• About
  • Contact
Saturday, June 13, 2026
Saturday, June 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ମା, ରମାଦେବୀ

ମା, ରମାଦେବୀ
Share on FacebookShare on Xshare on Whatsappshare on Linkedin
ଶ୍ରୀ ଦାଶରଥୀ ଶତପଥୀ, ଭୁବନେଶ୍ଵର, ୨୨ ଜୁଲାଇ ୨୦୨୪

ଯେଉଁମାନେ ଦେଶର ସ୍ୱାଧିନତା ଓ ସ୍ୱତନ୍ତ୍ର ଉତ୍କଳପ୍ରଦେଶ ଗଠନ ପାଇଁ କେବଳ ସ୍ୱପ୍ନ ଦେଖିନଥିଲେ ବରଂ ନିଜର ବଳିଷ୍ଠ ବ୍ୟକ୍ତିତ୍ୱ, ସେବା ଓ ସଂଗ୍ରାମ ଦ୍ୱାରା ମହିଳା ଜାତିର ସର୍ବାଙ୍ଗୀନ ଉନ୍ନତି ପାଇଁ ଜାତୀୟତାବାଦରେ ଉଦବୁଦ୍ଧ ହୋଇ ସତ୍ୟ, ଶାନ୍ତି ଓ ଅହିଂସା ବଳରେ ଇତିହାସକୁ ଏକ ନୂତନ ଦିଗରେ ନେବା ପାଇଁ ଆଜୀବନ ପ୍ରଚେଷ୍ଠା କରିଥିଲେ, ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ସ୍ନେହ, ମମତାର ମୂର୍ତ୍ତିମନ୍ତ ପ୍ରତିନିଧ ତଥା କିମ୍ବଦନ୍ତୀ ମହିଳା ସ୍ୱାଧିନତା ସଂଗ୍ରାମୀ ଓ ସଂସ୍କାରକ, ଆମମାନଙ୍କର ଆଦର୍ଶ ମା, ରମାଦେବୀ ଅନ୍ୟତମ।

ମାନବ ସେବା ହିଁ ମାଧବ ସେବା। ଏହି ନୀତିକୁ ପାଥେୟ କରି ସ୍ୱତନ୍ତ୍ର ଓଡିଶା ଗଠନ ଓ ଦେଶ ସ୍ୱାଧିନତା ପାଇଁ ଇଂରେଜଙ୍କ ବିରୁଦ୍ଧରେ ସଂଗ୍ରାମ କରି ବହୁବାର ଜେଲବରଣ କରିଥିବା ନାରୀଶକ୍ତି ପ୍ରମୁଖ ପ୍ରତୀକ ହେଉଛନ୍ତି ମା, ରମାଦେବୀ।

କଟକ ଜିଲ୍ଲାର ସତ୍ୟଭାମାପୁରର ଏକ ସଂଭ୍ରାନ୍ତ ଓ ଉଚ୍ଚଶିକ୍ଷିତ ପରିବାରରେ ଜନ୍ମିତ ମା, ରମାଦେବୀ ଜଗସିଂହପୁର ଜିଲ୍ଲାର ଖେରସ ଗାଁର ବିଶିଷ୍ଟ ଜମିଦାର ଗୋକୁଳାନନ୍ଦ ଚୌଧୁରୀଙ୍କ ପୁଅ ଗୋପବନ୍ଧୁ ଚୌଧୁରୀଙ୍କୁ ବିବାହ କରିଥିଲେ। ପ୍ରାଚୁର୍ଯ୍ୟ ଭିତରେ ରହି ମଧ୍ୟ ପିଲାଦିନୁ ବଡବାପା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରେରଣା ଓ ଆଦର୍ଶ, ବିବାହ ପରେ ଇଂରେଜ ଅଧିନରେ ଚାକିରୀରେ ଥିବା ସ୍ୱାମୀ ଗୋପବନ୍ଧୁ ଚୌଧୁରୀଙ୍କ ଡେପୁଟୀ ମ୍ୟାଡିଷ୍ଟ୍ରେଟ ପଦ ତ୍ୟାଗ ଓ ଏହାର ଠିକ ପରେ ପରେ ତାଙ୍କ ଦିଅର ନବକୃଷ୍ଣ ଚୌଧୁରୀ କଲେଜ ଶିକ୍ଷା ଛାଡି କଂଗ୍ରେସରେ ଯୋଗଦାନ, ତାଙ୍କ ମନରେ ସ୍ୱତ୍ତ ଜାଗି ଉଠିଥିଲା ଦେଶପ୍ରେମର ଉଚ୍ଛ୍ୱାସ।

