• About
  • Contact
Saturday, June 27, 2026
Saturday, June 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଯଦା ଯଦାହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ

ଯଦା ଯଦାହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ
Share on FacebookShare on Xshare on Whatsappshare on Linkedin

ଶ୍ରୀ ଦାଶରଥୀ ଶତପଥୀ, ୧୮ ଅଗଷ୍ଟ 

ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି:-

ଯଦା ଯଦାହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ।
ଅଭ୍ୟୁତଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ ।। (ଗୀତା ୪/୭)
ପରିତ୍ରାଣାୟ ସାଧୂନାଂ ବିନାଶ୍ୟାୟ ଚ ଦୁଷ୍କୃତାମ ।
ଧର୍ମସଂସ୍ଥାପନାର୍ଥାୟ ସମ୍ଭାବାମି ଯୁଗେ ଯୁଗେ ।। (ଗୀତା ୪/୮)

ହେ ଭାରତ !ଯେଉଁ ଯେଉଁ ସମୟରେ ଧର୍ମର ଅବକ୍ଷୟ ହୁଏ ଏବଂ ଅର୍ଧମର ବୃଦ୍ଧି ହୁଏ ଠିକ୍ ସେହି ସମୟରେ ହିଁ ମୁଁ ନିଜେ ନିଜକୁ ସାକାର ରୂପରେ ପ୍ରକଟ କରେ, ଅର୍ଥାତ୍ ଅବତାର ଧାରଣ କରି ସମସ୍ତଙ୍କ ସମ୍ମୁଖରେ ପ୍ରକଟ ହୁଏ ।ସାଧୁ ପୁରୁଷ ଅର୍ଥାତ ଭକ୍ତମାନଙ୍କୁ ରକ୍ଷା କରିବା ପାଇଁ ଏବଂ ପାପୀମାନଙ୍କୁ ବିନାଶ କରିବା ପାଇଁ ଏବଂ ଧର୍ମ ସ୍ଥାପନ କରିବା ପାଇଁ ମୁଁଯୁଗେ ଯୁଗେ  ପ୍ରକଟ ହୋଇଥାଏ।

ସମୟ, ପରିସ୍ଥିତି ଓ ପରିବେଶ ଅବସ୍ଥାର ଗୁରୁତ୍ୱ ହେତୁ ଭଗବାନ ବିଭିନ୍ନ ସମୟରେ ଶାନ୍ତି ସ୍ଥାପନ ପାଇଁ  ବିଭିନ୍ନ ଅବତାରରେ ଜନ୍ମଗ୍ରହଣ କରିଥାନ୍ତି,ଧରା ଧାମରେ ମାନବ ରୂପରେ। ତ୍ରେତୟା ଯୁଗରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ରାଜା ଦଶରଥଙ୍କ ଔରସରୁ ଜନ୍ମ ନେଇ ପ୍ରଜାନୁରଂଜନ ଭାବେ ଖ୍ୟାତି ନେଇ ଅନ୍ୟାୟ ଅତ୍ୟାଚାରୀ ରାବଣକୁ ବଧ କରିଥିଲେ ସତ କିନ୍ତୁ ଜୀବନରେ ବିଭିନ୍ନ ପରିସ୍ଥିତିରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଅତ୍ୟଧିକ ଦୁଃଖ କଷ୍ଟରେ ମର୍ମାହତ ହେତୁ ଦ୍ୱାପର ଯୁଗରେ ଦୁଷ୍ଟ ଦଳନ ତଥା ସଂସାରର ନୀତି ଶିକ୍ଷା ଦେବାକୁ ଲୀଳାଅବତାର ସ୍ୱରୁପ ଧାରଣ କରିଥିଲେ ।

ପାପୀଷ୍ଠ, ଦୂରାଚାରୀ, କଂସର ଅସହ୍ୟ ଉତ୍ପୀଡନକୁ ପ୍ରତିହତ କରିବା ପାଇଁ କଂସର କାରାଗାରରେ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ଅନ୍ଧକାରମୟ ନିଃଶଦ୍ଦ ଅର୍ଦ୍ଧରାତ୍ରୀରେ ପୂର୍ବ ଦିଗରେ ପୂର୍ଣ୍ଣିମା ଚାନ୍ଦ ଉଇଁଲାପରି ଭଗବାନ ବିଷ୍ଣୁ ପ୍ରଭୁ ଶ୍ରୀକୃଷ୍ଣ ରୂପରେ ପରମ ବିଷ୍ଣୁଭକ୍ତ ବସୁଦେବ ଓ ମାତା ଦେବକୀଙ୍କ କୋଳମଣ୍ଡନ କରିଥିଲେ । ଏଣୁ ସେହି ତିଥି ଜନ୍ମାଷ୍ଟମୀ ଭାବେ ପ୍ରସିଦ୍ଧ ଓ କୃଷ୍ଣପ୍ରେମୀମାନଙ୍କ ଦ୍ୱାରା ଏହି ଦିନକୁ ଏକ ମହତ୍ତ୍ୱପୂର୍ଣ୍ଣ ଦିନ ଭାବେ ପରିପାଳିତ ।

