• About
  • Contact
Tuesday, June 17, 2025
Tuesday, June 17, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ମହିମମୟୀ ପ୍ରଫେସର, କଣ୍ଠଶିଳ୍ପୀ ଅନିମା କରଙ୍କ ସ୍ମରଣେ

ମହିୟସୀ ମହିଳା ଅନିମା କର
Share on FacebookShare on Xshare on Whatsappshare on Linkedin
ଡକ୍ଟର ଏକାଦଶୀ ପ୍ରଧାନ, ୯ ଡିସେମ୍ବର ୨୦୨୩

ଜନ୍ମ-ମୃତ୍ୟୁର ପରିସର ହିଁ ଜୀବନ । ଜନ୍ମ ପରେ ମୃତ୍ୟୁ ସ୍ୱାଭାବିକ । ମୃତ୍ୟୁ ଅନିବାର୍ଯ୍ୟ, ଅଲଂଘନୀୟ । ତଥାପି ବ୍ୟକ୍ତି ବଂଚିବା ଧାରାରେ ସ୍ଵୀୟ କାର୍ଯ୍ୟ ଶୈଳୀର ମାଧ୍ୟମରେ ମୃତ୍ୟୁଞ୍ଜୟୀ ହୋଇ ଯାଆନ୍ତି । ସେମାନେ ଭୌତିକ ଶରୀର ତ୍ୟାଗ କଲେ ବି ଲୌକିକ ଜଗତରେ ସଦା କୀର୍ତ୍ତି ଦେହରେ ଅବସ୍ଥାନ କରିଥାନ୍ତି । ସେଥିପାଇଁ ଉଲ୍ଲେଖ ଅଛି ‘ଯଶକୀର୍ତ୍ତି ସଜୀବତି ‘ ।

ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରାକ୍ତନ ବାଚସ୍ପତି ଶରତ କୁମାର କରଙ୍କ ଧର୍ମପତ୍ନୀ, ପ୍ରସିଦ୍ଧ କଣ୍ଠଶିଳ୍ପୀ ପ୍ରଫେସର୍ ଅନିମା କରଙ୍କ ୮୨ ବର୍ଷ ବୟସରେ ଦେହାନ୍ତ ଆମକୁ କଷ୍ଟ ଦେଇଛି । ଇଂରାଜୀ ବିଭାଗର ଅଧ୍ୟାପିକା, ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶ୍ରୀମତୀ କର ଜଣେ ମିଷ୍ଟଭାଷୀ, ଛାତ୍ର ବତ୍ସଳା ଅଧ୍ୟାପିକା ଥିଲେ । ପ୍ରଥମେ ଶୈଳବାଳା ମହିଳା ମହାବିଦ୍ୟାଳୟ ପରେ ରମାଦେବୀ ଓ ପୁରୀ ମହିଳା ମହାବିଦ୍ୟାଳୟରେ କାର୍ଯ୍ୟ କରି ସେ ସମସ୍ତଙ୍କର ପ୍ରିୟ ଭାଜନ ହୋଇଥିଲେ । ଆକାଶବାଣୀ, ଦୂରଦର୍ଶନର ସ୍ସ୍ଵୀକୃତିପ୍ରାପ୍ତ କଣ୍ଠ ଶିଳ୍ପୀ ଭାବରେ ତାଙ୍କ ସୁମଧୁର କଣ୍ଠ ସଙ୍ଗୀତ ତାଙ୍କୁ ଅମର କରି ରଖିବ।

