ବିଜୟ କୁମାର ପାଣି, କଟକ, ଅପ୍ରେଲ ୧୭ ୨୦୨୩
କୋଟିରେ ଗୋଟିଏ ଜନମ ନିଅନ୍ତି
ଆପଣଙ୍କ ପରି ନେତା ।
ସବୁ ନେତା ବିଜୁ ବାବୁ ପରି ନୁହେଁ
ଗରିବର ଅନ୍ନଦାତା ।।
ଉତ୍କଳ ପାଇଁ କାନ୍ଦିଛି ଯା’ ପ୍ରାଣ
କେତେ ଘାତ ପ୍ରତିଘାତ ।
କେତେ ଯେ ଯୋଜନା ଗଢ଼ିଲେ ଆପଣ
ତେଣୁ ପ୍ରବାଦ ପୁରୁଷ ।।
ପାରାଦ୍ଵୀପ ଠାରୁ ଦଇତାରି ଯାଏଁ
ଗଢ଼ିଲେ ସଡ଼କ ପଥ ।
ତେଣୁ ଏଇ ଜାତି ଝୁରେ ଆପଣଙ୍କୁ
କରେ ସତ ପ୍ରଣିପାତ ।।
ଆପଣ ଚାଲିଲେ ଆପଣଙ୍କ ପଥେ
ଆମେ ଝୁରୁ ଦିବା ନିଶି ।
କିଏ ଆସି ଆଉ ସାହସ ଭରିବ
ଶତ୍ରୁ ଙ୍କୁ ନାଲି ଆଖି ।।
ଉତ୍କଳ ଯଦି ନନ୍ଦିଘୋଷ ହୁଏ
ଆପଣ ଥିଲେ ସାରଥୀ ।
ରଥୀ ସାଜିଥିଲେ ଶ୍ରୀ ଶରତ କର
ଏହା କେ ନ ଜାଣି ଅଛି ।।
ଯାଇଥିଲି ଥରେ ସାଥିଙ୍କ ମେଳରେ
ପୁଷ୍ପମାଲ୍ୟ ଏକ ନେଇ ।
ଆମ ଚାରିଜଣେ ବାହୁ ପ୍ରସାରିଣ
ନେଇ ଥିଲେ ଯେ କୋଲାଇ ।।
ମନେ ପଡ଼ିଗଲେ ସେଦିନର କଥା
ମନ ହୁଏ ଅତି ପୁଲକିତ ।
ଛାତ୍ରଙ୍କ ଭବିଷ୍ୟ ଭାବୁଥିଲେ କେତେ
ନିଜେ ଆମେ ପ୍ରମାଣିତ ।।
ଆପଣଙ୍କ ଆଜି ଏ ପୁଣ୍ୟ ଦିବସେ
କରେ ଭକ୍ତି ପ୍ରଣିପାତ ।
ରହିଛି ରହିବ ଆପଣଙ୍କ ଯଶ
ସଦା ହୋଇ ପ୍ରଜ୍ଜ୍ଵଳିତ ।।