• About
  • Contact
Wednesday, June 24, 2026
Wednesday, June 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଡେଙ୍ଗୁ ଜ୍ୱର

ଡେଙ୍ଗୁ ଜ୍ୱର
Share on FacebookShare on Xshare on Whatsappshare on Linkedin
ରଶ୍ମୀ ସାମଲ, ଭୁବନେଶ୍ୱର, ୧ ଅଗଷ୍ଟ ୨୦୨୪

ଭୁବନେଶ୍ୱର ର ଏକ ଘରୋଇ ଇଂଜିନିୟରିଂ କଲେଜ ରେ ପଢୁଥିଲା ରିତା, ଦେଖିବାକୁ ଅତ୍ୟନ୍ତ ସୁନ୍ଦରୀ, ନାଲି କ୍ରପ ଟପ ସାଙ୍ଗକୁ ଜିନ୍ସ ପ୍ୟାଣ୍ଟ, ପାଦରେ ହାଇ ହିଲ ଓ ଗୋରା ମୁଁହରେ ଲିପ୍ସଟିକ ଲଗେଇ ବାହାରକୁ ବାହାରି ପଡ଼ିଲେ ସୁନ୍ଦରତା ତାର ଯେପରି ଦ୍ବିଗୁଣିତ ହୋଇଯାଏ, ଯେ କେହି ବି ଦେଖିଲେ ନଜର ପକେଇ ଦେବ। ସେ ଦିନ କିନ୍ତୁ ଝିପି ଝିପି ବର୍ଷାରେ କଲେଜ ରୁ ଫେରିବା ସମୟରେ ଭିଜିଯାଇଥିଲା ରିତା। ଠିକ୍ ତାର ଦୁଇ ଦିନ ପରେ ରିତାକୁ ପ୍ରବଳ ଜ୍ଵର ଆସିଗଲା, ଦେହ ଖାଲି ତାତିରେ ଯେପରି କମ୍ପୁଥାଏ, ଧାନ ପଡ଼ିଲେ ଖଇ ଫୁଟିଯିବ ପରି ପରିସ୍ଥିତି। ବିଛଣାରୁ ଉଠି ନ ପାରିବାରୁ ସାଙ୍ଗ ହାତରେ ମେଡିସିନ ଓ ପାଉଁରୁଟି ମଗାଇ ଦେଇଥିଲା, ଖାଇବାକୁ ଇଛା ହେଉ ନଥାଏ ତଥାପି ସେତକ ଜବରଦସ୍ତ ଖାଇଦେଇଥିଲା, ମେଡିସିନ ଖାଇବା ସତ୍ତ୍ୱେ କାହିଁକି ଜ୍ବରଟା ବିଲକୁଲ କମିଲା ଭଳି ଲାଗୁନଥାଏ। ମା କୁ ତାର ଫୋନ କରି ଦେହ ଖରାପ ବିଷୟରେ ସବୁ କିଛି ଅବଗତ କରାଇଲା। ବିଚରା ମା କିଛି ଉପାୟ ନ ପାଇ ଝିଅ କୁ କହିଲା, “ବାପାଙ୍କର ତ ବାର ଆଡ଼େ ତେର କାମ, ତୋ ସାନ ଭାଇ ର ସ୍କୁଲ ଅଛି, ତାକୁ କାହା ପାଖରେ ଛାଡି ଯିବି? ତୁ ଗୋଟେ କାମ କର, ଘରକୁ ଚାଲି ଆସେ।” ରିତା ମଧ୍ୟ ମା କଥା ମାନି ପରଦିନ ସକାଳ ବସ ରେ ଘରକୁ ବାହାରି ପଡ଼ିଲା। ମୁଣ୍ଡଟା ସେମିତି ବିନ୍ଧି ଫଟାଇ ଦେଉ ଥାଏ। କ’ଣ ଆଉ କରିବ? ବାମ୍ ଲଗାଇ ଲଗାଇ ବାଟସାରା ଯାଇ କଣ୍ଟିପଡ଼ା ଗାଁ ରେ ପହଞ୍ଚି ଗଲା। ପ୍ରାୟେ ସାଢ଼େ ପାଞ୍ଚ ଘଣ୍ଟା ଲାଗିଗଲା ତାକୁ। ସେଠାରେ ଯାଇ ପାଖ ମେଡ଼ିକାଲ ରେ ଡ଼ାକ୍ତରଙ୍କ ପରାମର୍ଶ ରେ ସବୁ ବ୍ଲଡ଼ ଟେଷ୍ଟ କରିବାରୁ ଡେଙ୍ଗୁ ପଜିଟିଭ ବାହାରିଲା, ଏହା ଶୁଣି ମା ବିଚରା ଭୟଭୀତ ହୋଇଗଲା। ସାଙ୍ଗେ ସାଙ୍ଗେ ଦେଶୀ ଚିକିତ୍ସା ଓ ଡାକ୍ତରଙ୍କ କହିବା ଅନୁସାରେ ନିୟମିତ ଔଷଧ ପତ୍ର ଖାଇ ବିଶ୍ରାମ ନେଲା।