୧୯୨୧ ମସିହାରେ କଟକରେ କାଠଯୋଡିବାଲି ଓ ବିନୋଦବିହାରୀ ପରିସରରେ ଅନୁଷ୍ଠିତ ସାଧାରଣ ସମାବେଶ ଅବସରରେ ମହାତ୍ମଗାନ୍ଧୀଙ୍କୁ ବ୍ୟକ୍ତିଗତଭାବେ ସାକ୍ଷାତ କରିବାର ସୁଯୋଗ ତାଙ୍କୁ ମିଳିଥିଲା। ସେଠାରେ ଗାନ୍ଧୀଜୀ ଦଳିତମାନଙ୍କ ସୁରକ୍ଷା ଓ ସ୍ୱଦେଶୀ ଆନ୍ଦୋଳନ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ ଯାହା ତାଙ୍କୁ ପ୍ରଭାବିତ କରିଥିଲା। ତାହା ପରଠାରୁ ସେ ସକ୍ରିୟ ଭାବରେ ଯୋଗଦେଇଥିଲେ ସ୍ୱାଧିନତା ସଂଗ୍ରାମରେ। ନିଜର ୨୦୦ ଭରି ସୁନା ଓ ନିଜ ହାତରେ କାଟିଥିବା ବିରାଟ ସୁତା ପୁଡିଆକୁ ମହାତ୍ମାଗାନ୍ଧୀଙ୍କ ହାତକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ବଢାଇ ଦେଇଥିଲେ ମା, ରମାଦେବୀ। ସମସ୍ତଙ୍କୁ ନେଇ ବାଟ ଚାଲିବା ପାଇଁ କଳ ଲୁଗା ଛାଡି ସେ ପିନ୍ଧିଲେ ଶସ୍ତା ଖଦଡ ଲୁଗା। ଗୟାରେ ଅନୁଷ୍ଠିତ କଂଗ୍ରେସ ସମ୍ମିଳନୀରୁ ଫେରି ମା, ରମାଦେବୀ ରହିଲେ ଜଗସିଂହପୁରର ଅଳକା ନଦୀ କୂଳରେ ପ୍ରତିଷ୍ଠା ହୋଇଥିବା ଅଳକା ଆଶ୍ରମରେ। ଯେଉଁଠି ତାଲିମ ନେଉଥିଲେ ସ୍ୱାଧିନତା ସଂଗ୍ରାମରେ ଯୋଗ ଦେଇଥିବା ଶହ ଶହ ଯୁବକ ଓ ଛାତ୍ର। ସେଠାରେ ସେମାନଙ୍କୁ ଅହିଂସାର ନୀତି ଓ ଆଦର୍ଶ କଥା ଶିଖାଇବା ସଂଗେ ସଂଗେ ସମସ୍ତଙ୍କର ଖାଦ୍ୟପେୟ ଓ ଭଲମନ୍ଦ କଥା ବୁଝିଲେ ଜନ୍ମଦାତ୍ରୀ ମା ପରି। ସେଥିପାଇଁ ତାଙ୍କୁ ଶ୍ରଦ୍ଧା ଓ ଭକ୍ତିରେ ମା ବୋଲି ଡାକିଲେ ସମସ୍ତ ଅନ୍ତେବାସୀ। ତାଙ୍କର ନିସ୍ୱାର୍ଥପର ସେବା, ସ୍ନେହ, ମମତା, ଆଦର୍ଶ ପାଇଁ କୋଟି ଜନତାଙ୍କ ହୃଦୟ ରାଜ୍ୟରେ ଅଧିକାର କରିବସିଲେ ମା ର ଆସନ।

ଆଜୀବନ ପାଦରେ ଚପଲଟିଏ ନ ପିନ୍ଧି ଏବଂ ସୂତା ଖଦଡ ଲୁଗାକୁ ପିନ୍ଧି ଦୁଃଖୀ, ଦରିଦ୍ର, ହରିଜନ, କୃଷକ, ମହିଳା ଓ ଶିଶୁ ଆଦି ସମସ୍ତଙ୍କ ପାଇଁ କାର୍ଯ୍ୟ କରୁଥିଲେ ମା ରମାଦେବୀ। ଲେଶ ମାତ୍ର ଗର୍ବ, ଅହଂକାର, ଦର୍ପ ନଥିବା ମା ରମାଦେବୀଙ୍କର ଜୀବନଶୈଳୀ ଥିଲା ସରଳ ଓ ସାବଳୀଳ। ବନ୍ୟା ହେଉ କି ବାତ୍ୟା ହେଉ, କି ମରୁଡି ହେଉ ପ୍ରପୀଡିତ ଲୋକମାନଙ୍କର ସେବା କରି ସେ ଅପାର ଆନନ୍ଦ ପାଉଥିଲେ। ବରୀ ଆଶ୍ରମ ଗଢି ସେଠାରେ ସେବାମୂଳକ କାର୍ଯ୍ୟ ଜାରୀ ରଖିଥିଲେ। ଯେମିତିକି ନାରି ଜାଗରଣ, ମୌଳିକ ଶିକ୍ଷା, ଗୋସେବା, ପୌଢଶିକ୍ଷା, ରୋଗୀସେବା, ଅସ୍ପୃଶ୍ୟତା ନିବାରଣ, ଗାଁ ସଫେଇ, ଲୁଗା ବୁଣିବା ଇତ୍ୟାଦି କାର୍ଯ୍ୟରେ ସର୍ବଦା ବ୍ୟସ୍ତ ରହୁଥିଲେ ମା ରମାଦେବୀ।

