• About
  • Contact
Sunday, June 7, 2026
Sunday, June 7, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ପ୍ରବୀଣ ରାଷ୍ଟ୍ରନୀତିଜ୍ଞ ପଣ୍ଡିତ ନୀଳକଣ୍ଠ

ପ୍ରବୀଣ ରାଷ୍ଟ୍ରନୀତିଜ୍ଞ ପଣ୍ଡିତ ନୀଳକଣ୍ଠ
Share on FacebookShare on Xshare on Whatsappshare on Linkedin
ଶ୍ରୀ ଦାଶରଥୀ ଶତପଥୀ, ଭୁବନେଶ୍ଵର, ୫ ଅଗଷ୍ଟ ୨୦୨୪
ଆର୍ବିଭାବ – ୫ ଅଗଷ୍ଟ ୧୮୮୪
ତିରୋଧାନ – ୬ ନଭେମ୍ବର ୧୯୬୭

ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ପୂର୍ବତନ ବାଚସ୍ପତି ପଣ୍ଡିତ ନୀଳକଣ୍ଠ ଦାସ ଏକାଧାରାରେ ଜଣେ ଦାର୍ଶନିକ, ସାମ୍ବାଦିକ, ରାଜନୀତିକ, କବି, ଲେଖକ, ଆଦର୍ଶ ଅଧ୍ୟାପକ, ସମାଜ ସଂସ୍କାରକ, ତଥା ରାଷ୍ଟ୍ରନୀତିଜ୍ଞ ଭାବରେ ଓଡିଶାର ଜନମାନସରେ ପରିଚିତ। ପଣ୍ଡିତ ନୀଳକଣ୍ଠ ରେଭେନ୍ସା କଲେଜରୁ ଅଧ୍ୟୟନ ସାରି କଲିକତା ବିଶ୍ୱବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ସ୍ନାତକୋତ୍ତର ଶ୍ରେଣୀରେ କୃତିତ୍ୱ ସହ ପାଶ୍ କରିବା ପରେ ଉତ୍କଳମଣି ଗୋପବନ୍ଧୁଙ୍କ ଆହ୍ୱାନକ୍ରମେ ତାଙ୍କଦ୍ୱାରା ସତ୍ୟବାଦୀରେ ପ୍ରତିଷ୍ଠିତ ହୋଇଥିବା ବନବିଦ୍ୟାଳୟରେ (ମଣିଷ ତିଆରି କାରଖାନା) ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ ଥିଲା ଅବିସ୍ମରଣୀୟ। ତାଙ୍କର ଅସାଧାରଣ ବ୍ୟକ୍ତିତ୍ୱ, ପ୍ରଚଣ୍ଡ ବିଦବତ୍ତା, ଓ ଛାତ୍ରବତ୍ସଳତା ସମସଙ୍କୁ ଆକୃଷ୍ଟ କରିଥିଲା।

କଲିକତା ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଆଧୁନିକ ଭାରତୀୟ ସାହିତ୍ୟ ଓ ତୁଳନାତ୍ମକ ଭାଷାତତ୍ତ୍ୱ ବିଭାଗର ଅଧ୍ୟାପକ ଥିଲାବେଳେ ୧୯୨୧ ରେ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେବାରୁ, ଦେଶ ଓ ଜାତିପ୍ରେମ ବିହ୍ୱଳିତ ମାନସିକତାରୁ ଅଧ୍ୟାପନା ଛାଡ଼ି ଅସହଯୋଗ ଆନ୍ଦୋଳନରେ ଯୋଗ ଦେବା ସହ ‘ସେବା’ ପତ୍ରିକାର ପ୍ରକାଶନ ମଧ୍ୟ ଆରମ୍ଭ କରିଥିଲେ। ପ୍ରଥମେ ୧୯୨୪ ରେ କେନ୍ଦ୍ର ବ୍ୟବସ୍ଥାପକ ସଭା (ସଂସଦ)କୁ ସଭ୍ୟରୂପେ ନିର୍ବାଚିତ ହୋଇ ସ୍ୱରାଜ୍ୟ ପାର୍ଟିର ସର୍ବଭାରତୀୟ ସଂପାଦକଭାବେ କାର୍ଯ୍ୟ ତୁଲାଇଥିଲେ।

