• About
  • Contact
Saturday, May 2, 2026
Saturday, May 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ମହାନ ଜନନାୟକ ବିଜୁ ପଟ୍ଟନାୟକ

ମହାନ ଜନନାୟକ ବିଜୁ ପଟ୍ଟନାୟକ
Share on FacebookShare on Xshare on Whatsappshare on Linkedin
ଶ୍ରୀ ଦାଶରଥୀ ଶତପଥୀ, ଭୁବନେଶ୍ଵର, ୫ ମାର୍ଚ୍ଚ ୨୦୨୪
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଥିଲେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ । ତାଙ୍କର କୃତିତ୍ୱ ଏବଂ ବିରତ୍ୱର କାହାଣୀ କେବଳ ଓଡିଶା ମାଟିରେ ନୁହେଁ ଜାତୀୟ ତଥା ଆନ୍ତର୍ଜୀତୀୟ କ୍ଷେତ୍ରରେ ପ୍ରତିଧ୍ୱନିତ ହେଉଛି । ତାଙ୍କ ପରି ତ୍ୟାଗୀ, ସାହାସୀ, ଦୟାଳୁ, ନୀତିନିଷ୍ଠ ବୀରପୁରଷ ଆଜି ସମାଜରେ ବିରଳ । ଯୁବକ ଯୁବତୀମାନଙ୍କୁ ଆହ୍ୱାନ ଦେଇ ସେ କହୁଥିଲେ ଜାଗ୍ରତ ହୁଅ, ନିଷ୍ଠା ସାଧନା ବଳରେ ଅଗ୍ରସର ହୁଅ । ଦୃଢ ଇଛା ଶକ୍ତି ଉପରେ ମାନବ ସମାଜର ଉନ୍ନତି ନିର୍ଭରଶୀଳ । ଶାସ୍ତ୍ର କହେ:-
“ଉଦ୍ୟମେନ ହି ସିନ୍ଧନ୍ତି କାର୍ଯ୍ୟାଣି
ନ ମନୋରଥୈଃ
ନ ହି ସୁପ୍ତସ୍ୟ ସିଂହସ୍ୟ
ପ୍ରବିଶନ୍ତି ମୁଖେ ମୃଗାଃ”  ।

ଆଳସ୍ୟ ଛାଡି କଠିନ ପରିଶ୍ରମ କଲେ ସଫଳତାର ଶିର୍ଷରେ ପଂହଚିବା ସହଜ ହୋଇଥାଏ । ସବୁବେଳେ ନିଜ ଗୋଡରେ ନିଜେ ଛିଡା ହେବାକୁ ଚେଷ୍ଟା କର । କାହାର ଦୟାର ପାତ୍ର ହୁଅ ନାହିଁ । ଅନ୍ୟ ପାଖରେ ହାତ ପତାଅ ନାହିଁ । ଓଡିଆ ପୁଅର ବୀରତ୍ୱ ବଜାୟ ରଖ । ଓଡିଆର ସୁନାମ ରଖ । ଅଯଥାରେ ସମୟ ନଷ୍ଟ କରନାହିଁ । ଦେଶ କଥା ଭାବ, ଜାତି କଥା ଭାବ । ଦେଶ ପାଇଁ ରାଜ୍ୟ ପାଇଁ କାର୍ଯ୍ୟ କରିବା ପାଇଁ ଆଗେଇ ଆସ । ଏହି କିମ୍ବଦନ୍ତୀ ପୁରୁଷଙ୍କ ଜନ୍ମ ହୋଇଥିଲା ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଭାଇଚାରାର ସହରର କଟକ ତୁଳସୀପୁରର ଆନନ୍ଦ ଭବନରେ । ପିତା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ମାତା ଆଶାଲତା ଦେବୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ଥିବା ବିଜୁ ଜଣେ ଦେଶଭକ୍ତ ଓ ସଂଗ୍ରାମୀ ପୁରୁଷଭାବେ ପରିଗଣିତ ହେବ ତାହା ପିଲାଦିନର ସ୍ୱଭାବରୁ ଜଣା   ପଡିଥିଲା । କଟକ ମିଶନ ସ୍କୁଲରୁ ପ୍ରାଥମିକ ଶିକ୍ଷା, ରେଭେନ୍ସା କଲଜିଏଟ ସ୍କୁଲରୁ ସ୍କୁଲ ଶିକ୍ଷା ଓ ପରେ ରେଭେନ୍ସା କଲେଜରେ ବିଜ୍ଞାନ ବିଭାଗରେ ବି.ଏ.ସି. ପାଠ ପଢାବେଳେ ସେ ପାଇଲଟ ଟ୍ରେନିଂ ପାଇଁ ଚାଲିଯାଇଥିଲେ ।