ସ୍ୱାଧିନତା ସଂଗ୍ରାମରେ ବିଭିନ୍ନ ପରିସ୍ଥିତିରେ ଆଇନ ଅମାନ୍ୟ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ଭାରତ ଛାଡ଼ ଆନ୍ଦୋଳନ, ହରିଜନ ପଦଯାତ୍ରା, ଭୂଦାନ ଆନ୍ଦୋଳନ ଆଦିରେ ଯୋଗଦେଇ ତାଙ୍କୁ ୧୯୩୦, ୧୯୩୨ ଓ ୧୯୪୨ ରେ କାରାବରଣ କରିବାକୁ ପଡିଥିଲା। ସ୍ୱାଧିନତା ପରେ ୧୯୬୨ ଚୀନ ଓ ଭାରତ ଯୁଦ୍ଧ ସମୟରେ ସେ ନିଜେ ସେବାଦଳ ଧରି ଦୁର୍ଦ୍ଦିନରେ ପଡିଥିବା ଭାରତୀୟ ଜବାନମାନଙ୍କୁ ସେବା ସହ ସାହସ ପ୍ରଦାନ କରୁଥିଲେ। ୧୯୬୪ ରାଉରକେଲା ଦଙ୍ଗାବେଳେ ସାଂପ୍ରଦାୟିକ ସଦଭାବ ଫେରାଇ ଆଣିବା ନିମନ୍ତେ ସେ ଆପ୍ରାଣ ଚେଷ୍ଟା କରିଥିଲେ। ୧୯୬୬ କଳାହାଣ୍ଡି ଦୁର୍ଭିକ୍ଷର ମୁକାବିଲା ପାଇଁ ଓଡିଶା ରିଲିଫ କମିଟି ନାମରେ ଏକ ବେସରକାରୀ ସଂସ୍ଥାକୁ ନିୟୋଜିତ କରି ଅନେକ ଲୋକଙ୍କୁ ଖାଦ୍ୟ ଯୋଗାଇ ଜୀବନ ରକ୍ଷା କରିଥିଲେ। ୧୯୭୧ ମସିହାରେ ଭାରତକୁ ପ୍ରବେଶ କରିଥିବା ପାକିସ୍ତାନ ଶରଣାର୍ଥୀ ଶିବିରକୁ ଯାଇ ସେମାନଙ୍କ ଭିତରେ ବଂଚିବାର ଆଶା ଓ ଭରଷା ଦେଇଥିଲେ। ୧୯୭୫ ମସିହା ଜୁନ ୨୫ରେ ହୋଇଥିବା ଜରୁରିକାଳୀନ ପରିସ୍ଥିତିର ଦୃଢ ମୁକାବିଲା ପାଇଁ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱକୁ ପୂର୍ଣ୍ଣ ସମର୍ଥନ ଦେଇ ଗଣତନ୍ତ୍ର ରକ୍ଷା ପାଇଁ ଭୁବନେଶ୍ୱରରେ ବିଶାଳ ସମାବେଶ କରାଇ ସମଗ୍ର ଭାରତ ବର୍ଷରେ ମହିଳାଙ୍କ ପାଇଁ ଆଦର୍ଶ ସାଜିଥିଲେ। ତାଙ୍କର ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ତାଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଡକ୍ଟରେକ୍ଟ ଉପାଧି ଓ ସମର୍ପିତ ସେବା ଲାଗି ସମ୍ମାନଜନକ ଯମୁନାଲାଲ ବାଜାଜ ପୁରସ୍କାର ମିଳିଥିଲା। ପ୍ରକୃତରେ ମା, ରମାଦେବୀ ଥିଲେ ସେବା, ମମତା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ।

Dasarathi Satapathy

Dasarathi Satapathy

Former Secretary, Odisha Legislative Assembly
Mob No– 9337449373

Related Posts

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ
More

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

by Nirvik Bureau
June 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ଜୁନ୍ ୨୦୨୬ ମାହାଙ୍ଗା ମାଟିର ଅନ୍ୟତମ ବରପୁତ୍ର ତଥା ଓଡ଼ିଆ ଅସ୍ମିତାର ଆଦ୍ୟ ଉଦ୍ ଗାତା ରାୟ ବାହାଦୁର ନନ୍ଦ କିଶୋର...

Read more
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

May 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.