• About
  • Contact
Monday, March 16, 2026
Monday, March 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ -୭)

ଆମେ ପାଉଡି ଭୂୟାଁ (ଭାଗ-୫)
Share on FacebookShare on Xshare on Whatsappshare on Linkedin

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ମାର୍ଚ୍ଚ ୨୦୨୩

ସେଦିନ ମନ୍ମଥ ଜଙ୍ଗଲ ବୁଲାବୁଲି ସାରି ଜଙ୍ଗଲରୁ କିଛି ହାତପାଚେରି କୋଳି ଆଣି ଝରଣା କୂଳରେ ଚିନାମାଳୀ କୁ ଅପେକ୍ଷା କରିଥିଲା। ବହୁ ସମୟ ବିତିଗଲା କିନ୍ତୁ ସେ ନଆସିବାରୁ ବାଧ୍ୟହୋଇ ଘରକୁ ଯିବା ପାଇଁ ଉଠୁଛି ଏହି ସମୟରେ କାହାର ପାଦ ଶବ୍ଦ ଶୁଣି ଚମକି ପଡ଼ି ଦେଖେତ ତା ପଛପଟୁ ଚିନାମାଳୀ ପାଦଚିପି ଚିପି ଆସୁଛି। ମନ୍ମଥ ତାକୁ ଚାହିଁବାରୁ ସେ ହସିଦେଇ କହିଲା ମୋ ଉପରେ ରାଗି ଯିବୁଣି। କଣ କରିବି କହ ଘରକୁ କୁଣିଆ ଆସିଥିଲେ। ସେମାନେ ଗଲେ ଓ ମୁଁ ଆସିଲି। ମନ୍ମଥ ଚମକି ପଡ଼ି ପଚାରିଲା କ’ଣ ତତେ ଦେଖିବା ପାଇଁ ବରଘର ଆସିଥିଲେ କି? ତା କାନ୍ଧରେ ହାତ ରଖି ତାର ପିଠି କୁ ଆଉଜି ଚିନାମାଳୀ କହିଲା ନାଇଁ ମ ମୋ ପିଉସା ଓ ତାଙ୍କ ସାଙ୍ଗ କାଲି ଆସିଥିଲେ। ଆଜି ସେମାନେ ଗଲେ। ତାକୁ କଥାରୁ ମଝିରେ ଅଟକାଇ ମନ୍ମଥ କହିଲା ହଉ ଆସେ ଏଇଠି ବସ୍ ତୋ ପାଇଁ ଗୋଟିଏ ଭଲ ଜିନିଷ ଆଣିଛି। କଣ ଅମୃତ ମୋ ପାଇଁ ଆଣିଛୁ କହି ତା ପାଖରେ ବସିପଡ଼ିଲା ଚିନାମାଳୀ। କାନ୍ଧରେ ପଡ଼ିଥିବା ଗାମୁଛାର ଗୋଟିଏ ପଟ ଖୋଲି କିଛି କୋଳି ବାହାର କରି ଚିନାମାଳୀ ହାତକୁ ବଢାଇ ଦେଲା ମନ୍ମଥ। ନୁଆ କରି ଦେଖୁଥିବା ସେହି କୋଳି କୁ ଦେଖି ଚିନାମାଳୀ ପଚାରିଲା ଏ କି କୋଳି। ଆମ ଜଙ୍ଗଲ ରେ ଏ ପ୍ରକାର କୋଳି ମିଳେନାହିଁ। ତା କଥା ଶୁଣି ମନ୍ମଥ କହିଲା ଆଜି ଜଙ୍ଗଲ ର ବହୁତ ଦୂରକୁ ଯାଇଥିଲି। ସେଠି ଗୋଟିଏ ଛୋଟ ଗଛରେ ଏ କୋଳି ଫଳିଥିଲା। ଆମ ଗାଁ ଜଙ୍ଗଲ ରେ ଏ କୋଳି ବହୁତ ମିଳେ। ତେଣୁ ମୁଁ ଚିହ୍ନିଦେଲି। ଏ କୋଳିର ନାଁ ହାତପାଚେରି କୋଳି। କଣ ହେଲା ଏ କୋଳି ତ କଞ୍ଚା। କୋଳି ନାଁ ହାତପାଚେରି କାହିଁକି ରହିଲା ବୋଲି ଚିନାମାଳୀ ପଚାରିବାରୁ ତା ଉତ୍ତର ରେ ମନ୍ମଥ ତା ହାତକୁ ଗୋଟିଏ କୋଳି ବଢାଇ ଦେଇ ନିଜେ ଗୋଟିଏ କୋଳି ହାତ ଚକିରେ ରଖି କହିଲା ଏହିପରି ରଖି ଆର ହାତକୁ କୋଳି ଉପରେ ରଖି ଧୀରେ ଧୀରେ ବୁଲା ଦେଖିବୁ କୋଳି ଆପେଆପେ ପାଚିଯିବ। ତା କଥାନୁସାରେ ସେହିପରି କରିବାରୁ କୋଳି ଆପେଆପେ ନୁତୁନୁତୁ (ପାଚି ଯିବାକୁ ଭୂୟାଁମାନେ ନୁତୁନୁତୁ କହନ୍ତି) ହୋଇଯିବାରୁ ଆଶ୍ଚର୍ଯ୍ୟ ହୋଇ ଚିନାମାଳୀ ପଚାରିଲା ସତେତ କୋଳି ଆପେଆପେ ନୁତୁନୁତୁ ହୋଇଗଲା । ମନ୍ମଥ ହସିଦେଇ କହିଲା ଏଥର କୋଳିକୁ ଫଟାଇ ତା ଯେପରି କେନ୍ଦୁ ଖାଉ ସେହିପରି ଖା। ଚିନାମାଳୀ କୋଳି ଖାଇସାରି କହିଲା ସତରେ ବହୁତ ମିଠା କୋଳି । ଏତିକି କହି ସେ ଗାମୁଛା ରୁ କିଛି କୋଳି ନେଇ ଖାଇବାକୁ ଲାଗିଲା। ଏହି ସମୟରେ କିଛି ଲୋକଙ୍କ ପାଟିଶୁଣି ଚିନାମାଳୀ ପଚାରିଲା କ’ଣ ଗୋଟାଏ ପାଟି ଶୁଭୁଛି। ବୋଧହୁଏ ଆମ ଗାଁ ଲୋକେ ପାରିଧିକୁ ଆସିଛନ୍ତି। ଆଛା ଅନ୍ୟ ଜାତିର ଲୋକମାନେ ତ ପାରିଧିକୁ ଯାଆନ୍ତି ନାହିଁ। ଆମ ଜାତିର ଲୋକମାନେ କଣ ପାଇଁ ପାରିଧିକୁ ଯାଆନ୍ତି। ତା ପ୍ରଶ୍ନ ର ଉତ୍ତର ରେ ମନ୍ମଥ କହିଲା ଅନ୍ୟ ଆଦିବାସୀ ସଂପ୍ରଦାୟ ର ଲୋକମାନେ ମଧ୍ୟ ଜଙ୍ଗଲକୁ ଶୀକାର କରି ଯାଆନ୍ତି କିନ୍ତୁ ପାଉଡି ଭୂୟାଁମାନଙ୍କର ଭଳି ସଂଘବଦ୍ଧ ଭାବେ ନୁହେଁ। ତା ପର କଥା ହେଲା ଏହି ପାରିଧିକୁ ଆମେ ଭୁଲ ଅର୍ଥ କରି ପଶୁ ଶିକାର କରୁଛେ କିନ୍ତୁ ଆଗେ ପାରିଧିକୁ ଯାଇ ଆମ ଜାତିର ଲୋକମାନେ କଣ କରୁଥିଲେ ଆଜି ତୋତେ କହିବି।

ଦଳଗତ ଭାବେ ସମସ୍ତ କାର୍ଯ୍ୟ ସାରିବାର ମାନସିକତା ରଖିଥିବା ପାଉଡି ଭୂୟାଁମାନେ ଚୈତ୍ର ମାସରେ ଅଖଣ୍ଡ ଶିକାର ବା ଅଖିନ ପାରିଧି କରିବାକୁ ପରମ୍ପରାଗତ ଭାବେ ଜଙ୍ଗଲକୁ ଯାଆନ୍ତି। ଅନେକ ଲୋକ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ଧରି ଜଙ୍ଗଲର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଘେରାଉ କରି ଶିକାର କରିବାକୁ ଅଖଣ୍ଡ ଶିକାର କୁହାଯାଏ। ଏହାଦ୍ବାରା ବନ୍ୟଜନ୍ତୁଙ୍କ ପ୍ରତି ଥିବା ଭୟ ଦୂର ହେବା ସହ ଦଳଗତ ଭାବେ କାର୍ଯ୍ୟ କରିବା ପାଇଁ ପ୍ରେରଣା