ପୂର୍ବତନ ବାଚସ୍ପତି ଶରତ କରଙ୍କ ପ୍ରତି ମୋର ପିଲାଦିନୁ ସମ୍ପର୍କ । ବହୁବାର ସହିଦ ନଗର ବାସ ଭବନ ଯାଇ ତାଙ୍କ ସହ ମିଶିବାର ସମ୍ପର୍କ ସେତୁରେ ବାନ୍ଧି ହୋଇଛୁ । ମହର୍ଷି କଲେଜରେ ପ୍ରଫେସର୍ ଶତୃଘ୍ନ ନାଥଙ୍କ ଶତବାର୍ଷିକୀ ଉତ୍ସବରେ ରଜତ କର ଓ ଶରତ କରଙ୍କୁ ମୁଁ ଆମନ୍ତ୍ରଣ କରେ ମୋ ସଭାପତିତ୍ୱରେ ଏକ ପ୍ରାର୍ଥନା ସାହିତ୍ୟ ସଭା ଭୁଲିବାର ନୁହେଁ । ଶରତ ବାବୁଙ୍କ ବାର୍ଦ୍ଧକ୍ୟ ଜନିତ ରୋଗ ସମୟରେ ଶ୍ରୀମତୀ କରଙ୍କ ସହିତ ଶେଷ ଥର ପାଇଁ ସାକ୍ଷାତ ହୋଇଥିଲା । ଉଭୟଙ୍କୁ ମୋର ମାହାଙ୍ଗାର ‘ବରପୁତ୍ର’ ୨ୟ ଖଣ୍ଡ ପୁସ୍ତକରେ ସ୍ଥାନିତ କରାଇ ନିଜକୁ ଧନ୍ୟ ମନେ କରିଛି ।

ବାସ୍ତବିକ ପ୍ରଫେସର ଅନିମା କର କେବଳ ସ୍ୱାମୀ ଶରତ କରଙ୍କ ମାର୍ଗ ଦର୍ଶକ ନଥିଲେ ହଜାର ହଜାର ଛାତ୍ରୀଙ୍କ ମାର୍ଗଦର୍ଶିକା ଥିଲେ । ସତ୍ୟନଗର ସ୍ମଶାନରେ ପ୍ରଫେସର କରଙ୍କ ଅନ୍ତିମ ସଂସ୍କାର ସମାହିତ ହୋଇଛି । କେବଳ ସମ୍ବଳ ହୋଇ ରହିଲା ସ୍ମୃତି ତର୍ପଣ। ସେହି ମହିୟସୀ କଣ୍ଠଶିଳ୍ପୀ ପ୍ରଫେସର ଅନିମା କରଙ୍କ ମହାନ୍ ଆତ୍ମା ର ଦେବଲୋକ ପ୍ରାପ୍ତି ହେଉ, ଏତିକି ପରମେଶ୍ବରଙ୍କ ନିକଟରେ ଆଜିର ପ୍ରାର୍ଥନା ।

ଏକାଦଶୀ ପ୍ରଧାନ

ଏକାଦଶୀ ପ୍ରଧାନ

ପ୍ରତିଷ୍ଠାତା ସଭାପତି
ମାହାଙ୍ଗା ସାହିତ୍ୟ ସମାଜ ଏକାଡେମୀ
ମୋ - ୯୯୩୭୯୦୬୧୫୪

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ ଭାଗ ୫୯

by ଭବେଶ ଚନ୍ଦ୍ର କର
June 15, 2025

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୫ ଜୁନ ୨୦୨୫ ଖାଇସାରି ଆସି ସମସ୍ତେ ବିଛଣାରେ ଶୋଇ ଗପସପ କରୁଛନ୍ତି। ଏହିସମୟରେ ବାହାରେ କିଏ ଜଣେ ଡାକୁଥିବାର ଶୁଣି...

Read more
Dhanada’s Discourse:  The Assault on Education: A Global Crisis Unfolding

Dhanada’s Discourse:
The Assault on Education: A Global Crisis Unfolding

June 9, 2025
Jay’s Thoughts: State of our Lambscape: Insights from the past thirty days

Jay’s Thoughts:
State of our Lambscape: Insights from the past thirty days

June 7, 2025
ନଦେଖିଲି ଆଜି ଯାଏ ତୁମ୍ଭ ପରି ଜଣେ

ନଦେଖିଲି ଆଜି ଯାଏ ତୁମ୍ଭ ପରି ଜଣେ

June 5, 2025
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୫୮)

May 28, 2025
Remembering Writer Pramod Panigrahi

Remembering Writer Pramod Panigrahi

May 19, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.