ଜୟଶ୍ରୀ ଦାସ, ବାଲେଶ୍ଵର, ୧୭ ଜାନୁଆରୀ ୨୦୨୩
ବାଲେଶ୍ଵର ଜିଲ୍ଲା ବାଲିଆପାଳର
ସେଇ ବିଷ୍ଣୁପୁର ଗାଆଁ
ଧୁସରଧରାରେ ଧୂଳିର ସରଗ
ସେଇ ମୋର ମାଟିମାଆ
ସୁବର୍ଣ୍ଣରେଖାର ତୀରେ ମୋ ଗାଆଁ
ନାମ ଯାର ବିଷ୍ଣୁପୁର
ଇତିହାସେ ଯାର ସ୍ୱର୍ଣାକ୍ଷରେ ଲେଖା
ସେ ଗାଆଁ ଶା’ବନ୍ଦର
ଶସ୍ୟଶ୍ୟାମଳା ଭରା ମୋର ଗାଆଁ
ସବୁ ହୁଏ ଉତ୍ପାଦନ
ମୋ ଅଞ୍ଚଳ ହସେ ସବୁଜିମା ଦିଶେ
ଖିକିଖିଲି ହସେ ଧାନ
ଜୀବନ ମୋଅର ଧନ୍ଯ ହୋଇଛି
ଜନମି ସେଇ ମାଟିରେ
ସେଇ ଜନନୀର ବିଜୟଘୋଷ
ଗାଏ ମୁଁ ନିଜ ପାଟିରେ
ବାଲିଆପାଳର ଦୁର୍ମିଳ ବେଳାରେ
ପାଦ ଥାପିଦେଲେ ଥରେ
ପ୍ରତିଟି ଜୀବନେ ନବ ବିଶ୍ଵାସ
ନୂଆ ସ୍ପନ୍ଦନ ଭରେ
କେତେ ନାମୀଦାମୀ କେତେ ସଂଗ୍ରାମୀ
ପ୍ରସବିଚି ଏଇ ଭୂଇଁ
ପ୍ରଣମୁଚି ସେଇ ଭୂଇଁ ଚରଣରେ
ସରାଗେ ମୋ ମଥା ନୋଇଁ
ଭାଷା ସାହିତ୍ୟର ସେବାକରି ଆଜି
କବିତା ରଚୁଚି ମୁହିଁ
ତୁଣ୍ଡେ ମୋର ଭାଷା, ମନରେ କବିତା
ଭରିଚି ମୋ ଜନ୍ମଭୂଇଁ