• About
  • Contact
Monday, August 24, 2026
Monday, August 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ମୋ ପାଇଁ ପୁରୀ

ମୋ ପାଇଁ ପୁରୀ
Share on FacebookShare on Xshare on Whatsappshare on Linkedin
ଶୈଳବାଳା ମହାପାତ୍ର, ୧୪ ସେପ୍ଟେମ୍ବର ୨୦୨୨

ପୁରୀ ଛାଡ଼ିଲେ କେମିତି ଲାଗେ ବୋଲି ପଚାରିଲ ଯେ , ମୁଁ କାନ୍ଦ କାନ୍ଦ କେନ୍ଦେରା ର କାକୁସ୍ଥ କାକଳି ଟିଏ ପାଲଟିଗଲି ।ଏ ସହର ଛାଡ଼ି ଗଲାବେଳେ ଚାଉଁକିନି ହେଇଯାଏ ଛାତି ; ଯେମିତି ଅତି ନିଜର କିଛି ଗୋଟାଏ ଅକସ୍ମାତ ହଜିଗଲା କି !!

ଏ ସହର କାହିଁକି ମୋର ପ୍ରିୟ
ତା’ର କାରଣ କହିପାରିବିନି । ପ୍ରିୟ ଜିନିଷ ର ସଂଜ୍ଞା ନିରୂପଣ ହୋଇପାରେ ନାହିଁ । ଆଜିର ପୁରୀ ଓ ପଚାଶ ବର୍ଷ ତଳର ପୁରୀ ଭିତରେ ଆକାଶ ପାତାଳ ଫରକ୍ ଆସିଛି । ତଥାପି ପୁରୀ ମୋର ପ୍ରୀତି ର ସହର ହୋଇ ରହିଛି । ପୁରୀ ର ସମୁଦ୍ର କୂଳରେ ମୋ ପ୍ରେମ ର ପାଦ ଚିହ୍ନ ପଡ଼ିଛି । ପୁରୀ ର ଡାକବାକ୍ସ ରେ ଏବେ ବି ଗୋଟେ କିଶୋରୀ ହୃଦୟ ର ଠିକଣା ସ୍ପଷ୍ଟ ଦିଶୁଛି !!

ପିଲା ଦିନରୁ ଦେଖି ଆସୁଛି ପୁରୀ କୁ । ତା’ର ସମୁଦ୍ର କୁ । ତା’ର ବଡ଼ ଦେଉଳ କୁ । ତା’ର ବଡ଼ ଦାଣ୍ଡ କୁ । ମାର୍କେଟ ଛକ ର ମ୍ୟୁନିସିପାଲଟି ମାର୍କେଟ ର ଗହଳିଆ ଗନ୍ଧକୁ । ଲକ୍ଷ୍ମୀ ବଜାର ର ପରିଚିତ ହାଉଜାଉ କୁ । ଏବେ ତ ଏସବୁ ନାଇଁ । କିନ୍ତୁ ସ୍ମୃତି ରେ ରହିଛନ୍ତି ଏମାନେ । ସ୍ମୃତି ରେ ରହିଛି ଛ’ସ୍ତରୀ ସତସ୍ତରୀ ମସିହା ର ବଡ଼ଶଙ୍ଖ ।ନିଶୂନ୍ ଦି’ପହର । ଗୋଟାଏ ଯୋଡାଏ ଡାଲି ଚାଉଳ ଓ ପରିବା ଦୋକାନ । ଆଉ ଗୋଟେ ଦି’ଟା ପାନ ଦୋକାନ । ତା ଭିତରେ ପୁଣି କିଶୋର ପାନ ଦୋକାନ ; ଯେଉଁଠି ଖରା ନଇଁଲା ବେଳକୁ ଖଟି ଆରମ୍ଭ ହୋଇଯାଇଥାଏ । ଅବଶ୍ୟ ଏ ଖଟି ଆରମ୍ଭ ହେଲା ଅଠସ୍ତରୀ ଅଣାଅଶୀ ବେଳକୁ !