କଟକର ମିଶନ ସ୍କୁଲରେ ପଢିବାବେଳେ ଗୋରା ସାହେବଙ୍କ ବିମାନରେ ହାତମାରି ବେତ୍ରାଘାତ ଖାଇବା, ହାଇସ୍ଲୁଲ ପଢିବାବେଳେ ସ୍ୱରାଜ ଆଶ୍ରମକୁ ଆସିଥିବା ଗାନ୍ଧିଜୀଙ୍କ ଦର୍ଶନ ପାଇଁ ପଟୁଆର ଭେଦ କରି ଗାନ୍ଧିଜୀଙ୍କ ପାଖକୁ ଯିବା ଓ ସେଠାରେ ପୋଲିସର ଲାଠି ପ୍ରହାରରେ ମୁଣ୍ଡ ଫଟାଇବା ଖରସ୍ରୋତା ନଦୀରେ ଗୋପବନ୍ଧୁଙ୍କ ଛତା ଖସିପଡିବାବେଳେ ଛାତ୍ର ବିଜୁ ଡଙ୍ଗାରୁ ଲମ୍ପ ପ୍ରଦାନ କରି ଗୋପବନ୍ଧୁଙ୍କ ଛତାକୁ ଉଦ୍ଧାର କରିବା ଓ କଲେଜରେ ପଢିବାବେଳେ କଟକରୁ ପେଶୱାରକୁ ସାଇକେଲରେ ଦୁଃସାହସିକ ଯାତ୍ରା ଭଳି ଅନେକ କାର୍ଯ୍ୟ, ଅଦମ୍ୟ ସାହସ, ସେବା ମନୋଭାବ ଓ ଉଚ୍ଚ ଚିନ୍ତାଧାରା ଯୋଗୁଁ ପରବର୍ତ୍ତୀ କାଳରେ ଜଣେ ଦକ୍ଷ ପାଇଲଟ ହୋଇପାରିଥିଲେ । ଦେଶ ଯାର ପ୍ରାଣ, ସ୍ୱାଧିନତା ଯାର ପଣ, ସେ ବା କିପରି ମାତୃଭୂମିଠାରୁ ଦୂରରେ ରହିପାରିଥାନ୍ତେ । ଭାରତ ଛାଡ ଆନ୍ଦୋଳନର ବର୍ଷେ ୨ ବର୍ଷ ପୂର୍ବରୁ ଗାନ୍ଧିଜୀ ଓ ଜୟପ୍ରକାଶଙ୍କ ସହ ସାକ୍ଷାତ ଓ ତାଙ୍କ ପ୍ରେରଣା, ଅତ୍ୟାଚାରୀ ବ୍ରିଟିଶ ଶାସକଙ୍କ ବିରୁଦ୍ଧରେ ଲଢିବା ପାଇଁ ଖୋରାକ ଯୋଗାଇଥିଲା । ସ୍ୱାଧୀନତା ସଂଗ୍ରାମର ପ୍ରାରମ୍ଭରେ ଇଂରେଜ ସରକାରଙ୍କ ପାଇଲଟ୍ ଥାଇ ସୁଦ୍ଧା ଜୟପ୍ରକାଶ ନାରାୟଣ ରାମ ମନୋହର ଲୋହିଆ, ଅରୁଣା ଆସଫ ଅଲ୍ଲୀ, ଅଚ୍ୟୁତ ପଟ୍ଟବର୍ଦ୍ଦନ ପ୍ରଭୃତି ଜାତୀୟ ବିପ୍ଲବୀ ନେତାମାନଙ୍କୁ ଗୁପ୍ତରେ ସଂଗ୍ରାମକୁ ବ୍ୟାପକ କରିବା ପାଇଁ ଉଡାଜାହାଜରେ ବସାଇ ବିଭିନ୍ନ ସ୍ଥାନରେ ଛାଡୁଥିଲେ । ୧୯୪୩ ମସିହା ଜାନୁଆରୀ ୧୩ ତାରିଖ ଦିନ ବ୍ରିଟିଶ ସରକାରଙ୍କ ବିରୋଧରେ କାର୍ଯ୍ୟ କରିଥିବାରୁ ହାତରେ କଡି, ଅଣ୍ଟାରେ ବେଡି ପକାଇ ଗିରଫ କରାଗଲା । ପ୍ରଥମେ ଦିଲ୍ଲୀ ପରେ ଲାହୋର ଜେଲରେ ରଖାଯାଇ ଅକଥନୀୟ ଦଣ୍ଡ ଦିଆଯାଇଥିଲା ।

ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ପଣ୍ଡିତ ନେହେରୁ ଓ ଅନ୍ୟାନ୍ୟ ଜାତୀୟ ନେତାମାନଙ୍କ ପ୍ରିୟପାତ୍ର ହୋଇ ଅନେକ ଦୁଃସାହସିକ ଦେଶପ୍ରେମ କାର୍ଯ୍ୟ କରିଥିଲେ । ଇଂରେଜଙ୍କ ଦୃଷ୍ଟିର ଆଢୁଆଳରେ ରହି ଲୁଚି ଲୁଚି ଗସ୍ତ କରିବାରେ ଓ ତାଙ୍କ ଗୁପ୍ତତଥ୍ୟ ଯୋଗାଇବାରେ ସେ ବିଶେଷ ସହଯୋଗ କରୁଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ବିଶ୍ୱର ଏକଛତ୍ରବାଦୀ ଶାସକ ଜର୍ମାନର ନାଜିସେନା ମୁଖ୍ୟ ହିଟଲରଙ୍କ ବିରୁଦ୍ଧରେ ଋଷ ସୈନ୍ୟମାନଙ୍କୁ ସାହାଯ୍ୟ କରି ଋଷର ମୁଖ୍ୟ ଷ୍ଟାଲିନଙ୍କ ସହ ସଂପର୍କ ରଖିଥିଲେ ଏବଂ ଋଷ ସରକାରଙ୍କଠାରୁ ପ୍ରଶଂସିତ ହୋଇଥିଲେ । ଇଣ୍ଡୋନେସିଆ ମୁକ୍ତି ସଂଗ୍ରାମରେ ଯୋଗ ଦେଇ ପଣ୍ଡିତ ନେହେରୁଙ୍କ ପରାମର୍ଶକ୍ରମେ ଇଣ୍ଡୋନେସିଆର ତୁଙ୍ଗ ନେତା ଡଃ ମହମ୍ମଦ ହାଟ୍ଟା ଓ ସାହାରିୟଙ୍କୁ ଉଦ୍ଧାର କରି (ଡଚମାନଙ୍କ କବଳରୁ) ବିଶ୍ୱବାସୀଙ୍କୁ ଚକିତ    କରିଥିଲେ ।

ସ୍ୱାଧୀନତା ପରେ ଭାରତ ବିଭାଜନ(ଭାରତ ପାକିସ୍ଥାନ)ସମୟରେ କାଶ୍ମିରରେ ଭାରତୀୟ ସୈନ୍ୟମାନଙ୍କୁ ପହଞ୍ଚାଇ ପାକିସ୍ଥାନ କବଳରୁ କାଶ୍ମିରକୁ ରକ୍ଷା କରିବା ଏପରେ ପୂର୍ବ ପାକିସ୍ଥାନ କବଳରୁ ଆସାମକୁ ଭାରତ ମାନଚିତ୍ରରେ ରଖାଇବାର ଗୁରୁଦାୟିତ୍ୱ ନେବା ପ୍ରଭୃତି କାର୍ଯ୍ୟରେ ସମଗ୍ର ଭାରତ ବର୍ଷରେ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟି ଯାଇଥିଲେ ।

ରାଜନୀତିରେ ପଶି ୫୦ ବର୍ଷରୁ ଉର୍ଦ୍ଧ୍ୱକାଳ ବିଭିନ୍ନ ପଦ ପଦବୀରେ ଯଥା ୨ଥର ମୁଖ୍ୟମନ୍ତ୍ରୀ, ଅନେକବାର ବିଧାୟକ, ବିରୋଧି ଦଳ ନେତା, ଜରୁରୀକାଳୀନ ପରିସ୍ଥିତି ପରେ କେନ୍ଦ୍ରମନ୍ତ୍ରୀ, ଯୋଜନା ବୋର୍ଡ ଅଧ୍ୟକ୍ଷ, ଦେଶରକ୍ଷା କମିଟିର ଉପଦେଷ୍ଟା ରହି ଦେଶର ଘଡିସଂନ୍ଧି ମୁହୂର୍ତ୍ତରେ ଦେଶର ହିତ ପାଇଁ ଅନେକ ମୂଲ୍ୟବାନ ଉପଦେଶ ଦେଇଛନ୍ତି ତାହା କାର୍ଯ୍ୟରେ ପରିଣତ କରିଛନ୍ତି ।

