଥ ଏହା ଶୁଣି କହିଲା, “ବବା ତେବେ ସେହି ଲୋକକଥା ଟି ଶୁଣାନ୍ତୁ।” ବିଲୁଆ ଭାଇ କଥା ଆରମ୍ଭ କରି କହିଲେ,- “ଗନ୍ଧମାର୍ଦ୍ଦନ ପର୍ବତ ବାହା ହେବାକୁ ବାହାରିଥାଏ। ତା ସହିତ ଥାନ୍ତି ଅନେକ ବରଯାତ୍ରୀ। କନ୍ୟା ହେଉଛି ମାଲ୍ୟଗିରୀ ପର୍ବତ। ସର୍ତ୍ତ ଥିଲା ଯେ ବର ଓ ବରଯାତ୍ରୀ ରାତିରେ ଆସିବେ। ବାହାଘର ରାତିରେ ହେବ ଓ ବରକନ୍ୟା ରାତାରାତି ଫେରିଯିବେ। କିନ୍ତୁ ବର ଗନ୍ଧମାର୍ଦନ ବରଯାତ୍ରୀ ଙ୍କ ସହିତ ବାହାରିଲା ଏବଂ ବର୍ତ୍ତମାନ ଯେଉଁଠାରେ ଗନ୍ଧମାର୍ଦନ ପର୍ବତ ଅଛି ସେହିଠାରେ ରାତି ପାହିଗଲା। ତେଣୁ ଗନ୍ଧମାର୍ଦନ ପର୍ବତ ସେହିଠାରେ ଅଚଳ ହୋଇ ରହିଗଲା। କନ୍ୟାମାନେ ମଧ୍ୟ ବର ଘରକୁ ବାହା ହେବା ପାଇଁ ଯାଉଥିଲେ। ସାତଜଣ ଭଉଣୀ ସାତଭାଇ ଙ୍କୁ ବାହାହେବା ପାଇଁ ତାଙ୍କ ଘରକୁ ଯାଉଥିଲେ। ଜଙ୍ଗଲରେ ସେମାନେ ବାଟବଣା ହୋଇଗଲେ। ରାତି ପାହିଗଲା। ସାତଭଉଣୀ ପଥର ପାଲଟି ରହିଗଲେ ଏକ ପାହାଡ଼ ରେ। ସେହି ପାହାଡ଼ ଟିର ନାଁ ହୋଇଗଲା ସାତଭଉଣୀଆଁ ପାହାଡ଼।

ସେହିପରି ଖଣ୍ଡାଧାର ପାହାଡ କୁ ନେଇ ଏକ ଲୋକକଥା ରହିଛି। ଦୁଇଜଣ ଭାଇ ଲୁଗା ବ୍ୟବସାୟ କରୁଥିଲେ। ଥରେ ସେମାନେ ଲୁଗା କିଣିବା ପାଇଁ ହିରାଖଣ୍ଡ ବାହାରିଲେ। ସେମାନଙ୍କ ପାଖରେ ଟଙ୍କା ଅଳ୍ପ ଥାଏ। ରାସ୍ତାରେ ଯାଉଥିବା ସମୟରେ ସେମାନେ ଏକ ଖଣ୍ଡା ପାଇଲେ। ଖଣ୍ଡାଟି ତାଙ୍କୁ କହିଲା ମୋତେ ସାଙ୍ଗରେ ନିଅ ତୁମର ଟଙ୍କାର ଅଭାବ ରହିବ ନାହିଁ। ଦୁଇ ଭାଇ ଖଣ୍ଡା ଟିକୁ ସଙ୍ଗରେ ଧରି ଜିନିଷ କିଣିବାକୁ ଗଲେ। ସେମାନେ ଯେତେ ଲୁଗାପଟା କିଣୁଥାନ୍ତି ଲୁଗା ମୂଲ୍ୟ ର ଦୁଇଗୁଣ ଟଙ୍କା ସେମାନଙ୍କ ପାଖରେ ଅଦୃଶ୍ୟ ଭାବରେ ଆସି ଯାଉଥାଏ। ସେମାନେ ଲୁଗାପଟା କିଣିସାରିବା ପରେ ଖଣ୍ଡା ଟିକୁ ଗୋଟିଏ ଜାଗାରେ ରଖି ଅନ୍ୟ ଏକ ରାସ୍ତାରେ ଘରକୁ ଫେରୁଛନ୍ତି ରାସ୍ତାରେ ଖଣ୍ଡା ସହିତ ଭେଟ ହେଲା। ଖଣ୍ଡାଟି ତାଙ୍କୁ ସାଙ୍ଗରେ ନେବାକୁ ଅନୁରୋଧ କରିବାରୁ ସେମାନେ ଖଣ୍ଡା ଟିକୁ ସାଙ୍ଗରେ ନେଇ ଘର ନିକଟରେ ଥିବା ପାହାଡ଼ ଶିଖରରେ ରଖି ପୂଜା କଲେ। କାଳକ୍ରମେ ପାହାଡ଼ ଟିର ନାଁ ଖଣ୍ଡାଧାର ଓ ତାହାର ଶିଖରରୁ ବୋହି ଆସିଥିବା ଝରଣା ଟିର ନାଁ ଖଣ୍ଡାଧାର ଜଳପ୍ରପାତ ରହିଲା।”

ଖାଇବା ସମୟ ହୋଇ ଯାଇଥିଲା। ତେଣୁ ସମସ୍ତେ ଖାଇବା ପାଇଁ ଉଠିଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Dhanada’s Discourse: The Cloud Has a Thirst – India’s data-centre dilemma
More

Dhanada’s Discourse: 
The Cloud Has a Thirst – India’s data-centre dilemma

by Dhanada K. Mishra
August 10, 2026

Dhanada K Mishra, Hong Kong, 10 August 2026 At first glance, a data centre appears almost unreal. There are no...

Read more
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.