• About
  • Contact
Tuesday, March 17, 2026
Tuesday, March 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଦୀପାବଳି ର ଦୀପ୍ତ ଆଲୋକ ଶିଖା

ଦୀପାବଳି ର ଦୀପ୍ତ ଆଲୋକ ଶିଖା
Share on FacebookShare on Xshare on Whatsappshare on Linkedin
ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୧୨ ନଭେମ୍ବର ୨୦୨୩

(ବିଶିଷ୍ଟ ସାମ୍ୟବାଦୀ ଜନନାୟକ ପ୍ରଦୀପ୍ତ କିଶୋର ଦାସଙ୍କ ଜୟନ୍ତୀ ଉପଲକ୍ଷେ)

କାର୍ତ୍ତିକ କୃଷ୍ଣ ଅମାବାସ୍ୟା ର ଘନ ଅନ୍ଧକାର କୁ ବିଦୂରିତ କରି ଏକ ଦୀପ୍ତ ଆଲୋକ ଶିଖା ସଦୃଶ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁମୁଡ଼ା ଜୟପୁର ପ୍ରଗଣା ସ୍ଥିତ କୁଣ୍ଡି ଗ୍ରାମରେ କରଣ ବଂଶଜ ଏକ ଜମିଦାର ପରିବାର ରେ କାର୍ତ୍ତିକେଶ୍ୱର ଦାସ ଙ୍କ କନିଷ୍ଠ ପୁତ୍ର ଭାବରେ ଶିଶୁ ଟିଏ ଭୂମିଷ୍ଠ ହୋଇଥିଲେ । ପବିତ୍ର ଦୀପାବଳି (ଦିଆଲି) ଉତ୍ସବ ଅବସରରେ ଜନ୍ମ ଲଭିଥିବା ଶିଶୁ କୁ ଶ୍ରଦ୍ଧାରେ ସମସ୍ତେ “ଦିଆଲୀ” ଡାକୁ ଥିବାରୁ ଡାକ ନାଁ ହୋଇଥିଲା “ଦିଲ୍ଲୀ” । ଦୀପ୍ତ ପ୍ରତିଭା ର ଦିଗନ୍ତ ବିସ୍ତାରି ଆଲୋକରେ ଦୀପ୍ତିମନ୍ତ ବ୍ୟକ୍ତିତ୍ଵ ବିକଶିତ ହୋଇ ପରବର୍ତ୍ତୀ କାଳରେ ତାଙ୍କୁ ଓଡ଼ିଶାର ପ୍ରତି ଘରେ ଘରେ ପରିଚୟ ଦେଇଥିଲା “ପ୍ରଦୀପ୍ତ କିଶୋର ଦାସ” ନାମରେ । ଦିପ୍ତ ଚେହେରା, ମାର୍ଜିତ ଆଚରଣ, ଅହଂଶୂନ୍ୟ ଉଚ୍ଚାରଣ ତାଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ ବୋଲି ବିଚାର କରାଯାଏ ।

ସମ୍ଭ୍ରାନ୍ତ କରଣ ଜମିଦାର ପରିବାରରେ ଜନ୍ମ ହୋଇ ମଧ୍ୟ ସେ ବାଲ୍ୟ କାଳରୁ ସରଳ ନିରାଡମ୍ବର ଜୀବନ ଶୈଳୀରେ ବଞ୍ଚିବାକୁ ବେଶୀ ପସନ୍ଦ କରୁଥିଲେ । ସାମ୍ୟବାଦୀ ଚିନ୍ତାଧାରାର ବଶବର୍ତ୍ତୀ ହୋଇ ସାମାଜିକ ଉତ୍ଥାନ ପାଇଁ ଆଗଭର ହେଉଥିଲେ । ଛାତ୍ରାବସ୍ଥାରୁ ବ୍ରିଟିଶ ଶାସନ କୁ ବିରୋଧ କରି କାରାବରଣ କରିଥିଲେ । ବିଭିନ୍ନ ସମୟରେ ପ୍ରଜା ଆନ୍ଦୋଳନ ଓ ଭାରତୀୟ ମୁକ୍ତି ସଂଗ୍ରାମ ରେ ନିଜକୁ ସାମିଲ୍ କରି ଦେଶଭକ୍ତି ର ପରିଚୟ ଦେଇଥିଲେ ।