ତାଙ୍କ ମନ୍ତ୍ରିମଣ୍ଡଳର ଶାସନ କାଳରେ ରାଜ୍ୟର ଶିଳ୍ପ କ୍ଷେତ୍ରରେ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷିକ୍ଷେତ୍ରରେ ବିକାଶ ପାଇଁ ବହୁ ପ୍ରଗତିଶୀଳ କାର୍ଯ୍ୟକ୍ରମ ଗ୍ରହଣ କରାଯାଇ କାର୍ଯ୍ୟକାରୀ କରାଯାଇଥିଲା । ସେଥିମଧ୍ୟରେ ପାରାଦ୍ୱୀପ ବନ୍ଦର, ପାରାଦ୍ୱୀପ ଏକ୍ସପ୍ରେସ୍ ହାଇୱେ, ବାଲିମେଳା ଜଳ ବିଦ୍ୟୁତ ଯୋଜନା, ସୁନାବେଡା ମିଗ୍ ବିମାନ କାରଖାନା, ବଡିବଲ ଲୁହା କାରଖାନା, ନାଲକୋ ଆଲମିନିୟମ ପ୍ରକଳ୍ପ, ସୈନିକ ସ୍କୁଲ, ରିଜିଓନାଲ କଲେଜ ଅଫ ଏଜୁକେଶନ, ଆଞ୍ଚଳିକ ଗବେଷଣା କେନ୍ଦ୍ର, କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ମେଡିକାଲ କଲେଜ, ରାଉରକେଲା ଇଂଜିନିୟରିଂ କଲେଜ, ଓଡିଶା ଟେକ୍ସଟାଇଲ ମିଲ୍ସ(ଓ.ଟି.ଏମ) ପ୍ରତିଷ୍ଠା ପ୍ରଭୃତି ବିଜୁବାବୁଙ୍କ ଶାସନର ଉଲ୍ଲେଖନୀୟ ଅବଦାନ । ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟ ଥିଲା ଓଡିଶା ପାଇଁ ଏକ ନିର୍ମାଣ ଯୁଗ । ସେହି ସମୟରେ ସେ ଓଡିଶାରେ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥା ପ୍ରଚଳନ କରିଥିଲେ ଯାହାକି ବର୍ତ୍ତମାନ ପୁନଃ ପ୍ରଚଳିତ । ପ୍ରଶାସନିକ ସଂସ୍କାରଓ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଜିଲ୍ଲା ସଂଖ୍ୟା ୧୩ ରୁ ୩୦ କରିବା, ମହିଳାମାନଙ୍କ ପାଇଁ ଚାକିରୀରେ ଏକ ତୃତୀୟାଂଶ ପଦବୀ ସଂରକ୍ଷଣ ତଥା ପଂଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ରଖି ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲେ । ନାରୀ ଶିକ୍ଷାକୁ ଗୁରୁତ୍ୱ ଦେଇ ବହୁ ମହିଳା ମହାବିଦ୍ୟାଳୟ, ବାଳିକା ବିଦ୍ୟାଳୟ, ମହିଳା ପ୍ରଶିକ୍ଷଣ ମହାବିଦ୍ୟାଳୟ, ମହିଳା ବିକାଶ ନିଗମ ପ୍ରତିଷ୍ଠା କରି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ମାର୍ଗ ଦେଖାଇଥିଲେ । ତାଙ୍କ ଶାସନ କାଳରେ “ଗାଁ କୁ କାମ, ମା କୁ ସମ୍ମାନ” ସହିତ, ଯୌତୁକ ପ୍ରଥାକୁ କଡାକଡି ଭାବରେ ବିରୋଧ କରି “ଶାଶୁ ହାତକଡି, ନଣନ୍ଦ ବେଡି” ଭଳି ସ୍ଲୋଗାନ ପ୍ରଚଳିତ ଥିଲା । ମାତୃଜାତିର ଉନ୍ନତି ପାଇଁ ମହିଳା ସମୃଦ୍ଧି ଯୋଜନା କାର୍ଯ୍ୟକାରୀ ସହିତ ମହିଳାମାନଙ୍କୁ ଶିକ୍ଷା  ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଥିଲା । ବର୍ତ୍ତମାନର ସରକାର ମହିଳାମାନଙ୍କ ଉନ୍ନତି ପାଇଁ ମହିଳା ସହାୟକ ଗୋଷ୍ଠୀ ଯୋଜନା, ମିଶନ ଶକ୍ତି ଯୋଜନା ଜରିଆରେ ସମାଜରେ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ବିଭାଗମାନଙ୍କରେ ସ୍ୱତନ୍ତ୍ର ସ୍ଥାନ ଦିଆଯାଇପାରିଛି ଯାହାକି ସମଗ୍ର ଭାରତ ବର୍ଷରେ ଆମ ରାଜ୍ୟ ସୁନାମ ଅର୍ଜନ କରିଛି ।

