• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ନିରବ ସଂଗ୍ରାମୀ ଗୌରଚନ୍ଦ୍ର

ନିରବ ସଂଗ୍ରାମୀ ଗୌରଚନ୍ଦ୍ର
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୧ ସେପ୍ଟେମ୍ବର ୨୦୨୪

ସ୍ୱାଧୀନତା ସଂଗ୍ରାମ, ସାହିତ୍ୟ, ଶିକ୍ଷା, ସମାଜସେବା ଆଦି କ୍ଷେତ୍ରକୁ ଗୌରଚନ୍ଦ୍ର ମହାପାତ୍ରଙ୍କର ଅନବଦ୍ୟ ଅବଦାନ ରହିଛି । ତେବେ ଆତ୍ମପ୍ରଚାର-ବିମୁଖ ମନୋଭାବ ଯୋଗୁଁ ଏହି ନିରବ ସଂଗ୍ରାମୀଙ୍କ ଅସାମାନ୍ୟ କୃତୀ ଓ ଅତୁଳନୀୟ ଅବଦାନ ବିଶେଷ ଭାବରେ ଲୋକଲୋଚନକୁ ଆସି ପାରିନାହିଁ । ତେଣୁ ବଣମଲ୍ଲୀ ଭଳି ବଣରେ ଫୁଟି ଲୋକଲୋଚନର ଅନ୍ତରାଳରେ ଝରିଯାଇଥିବା ସେହି ବହୁମୁଖୀ ପ୍ରତିଭାର ଅଧିକାରୀ ଗୌରଚନ୍ଦ୍ରଙ୍କ ଗୋଟିଏ / ଦୁଇଟି ଅନନ୍ୟ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିବା ହେଉଛି ଏହି ଆଲେଖ୍ୟର ଉଦ୍ଦେଶ୍ୟ ।

“ଭଦ୍ରକ୍ ଗାନ୍ଧୀ ” ଭାବେ ପରିଚିତ ଗୌରଚନ୍ଦ୍ର ଥିଲେ ଜଣେ ଅସାଧାରଣ ସଂଗ୍ରାହକ । ଓଡ଼ିଶାର ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତଙ୍କର କନିଷ୍ଠ ପୁତ୍ର ଗୌରଚନ୍ଦ୍ର ନିଜର ସୁଉଜ୍ଜଳ କ୍ୟାରିୟର ବିନିମୟରେ ପିତାଙ୍କ ସେବା ପାଇଁ ତାଙ୍କର ଜୀବନ ସମ୍ପୁର୍ଣ୍ଣ ଭାବରେ ଉତ୍ସର୍ଗ କରିଥିଲେ । କାନ୍ତକବି ଆଦ୍ୟ ଯୌବନରେ ବ୍ୟାଧିଗ୍ରସ୍ତ ହୋଇ ସାରାଜୀବନ ବିଛଣା ଉପରେ ହିଁ ବିତାଇଥିଲେ । ସେହି ଯନ୍ତ୍ରଣାଦଗ୍ଧ ଜୀବନ ଭିତରେ କାନ୍ତକବି ଯେଉଁ ଅମ୍ଲାନ ସାହିତ୍ୟ ସୃଷ୍ଟି କରିଛନ୍ତି, ତାହା ଓଡ଼ିଆ ବାଣୀଭଣ୍ଡାରରେ ହେଉଛି ଅମୁଲ୍ୟ ରତ୍ନ । ସେଥିଯୋଗୁଁ କାନ୍ତକବି ଓଡ଼ିଆ ଜାତିର ଚିରବନ୍ଦନୀୟ ହୋଇ ରହିବେ । ତେବେ କାନ୍ତକବିଙ୍କର ସେହି ସୃଷ୍ଟିସମ୍ଭାରକୁ ଲୋକଲୋଚନକୁ ଆଣିବାରେ ଯିଏ ପ୍ରମୁଖ ବିନ୍ଧାଣୀ ସାଜିଥିଲେ, ସେ ହେଉଛନ୍ତି ଖୋଦ୍ ଗୌରଚନ୍ଦ୍ର।