ଭଗବାନଙ୍କ ଦୟାରୁ ପନ୍ଦର ଦିନରେ ସୁସ୍ଥ ହୋଇଗଲା, ଘାତକ ଡେଙ୍ଗୁ ଟା ଯେପରି ଦୁରେଇ ଗଲା। ରିତା ମା କୁ କହିଲା, “ମା ମୁଁ ଆଉ ସେ ମେସ ରେ (ଯେଉଁଠାରେ ତାର ଅନ୍ୟ ଦୁଇଜଣ ଝିଅ ଗାଁ ପିଲା ସାଙ୍ଗ ରହୁଥିଲେ) ରହିବି ନାହିଁ। ସେଠାରେ ମୋର ବହୁତ ଅସୁବିଧା ହେଉଛି। ଘର ଭଡ଼ା ନେଇ ଏକୁଟିଆ ରହି ପାଠ ପଢିବି। ମା ମଧ୍ୟ ବିଶ୍ୱାସ ରେ ଆଉ କିଛି ନ କହି ହଁ ମାରି ଦେଇଥିଲେ। ବାପା ଯେହେତୁ ସରକାରୀ ସ୍କୁଲ ର ପ୍ରଧାନ ଶିକ୍ଷକ ତେଣୁ ପଇସାର ଅଭାବ ବେଶି ଅନୁଭବ ହୁଏନି। ଝିଅର ସବୁ କଥାରେ ବାପା ମା ରାଜି ହୋଇଯାଆନ୍ତି। ରିତା କହିଲା, “ମୋର ଥାର୍ଡ଼ ସେମିଷ୍ଟର ଅଛି ମା, ତେଣୁ ମୁଁ ଜଲ୍ଦି ଭୁବନେଶ୍ୱର ଚାଲିଯିବି।” ମା ମଧ୍ୟ ସବୁଥର ଭଳି ଏଥର ତାଙ୍କ ଶୈଳୀରେ କାନେ କାନେ ବୁଝାଇଥିଲେ ଝିଅକୁ। “ରାଜଧାନୀ ର ଖବର ସବୁ ଟିଭିରୁ ଦେଖି ଓ ପେପରରୁ ପଢି ବେଳେ ବେଳେ ଟେନସନ ଲାଗୁଛି। ଝିଅଲୋ, ସେଠାରେ ଟିକେ ଦେଖି ଚାହିଁ ଚଳିବୁ। ସନ୍ଧ୍ୟା ପୂର୍ବରୁ ଘରକୁ ଫେରି ଆସୁଥିବୁ। କାହାକୁ ଏତେ ଶୀଘ୍ର ବିଶ୍ୱାସ କରିବୁ ନାହିଁ।”

ରିତା କିନ୍ତୁ ମା କୁ ତାର ସବୁ ପ୍ରତିଶୃତି ଦେଇ ଗାଁ ରୁ ଫେରି ଆସି ଭୁବନେଶ୍ୱର ରେ ପୁରୁଷ ବନ୍ଧୁ ବିକାଶ ସହ କଲେଜ ପାଖ ଏକ ଘରୋଇ ଘରେ ଭଡ଼ା ନେଇ ସାଙ୍ଗ ହୋଇ ରହିଥିଲା। ଯେଉଁଠାରେ ପୁଅ ଝିଅ ମିଶିକି ରହିବାର କୌଣସି ଲଗାମ ନାହିଁ। ଏସବୁ ଦେଖି ତାର ସାଙ୍ଗ ପ୍ରିୟା ବହୁତ ଥର ରିତାକୁ ବାରଣ ମଧ୍ୟ କରିଛି। କିନ୍ତୁ ପ୍ରେମ ରେ ଅନ୍ଧ ହୋଇ ରିତା ସାଙ୍ଗ କଥାକୁ କାନ ଦେଲାନାହିଁ। କିନ୍ତୁ ମା କହିଥିବା କଥା ବାରମ୍ବାର ମନେପଡ଼େ, “ମନ ଦେଇ ପାଠ ପଢ଼ିବୁ, ଅଯଥା ସମୟ ନଷ୍ଟ କରିବୁ ନାହିଁ।” ହେଲେ ରିତା କ’ଣ କରିବ? ଏପଟେ ଏମତି ବିକାଶ ପ୍ରେମରେ ପଡ଼ିଯାଇଛି ଯେ ତାକୁ ସମୟ ନଦେଲେ, ସେ ମୁଁହ ଫୁଲାଇ କଥା ନହେବାକୁ ରୋକଠୋକ ମନା କରିଦେଉଛି। ତେଣୁ ବାଧ୍ୟ ହୋଇ ବିକାଶ ସହ, ମାର୍କେଟ, ସପିଙ୍ଗ ମଲ, ପାର୍କ, ସିନେମା ହଲ, ଏପରି ଏଣେ ତେଣେ ବୁଲି ସମୟ ନଷ୍ଟ କରିବାକୁ ଲାଗିଲା। ରିତାର ସବୁ ସରଳତାର ସୁଯୋଗ ନେଲା ବିକାଶ। ଏମତି ଦିନ ପରେ ଦିନ ଗଡ଼ି ଚାଲିଲା। ଏଥିରୁ ମୁକ୍ତି ପାଇଁ ଯେବେ ସ୍ୱର ଉଠାଇଲା ଆଉ ସଫଳ ହେଲା ନାହିଁ ରିତା।