ଜଗନ୍ନାଥହିଁ ଥିଲେ ତାଙ୍କର ଆରାଧ୍ୟ ଦେବତା । ଜଗନ୍ନାଥ ମହାପ୍ରଭୁଙ୍କର ନାମ ନେଇ କଳିଙ୍ଗ ଭୂଇଁକୁ ବିଶ୍ୱରେ ପରିଚିତ କରାଇବାରେ ସେ ଥିଲେ ଅନ୍ୟତମ । ସେ ଏକାଧାରରେ ଗାନ୍ଧିଜୀଙ୍କ ପରି ଦରଦୀମାନବ, ସୁଭାଷଙ୍କ ପରି ଦୁଃସାହସୀ ଓ ନେହେରୁଙ୍କ ପରି ସ୍ପଷ୍ଟବାଦୀ ରାଷ୍ଟ୍ରନାୟକ । ସେ ଓଡିଶାର ବରପୁତ୍ର, ଇଣ୍ଡୋନେସିଆର ଭୂମିପୁତ୍ର ଏବଂ ଏକ ପ୍ରବାଦ ପୁରୁଷ ।

ତାଙ୍କର ଶାସନ ନୂଆ ଦର୍ଶନ ଆଧାରରେ ତାଙ୍କର(ବିଜୁ ପଟ୍ଟନାୟକ) ସ୍ୱପ୍ନର  ଲକ୍ଷ୍ୟକୁ ସାକାର କରିବା ପାଇଁ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରିବାରେ ଓଡିଶା ହେଉଛି ଦେଶର ଅନନ୍ୟ ରାଜ୍ୟ । ଜୀବନର ତ୍ୟାଗପୂତ କର୍ତ୍ତବ୍ୟ, ଦୃଢ ମନୋବଳର ଅପୂର୍ବ ଅପରାଜୟ କୃତିତ୍ୱ ପାଇଁ ଏ ମାଟି ଆଜି ଧନ୍ୟ ହୋଇଯାଇଅଛି ଯେଉଁଥିପାଇଁ ତାଙ୍କୁ ଓଡିଆ ଜାତି  କେବେହେଲେ ଭୁଲିପାରିବ ନାହିଁ । ଏହି ମହାନ ପୁରୁଷଙ୍କୁ ତାଙ୍କର ପୁଣ୍ୟ ଜୟନ୍ତୀ ଅବସରରେ ଓଡିଆ ଜାତି ତଥା ଆମ ଦେଶ ଶ୍ରଦ୍ଧାଞ୍ଜଳୀ ଜଣାଉଛି । 

Dasarathi Satapathy

Dasarathi Satapathy

Former Secretary, Odisha Legislative Assembly
Mob No– 9337449373

Related Posts

ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ
More

ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ

by Saswat Ranjan Das
April 28, 2026

ଇଂ. ଶାଶ୍ଵତ ରଞ୍ଜନ ଦାସ, କଟକ, ୨୮ ଅପ୍ରେଲ ୨୦୨୬ ଓଡ଼ିଶାର ଇତିହାସ କେବଳ ଘଟଣାବଳୀର ସମାହାର ନୁହେଁ, ବରଂ ଏହା ତ୍ୟାଗ, ଶୌର୍ଯ୍ୟ ଏବଂ ଆତ୍ମାଭିମାନର...

Read more
ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

April 27, 2026
ନୂତନ ନର୍ସିଂ ଶିକ୍ଷାନୁଷ୍ଠାନ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର

ନୂତନ ନର୍ସିଂ ଶିକ୍ଷାନୁଷ୍ଠାନ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର

April 23, 2026
Vipul’s Voice: One Kilogram of Awareness

Vipul’s Voice: 
One Kilogram of Awareness

April 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୪)

April 14, 2026
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.