ଗୋଡ଼ ଓ ହାତର ଆଙ୍ଗୁଳି ଗୁଡ଼ିକ ଝଡ଼ିପଡ଼ିଥିବାରୁ କାନ୍ତକବି କେବଳ ଚଳତଶକ୍ତିହୀନ ନୁହେଁ, ଏପରିକି ନିଜ କାମ ନିଜେ କରିବାକୁ ମଧ୍ୟ ଅସମର୍ଥ ଥିଲେ । ସ୍ନାନ, ଶୌଚ କଥା ଦୂରେ ଥାଉ ଏମିତିକି କାଳି ଦୁଆତରେ କଲମ ବୁଡ଼ାଇ ଥୁଣ୍ଟା ଗଛ ସଦୃଶ ଆଙ୍ଗୁଳି ସନ୍ଧିରେ ଧରାଇ ଦେବା ଠାରୁ ଲେଖା ଗୁଡ଼ିକ ସାଇତି ରଖିବା, ଡ଼ାକ ଯୋଗେ ସେହି ଲେଖାଗୁଡ଼ିକ ବିଭିନ୍ନ ପତ୍ର ପତ୍ରିକା ଓ ଖବର କାଗଜକୁ ପଠାଇବା, ମୁଦ୍ରଣ ପରେ ଉକ୍ତ ଲେଖାଗୁଡ଼ିକୁ ସଯତ୍ନେ ଗଛିତ ରଖିବା ପ୍ରଭୃତି କାମର ଦାୟିତ୍ୱ ଗୌରଚନ୍ଦ୍ର ଆପଣେଇ ନେଇଥିଲେ । କାନ୍ତକବି କେବଳ ବ୍ରାହ୍ମ୍ୟ ମୁହୂର୍ତ୍ତରେ ଲେଖନୀ ଚାଳନା କରୁନଥିଲେ । ବରଂ ଯେକୌଣସି ମୁହୂର୍ତ୍ତରେ ଯେଉଁସବୁ ଭାବନା ତାଙ୍କ ମନକୁ ଆଚ୍ଛନ କରୁଥିଲା, ତତ୍କ୍ଷଣାତ ଉକ୍ତ ବିଷୟରେ ଲେଖିବା ପାଇଁ ସେ ଆଗ୍ରହ ପ୍ରକାଶ କରୁଥିଲେ । ସେଥିପାଇଁ ଗୌରଚନ୍ଦ୍ରଙ୍କୁ ଅହୋରାତ୍ର ତାଙ୍କ ପିତାଙ୍କ ନିକଟରେ ସଜାଗ ହୋଇ ରହିବାକୁ ପଡ଼ୁଥିଲା ।