ମାହାଙ୍ଗା ଅଂଚଳ ରେ ଜଣେ ସଚ୍ଚୋଟ ସମାଜ ସଂଗଠକ ଭାବେ ବୁଦ୍ଧିଜୀବୀ ମହଲରେ ଆଦରଣୀୟ ଥିଲେ ପ୍ରଦୀପ୍ତ କିଶୋର ଦାସ । ସ୍ନାତକ ଉପାଧି ହାସଲ କରି ପ୍ରଥମେ କଇଥା – ଚମ୍ପାପୁର ସ୍ଥିତ ଉଚ୍ଚ ବିଦ୍ୟାଳୟ “ଗାନ୍ଧୀ ଶିକ୍ଷାଶ୍ରମ” ରେ ଶିକ୍ଷକତା କରି ପରେ ପ୍ରଜା ସୋସିଆଲିଷ୍ଟ ପାର୍ଟି ରେ ଯୋଗ ଦେଇଥିଲେ । ଅବଶ୍ୟ ରାଜନୀତି ରେ ଯୋଗଦାନ ତାଙ୍କ ପାଇଁ ଏକ ଆହ୍ଵାନ ଥିଲା ବୋଲି ସେ ବହୁବାର ସ୍ଵୀକାରୋକ୍ତି ବାଢିଛନ୍ତି । ଗ୍ରାମାଞ୍ଚଳ ସମାଜ ଜୀବନ ବିକଶିତ ନହେଲେ ଦେଶର ପ୍ରଗତି ହୋଇପାରିବ ନାହିଁ ବୋଲି ସେ ମର୍ମେ ମର୍ମେ ଅନୁଭବ କରିଥିଲେ । ସମାଜ ସେବା ପାଇଁ ସେ ରାଜନୀତି ରେ ପାଦ ଥାପି ସଫଳ ହୋଇଥିଲେ । ଏକାଧିକ ବାର ମାହାଙ୍ଗା ବିଧାୟକ ଭାବେ ନିର୍ବାଚିତ ହୋଇ ଥିଲେ । ୧୯୭୬ ମସିହାରେ ମଧ୍ୟ ଜନତା ଦଳ ଟିକେଟ ରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚିତ ହୋଇ ତତ୍କାଳୀନ ସରକାର ରେ ଶିକ୍ଷା ଓ ସ୍ଵାସ୍ଥ୍ୟ ବିଭାଗ ର କ୍ୟାବିନେଟ୍ ମନ୍ତ୍ରୀ ଭାବେ ରାଜ୍ୟର ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗରେ ଅନେକ ସଂସ୍କାର ଆଣିଥିଲେ । ଭାରତ ବର୍ଷର ଅନ୍ୟତମ ସାମ୍ୟବାଦୀ ଚେତନାର ବାର୍ତ୍ତାବହ ତଥା ଜନନାୟକ ଯଥାକ୍ରମେ: ଜୟ ପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ, ସୁରେନ୍ଦ୍ର ନାଥ ଦ୍ବିବେଦୀ ପ୍ରମୁଖଙ୍କୁ ପ୍ରଦୀପ୍ତ ବାବୁ ନିଜ ଜୀବନ ର ଆଦର୍ଶ ଭାବେ ଗ୍ରହଣ କରିଥିଲେ । ସ୍ୱର୍ଗତଃ ରବି ରାୟ, ସ୍ୱର୍ଗତଃ ବାଙ୍କ ବିହାରୀ ଦାସ ଆଦିଙ୍କ ସହିତ ତାଙ୍କର ଘନିଷ୍ଠ ବନ୍ଧୁତା ଥିଲା । ପ୍ରାୟତଃ ସବୁ ସାମାଜିକ, ସାଂଗଠାନିକ କାର୍ଯ୍ୟରେ ସେମାନଙ୍କର ପରସ୍ପର ସହଯୋଗିତା ଓ ସହଭାଗିତା କୁ ଅସ୍ବୀକାର କରି ହେବନାହିଁ ।

