• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

କାନ୍ତକବିଙ୍କ ପାଇଁ ଓଡିଶା ଗର୍ବିତ

କାନ୍ତକବିଙ୍କ ପାଇଁ ଓଡିଶା ଗର୍ବିତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୬ ଫେବୃଆରୀ ୨୦୨୩

କାନ୍ତକବିଙ୍କ ପାଇଁ ଓଡ଼ିଶା ଗର୍ବିତ । ସାହିତ୍ୟ, ସଂସ୍କୃତି,ସମାଜସେବା ତଥା ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରକୁ କାନ୍ତକବି ଏବଂ ତାଙ୍କ ପରିବାରର ଅବଦାନ ଅତୁଳନୀୟ । ଶାରୀରିକ ଅକ୍ଷମତା ସତ୍ତ୍ୱେ ଶାଣିତ ଲେଖନୀ ଚାଳନା କରି ସେ ଯେଉଁ ଉଗ୍ର ଜାତୀୟ ଚେତନା ସୃଷ୍ଟି କରିଥିଲେ, ସମଗ୍ର ଭାରତ ବର୍ଷରେ ତା’ର ପଟ୍ଟାନ୍ତର ନାହିଁ । ତେଣୁ ତାଙ୍କ ସ୍ମୃତି ରକ୍ଷା ଲାଗି ରାଜଧାନୀରେ ଗୋଟିଏ କାନ୍ତକବି ମଣ୍ଡପ ନିର୍ମାଣ ସହିତ ଏକ ରାଜମାର୍ଗକୁ ତାଙ୍କ ନାମରେ ନାମିତ କରିବା ପାଇଁ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।

କାନ୍ତକବି ସ୍ମୃତି ପରିଷଦ ପକ୍ଷରୁ ଶୁକ୍ରବାର ଦିନ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୭୦ତମ ଶ୍ରାଦ୍ଧୋତ୍ସବ ସ୍ଥାନୀୟ ଭାରତୀୟ ବିଦ୍ୟାଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ ପ୍ରଶାସକ ଡଃ ରବି ନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଶ୍ରାଦ୍ଧୋତ୍ସବରେ ବିଶିଷ୍ଟ କଥାକାର ତଥା ଦୈନିକ ‘ନିତିଦିନ’ର ସଂପାଦକ ମନୋଜ କୁମାର ମହାପାତ୍ର ମୁଖ୍ୟବକ୍ତା, ବିଶିଷ୍ଟ ଐତିହାସିକ ତଥା ପୂର୍ବତନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି, ଗବେଷକ ତଥା କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶଚିଦାନନ୍ଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

କାନ୍ତକବିଙ୍କ ରଚିତ ଲୋକପ୍ରିୟ “କଣାମାମୁଁ” ଉପନ୍ୟାସକୁ ବିଭିନ୍ନ ଦୃଷ୍ଟିରୁ ବିଶ୍ଳେଷଣ କରି ମୁଖ୍ୟବକ୍ତା ଶ୍ରୀ ମହାପାତ୍ର କହିଲେ, ସେଥିରେ ସେତେବେଳର ସମାଜର ଚିତ୍ର ଯେଭଳି ଜୀବନ୍ତ ଭାବରେ ପ୍ରତିଫଳିତ ହୋଇଛି ତାହା ଅନନ୍ୟ । ହାସ୍ୟରସରେ ପରିପୂର୍ଣ୍ଣ ସେହି ଉପନ୍ୟାସରେ କଣାମାମୁଁକୁ ଜଣେ ଅତ୍ୟନ୍ତ ପରୋପକାରୀ ଏବଂ ଉଗ୍ର ଜାତୀୟତାବାଦୀ ବ୍ୟକ୍ତି ଭାବରେ ଚିତ୍ରଣ କରାଯାଇଛି । କଣାମାମୁଁ ଉପନ୍ୟାସର ଅସଂପୂର୍ଣ୍ଣତାହିଁ ତା’ର ନିଆରାପଣ ବୋଲି ଉଲ୍ଲେଖ କରି ମୁଖ୍ୟବକ୍ତା କାନ୍ତକବିଙ୍କୁ ଜଣେ ପ୍ରଖ୍ୟାତ ସମାଜ ସଂସ୍କାରକ ବୋଲି ପ୍ରତିପାଦନ କରିଥିଲେ ।