ଗୋପବନ୍ଧୁଙ୍କ ଦେହାନ୍ତ ପରେ ସମାଜର ସଂପାଦକ ଦାୟିତ୍ୱ ନେବା ସହ ‘ନବଭାରତ’ ପତ୍ରିକାର ସଂପାଦନା ଓ ପ୍ରକାଶନ କରିଥିଲେ। ୧୯୩୪ ରୁ ୧୯୩୯ ପର୍ଯ୍ୟନ୍ତ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟିର ସଭାପତି ଥିବାବେଳେ ତାଙ୍କର ଦକ୍ଷତା, ଓ ନିଷ୍ଠାପର ଉଦ୍ୟମ ଯୋଗୁଁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ୧୯୩୭ ମସିହାରେ ହୋଇଥିବା ପ୍ରଥମ ନିର୍ବାଚନରେ କଂଗ୍ରେସ ଦଳ ସମୁଦାୟ ଆସନର ଦୁଇ ତୃତୀୟାଂଶ ସ୍ଥାନ ଦଖଲ କରି ବିପୁଳ ସଂଖ୍ୟାଗରିଷ୍ଠତା ଲାଭ କରିଥିଲା। ଏଇ ବିଜୟ ତାଙ୍କ ଦୃଢ ନେତୃତ୍ୱ ଓ ବଳିଷ୍ଠ ବ୍ୟକ୍ତିତ୍ୱର ପରିଚୟ ଦିଏ।

କେନ୍ଦ୍ର ଆସେମ୍ଲିର ସଦସ୍ୟ ଥିବାବେଳେ କଂଗ୍ରେସ ଦଳର ମୁଖପାତ୍ର ‘ଲୋକମତ’ ପତ୍ରିକାର ସଂପାଦନା ଓ ପ୍ରକାଶନ କରିଥିଲେ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ନୀଳକଣ୍ଠଙ୍କ ଦାନ ଅବିସ୍ମରଣୀୟ। ଉତ୍କଳମଣି ଗୋପବନ୍ଧୁ ଓ ଉତ୍କଳ ଗୌରବ ମଧୁସୂଦନଙ୍କ ପରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାର ଦାୟିତ୍ୱ ନେଇଥିଲେ ଏବଂ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଦେଇଥିବା ଅକାଟ୍ୟ ଯୁକ୍ତି ମାଧ୍ୟମରେ ‘ଓଡନେଲ’ କମିଟିକୁ ପ୍ରଭାବିତ କରିଥିଲେ। ରାଜନୈତିକ ଜୀବନ ଭିତରେ ପଣ୍ଡିତ ନୀଳକଣ୍ଠ ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ବିଦ୍ରୋହ କରି ବହୁବାର କାରାବରଣ କରିଥିଲେ।

ପଣ୍ଡିତ ନୀଳକଣ୍ଠ ବାଚସ୍ପତି ଭାବରେ ଭାରତୀୟ ଗଣତନ୍ତ୍ରକୁ ନୂତନ ଦିଗଦର୍ଶନ ଦେଇଛନ୍ତି। ବିଧାନସଭାର ସ୍ୱାଧିନତା ଓ ବାଚସ୍ପତି ପଦବୀର ମର୍ଯ୍ୟାଦା ରକ୍ଷା କରିବା ପାଇଁ ସେ ଯେଉଁ ପଦକ୍ଷେପ ନେଇଥିଲେ (ବିଧାନସଭା ଭାଙ୍ଗିଗଲେ ମଧ୍ୟ ବାଚସ୍ପତି ଆସନର ସ୍ଥାୟୀତ୍ୱ ରକ୍ଷା) ତା ଭାରତୀୟ ଗଣତନ୍ତ୍ର ପରଂପରାରେ ଏକ ନୂତନ ଯୁଗର ଅଭ୍ୟୁଦୟ ଘଟାଇଛି।  ବାଚସ୍ପତି ଭାବରେ ସେ ଯେଉଁ ନିର୍ଣ୍ଣୟମାନ ଦେଇଯ଼ାଇଛନ୍ତି ତାହା ମଧ୍ୟ ଯୁଗାନ୍ତକାରୀ।