ଆଉ ଯେଉଁ ସବୁ ମହାର୍ଘ ଗୁଣରେ ପ୍ରଦୀପ୍ତ କିଶୋର ଦାସ ନିଜ ବ୍ୟକ୍ତିତ୍ଵ ର ପରାକାଷ୍ଠା ପ୍ରତିପାଦନ କରିଥିଲେ, ତନ୍ମଧ୍ୟରୁ ପୁସ୍ତକ ପଠନ, ଉଦ୍ୟାନ କର୍ମ, ସାହିତ୍ୟ ଓ ସଂସ୍କୃତି ଚର୍ଚ୍ଚା, ସାମାଜିକ ସଂଗଠନ, ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ପ୍ରତିଷ୍ଠା ଓ ସେସବୁର ସୁପରିଚାଳନା ଆଦି ଅନ୍ୟତମ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ । କୋଠପଦା ଗ୍ରାମ ସ୍ଥିତ ରଘୁନାଥ ବିଦ୍ୟାପୀଠ ( ଉଚ୍ଚ ବିଦ୍ୟାଳୟ) ର ପରିଚାଳନା ସମିତି ସଭାପତି ଭାବେ କାର୍ଯ୍ୟ କରିବା, ନିଜ ଗ୍ରାମ କୁଣ୍ଡି ଠାରେ ଗ୍ରମୋନ୍ନତି ପାଠାଗାର ପ୍ରତିଷ୍ଠା କରି ସମସାମୟିକ ଯୁବଗୋଷ୍ଠୀଙ୍କୁ ଗ୍ରାମାଞ୍ଚଳ ବିକାଶ କ୍ଷେତ୍ରରେ ଯଥେଷ୍ଟ ଅନୁପ୍ରେରିତ କରିବା, ତତ୍କାଳୀନ ଚିତ୍ତ ବିନୋଦନ ପାଇଁ ଗ୍ରାମ୍ୟ ମେଳା, ମହୋତ୍ସବ, ନାଟ୍ୟ ପ୍ରଦର୍ଶନ ଆଦିର ଆୟୋଜନ କରିବା ଥିଲା ତାଙ୍କର ଅଭିରୁଚି। ସର୍ବୋପରି ଗ୍ରାମ୍ୟ ଜୀବନର ସାମୁହିକ କଲ୍ୟାଣ ଦିଗରେ ଅହରହ ଚିନ୍ତା କରୁଥିବା ପ୍ରଦୀପ୍ତ ବାବୁ ସାମାଜିକ ତଥା ପାରିବାରିକ ବିବାଦ କିମ୍ବା କଳହ ର ତୀବ୍ର ବିରୋଧୀ ଥିଲେ । ମୂରବୀ ହିସାବରେ ଏହି ପରିପ୍ରେକ୍ଷୀରେ ସେ ସମସ୍ତଙ୍କୁ ସହଜ ସରଳ ସମାଧାନ ଦେଇ ଢେର୍ ପ୍ରଶଂସା ଅର୍ଜନ କରିଥିଲେ । କୁଣ୍ଡି ପଞ୍ଚାୟତ ହାଇ ସ୍କୁଲ ପ୍ରତିଷ୍ଠା କାଳରେ ଭୂମିଦନ କରି ସ୍ଵକୀୟ ବଦାନ୍ୟତାର ପରିଚୟ ଦେଇଥିଲେ ।

ତାଙ୍କ ସମ୍ପର୍କରେ ଏକ ମହତ୍ତର କଥା ଆଜିବି ସ୍ମୃତି ପଟ୍ଟଳରେ ଦୋଳାୟିତ ହେଉଛି । ଏଇ ଲେଖକ ୧୯୭୭-୭୮ ଶିକ୍ଷା ବର୍ଷରେ ପ୍ରତିବେଶୀ ଗ୍ରାମରେ ଥିବା ଏକ ଅନୁଦାନ ପ୍ରାପ୍ତ ମଧ୍ୟ ଇଂରାଜୀ (ଏବେ ଉଚ୍ଚ ପ୍ରାଥମିକ) ବିଦ୍ୟାଳୟ ରେ ପରିଚାଳନା ସମିତି ପକ୍ଷରୁ ସାମୟିକ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଥିଲା । ସେତେବେଳେ ପ୍ରଦୀପ୍ତ କିଶୋର ଦାସ ଓଡ଼ିଶାର ଶିକ୍ଷା ମନ୍ତ୍ରୀ ଥିଲେ । ସମ୍ପର୍କ ଦୃଷ୍ଟିରୁ ନିଜ କୁଟୁମ୍ବ ର ଜେଜେ ଥିଲେ ସେ । ନିଯୁକ୍ତି ର ଅନୁମୋଦନ ପାଇଁ ସଂପୃକ୍ତ ଶିକ୍ଷା ଅଧିକାରୀଙ୍କୁ ସୁପାରିଶ କରିଦେବାକୁ ନିବେଦନ କରିବାରୁ, ମନ୍ତ୍ରୀ ଥିବା ଜେଜେ ସିଧାସଳଖ ମନା କରିଦେଇଥିଲେ । କହିଥିଲେ – “ସୁପାରିଶ ଜନିତ ନିଯୁକ୍ତି ବ୍ୟକ୍ତି ର କର୍ମ କରିବାର ଇଚ୍ଛାଶକ୍ତି କୁ ଅବଦମିତ କରିଦିଏ । ତେଣୁ, ସେ ଏଭଳି ଅପକର କାର୍ଯ୍ୟ କରି ପାରିବେ ନାହିଁ ।” ଏହି ଉପଦେଶାତ୍ମକ ବାଣୀ ସତରେ କେତେ ନିବିଡ ଆଉ ସାଚ୍ଚୋଟ ଭିତ୍ତିକ ଥିଲା, ତାହା ତାଙ୍କ ଅବର୍ତ୍ତମାନରେ ବି ବେଶ ଗୁରୁତ୍ଵପୂର୍ଣ୍ଣ ବୋଧ ହେଉଛି ।

