• About
  • Contact
Monday, September 14, 2026
Monday, September 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ରାଷ୍ଟ୍ର ଗଠନରେ ଏକ ସମର୍ପିତ ଜୀବନ

ରାଷ୍ଟ୍ର ଗଠନରେ ଏକ ସମର୍ପିତ ଜୀବନ
Share on FacebookShare on Xshare on Whatsappshare on Linkedin
ଦାଶରଥୀ ଶତପଥୀ, ଭୁବନେଶ୍ଵର, ୨୧ ନଭେମ୍ବର ୨୦୨୨

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ଶେଷ ପ୍ରଧାନମନ୍ତ୍ରୀ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବମ୍ବେ ପ୍ରଦେଶର ରାଜ୍ୟପାଳ ଓ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଭଳି ଉତ୍ତୁଙ୍ଗ ବ୍ୟକ୍ତିତ୍ୱର ଯଶ ଗାନ, ଓଡିଶାର ଆବାଳ ବୃଦ୍ଧବନିତା, ଶତାଦ୍ଧୀ ଶତାଦ୍ଧୀ ଧରି ନିନାଚିତଭାବରେ କରିଚାଲିଥିବେ ଏଥିରେ ସଂଦେହର ଅବକାଶ ନାହିଁ। ରାଷ୍ଟ୍ର ଗଠନରେ ବିଭିନ୍ନ ପଦପଦବୀରେ ରହି ନିଜର କର୍ତ୍ତବ୍ୟ ଯେପରି ସଂପାଦାନ କରିଥିଲେ ସେହିପରି ଗାନ୍ଧୀଙ୍କ ଆଦର୍ଶରେ ଭାରତୀୟ ସ୍ୱାଧିନତା ଆନ୍ଦୋଳନରେ ଭାଗ ନେଇ ନେତୃତ୍ୱର ପରାକାଷ୍ଠା ମଧ୍ୟ ପ୍ରଦର୍ଶନ କରିଥିଲେ ।ସେ ଏକାଧାରାରେ ଥିଲେ, ରାଷ୍ଟ୍ରନୀତିଜ୍ଞ, ସ୍ୱାଧିନତା ସଂଗ୍ରାମୀ, ସମାଜ ସଂସ୍କାରକ,ସମାଜ ସେବକ, କବି, ସାହିତ୍ୟିକ,ରାଜନୀତିଜ୍ଞ, କୁଟନୀତିଜ୍ଞ, ସାମ୍ବାଦିକ, ନିର୍ଭୀକ କରିତକର୍ମା ତଥା ନବ ଉତ୍କଳର ନିର୍ମାତା । ପୂର୍ଣ୍ଣାଙ୍ଗ ଓଡିଶା ଗଠନ ପାଇଁ ତାଙ୍କର ଅବଦାନ ଅତୁଳନୀୟ ।