କାନ୍ତକବି ତାଙ୍କ ଜୀବଦ୍ଦଶାରେ ନିଜର ଲେଖା ସମ୍ବଳିତ ଗ୍ରନ୍ଥାବଳୀ ଦେଖିବା ପାଇଁ ଇଚ୍ଛାପ୍ରକାଶ କରିଥିଲେ । କିନ୍ତୁ ବିଭିନ୍ନ କାରଣରୁ ତାହା ସମ୍ଭବ ହୋଇପାରି ନଥିଲା । ତାଙ୍କ ଦେହାନ୍ତ ଘଟିବାର ଏଗାର ବର୍ଷ ପରେ ଅର୍ଥାତ ୧୯୬୪ ମସିହାରେ ଓଡ଼ିଶା ବୁକ ଏମ୍ପୋରିୟମ ପ୍ରକାଶନୀ ସଂସ୍ଥା “କାନ୍ତ ସାହିତ୍ୟ ମାଳା” ନାମରେ ଦୁଇଖଣ୍ଡ ଗ୍ରନ୍ଥାବଳୀ ମୁଦ୍ରଣ କରିଥିଲା । ତେବେ ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି, ଉକ୍ତ ପ୍ରକାଶନୀ ସଂସ୍ଥା ଗ୍ରନ୍ଥାବଳୀ ମୁଦ୍ରଣ ପାଇଁ ସମସ୍ତ ପାଣ୍ଡୁଲିପି ଗୌରଚନ୍ଦ୍ରଙ୍କ ନିକଟରୁ ହିଁ ସଂଗ୍ରହ କରିଥିଲା । କାରଣ ଗୌରଚନ୍ଦ୍ରହିଁ କାନ୍ତକବିଙ୍କ ଲେଖା ସମୂହର ତତ୍ୱାବଧାରକ ଥିଲେ । ଏକଥା ଦୃଢ଼ତାର ସହିତ କୁହାଯାଇ ପାରେ ଯେ, ଗୌରଚନ୍ଦ୍ର ଯଦି ନିଜ ପିତାଙ୍କର ଆଲେଖ୍ୟଗୁଡ଼ିକୁ ସାଇତି ରଖିନଥାନ୍ତେ, ତେବେ ଲକ୍ଷ୍ମୀକାନ୍ତ ଆଜି ଓଡ଼ିଶାରେ କାନ୍ତକବି ରୂପେ ପରିଚିତି ପାଇ ପାରିନଥାନ୍ତେ ।

କେବଳ ସେତିକି ନୁହେଁ, ଗୌରଚନ୍ଦ୍ର ପିତାଙ୍କ ଜୀବନର ଅବିଛିନ୍ନ ଅଙ୍ଗ ସାଜିଥିବାରୁ କାନ୍ତକବିଙ୍କ ଜୀବନୀ ବା ସାହିତ୍ୟ ସମ୍ପର୍କିତ ଯେ କୌଣସି ଲେଖା ପ୍ରସ୍ତୁତି ପାଇଁ ସାରସ୍ୱତ ସାଧକମାନେ ଗୌରଚନ୍ଦ୍ରଙ୍କର ସହାୟତା ହିଁ ଲୋଡୁଥିଲେ । ଦୃଷ୍ଟାନ୍ତ ଛଳରେ ଉଲ୍ଲେଖ କରାଯାଇ ପରେ ଯେ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ପ୍ରକାଶିତ କାନ୍ତକବିଙ୍କ ସଂକ୍ଷିପ୍ତ ଜୀବନୀ ପୁସ୍ତକର ରଚୟିତା ପ୍ରଫେସର ସୁଧାଂଶୁ ଶେଖର ରାୟ ଗୌରଚନ୍ଦ୍ରଙ୍କ ନିକଟରୁ ହିଁ ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିଲେ ।