ପୁରାଣ ଶାସ୍ତ୍ର ଅନୁସାରେ ଦ୍ୱାପରେ ଯୁଗରେ ମଥୁରାର ବିଷ୍ଣୁଭକ୍ତ ରାଜା ଉଗ୍ରସେନ ଅତ୍ୟନ୍ତ ଧର୍ମପରାୟଣ, ପ୍ରଜାବତ୍ସଳ ଓ ଐଶ୍ୱରିକ ଚେତନାର ବଶୀଭୂତ ଥିଲେ । ଦୁର୍ଭାଗ୍ୟବଶତଃ ସେ କଂସ ପରି ପୁତ୍ର ଲାଭ କରିଥିଲେ, ଯେ କି ବାଲ୍ୟ କାଳରୁ କ୍ରୁରକର୍ମା ଅତ୍ୟାଚାରୀ ଥିଲେ, ଯାହାକି ଉଗ୍ରସେନଙ୍କ ଦୁଃଖର କାରଣ ଥିଲା ।

କଂସ, ନିଜର ଭଗ୍ନୀ ଦେବକୀଙ୍କ ପ୍ରତି ସ୍ନେହ ମମତାରେ ଭରି ରହିଥିଲା । ଏକଦା ନିଜର ଆଦରର ଭଉଣୀ ଦେବୀ ଦେବକୀଙ୍କୁ ଯଦୁବଂଶର ପବିତ୍ର ହୃଦୟୀ ବସୁଦେବଙ୍କୁ ବିବାହ ଦେଇ ଆନନ୍ଦରେ ନିଜ ରଥରେ ବସାଇ ନେଉଥିବାବେଳେ ହଠାତ୍ ଶୂନ୍ୟ ବାଣୀ ହେଲା,“ରେ ରେ ମୁର୍ଖ ଦୁରାଚାରୀ କଂସ, ତୁ ଯାହାକୁ ରଥରେ ବସାଇ ନେଉଛୁ, ତାର ଅଷ୍ଟମ ଗର୍ଭର ସନ୍ତାନ, ତୋତେହିଁ ବଧ କରିବ। ଏହା ଶୁଣି କଂସ କ୍ରୋଧିତ ହୋଇ ବସୁଦେବ ଓ ଦେବକୀ ଉଭୟଙ୍କୁ ଏକ ବନ୍ଦୀଶାଳାରେ ରଖି ତାଙ୍କ ଦ୍ୱାରା ଜନ୍ମିତ ଗୋଟିଏ ପରେ ଗୋଟିଏ ସନ୍ତାନକୁ ବଧ କରିବାକୁ ଲାଗିଲା ।

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମ ତିଥିରେ ରାତ୍ରୀର ମଧ୍ୟମ କାଳରେ ନିରବ ନିଶ୍ଚଳ ସମୟରେ ଧରଣୀ ଅତ୍ୟନ୍ତ ପ୍ରସନ୍ନ ଥିବାବେଳେ ଘନ ଅନ୍ଧକାର ଚାରିମେଘର ସମାହାର ବର୍ଷା ଢାଳୁଥିବା ସମୟରେ, ଭଗବାନ କୃଷ୍ଣ ଜନ୍ମନେଲାବେଳେ ପ୍ରହରୀମାନେ ଘୋର  ନିଦ୍ରାରେ ଶୋଇଯାଇଥିଲେ ଏବଂ ହଠାତ୍ କାରାଗାରର ସମସ୍ତ ଫାଟକ ଉନ୍ମକ୍ତ ହୋଇଯାଇଥିଲା । ମୁଖମଣ୍ଡଳରୁ ଜ୍ୟୋତି ବାହାରୁଥିବା ଶିଶୁପୁତ୍ରକୁ ଏକ ଚାଙ୍ଗଡାରେ ଧରି ବସୁଦେବ ବାହାରିଲେ ଗୋପପୁରକୁ ।