ମିଳିଥାଏ। ଦେହୁରୀ ଙ୍କ ଦ୍ଵାରା ଦରବାର ଘରେ ବୈଠକରେ ଅଖିନ ପାରିଧି ସମ୍ପର୍କରେ ଆଲୋଚନା ହୁଏ ଏବଂ ଅକ୍ଷୟ ତୃତୀୟା ଦିନ ଠାରୁ ପାରିଧି ଆରମ୍ଭ ହୋଇଥାଏ। ଏହା ଦୁଇ ଦିନ ଧରି ହୁଏ। ଅକ୍ଷୟ ତୃତୀୟା ପୂର୍ବ ଦିନ ଦେହୁରୀ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୁଏ ଏବଂ ବାସୁକୀମାତାଙ୍କ ପୂଜା କରାଯାଏ। ତା ପରଦିନ ଘରପିଛା ଜଣେ କିମ୍ବା ଦୁଇଜଣ ପାରିଧିକୁ ବାହାରନ୍ତି। ସମସ୍ତେ ହାତରେ ନିଜ ନିଜର ଧନୁଶର, କୁରାଢି, ବର୍ଚ୍ଛା ପ୍ରଭ୍ରୁତି ଅସ୍ତ୍ରଶସ୍ତ୍ର ଧରି ଜଙ୍ଗଲକୁ ବାହାରନ୍ତି। କିଛି ଲୋକ ଝରଣା କୂଳରେ ଜଗି ରହନ୍ତି ଓ ଅନ୍ୟମାନେ ଅନ୍ୟ ତିନି ଦିଗରୁ ବାଜା ବଜାଇବା ସହ ପାଟିତୁଣ୍ଡ କରି ଜଙ୍ଗଲ ର ପଶୁମାନଙ୍କୁ ଝରଣା କୂଳକୁ ନେଇ ଆସନ୍ତି। ଜଗି ରହିଥିବା ଲୋକମାନେ ଶୀକାର କରନ୍ତି। ଯଦି କୌଣସି ଜନ୍ତୁ ତୀରବିଦ୍ଧ ହୋଇ ପଳାଇ ଯାଏ ତେବେ ତାର ପାଦ ଚିହ୍ନ କୁ ଅନୁସରଣ କରି ଯେତେବାଟ ହେଉପଛେ ଶୀକାର କୁ କାବୁ କରନ୍ତି ଏବଂ ଦରବାର ଘରକୁ ନେଇ ଆସନ୍ତି। ପୂର୍ବେ ଗାଁ ର ପ୍ରଧାନ ଶୀକାର କରିଥିବା ଲୋକକୁ ନୁଆ ଲୁଗା ଉପହାର ଦେଉଥିଲେ ଓ ଗ୍ରାମର ସ୍ତ୍ରୀ ଲୋକମାନେ ସମସ୍ତଙ୍କ ପାଦ ହଳଦୀ ପାଣିରେ ଧୋଇଦେଉଥିଲେ। ଦେହୁରୀ ଙ୍କୁ ପ୍ରଥମେ ଶିକାର ର ଭାଗ ଦିଆଯାଏ। ଏହାପରେ ଗାଁ ର ଅନ୍ୟମାନଙ୍କୁ ଶିକାର ହୋଇଥିବା ଜନ୍ତୁର ମାଂସ ସମାନ ଭାଗରେ ବାଣ୍ଟି ଦିଆଯାଏ। କିଛି ଗାଁ ରେ ସାମୁହିକ ଭୋଜିର ଆୟୋଜନ ମଧ୍ୟ କରାଯାଏ। ଚୁପଚାପ ବସି କଥା ଶୁଣୁଥିବା ଚିନାମାଳୀ ପଚାରିଲା ଆଛା ସେଦିନ ଆମ ଗାଁ କୁ ବାରକୋଟ ର ଅରୁଣ ଆଜ୍ଞା, କେନ୍ଦୁଝର ଜିଲ୍ଲାର ସିଂପୁର ଗାଁ ର ବିଷ୍ଣୁ ଦାଦା ଓ ଗୋଟିଏ ଏନଜିଓ କଣ ତା ନାଁ ପାସୋରି ଯାଉଛି ହଁ ହଁ ମନେପଡିଲା କୀର୍ତ୍ତି ର ଜଣେ ସାର୍ ଆସିଥିଲେ ସେମାନେ ଜଙ୍ଗଲ ରୁ ଶିକାର କରିବାକୁ ବାରଣ କରୁଥିଲେ ଏବଂ କହୁଥିଲେ ସେ ଜୀବଜନ୍ତୁ ମଧ୍ୟ ଆମର ଅନେକ ଉପକାର କରନ୍ତି।