ଶ୍ରୀ ଚନ୍ଦ୍ରଶେଖର ନନ୍ଦ ଭୁବନେଶ୍ୱର, ୨୬ ଅକ୍ଟୋବର ୨୦୨୪
ଓଡ଼ିଆ ସାହିତ୍ୟର ଉନ୍ନତୀକରଣ ନିମନ୍ତେ ଉପେନ୍ଦ୍ର ଭଞ୍ଜଙ୍କ ବହୁବିଧ ଅବଦାନ ପାଇଁ ତାଙ୍କୁ ଜାତି ତରଫରୁ “କବିସମ୍ରାଟ” ଉପାଧିରେ ଭୂଷିତ କରାଯାଇଛି। ଅନୁସୃତ ପଦ୍ଧତି ଅନୁସାରେ ବ୍ୟକ୍ତିର ଜନ୍ମ ଦିବସରେ ତା’ର ଜୟନ୍ତୀ ପାଳନ କରାଯାଏ। ଓଡ଼ିଶାର ଇତିହାସ ବିଶଦ ଭାବରେ ତଥା ନିର୍ଭୁଲ ଭାବରେ ଲେଖାଯାଇ ନଥିବାରୁ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମ ତିଥି ଓ ଜୀବନକାଳ ନିଃସନ୍ଦେହ ଭାବରେ ଘୋଷଣା କରାଯାଇ ପାରିନାହିଁ। ତେବେ କେତେକ ସହଯୋଗୀ ବିବରଣୀ ଆଧାରରେ ଉପେନ୍ଦ୍ର ଭଞ୍ଜଙ୍କ ଜୀବନୀକାଳ ୧୬୮୫ ଖ୍ରୀଷ୍ଟାବ୍ଦରୁ ୧୭୨୫ ଖ୍ରୀଷ୍ଟାବ୍ଦ ଭାବରେ ଗ୍ରହଣ କରାଯାଇଛି। କିନ୍ତୁ ଏ ଯାବତ୍ ତାଙ୍କର ଜନ୍ମ ତାରିଖ ଆବିଷ୍କାର କରାଯାଇ ପାରିନାହିଁ।
କଳିଙ୍ଗ ଭାରତୀ ଅନୁଷ୍ଠାନ ଏଭଳି ପରିପେକ୍ଷୀରେ ନିଜସ୍ୱ ଅନୁଷ୍ଠାନର ପ୍ରତିଷ୍ଠା ଦିବସକୁ “ଭଞ୍ଜ ଜୟନ୍ତୀ” ଭାବରେ ପାଳନ କରିଆସୁଛି। ୧୯୪୪ ମସିହା ମେ ମାସ ୧୬ ତାରିଖ ସ୍ବର୍ଗତଃ ବିଚ୍ଛନ୍ଦ ଚରଣ ପଟ୍ଟନାୟକଙ୍କ ଦ୍ୱାରା କଳିଙ୍ଗ ଭାରତୀ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା ଓ ପ୍ରଥମ କରି ଭଞ୍ଜ ଜୟନ୍ତୀ ପାଳନ କରାଯାଇଥିଲା ୧୯୪୬ ଦିନିକିଆ, ୧୯୪୬ ରେ ଦୁଇଦିନିଆ, ୧୯୪୮ ରେ ପାଞ୍ଚଦିନିଆ ଓ ୧୯୪୯ ରୁ ସାତଦିନିଆ ଭଞ୍ଜ ଜୟନ୍ତୀ କଳିଙ୍ଗ ଭାରତୀ ତରଫରୁ ପାଳିତ ହେଉଛି, ଯାହାର ପ୍ରଥମଦିନ ରହିଛି ମେ ମାସର ୧୬ ତାରିଖ।
ଏ ବର୍ଷ ନିର୍ବାଚନ ନିୟନ୍ତ୍ରଣ ଦୃଷ୍ଟିରୁ ଅକ୍ଟୋବର ମାସରେ ଭଞ୍ଜ ଜୟନ୍ତୀ କରାଯାଉଛି। ଏହା ହେଉଛି କଳିଙ୍ଗ ଭାରତୀ ୮୧ ତମ ଭଞ୍ଜ ଜୟନ୍ତୀ।
ପ୍ରକାଶ କରାଯାଇପାରେ ଯେ ଓଡ଼ିଶାର ଅନେକ ଅନୁଷ୍ଠାନ ମେ ମାସର ୧୬ ତାରିଖରେ ଭଞ୍ଜ ଜୟନ୍ତୀ ପାଳନ କରିଆସୁଛନ୍ତି।