ପୁତ୍ର କଂସର ଆଦେଶରେ ଜଗୁଆଳିଭାବେ ଜାଗ୍ରତ ହୋଇରହିଥିବା ବିଷ୍ଣୁଭକ୍ତ ଉଗ୍ରେସନ ତାଙ୍କର ପଥରୋଧ କରିବାରେ ନିଜେ ଶିଶୁପୁତ୍ରଠାରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ସହ ବିଶ୍ୱବ୍ରହ୍ମାଣ୍ଡ କର୍ତ୍ତାଙ୍କୁ ଦେଖି ଉଗ୍ରେସନ ଭକ୍ତିଭାବରେ ଆନନ୍ଦାଶ୍ରୁ ବୁହାଇବା ସହ ନିସ୍ତେଜ ହୋଇଯାଇଥିଲେ ।ଏହି ସଙ୍କେତ ଦେଇ ପ୍ରଭୁ ଖସିଯାଇଥିଲେ ଉଛୁଳା ଯମୁନା ନଈ କୂଳକୁ ।

ବିଶ୍ୱନିୟନ୍ତାଙ୍କୁ ମୁଣ୍ଡରେ ଧରି ଭୟ ଓ ଆଶଙ୍କା ଭିତରେ ଯମୁନା ନଦୀ ଭିତରକୁ ପ୍ରବେଶବେଳେ ନଦୀର ଜଳ ଆପେ ଆପେ ଦୁଇଭାଗ ହୋଇ, ଅନନ୍ତ ନାଗଙ୍କ ଛତ୍ରତଳେ ଭଗବାନ କୃଷ୍ଣଙ୍କୁ ନେଇ ନନ୍ଦରାଜାଙ୍କ ଘରେ ଉପସ୍ଥିତ ହେଲେ ବସୁଦେବ। ସମସ୍ତେ ନିଦ୍ରାଗତ ଅବସ୍ଥାରେ, ଯଶୋଦାଙ୍କ ଜନ୍ମିତ କନ୍ୟାକୁ ବସୁଦେବ ଆଣି ପୁନଶ୍ଚ କଂସର କାରାଗାରରେ ଉପସ୍ଥିତ ହେଲେ ।

ଅଷ୍ଟମ ଗର୍ଭରେ ଜନ୍ମିତ କନ୍ୟା କଥା ଜାଣି ମୁର୍ଖ କଂସ ପଥରରେ କଚାଡି ମାରିବା ଭିତରେ ବିଜୁଳି କନ୍ୟା କଂସ ହାତରୁ ଖସି ମହାଶୂନ୍ୟରେ ଅଟ୍ଟହାସ୍ୟ କରି କହିଉଠିଲା , ଯିଏ ଦୂରାଚାରୀ କଂସକୁ ମାରିବ, ସିଏ ଏବେ ଗୋପପୁରରେ ବଢୁଛି। ତା ପରେ କଂସ ନିଜର ସମସ୍ତ ଚେଷ୍ଟା ଚଳାଇଲା ଭଗବାନ କୃଷ୍ଣଙ୍କୁ ମାରିବା ପାଇଁ ଏବଂ ନିୟୋଜନ କଲା ଅଘା, ପୁତନା, ବକା ଆଦି ରାକ୍ଷସ ରାକ୍ଷସୀମାନଙ୍କୁ, ହେଲେ ସମସ୍ତେ ବିନାଶ ହେଲେ କୃଷ୍ଣଙ୍କ ଦ୍ୱାରା । ନିରାଶରେ କ୍ରୁର କଂସ କୃଷ୍ଣଙ୍କୁ ମାରିବା ପାଇଁ ସମସ୍ତ ଚେଷ୍ଟା କରି ଶେଷରେ ଧନୁଯାତ୍ରାରେ ସ୍ୱୟଂ କଂସ ମଞ୍ଚାରୁ ପଡି ମୃତ୍ୟୁବରଣ କରିଥିଲେ । କଂସର ନିଧନ ପରେ ମଥୁରା ଓ ଗୋପପୁରରେ ଶାନ୍ତି ପ୍ରତିଷ୍ଠା ହୋଇଥିଲା ।

