• About
  • Contact
Friday, September 11, 2026
Friday, September 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

କୃଷ୍ଣ ନାମ ଗୋଟି ପବିତ୍ର ପାବନ

କୃଷ୍ଣ ନାମ ଗୋଟି ପବିତ୍ର ପାବନ
Share on FacebookShare on Xshare on Whatsappshare on Linkedin

ଦେବେନ୍ଦ୍ର କୁମାର ସାହୁ, ୨୧ ଅଗଷ୍ଟ ୨୦୨୨

କୃଷ୍ଣ ନାମ ଗୋଟି ପବିତ୍ର ପାବନ

    କୃଷ୍ଣ ନାମ ଗୋଟି ମଧୁର

କୃଷ୍ଣ ନାମ ଧ୍ୟେୟ ସାଧୁ ସନ୍ଥଙ୍କର

   କୃଷ୍ଣ ନାମ ମାଳା ଯୋଗୀର.

ସେ ନାମ ଭଜନେ ହୋଇଲେ ନିମଗ୍ନ

     ଭବ ଯାତନା ରହେ ଦୂରେ

ସେହି ନାମ ଗୋଟି ମହୋଷଧି ପରି

      ତପ୍ତ ମନକୁ ଶାନ୍ତ କରେ.

—————————————

    କୃଷ୍ଣତ ନୁହଁନ୍ତି ଅବତାର ଖାଲି

       କୃଷ୍ଣ ଵି ଏକ ଆନ୍ଦୋଳନ

   ମାନବିକ ଧର୍ମ ପ୍ରତିଷ୍ଠା ପାଇଁକି

        ମହାନ ତାଙ୍କ ଅଭିଯାନ.

   ସମାଜ ସଂସ୍କାର ଥିଲା ତାଙ୍କ ବାର୍ତ୍ତା

        ଥିଲାଵି ତାଙ୍କର ଉଦ୍ୟମ

   ପରିବେଶ ହେବ ସୁସ୍ଥ ପରିଷ୍କାର

         କହି କରୁଥିଲେ ସେ କର୍ମ

——————————————-

    ଜୀବନ ର ଦ୍ୱନ୍ଦ୍ୱ ସମାଧାନ ପାଇଁ

      କହିଲେ ସେ ଗୀତା ଶ୍ରୀମୁଖେ

    ଜୀବନ ଯାତ୍ରାରେ ପ୍ରାସଙ୍ଗିକ ଗୀତା

        ମାର୍ଗ ବତାଏ ସୁଖେ ଦୁଃଖେ.

——————————————–

  କୃଷ୍ଣଙ୍କୁ ଭଜିଲେ କୃଷ୍ଣଙ୍କୁ ପୂଜିଲେ

        ମିଳି ଯାଏ ଆତ୍ମ ପ୍ରଶାନ୍ତି

  ତାଙ୍କ ଦେଖା ମାର୍ଗେ ଚଳି କଲେ କର୍ମ

        କୃଷ୍ଣଙ୍କ ପ୍ରତି ତାହା ଭକ୍ତି.

**********************

ପବିତ୍ର କୃଷ୍ଣ ଜନ୍ମ ଅବସରରେ କୃଷ୍ଣ ଙ୍କ ପ୍ରତି

ସଭକ୍ତି ପ୍ରଣତି. ସମସ୍ତ ଙ୍କୁ ଏହି ପାବନ ତିଥିରେ

ଶୁଭେଚ୍ଛା. ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେଉ. ଶ୍ରୀକୃଷ୍ଣ

ନିଜ ସୃଷ୍ଟିକୁ ନିଜେ ରକ୍ଷା କରନ୍ତୁ. ଭାଇଚାରା ସଂପ୍ରୀତିର

ଜୟ ହେଉ.


ଜୟ ଶ୍ରୀବାଳଗୋପାଳ
ସହସ୍ର ସହସ୍ର ବାର ତୁମକୁ ସାଷ୍ଟାଙ୍ଗ ପ୍ରଣିପାତ କରୁଅଛି


“ଦେବେନ୍ଦ୍ର କୁମାର ସାହୁ”


ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI
More

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

by Dhanada K. Mishra
September 9, 2026

Dhanada K Mishra, Hong Kong, 9 September 2026 Last week, I asked my computer to find every project report I...

Read more
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.