ଗୌରଚନ୍ଦ୍ରଙ୍କ ସଂଗ୍ରାହକ ଜୀବନ କେବଳ ତାଙ୍କ ପିତାଙ୍କ ଲେଖାଗୁଡ଼ିକୁ ସାଇତି ରଖିବା ମଧ୍ୟରେ ସୀମିତ ନଥିଲା । ବରପୁତ୍ର ମାନଙ୍କ ଜୀବନୀ ଠାରୁ ଆରମ୍ଭ କରି ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ, କୃଷି, ବିଜ୍ଞାନ ଓ ପରିବେଶ ଭଳି ସମସ୍ତ ଗମ୍ଭୀର ପ୍ରସଙ୍ଗ ସମ୍ପର୍କିତ ତଥ୍ୟ ସେ ପତ୍ରପତ୍ରିକା ଓ ଖବରକାଗଜମାନଙ୍କରୁ ସଂଗ୍ରହ କରି ସ୍ୱତନ୍ତ୍ର ଫାଇଲ ପ୍ରସ୍ତୁତ କରୁଥିଲେ । ତଥ୍ୟଗୁଡ଼ିକୁ ଅଧୁନାତନ (ଅପ୍ -ଡେଟେଡ଼) କରିବା ତାଙ୍କର ନିତ୍ୟ ନୈମିତ୍ତିକ କାର୍ଯ୍ୟରେ ପରିଣତ ହୋଇଥିଲା । ଏଥିପାଇଁ ସେ ଜୀବନବ୍ୟାପୀ ସାଧନା ଚଳାଇ ତଥ୍ୟ ସଂଗ୍ରହ କାର୍ଯ୍ୟରେ ନିଜକୁ ଵ୍ୟାପୃତ୍ତ ରଖିଥିଲେ । ସେତେବେଳେ କମ୍ପୁଟର ଉଦ୍ଭାବନ ହୋଇନଥିଲା । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ତଥ୍ୟ ହାସଲ ପାଇଁ ଗ୍ରନ୍ଥାଗାର କିମ୍ବା ବିଭିନ୍ନ ପୁସ୍ତକ, ପତ୍ରିକା ଓ ଖବରକାଗଜ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । କିନ୍ତୁ ସ୍ବୀୟ ସାଧନା ବଳରେ ଗୌରଚନ୍ଦ୍ର ସେତେବେଳେ କମ୍ପୁଟର ସଦୃଶ ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକର ତଥ୍ୟ ସଂଗ୍ରହ କରି ଫାଇଲ ଭିତରେ ଗଛିତ ରଖିପାରିଥିଲେ ।

ସ୍ୱାଧୀନତା ସଂଗ୍ରାମ ସମୟରେ ଛାତ୍ର ଗୌରଚନ୍ଦ୍ରଙ୍କୁ ବ୍ରିଟିଶ ସରକାର ପବିତ୍ର ଦୁର୍ଗାପୂଜା ଅବସରରେ ତାଙ୍କ ଭଦ୍ରକ ଜିଲ୍ଲା ତାଳପଦା ଗ୍ରାମସ୍ଥ ବାସଗୃହରୁ ଗିରଫ କରିଥିଲେ । ଏଥିପାଇଁ ଇଂରେଜ ଦାରୋଗା ବା ପୋଲିସମାନେ ତାଙ୍କୁ ହାତରେ କଡ଼ି ଓ ଅଣ୍ଟାରେ ବେଡ଼ି ପକାଇ ୧୫ କିଲୋମିଟର ରାସ୍ତା ଚଲାଇ ଚଲାଇ ଭଦ୍ରକ ଜେଲରେ ଭର୍ତ୍ତି କରିଥିଲେ । ଭଣ୍ଡାରିପୋଖରୀ ଥାନା ପୋଡ଼ି, ରେଳ ଓ ଟେଲିଗ୍ରାଫ ଲାଇନ ଚୋରି ଭଳି ଗୁରୁତର ଅପରାଧରେ ଜଡିତ କରି ତାଙ୍କୁ ଗିରଫ କରାଯାଇଥିଲା, ଯାହାକି ପରବର୍ତ୍ତୀ ସମୟରେ ମିଥ୍ୟା ପ୍ରମାଣିତ ହୋଇଥିଲା । ସଂଭ୍ରାନ୍ତ ଭୂମ୍ୟାଧିକରୀ କାନ୍ତକବିଙ୍କ ପରିବାରର ସାମାଜିକ ପ୍ରତିଷ୍ଠା ଓ ସମ୍ମାନକୁ କ୍ଷୂର୍ଣ୍ଣ କରିବା ଏହି ଗିରଫଦାରୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ସେତେବେଳେ ଓଡ଼ିଶାର ଅଧିକାଂଶ ରାଜା, ମହାରାଜା ଓ ଭୂମ୍ୟାଧିକରୀ ବା ଜମିଦାରମାନେ ସେମାନଙ୍କ ଧନ ଓ ମାନର ସୁରକ୍ଷା ପାଇଁ ବ୍ରିଟିଶ ସରକାରଙ୍କୁ ସମର୍ଥନ କରୁଥିଲେ । କିନ୍ତୁ କାନ୍ତକବିଙ୍କ ପରିବାର ସହିତ ଓଡ଼ିଶାର ମୁଷ୍ଟିମେୟ ଧନ୍ୟାଢ୍ୟ ପରିବାର ଏହାର ବ୍ୟତିକ୍ରମ ଥିଲେ । ଅର୍ଥାତ ସେମାନେ ଇଂରେଜ ଶାସନର ଘୋର ବିରୋଧୀ ଥିଲେ । ଏହିପାଇଁ କାନ୍ତକବିଙ୍କ ପରିବାରକୁ ବ୍ରିଟିଶ ସରକାରଙ୍କ ଅକଥନୀୟ ଅତ୍ୟାଚାରର ସାମ୍ନା କରିବାକୁ ପଡ଼ିଥିଲା ।