ଭାଗବତ ଅନୁସାରେ ପ୍ରଭୁ କୃଷ୍ଣଙ୍କ ବାଲ୍ୟଲୀଳା ଅତି ଚମତ୍କାର । ମୁଣ୍ଡରେ ମୟୁରପୁଛ, ଓଠରେ ବଂଶୀ, ଲବଣୀଚୋରୀ, କାଳୀୟଦଳନ, ଗିରି ଗୋବର୍ଦ୍ଧନଧାରଣ, ସୁଦାମଙ୍କ ସହ ମିତ୍ରତା, ବିଦ୍ୟା ଅଧ୍ୟୟନ ଖୁବ୍ ସୁନ୍ଦର ଭାବରେ କଟିଥିଲା ।

ମହାଭାରତ ଅନୁସାରେ ଅଧର୍ମ ଅନ୍ୟାୟ ଅତ୍ୟାଚାରକୁ ପ୍ରତିହତ ପାଇଁ କୁରୁକ୍ଷେତ୍ର ମହାସମରର ଯୁଦ୍ଧନୀତି, କୂଟନୀତି, ଗୀତାଜ୍ଞାନ, ଅଲୌକିକ ଗୁଣକୁ ଅନୁଭବ କରି ବିଷ୍ଣୁଙ୍କ ଅବତାରଭାବେ ମାନବ ସମାଜ ଉପାସନା କରିଆସୁଛନ୍ତି ।

ମଥୁରା, ବୃନ୍ଦାବନ ଭଳି ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀଠାରେ କୃଷ୍ଣ ସଂପର୍କୀତ ଅନେକ ଯାନିଯାତ୍ରା ଦେଖିବାକୁ ମିଳେ ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କୃଷ୍ଣବୋଲି କେତେକ ଶାସ୍ତ୍ରରେ ପ୍ରମାଣ
ରହିଛି। ଏଣୁ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ, ନନ୍ଦୋତ୍ସବ, ରାଧାଷ୍ଟମୀ ପରି ଉତ୍ସବ ପାଳନ କରାଯାଉଥିବାବେଳେ ଶ୍ରୀଜଗନ୍ନାଥଙ୍କ ବେଶମାନଙ୍କ ମଧ୍ୟରେ କାଳୀୟଦଳନ, ପ୍ରଳମ୍ବାସୁର ବଧ, ରାଇଦାମୋଦର ଇତ୍ୟାଦି ବେଶ ଅନୁଷ୍ଠିତ ହୋଇଆସୁଛି ।

ଭଗବତ୍ ଗୀତାର ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ କୃଷ୍ଣ କହିଛନ୍ତି :-

“ସର୍ବଯୋନିଷୁ କୌନ୍ତେୟ ମୂର୍ତ୍ତୟଃ ସମ୍ଭବନ୍ତି ଯାଃ ।
ତାସାଂ ବ୍ରହ୍ମ ମହଦ୍ୟୋନିରହଂ ବୀଜ ପ୍ରଦଃ ପିତା”।। (ଗୀତା ୧୪/୪)

ନାନା ପ୍ରକାର ଯୋନିରେ ଯେତେସବୁ ଶରୀରଧାରୀ ପ୍ରାଣୀ ଉତ୍ପନ୍ନ ହୁଅନ୍ତି, ମୂଳପ୍ରକୃତି ହେଉଛି ସେହି ସମସ୍ତଙ୍କର ଗର୍ଭଧାରଣ କରୁଥିବା ମାତା ଏବଂ ମୁଁ ହେଉଛି ବୀଜ ସ୍ଥାପନ କରୁଥିବା ପିତା । ପୁଣି ପ୍ରଭୁ କହିଛନ୍ତି:“ମମୈବାଂଶୋ ଜୀବଭୂତଃ” ସମସ୍ତ ଜୀବ ହେଉଛନ୍ତି ମୋର ଅଂଶ ।

ଶ୍ରୀ ଦାଶରଥୀ ଶତପଥୀ, ସଚିବ, ଓଡିଶା ବିଧାନସଭା, ଦୂରଭାଷ ନଂ– ୯୩୩୭୪୪୯୩୭୩

 

Dasarathi Satapathy

Dasarathi Satapathy

Former Secretary, Odisha Legislative Assembly
Mob No– 9337449373

Related Posts

Vipul’s Voice:Burden of the Known
More

Vipul’s Voice:
Burden of the Known

by Vipul Agarwal
June 19, 2026

Vipul Agarwal, Delhi, 19 June 2026 While reading horoscopes, I often wonder whether a person can see the future clearly...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୬)

June 14, 2026
ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

June 5, 2026
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.