ଦିନେ ହଠାତ ସକାଳୁ ସକାଳୁ ପୋଲିସ ର ଫୋନ ରେ ରିତା ମା ଙ୍କର ଛାତି ରୁ ଯେମିତି କଣ ଖସି ପଡ଼ିଲା। “ତମ ଝିଅ ଏକ ଘରୋଇ ମେସ ରେ ଆତ୍ମହତ୍ୟା କରିଛି ଏବଂ ଏକ ହାତଲେଖା ଚିଠି ଆମ ହସ୍ତଗତ ହୋଇଛି।” ଏତିକି ଶୁଣିବା ମାତ୍ରେ ବସିବା ଜାଗାରୁ ଉଠି ଆସିଥିଲେ ବାପାଙ୍କ ସହିତ। ବାଟରେ ଆସିବା ସମୟରେ ଭୋ ଭୋ କାନ୍ଦୁଥାନ୍ତି। କାହିଁକି, କଣ, ଏମତି ଭାବୁ ଭାବୁ ଆସି ମେସ ପାଖରେ ପହଞ୍ଚି ସାରିଥିଲେ। ଭୁବନେଶ୍ୱର ରେ ପହଞ୍ଚିବା ପରେ ଦେଖିଲେ ମିଡ଼ିଆ ଵାଲାଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପାଖ ଲୋକ ଏବଂ ପୋଲିସ ଙ୍କ ସମାବେଶ ହୋଇ ସାରିଥାଏ। ଚିଠି ଟିକୁ ନେଇ ଲୁହ ଭରା ଆଖିରେ ପଢ଼ିସାରି ଚିଠିରେ କଣ ଲେଖା ଥିଲା ପ୍ରକୃତ କାରଣ କାହାକୁ କିଛି ନ କହି, ନିଜ ପଣତରେ ଆଖି ଲୁହ ପୋଛି ଚିଠିକୁ ଟିକି ଟିକି କରି ଚିରି ପାଦରେ ଦଳି ଦେଇ ଥିଲେ। ଏତିକି ରିତାର ମା ସମସ୍ତଙ୍କୁ କହିଥିଲେ ଯେ କିଛି ଦିନ ପୂର୍ବରୁ ହୋଇଥିବା ଘାତକ ଡେଙ୍ଗୁ ଜ୍ୱର ରେ ଯଦି ଝିଅଟା ମୋର ମରି ଯାଇଥାନ୍ତା ତେବେ ବହୁତ ଭଲ ହୋଇଥାନ୍ତା। ଏଭଳି ପ୍ରତିକ୍ରିୟାରେ ସେଠାର ପରିବେଶ ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଯାଇଥିଲା। ଧୀରେ ଧୀରେ ଗହଳି ମଧ୍ୟ କମିଯାଇଥିଲା।

ରଶ୍ମି ସାମଲ

ରଶ୍ମି ସାମଲ

ରଶ୍ମି ସାମଲ, ଭୁବନେଶ୍ୱର, ବିଶିଷ୍ଟ କବି ଓ ଗାଳ୍ପିକ

Related Posts

Vipul’s Voice:Burden of the Known
More

Vipul’s Voice:
Burden of the Known

by Vipul Agarwal
June 19, 2026

Vipul Agarwal, Delhi, 19 June 2026 While reading horoscopes, I often wonder whether a person can see the future clearly...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୬)

June 14, 2026
ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

June 5, 2026
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.