• About
  • Contact
Sunday, June 7, 2026
Sunday, June 7, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ବିସ୍ମୃତ ନୌବାଣିଜ୍ୟ ପରମ୍ପରା

ବିସ୍ମୃତ ନୌବାଣିଜ୍ୟ ପରମ୍ପରା
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୭ ନଭେମ୍ବର ୨୦୨୩

ଅତୀତରେ ଓଡିଶା ଉକୃଷ୍ଟ କଳା, ସଂସ୍କୃତି, ନୌବାଣିଜ୍ୟ, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଆଦି ପାଇଁ ସମଗ୍ର ବିଶ୍ୱରେ ସୁବିଦିତ ଥିଲା । ଓଡିଆ ପୁଅ ନିଜର ବୀରତ୍ୱ, ସାହସିକତା, ସାଧନା, କର୍ତ୍ତବ୍ୟ ନିଷ୍ଠା ଓ ଅଟଳ ଆତ୍ମବିଶ୍ୱାସ ବଳରେ ଏହି ସବୁ ଉତ୍କର୍ଷ ହାସଲ କରି ପରିଥିଲା ।

ପ୍ରାଚୀନ ଓଡିଶା ବା ଉତ୍କଳ କିମ୍ବା କଳିଙ୍ଗର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଥିଲା ଭାରତ ଇତିହାସର ଏକ ଗୌରବମୟ ଅଧ୍ୟାୟ । କଳିଙ୍ଗର ସାହସୀ ନାବିକମାନେ ସମୁଦ୍ର ବକ୍ଷରେ ବୋଇତ ଭସାଇ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆ ଦ୍ୱୀପପୁଞ୍ଜ ସମେତ ଚୀନ, ୟୁରୋପ ଆଦି ଦେଶ ସହିତ ବାଣିଜ୍ୟିକ ସଂପର୍କ ପ୍ରତିଷ୍ଠା ମାଧ୍ୟମରେ ଆମ ଦେଶକୁ ଋଦ୍ଧିମନ୍ତ କରିଥିଲେ । କଳିଙ୍ଗର ପ୍ରାକୃତିକ ପରିବେଶ ଅର୍ଥାତ୍ ସୁବୀସୃତ ଦନ୍ତୁରିତ ଉପକୂଳ ଏବଂ ସୁଗଭୀର ନଦନଦୀ ରାଜ୍ୟବାସୀଙ୍କୁ ନୌ-ଚାଳନା ପାଇଁ ବିଶେଷ ଅନୁକୂଳ ସୁଯୋଗ ଯୋଗାଇ ଥିଲା ।

ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନରୁ ଜଣାପଡେଯେ, ପ୍ରାଚୀନ କାଳରେ କଳିଙ୍ଗ ଉପକୂଳ ତଥା ନଦୀ ମୁହାଣମାନଙ୍କରେ ଅନେକ ବନ୍ଦର ଥିଲା । ସେହି ବନ୍ଦର ମାନଙ୍କରୁ କଳିଙ୍ଗର ନାବିକା ବା ଓଡିଆ ସାଧବ ପୁଅ ସାତ ସମୁଦ୍ର ପାର ହୋଇ ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ, ସିଂହଳ, ବ୍ରହ୍ମଦେଶକୁ ବୋଇତ ଯାତ୍ରା କରୁଥିଲା । ଓଡିଆ ସାଧବ ପୁଅ ପ୍ରଚୁର ପରିମାଣର ହାତୀଦାନ୍ତ ସାମଗ୍ରୀ, ପାଟ ବସ୍ତ୍ର, ହସ୍ତତନ୍ତ, ସୂକ୍ଷ୍ମ କାରୁକାର୍ଯ୍ୟ ଦ୍ରବ୍ୟ ସମେତ ବନ୍ୟ ସଂପଦ, ପ୍ରାକୃତିକ ବିଭବ ବୋଇତରେ ବୋଝେଇ କରି ସାମୁଦ୍ରିକ ବାଣିଜ୍ୟ ଯାତ୍ରା ଅନୁକୂଳ କରୁଥିଲା । ଅନ୍ୟପକ୍ଷରେ ବିଦେଶରୁ ଅଳେଇଚ, ଲବଙ୍ଗ, ଗୁଆ ସମେତ ସୁନା, ରୂପା, ମୋତି, ମାଣିକ୍ୟ ପ୍ରଭୃତି ଆମଦାନୀ କରି ସାଧବ ପୁଅ ଘରକୁ ବାହୁଡୁ ଥିଲା ।