ସେଇ ଶୂନଶାନ ଦି’ପହରେ ଦୁଇଟା ଛାଟ ବେଣୀ ବାନ୍ଧି ସେଲୁୱର କମିଜ୍ ରେ କଲେଜରୁ ଫେରୁଥିବା ଗୋଟେ ଶ୍ୟାମଳି ଝିଅ ର ଛାଇ ଏବେ ବି ଖୋଜୁଥିବ ସେଠି ତାର ଅଧାଗଢ଼ା କବିତା କୁ ! ଲେଖା ଲେଖି ରେ ପରିଚିତ ହେବାପରେ ଓ ସ୍ଵାମୀଙ୍କର ପ୍ରଚେଷ୍ଟାରେ ମୁଁ ଭାରତ ବର୍ଷର ଅନେକ ରାଜ୍ୟ କୁ ଯାଇଛି । ଅନେକ ସହର ଘୁରିଛି । ଅନେକ ସମୁଦ୍ର ଦେଖିଛି । କିନ୍ତୁ ପୁରୀ ସମୁଦ୍ର କୂଳ ର ଅନୁଭବ କେଉଁଠାରେ ପାଇ ନାହିଁ । ବୋଧହୁଏ ସେଇଥିପାଇଁ ଲକ୍ଷ ଲକ୍ଷ ଲୋକ ପୁରୀ ସମୁଦ୍ର ର ସୈ।ନ୍ଦର୍ଯ୍ଯ ଅବଗାହନ ନିମନ୍ତେ ଦୂର ଦୂରାନ୍ତରୁ ରୁ ଛୁଟି ଆସନ୍ତି ।

ପୃଥିବୀ ରେ ଏତେ ମନ୍ଦିର ଅଛି । କେଉଁ ମନ୍ଦିର ର ନାଁ ବଡ଼ ଦେଉଳ ଅଛି ?”ଦେଉଳ” ଶବ୍ଦ ତ ପୁରୀ ର ପରିଚୟ ।କଣିକାଏ ଅବଢ଼ା ଅନ୍ନ ପାଟିରେ ଦେଇ ଯୁଗ ଯୁଗ ପାଇଁ ବନ୍ଧୁ ବାନ୍ଧିବାର ପରମ୍ପରା କେବଳ ଏଇ ମୋ ସହରରେ ରହିଛି । ବାହାର ରାଜ୍ୟରୁ ଫେରିବାବେଳେ ମୁଁ ଯେତେବେଳେ ଟ୍ରେନ ବା ଫ୍ଲାଇଟ୍ ରୁ ଓହ୍ଲେଇ ଆସୁଥାଏ; ମତେ ଲାଗେ ଦୁଇଟା ଆତୁର ଆଖି ଯେମିତି ମତେ ଅପେକ୍ଷା କରି ରହିଛି ।

ସେତେବେଳେ ସୁନାର ଗୌରାଙ୍ଗ ବରୁଣ ମନ୍ଦିର ଦରିଆ ମହାବୀର ଇତ୍ୟାଦି ଅଞ୍ଚଳ ଏକ ନିରବ ନିର୍ଜନ ସୈ।ନ୍ଦର୍ଯ୍ଯ ରେ ଝଲମଲ ହେଉଥିଲା । ଏବେ ତ ନାମୀଦାମୀ ହୋଟେଲ ହୋଟେଲ୍ ସେଠାରେ ଶୋଭା ବର୍ଦ୍ଧନ କରୁଛି । ତଥାପି ପୁରୀ ଭଲ ଲାଗୁଛି। ହଁ ଭଲ ଲାଗୁଛି !!

ଶୈଳବାଳା ମହାପାତ୍ର

ଶୈଳବାଳା ମହାପାତ୍ର

ବିଶିଷ୍ଟ କବି ଓ ସାହିତ୍ୟିକ, ଦୂରଭାଷ ନଂ ୭୦୦୮୫୮୬୫୦୧

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.