• About
  • Contact
Tuesday, October 13, 2026
Tuesday, October 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ବିଜୁ ବାବୁ ଙ୍କ ସ୍ମରଣ ପଥେ

ବିଜୁ ବାବୁ ଙ୍କ ସ୍ମରଣ ପଥେ
Share on FacebookShare on Xshare on Whatsappshare on Linkedin
ବିଜୟ କୁମାର ପାଣି, କଟକ, ଅପ୍ରେଲ ୧୭ ୨୦୨୩

କୋଟିରେ ଗୋଟିଏ ଜନମ ନିଅନ୍ତି
ଆପଣଙ୍କ ପରି ନେତା ।
ସବୁ ନେତା ବିଜୁ ବାବୁ ପରି ନୁହେଁ
ଗରିବର ଅନ୍ନଦାତା ।।

ଉତ୍କଳ ପାଇଁ କାନ୍ଦିଛି ଯା’ ପ୍ରାଣ
କେତେ ଘାତ ପ୍ରତିଘାତ ।
କେତେ ଯେ ଯୋଜନା ଗଢ଼ିଲେ ଆପଣ
ତେଣୁ ପ୍ରବାଦ ପୁରୁଷ ।।

ପାରାଦ୍ଵୀପ ଠାରୁ ଦଇତାରି ଯାଏଁ
ଗଢ଼ିଲେ ସଡ଼କ ପଥ ।
ତେଣୁ ଏଇ ଜାତି ଝୁରେ ଆପଣଙ୍କୁ
କରେ ସତ ପ୍ରଣିପାତ ।।

ଆପଣ ଚାଲିଲେ ଆପଣଙ୍କ ପଥେ
ଆମେ ଝୁରୁ ଦିବା ନିଶି ।
କିଏ ଆସି ଆଉ ସାହସ ଭରିବ
ଶତ୍ରୁ ଙ୍କୁ ନାଲି ଆଖି ।।

ଉତ୍କଳ ଯଦି ନନ୍ଦିଘୋଷ ହୁଏ
ଆପଣ ଥିଲେ ସାରଥୀ ।
ରଥୀ ସାଜିଥିଲେ ଶ୍ରୀ ଶରତ କର
ଏହା କେ ନ ଜାଣି ଅଛି ।।

ଯାଇଥିଲି ଥରେ ସାଥିଙ୍କ ମେଳରେ
ପୁଷ୍ପମାଲ୍ୟ ଏକ ନେଇ ।
ଆମ ଚାରିଜଣେ ବାହୁ ପ୍ରସାରିଣ
ନେଇ ଥିଲେ ଯେ କୋଲାଇ ।।

ମନେ ପଡ଼ିଗଲେ ସେଦିନର କଥା
ମନ ହୁଏ ଅତି ପୁଲକିତ ।
ଛାତ୍ରଙ୍କ ଭବିଷ୍ୟ ଭାବୁଥିଲେ କେତେ
ନିଜେ ଆମେ ପ୍ରମାଣିତ ।।

ଆପଣଙ୍କ ଆଜି ଏ ପୁଣ୍ୟ ଦିବସେ
କରେ ଭକ୍ତି ପ୍ରଣିପାତ ।
ରହିଛି ରହିବ ଆପଣଙ୍କ ଯଶ
ସଦା ହୋଇ ପ୍ରଜ୍ଜ୍ଵଳିତ ।।

ବିଜୟ କୁମାର ପାଣି

ବିଜୟ କୁମାର ପାଣି

ସମାଜସେବୀ ଏବଂ କବି

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.