ଓଡ଼ିଆ ସାଧବ ପୁଅ ବଙ୍ଗୋପସାଗରରେ ବାଣିଜ୍ୟ କାରବାର କରୁଥିବା ଯୋଗୁଁ ତାକୁ କଳିଙ୍ଗ ସାଗର ଭାବେ ନାମିତ କରିଥିଲା । କାର୍ତ୍ତିକ ମାସ ଶେଷରେ ଅର୍ଥାତ ଅକ୍ଟୋବର ଓ ନଭେମ୍ବର ମାସରେ ଉତ୍ତରା ପବନ ଅନୁକୂଳ ହୋଇଥାଏ । ତେଣୁ ସାଧବ ପୁଅ ସେହି ସମୟରେ ଓଡିଶା ଉପକୂଳରୁ କଳିଙ୍ଗ ସାଗର ବକ୍ଷରେ ପଣ୍ୟ ବୋଝେଇ ବୋଇତ ଭସାଇ ସାମୁଦ୍ରିକ ବାଣିଜ୍ୟ ନିମନ୍ତେ ପୂର୍ବ-ଏସୀୟ ଦ୍ୱୀପପୁଞ୍ଜକୁ ପ୍ରସ୍ଥାନ କରୁଥିଲା । କାର୍ତ୍ତିକ ପୂର୍ଣ୍ଣମୀ ଦିନ ସେମାନେ ସମୁଦ୍ର ବାଣିଜ୍ୟ ପାଇଁ ବୋଇତ ଯାତ୍ରା ଅନୁକୂଳ କରୁଥିବା ଯୋଗୁଁ ସେହିଦିନ ଝିଅ, ବୋହୂମାନେ ବୋଇତ ବନ୍ଦାପନା କରି ମେଲାଣି ଦେଉଥିଲେ । ସାଧବ ପୁଅ କାର୍ତ୍ତିକ ଠାରୁ ଚୈତ୍ର ମାସ ପର୍ଯ୍ୟନ୍ତ ବିଦେଶରେ ବାଣିଜ୍ୟ ବ୍ୟବସାୟ ଚାଲୁ ରଖୁଥିଲେ । ଫାଲଗୁନ ଓ ଚୈତ୍ର ମାସରେ ଦକ୍ଷିଣା ପବନ ଆରମ୍ଭ ହେବାପରେ ସେମାନେ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ପଣା ସଂକ୍ରାନ୍ତି ଅବସରରେ ବୋଇତ ପଣ୍ୟ ସମ୍ଭାର ଘେନି କଳିଙ୍ଗ ଉପକୂଳରେ ଲାଗୁଥିଲା । ବିଦେଶାଗତ ପରିଜନ ଏବଂ ବୋଇତ ବନ୍ଦାଣ ପାଇଁ ସାଧବ ବୋହୂମାନେ ପଣା ସଂକ୍ରାନ୍ତି ଦିନ ମଧୁର ଉତ୍ସବ ପାଳନ କରୁଥିଲେ ।

କଳିଙ୍ଗରୁ ବିଦେଶକୁ ରପ୍ତାନି ହେଉଥିବା ସର୍ବଶ୍ରେଷ୍ଠ ହାତୀଖେଦା ଓ ସୂକ୍ଷ୍ମ ବସ୍ତ୍ର ବିଷୟରେ କୌଟିଲ୍ୟ ତାଙ୍କ ଅର୍ଥ ଶାସ୍ତ୍ରରେ ସୁନ୍ଦର ବର୍ଣ୍ଣନା କରିଛନ୍ତି । ସେହିପରି କଳିଙ୍ଗର ସୂକ୍ଷ୍ମ ବସ୍ତ୍ର ବାଉଁଶ ନଳୀରେ ରହି ପାରୁଥିଲା ବୋଲି ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସରେ ଉଲ୍ଲେଖ କରିଛନ୍ତି । କଳିଙ୍ଗର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ନିଖୁଣ ଚିତ୍ର ମଧ୍ୟ ମହାଭାରତ, ରାମାୟଣ, କାଳିଦାସଙ୍କ ରଘୁବଂଶ, ବିଭିନ୍ନ ପୁରାଣ, ପ୍ରାଚୀନ ବୈଦ୍ଧ ଶାସ୍ତ୍ର ଠାରୁ ଆରମ୍ଭ କରି ଗ୍ରୀକ ନାବିକ ଟୋଲେମି, ଫାତୁୟାନ, ହୁଏନସାଙ୍କ ବିବରଣୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି । ଏହାବ୍ୟତୀତ ପୁରୀ, କୋଣାର୍କ ମନ୍ଦିରେ ମଧ୍ୟ ନୌକାର ଚିତ୍ର ଅଙ୍କିତ ହୋଇଛି ।