୧୯୫୬ ମସିହାରେ ‘ପଦ୍ମଭୂଷଣ’ ଉପାଧିରେ ଭୂଷିତ ହୋଇଥିଲେ ଓ ପରେ ସାହିତ୍ୟ ଏକାଡେମୀର ସଭାପତି ହୋଇଥିଲେ। ନୀଳକଣ୍ଠଙ୍କର ଓଡିଆ ଭାଷା, ଲିପି, ଓ ସାହିତ୍ୟକୁ ଦାନ ଅତୁଳନୀୟ। କୋଣାର୍କେ, ପ୍ରଣୟିନୀ, ଖାରବେଳ, ଦାସନାୟକ ପ୍ରଭୃତି କାବ୍ୟଗ୍ରନ୍ଥ, ନିଜର ଆତ୍ମଜୀବନୀ, ଓଡିଆ ସାହିତ୍ୟର କ୍ରମ ପରିଣାମ, ଶ୍ରୀମଦ୍ ଭାଗବତ ଗୀତାର ସରଳୀକରଣ ସଂଦର୍ଭ, ତାଙ୍କର ପାଣ୍ଡିତ୍ୱ, ବିଦ୍ୟାନିଷ୍ଠା, ସମାଜକଲ୍ୟାଣ ଭାବ, ଦେଶପ୍ରେମ, ଓ ମାନବବାଦର ଗାଥା ବହନ କରେ। ପ୍ରଖ୍ୟାତ ଶିକ୍ଷାବିତ୍ ଅନ୍ନଦା ଶଙ୍କରଙ୍କ ଭାଷାରେ, “ପଣ୍ଡିତ ନୀଳକଣ୍ଠ ଆଧୁନିକ ଉତ୍କଳର ସାଂସ୍କୃତିକ ଜୀବନର ଶ୍ରେଷ୍ଠ ପ୍ରତିନିଧି”। ଆବାଳ ବୃଦ୍ଧବନୀତା ସମସ୍ତଙ୍କ ପାଇଁ ତାଙ୍କ ଲେଖନୀ ଥିଲା ଅମୃତମୟ। ଜଗନ୍ନାଥଧର୍ମ, ସାହିତ୍ୟ, ଓ ସଂସ୍କୃତିକୁ ସେ ବିଶ୍ୱଦରବାରରେ ଅଧିଷ୍ଠିତ କରାଇପାରିଥିଲେ। ଓଡିଶାବାସୀଙ୍କ ମନରେ ସେ ଆଣିଦେଇଥିଲେ ଗଭୀର ଆତ୍ମମର୍ଯ୍ୟାଦା ବୋଧ ଓ ଆତ୍ମବିଶ୍ୱାସ। ତାଙ୍କର ଆଦର୍ଶ ଓ ଉନ୍ନତ ଚିନ୍ତାଧାରା ଆଗାମୀ ଦିନମାନଙ୍କରେ ସମସ୍ତଙ୍କ ପ୍ରେରଣାର ଉତ୍ସ ହୋଇରହିବ।

Dasarathi Satapathy

Dasarathi Satapathy

Former Secretary, Odisha Legislative Assembly
Mob No– 9337449373

Related Posts

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ
More

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

by Nirvik Bureau
June 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ଜୁନ୍ ୨୦୨୬ ମାହାଙ୍ଗା ମାଟିର ଅନ୍ୟତମ ବରପୁତ୍ର ତଥା ଓଡ଼ିଆ ଅସ୍ମିତାର ଆଦ୍ୟ ଉଦ୍ ଗାତା ରାୟ ବାହାଦୁର ନନ୍ଦ କିଶୋର...

Read more
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

May 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.