ତା କଥା ଶୁଣି ମନ୍ମଥ କହିଲା ହଁ ସେମାନେ ଠିକ୍ କହୁଥିଲେ। ଏ ପୃଥିବୀ ରେ ବଡାମ ମହାପୁରୁ କେବଳ ମଣିଷକୁ ନୁହେଁ ଜୀବଜନ୍ତୁ, କୀଟ ପତଙ୍ଗ, ଗଛଲତା ,ଜଳ ଓ ଭୂମି କୁ ମଧ୍ୟ ସୃଷ୍ଟି କରିଛନ୍ତି। ମଣିଷ ବିନା ଅନ୍ୟ ସବୁ ସୃଷ୍ଟି ରହିପାରିବେ କିନ୍ତୁ ମଣିଷ ସେମାନଙ୍କ ବିନା ରହିପାରିବ ନାହିଁ। ଆମ ଭୂୟାଁମାନଙ୍କ ବିଭିନ୍ନ ପର୍ବପର୍ବାଣୀ ନାଚଗୀତ ରେ ମଧ୍ୟ ପ୍ରକୃତି ସହ ଜୀବଜନ୍ତୁ, ଜଳକୁ ପ୍ରାଧାନ୍ୟ ଦିଆଯାଇଛି। ଏତିକି କହି ମନ୍ମଥ କହିଲା ଆଲୋ ମୁଁ ଭୁଲି ଯାଇଥିଲି କାଲି ପାଳଲହଡା ର ବରଡିହି ଗାଁ ନିକଟରେ ଥିବା ତିନିତଳିଆ ଠାରେ ଆମର ପିଢ ମିଟିଂ ଅଛି। ଦେବଗଡ଼, ଅନୁଗୋଳ, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାର ଅଠରଟି ପୀଢର ସବୁ ପାଉଡି ଭୂୟାଁ ମାନେ ଯୋଗ ଦେବେ। ଚିନାମାଳୀ ରାଗିଯାଇ ପଚାରିଲା ତୁ ତ ମୋତେ ଆଗରୁ ଏ କଥା କହୁନଥିଲୁ।ସେ ତିନିତଳିଆ ଟା କେଉଁଠି। ତା ରାଗ ଶାନ୍ତ କରିବା ପାଇଁ ମନ୍ମଥ କହିଲା ଆଲୋ କାଲି ସନ୍ଧ୍ୟା ରେ ବରୁଣଡିହ ଗାଁ ର ବୈରାଗୀ ଗାଉଁଟୁ ଆସିଥିଲେ ଚିଠି ଧରି ମୋ ନାନୀ ଘରକୁ। ମୋତେ ଦେଖି ଭାରି ଖୁସି ହୋଇଗଲେ ଏବଂ ମୋତେ କହିଛନ୍ତି ଯିବାପାଇଁ। ଆଲୋ ହଁ ପାହାଡ଼ ଉପରେ ଥିବା ତିନିତଳିଆ ଠାରେ ଆମ ପାଉଡି ଭୂୟାଁ ମାନଙ୍କ ଦେବତା ପୂଜା ପାଉଛନ୍ତି। ଆଉ ଜାଣିଛୁ ସେହି ସ୍ଥାନଟି ଚାରିଟି ଜିଲ୍ଲା ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ର ସୀମା ଭାବେ ନିଆ ଯାଇଥାଏ। ବହୁତ ପ୍ରତ୍ୟକ୍ଷ ଦେବତା ସେ। ଏତିକି କହି ମନ୍ମଥ ଚିନାମାଳୀର ହାତଧରି ଉଠାଇଲା ଓ କହିଲା ଚାଲ୍ ଘରକୁ ଯିବା। ଦୁଇ ଦିନ ପରେ ପୀଢ ମିଟିଂ ସରିଲା ପରେ ମୁଁ ଆସିବି ଦେଖାହେବା। ବେଳ ବୁଡିବାକୁ ବସିଥିଲା। ଉଭୟ ହାତ ଧରାଧରି ହୋଇ ଘରକୁ ବାହାରି ଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୩)

by ଭବେଶ ଚନ୍ଦ୍ର କର
March 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ମାର୍ଚ୍ଚ ୨୦୨୬ ସନ୍ଧ୍ୟା ହେଲା କିନ୍ତୁ ମନ୍ମଥ ଜଙ୍ଗଲରୁ ନ ଫେରିବାରୁ ମନରେ ମୋର ଛନକା ପଶିଲା। କୁଆଡେ ଗଲା...

Read more
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.