ମାଳୟ ଦ୍ୱୀପପୁଞ୍ଜର ଅନ୍ୟାନ୍ୟ ଅଞ୍ଚଳ ଅପେକ୍ଷା ବାଲିଦ୍ୱୀପ ସହିତ କଳିଙ୍ଗର ସାଂସ୍କୃତିକ ଓ ବାଣିଜ୍ୟିକ ସଂପର୍କ ଅତି ଘନିଷ୍ଠ ଥିଲା । ଏହି ସଂପର୍କ ଏତେ ବିଖ୍ୟାତ ଥିଲାଯେ, ଦକ୍ଷିଣ ଓ ଦକ୍ଷିଣ ଏସିଆର ଯେକୌଣସି ଦ୍ୱୀପ ସହିତ ବାଣିଜ୍ୟିକ ଯାତ୍ରାକୁ “ବାଲିଯାତ୍ରା” ନାମରେ ଅଭିହିତ କରାଯାଉଥିଲା । ଦୁଇ ହଜାର ବର୍ଷ ପୂର୍ବରୁ ବାଲିଦ୍ୱୀପ ସହିତ କଳିଙ୍ଗର ସଂପର୍କ ସ୍ଥାପିତ ହୋଇଥିଲେ ମଧ୍ୟ ସେଠାରେ କଳିଙ୍ଗର ହିନ୍ଦୁ ସଭ୍ୟତା ଏବେବି ପରିଲକ୍ଷିତ, ଯଦିଓ ସେଥିରେ ବର୍ତ୍ତମାନ ଅନେକ ବିବର୍ତ୍ତନ ଘଟିଛି । ୮୦ ମାଇଲ ଦୈର୍ଘ୍ୟ ଓ ୫୦ ମାଇଲ ପ୍ରସ୍ଥ ବିଶିଷ୍ଟ ବାଲି ହେଉଛି ଇଣ୍ଡୋନେସିଆର ଅନ୍ୟତମ କ୍ଷୁଦ୍ର ଦ୍ୱୀପ । ବାଲିରେ ହିନ୍ଦୁ ସଭ୍ୟତାର ବିକାଶ ପାଇଁ କଳିଙ୍ଗର ଅବଦାନ ଅତୁଳନୀୟ । ବାଲିର ଅଧିବାସୀଙ୍କ ବେଶଭୂଷା, ଆଚାର ବ୍ୟବହାର, ଦେହରେ ପୁଷ୍କର ପରିପାଟ୍ଟୀ, ପୂଜାବିଧି, ପର୍ବପର୍ବାଣୀ, ଖାଦ୍ୟ ସାମଗ୍ରୀର ଓଡିଶା ସହିତ ଯଥେଷ୍ଟ ସାମଞ୍ଜସ୍ୟ ରହିଛି । ସେଠିକାର ଲୋକ ‘ମା’ କୁ ‘ବୁ’ ବୋଲି ସମ୍ବୋଧନ କରିଥିବା ବେଳେ ଓଡିଶାରେ ତାହା ‘ବୋଉ’ । ଆମର ‘ଗୁଆ’ ବାଲିରେ ‘ବୁଆ’, ‘ଚିନାବାଦାମ’ ସେଠାରେ ‘ଚିନା’ ନାମରେ ପରିଚିତ । ଆମ ଭଳି ବାଲି ଅଧିବାସୀ ବିଭିନ୍ନ କିସମର ପିଠା ତିଆରି କରନ୍ତି । ଆମର ମଣ୍ଡା, ଏଣ୍ଡୁରି ପିଠା ବାଲି ଭାଷାରେ “ସାମପିଙ୍ଗ” ନାମରେ ବିଦିତ ।  ପୂଜା ପଦ୍ଧତି ଓ ଦେବଦେବୀଙ୍କ ନାମ ମଧ୍ୟ ଉଭୟ ଦେଶରେ ପ୍ରାୟ ସମାନ । ମାଣବସା ପର୍ବରେ ଧାନ କେଣ୍ଡାର ଆରାଧନା ପ୍ରାୟ ପରିଲକ୍ଷିତ । ଲକ୍ଷ୍ମୀ ଓ ଶ୍ରୀଦେବୀଙ୍କ ପୂଜା ଉଭୟ ଦେଶରେ ପ୍ରଚଳିତ । ଆମର ସମ୍ବଲପୁରୀ ଓ ବ୍ରହ୍ମପୁରୀ ପାଟ ଶାଢୀର କାରୁକାର୍ଯ୍ୟ ସହିତ ବାଲିର ପାଟୋଳ ତନ୍ତ ବୁଣା ଲୁଗାର ଅନେକ ସାମଞ୍ଜସ୍ୟ ରହିଛି । ବାଲିର ଅଧିବାସୀମାନେ ସାଧାରଣତଃ ହିନ୍ଦୁ ଓ ସେମାନେ ସାମାଜିକ ତଥା ସାଂସ୍କୃତିକ ବିବର୍ତ୍ତନକୁ ସହଜରେ ଗ୍ରହଣ କରନ୍ତି ନାହିଁ ।