କାନ୍ତକବିଙ୍କର ହେଇଛି ଏଭଳି ଏକ ପରିବାର, ଯାହାର ସଦସ୍ୟମାନେ ଦେଶ ଓ ରାଜ୍ୟ ପାଇଁ ଅତୁଳନୀୟ ତ୍ୟାଗ ସ୍ୱୀକାର କରିଛନ୍ତି । ସେହି ତ୍ୟାଗର ତୁଳନା ସମଗ୍ର ଭାରତବର୍ଷରେ ପରିଲକ୍ଷିତ ହୁଏନାହିଁ । ସେହି ପରିବାରର ତିନିଜଣ ପ୍ରଭାବଶାଳୀ ସଦସ୍ୟ ବ୍ରିଟିଶ ନିର୍ଯ୍ୟାତନାର ଶୀକାର ହୋଇ ୨୪ ରୁ ୪୦ ବର୍ଷ ବୟସରେ ପ୍ରାଣବଳୀ ଦେଇଥିବା ବେଳେ ଲଗାତର ତିନି ପିଢ଼ିର ବିପୁଳ ସଂଖ୍ୟକ ସଦସ୍ୟ ସଂଗ୍ରାମରେ ଝାସ ଦେଇ କାରାବରଣ କରିଥିଲେ । ତେବେ ବିଭିନ୍ନ କାରଣରୁ ଇତିହାସକାରମାନେ ଏଥିପ୍ରତି ଯଥୋଚିତ ଦୃଷ୍ଟି ଦେଇନଥିବାରୁ ସେଥିନେଇ ଆମ ଇତିହାସରେ ତାହା ଉଲ୍ଲେଖ ହୋଇପାରିନାହିଁ । ଗୌରଚନ୍ଦ୍ର ଏହି ପରିବାରର ସର୍ବକନିଷ୍ଠ ସଭ୍ୟ ରୂପେ ଇଂରେଜ ଶାସନର ଅମାନବୀୟ ଅତ୍ୟାଚାରର ଶୀକାର ହୋଇଥିଲେ ।

ଓଡ଼ିଶା ସ୍ୱାଧୀନତା ସଂଗ୍ରାମୀ ସଙ୍ଘର ସଭାପତି ପଦ ଓ ବିଧାୟକ ପ୍ରାର୍ଥିତ୍ୱକୁ ବିନମ୍ରତାର ସହିତ ପ୍ରତ୍ୟାଖ୍ୟାନ କରିଥିବା ଗୌରଚନ୍ଦ୍ର ୧୯୧୫ ଜୁନ ୧୫ ତାରିଖରେ ଭଦ୍ରକରେ ଜନ୍ମଗ୍ରହଣ କରିଥିଲେ ଏବଂ ୨୦୧୮ ସେପ୍ଟେମ୍ବର ୧୧ ତାରିଖରେ ୧୦୪ ବର୍ଷ ବୟସରେ ତାଙ୍କର ଜୀବନ ଦୀପ ଲିଭିଯାଇଥିଲା ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.