ମୁଖ୍ୟ ଅତିଥି ପ୍ରଫେସର ପଟ୍ଟନାୟକ କହିଲେ, କାନ୍ତକବି କେବଳ ଓଡିଶାର ନୁହେଁ ବରଂ ଦେଶର ଗର୍ବ ଓ ଗୌରବ । ମାତୃଭୂମି ଓ ମାତୃଭାଷା ପ୍ରତି ସେ ଥିଲେ ସମର୍ପିତ ଶ୍ରେଷ୍ଠ ସେବକ । ତାଙ୍କ ପରିବାରର ଲଗାତର ତିନୋଟି ପିଢିର ସଦସ୍ୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦେବା ଘଟଣା ସମଗ୍ର ଦେଶରେ ଅନ୍ୟତ୍ର ପରିଲକ୍ଷିତ ହୁଏ ନାହିଁ । ଶାରୀରିକ ଅସୁସ୍ଥତା ଯୋଗୁଁ ଅତ୍ୟନ୍ତ ଦୁଃଖ ଓ ଯନ୍ତ୍ରଣା ଭିତରେ ତାଙ୍କର ଜୀବନ ଅତିବାହିତ ହୋଇଥିଲେ ସୁଦ୍ଧା କାନ୍ତ ସାହିତ୍ୟରେ ତା’ର ପ୍ରତିଫଳନ ଘଟିନାହିଁ । ଏହି ଦୃଷ୍ଟିରୁ କାନ୍ତକବି ଗଂଗାଧର ମେହେର ଓ ରାଧାନାଥ ରାୟଙ୍କ ଠାରୁ ଭିନ୍ନ ଏବଂ କାନ୍ତ ସାହିତ୍ୟ ଅନନ୍ୟ ସମ୍ମାନର ଅଧିକାରୀ । କାନ୍ତକବିଙ୍କ ସ୍ମୃତି ରକ୍ଷା ଲାଗି ତାଙ୍କ ଗ୍ରାମ ଭଦ୍ରକ ଜିଲ୍ଲାର ତାଳପଦାକୁ ଉତ୍କଳମଣିଙ୍କ ଜନ୍ମଭୂମି ସୁଆଣ୍ଡ ଏବଂ ଉତ୍କଳ ଗୌରବଙ୍କ ଗ୍ରାମ ସତ୍ୟଭାମାପୁର ଭଳି ଆଦର୍ଶ ଗ୍ରାମରେ ରୂପାନ୍ତରଣ କରାଯାଉ । ଅନ୍ୟପକ୍ଷରେ କାନ୍ତକବିଙ୍କ ଜୀବନୀ ଉପରେ ଗୋଟିଏ ଅଧ ଘଣ୍ଟିଆ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତି ନିମନ୍ତେ ସେ ପ୍ରସ୍ତାବ ଦେଇଥିଲେ ।

ସମ୍ମାନିତ ଅତିଥି ପ୍ରଫେସର ମହାନ୍ତି ଦର୍ଶାଇଥିଲେଯେ, କାନ୍ତକବିଙ୍କ ମହନୀୟତା ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ପ୍ରତିପାଦନ କରିବା ଲାଗି ସ୍ମାରକୀ ବକ୍ତୃତାମାଳାର ଆୟୋଜନ କରାଯିବା ଉଚିତ । ତାଙ୍କ ସାରସ୍ୱତ ସୃଷ୍ଟି ସମ୍ଭାର ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ବ୍ୟାପକ ଭାବରେ ଅନୁବାଦିତ ହେବା ଆବଶ୍ୟକ ।

କାନ୍ତକବି ସ୍ମୃତି ପରିଷଦର ଅଧ୍ୟକ୍ଷ ଡଃ ସେନାପତି ଜଣାଇଥିଲେଯେ, ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଏବଂ ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରକୁ କାନ୍ତକବି ଓ ତାଙ୍କ ପରିବାରର ବିରଳତମ ଅବଦାନ ରହିଛି । ତାଙ୍କ ସାରସ୍ୱତ ସୃଷ୍ଟି ସମ୍ଭାର ଓଡିଆ ବାଣୀ ଭଣ୍ଡାରକୁ ମଧ୍ୟ ବିଶେଷ ଭାବରେ ଋଦ୍ଧିମନ୍ତ କରିଛି । ତାଙ୍କ ସ୍ମୃତି ରକ୍ଷା ଲାଗି କାନ୍ତକବି ସ୍ମୃତି ପରିଷଦ ଅନେକ ପରିକଳ୍ପନା ରଖିଛି । ତେବେ ସମସ୍ତଙ୍କ ସମ୍ମିଳିତ ଉଦ୍ୟମରେ ହିଁ ତା’ର ବାସ୍ତବ ରୂପାୟନ ହୋଇପାରିବ।

ପ୍ରାରମ୍ଭରେ କାନ୍ତକବିଙ୍କ ପୌତ୍ର ତଥା ସାହିତ୍ୟିକ ଗୁରୁକଲ୍ୟାଣ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଭା ପରେ କାନ୍ତକବିଙ୍କ ଅନ୍ୟତମ ନାତି ତଥା ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଭାକାର୍ଯ୍ୟ ଆରମ୍ଭରେ କାନ୍ତକବିଙ୍କ ନାତି ଗୋପୀ କଲ୍ୟାଣ ମହାପାତ୍ର ଓ ନାତୁଣୀ କାନ୍ତା ମହାନ୍ତି ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ପରିବେଷଣ କରିଥିଲେ ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.