ପ୍ରାଚୀନ ଗ୍ରନ୍ଥମାନଙ୍କରୁ ଜଣାଯାଏଯେ, କଳିଙ୍ଗରେ ପୂର୍ବରୁ ଅନେକ ବୃହତ ବନ୍ଦର ଥିଲା ଏବଂ ଏଠାରେ ବହୁ ପ୍ରକାରର ଜାହାଜ ମଧ୍ୟ ନିର୍ମିତ ହେଉଥିଲା । ସେହି ପ୍ରାଚୀନ ବନ୍ଦରୀ ନଗର ଓ ନଦନଦୀଙ୍କ ନାମ ହେଉଛି । ନନିଗେନ(ପୁରୀ), କକର୍ଦ୍ଦମ(କଟକ), କୋଣଗର(କୋଣାର୍କ), କୌଶମ୍ବ(ବାଲେଶ୍ୱର), ପଲୁରୁ(ଜଳେଶ୍ୱର), ମଜଦ(ମହାନଦୀ), ତନ୍ଦିଶ(ବ୍ରାହ୍ମଣୀ), ଦୋଷରମ(ବୈତରଣୀ), ଅଦମଶ(ସୁବର୍ଣ୍ଣରେଖା), ତମୁଲୁ(ତାମ୍ରଲିପ୍ତ), ପାଲୁର(ଚିଲିକା/ଋଷିକୂଲ୍ୟା ମୁହାଣ) ।

ଓଡିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଆଜି କିମ୍ବଦନ୍ତୀର ବିଷୟବସ୍ତୁ । ଆଜି ଓଡିଆ ସାଧବ ପୁଅ ସମୁଦ୍ର ବକ୍ଷରେ ବୋଇତ ମେଲାଇ ବାଣିଜ୍ୟ ପାଇଁ ଦେଶାନ୍ତର ଯାଉନାହିଁ କିମ୍ବା ସାଧବ ବୋହୂ ମଧ୍ୟ ବୋଇତ ବନ୍ଦାପନା କରୁନାହିଁ । ଓଡିଆଙ୍କ ବୀରତ୍ୱ ଲୁପ୍ତ ହେବା ସହିତ ବାରବାଟୀ ଦୁର୍ଗ ମଧ୍ୟ ଧ୍ୱଂସ ହୋଇ ଯାଇଛି । କର୍ପୁର ଉଡିଯାଇଛି, କେବଳ କନା ପଡି ରହିଛି । କେବଳ ଅତୀତର ସେହି ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ସ୍ମୃତିଚାରଣ ଲାଗି ପ୍ରତୀକାତ୍ମକ ଭାବରେ ଆମେ ଆଜି କାର୍ତ୍ତିକ ପୂର୍ଣ୍ଣମୀ ଦିନ କଦଳୀ ପଟୁଆ (ବାହୁଙ୍ଗା) କିମ୍ବା କାଗଜ ଡଙ୍ଗା ଭସାଉଛନ୍ତି । ସେହି ସାଧବ ପୁଅ ଘଟଣା ଆଜି ‘ତଅପୋଇ’ କାହାଣୀ ଭିତରେ ସୀମିତ ହୋଇ ରହିଯାଇଛି । ପ୍ରାଚୀନ ବୋଇତ ବାଣିଜ୍ୟ ପରମ୍ପରା ସଂପ୍ରତି ବିସ୍ମୃତି ଗର୍ଭରେ ଲୀନ ହୋଇ ଯାଇଛି । ସେହି ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଆମେ ବର୍ତ୍ତମାନ କେବଳ କାର୍ତ୍ତିକ ପୂର୍ଣ୍ଣିମାରେ ବାଲିଯାତ୍ରା ଉତ୍ସବ ପାଳନ କରୁଛନ୍ତି ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ
More

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

by Nirvik Bureau
June 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ଜୁନ୍ ୨୦୨୬ ମାହାଙ୍ଗା ମାଟିର ଅନ୍ୟତମ ବରପୁତ୍ର ତଥା ଓଡ଼ିଆ ଅସ୍ମିତାର ଆଦ୍ୟ ଉଦ୍ ଗାତା ରାୟ ବାହାଦୁର ନନ୍ଦ କିଶୋର...

Read more
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

May 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.