ଆମ ଦେଶର ଅନ୍ୟତମ ବରେଣ୍ୟ ରାଷ୍ଟ୍ର ନେତା ପ୍ରାୟ ତିନିଥର ଅସ୍ଥାୟୀ ପ୍ରଧାନ ମନ୍ତ୍ରୀ ଥିବା ଗୁଲ୍ ଜାରି ଲାଲ୍ ନନ୍ଦା ଙ୍କ କହିବା ଅନୁସାରେ ଓଡ଼ିଶାରେ ଯଦି କେହି ସଚ୍ଚୋଟ ରାଜନୀତିଜ୍ଞ ଜନ ନେତା ଥାନ୍ତି, ତେବେ ସେ ଜଣକ ହେଉଛନ୍ତି ପ୍ରଦୀପ୍ତ କିଶୋର ଦାସ । କ୍ଷମତା ର ଲୋଭ ନଥିଲା ତାଙ୍କ ପାଖରେ । ସେଥିପାଇଁ ଜରୁରୀ ପରିସ୍ଥିତି ଜାରି ହେବା ନେଇ ଓଡ଼ିଶା ରାଜନୀତି ରେ ହତଚମଟ ସୃଷ୍ଟି ହେବା ଏବଂ ଜନତା ସରକାର ମନ୍ତ୍ରୀ ମଣ୍ଡଳ ଭାଙ୍ଗିବା ପୂର୍ବରୁ ସ୍ଵତଃ ମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରି ସ୍ଵୀୟ ମହାନତା ର ପଦଚିହ୍ନ ଛାଡ଼ିଯାଇଛନ୍ତି ସେ । ତାଙ୍କର ସେଇ ଅମର କୃତି ଓ କୀର୍ତ୍ତି କୁ ନେଇ ମାହାଙ୍ଗା ମାଟି ଧନ୍ୟ ହୋଇଛି, ସାରା ଓଡ଼ିଶା ପୁଣି ଗର୍ବ କରୁଛି ।

ଆଜି ଜୟନ୍ତୀ ଅବକାଶ ରେ ଦୀପାବଳୀର ଦୀପ୍ତ ଆଲୋକ ଶିିିଖା ପୁଣିଥରେ ସେହି ମହାନ୍ ଜନନାୟକ ପ୍ରଦୀପ୍ତ କିଶୋର ଦାସ ଙ୍କୁ ଆବାହନ କରୁଛି ଯେମିତି !

ଅବନୀ ଚନ୍ଦ୍ର ଦାସ

ଅବନୀ ଚନ୍ଦ୍ର ଦାସ

(ସାହିତ୍ୟିକ, ସ୍ତମ୍ଭକାର, ଗବେଷକ, ସୁସଂଗଠକ)
ସଂପାଦକ, ନିର୍ଭିକ
ସଂପାଦକ, ମାହାଙ୍ଗା ମୈତ୍ରୀ ମଞ୍ଚ
ସଂପାଦକ, ଉତ୍କଳୀୟ ସାହିତ୍ୟ ସଂସ୍କୃତି ପରିଷଦ
ପ୍ରଶାନ୍ତି ବିହାର, ଭୁବନେଶ୍ବର-୨୪
ଫୋନ୍ ନଂ. ୯୯୩୭୫୩୭୯୭୪

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୩)

by ଭବେଶ ଚନ୍ଦ୍ର କର
March 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ମାର୍ଚ୍ଚ ୨୦୨୬ ସନ୍ଧ୍ୟା ହେଲା କିନ୍ତୁ ମନ୍ମଥ ଜଙ୍ଗଲରୁ ନ ଫେରିବାରୁ ମନରେ ମୋର ଛନକା ପଶିଲା। କୁଆଡେ ଗଲା...

Read more
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.