୧୮୮୯ ମସିହା ନଭେମ୍ବର ୨୧ ରେ ବାଲେଶ୍ୱରର ଅଗରପଡାଠାରେ ଜନ୍ମିତ ମହତାବ ବାଲ୍ୟଶିକ୍ଷା ପରେ ଭଦ୍ରକ ହାଇସ୍କୁଲ ପରେ ପାଟନା ବିଶ୍ୱବିଦ୍ୟାଳୟରୁ ମାଟ୍ରିକ ପାଶ୍ ଓ ରେଭେନ୍ସା କଲେଜରେ ବି.ଏ. ପଢିବା ବେଳେ ଅଧାରୁ ପାଠ ପଢା ଛାଡି ମହାତ୍ମାଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଦେଶ ମୁକ୍ତି ସଂଗ୍ରାମରେ ଝାସ ଦେଇଥିଲେ । ଏହିଠାରୁ ତାଙ୍କର ସ୍ୱାଧିନତା ସଂଗ୍ରାମୀ ଭାବରେ ସଂଘର୍ଷ, ସଂଘାତପୂର୍ଣ୍ଣ କର୍ମମୟ ଜୀବନର ଅୟମ୍ଭାରମ୍ଭ ହୋଇ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଓଡିଶାର ସାମାଜିକ, ରାଜନୈତିକ ଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ସ୍ୱାଧିନତା ସଂଗ୍ରାମରେ ସକ୍ରିୟ ଅଂଶ ଗ୍ରହଣ କରିବା ଭିତରେ କନିକା ପ୍ରଜା ଆନ୍ଦୋଳନଠାରୁ ଆରମ୍ଭ କରି ଇଞ୍ଚୁଡିଲବଣ ସତ୍ୟାଗ୍ରହରେ ନେତୃତ୍ୱ ନେବା ଭଳି ଅନେକ ଆନ୍ଦୋଳନରେ ବହୁବାର ଜେଲ ବରଣ କରି ସଶ୍ରମ କାରାଦଣ୍ଡ ଭୋଗିଥିଲେ । ସର୍ବୋପରି ନିଖିଳ ଭାରତ କଂଗ୍ରେସ କମିଟି କାର୍ଯ୍ୟାଳୟକୁ ଗୋପନ ଚିଠି ପତ୍ର ପ୍ରେରଣ ଅଭିଯୋଗରେ ହଜାରିବାଗ ଜେଲରେ ସହଧର୍ମୀଣି ସୁଭଦ୍ରାଙ୍କ ସହିତ ବନ୍ଦୀ ଜୀବନ କଟାଇଥିଲେ ।୧୯୪୨ ରେ ଭାରତ ଛାଡ ଆନ୍ଦୋଳନରେ ବନ୍ଦୀ ହୋଇ ଅହମ୍ମଦନଗର ଦୁର୍ଗରେ ଆବଦ୍ଧ ହୋଇଥିଲେ ସେହି ଜେଲରେ ଅନ୍ୟମାନଙ୍କ ମଧ୍ୟରେ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଆଚାର୍ଯ୍ୟ କୃପାଳିନୀ, ସିତାରାମାୟା, ମୌଲାନା ଆବୁଲ କାଲାମ ଆଜାଦ, ଡଃ ପଟୋରୀଙ୍କ ସଂସ୍ପର୍ଶରେ ଆସି ଡଃ ମହତାବ ବହୁ ଭାବରେ ପ୍ରଭାବିତ ହେବା ସହିତ ମହତ୍ମାଗାନ୍ଧୀ ଓ ସୀମାନ୍ତ ଗାନ୍ଧୀ(ଅବଦୁଲ ଗଫର ଖାଁ) ସହ ସଂପର୍କ ଦୃଢୀଭୁତ ହୋଇଥିଲା। ଏଠାରେ ଦିର୍ଘ ଦିନ ବନ୍ଦୀ ଭିତରେ ସେ ‘ଓଡିଶା ଇତିହାସ’ ରଚନା କରିଥିଲେ ।

ପୂର୍ବରୁ ଜେଲ ଭିତରେ ଥିବାବେଳେ ଅଜବ ଦୁନିଆ ଓ ଇଂରାଜୀରେ ଫ୍ରି ଥିକିଙ୍ଗ ପୁସ୍ତକ, ସ୍ୱରାଜ୍ୟ ସାଧନ ଓ ‘ଦଶ ବର୍ଷର ଓଡିଶା’ ପୁସ୍ତକ ରଚନା କରିଥିଲେ । ଏହାର ବହୁ ପୂର୍ବରୁ ୧୯୨୩ ଅକ୍ଟୋବର ୨ ତାରିଖରେ ସେ କଟକ ମୁକୁର ପ୍ରେସରୁ ସାପ୍ତାହିକ ପ୍ରଜାତନ୍ତ୍ର ପ୍ରକାଶ କରିଥିଲେ । 1936 ମସିହା ଏପ୍ରିଲ ପହିଲାରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଜନ୍ମ ଲାଭ ପରେ ଡଃ ମହତାବ ପ୍ରଦେଶ କଂଗ୍ରେସ କମିଟିର ସଭାପତି ହୋଇଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୪୬ ମସିହାରେ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହୋଇ ୧୯୪୬ ରୁ ୧୯୫୦ ପର୍ଯ୍ୟନ୍ତ ଓଡିଶାର ପ୍ରଧାନମନ୍ତ୍ରୀ ଓ ପରେ ମୁଖ୍ୟମନ୍ତ୍ରୀଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ସେହି ମନ୍ତ୍ରୀମଣ୍ଡଳ ୪ ବର୍ଷରୁ କମ ସମୟ ପାଇଁ କ୍ଷମତାରେ ରହିଥିଲେ ହେଁ ସେହି ସ୍ୱଳ୍ପ ସମୟ ଭିତରେ ରାଜ୍ୟର ସର୍ବବିଧ ଉନ୍ନତିର ମୂଳଦୂଆ ପଡିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ସମୟରେ ପୁରୁଣା ରାଜଧାନୀ କଟକରୁ ଭୁବନଶ୍ୱରକୁ ସ୍ଥାନାନ୍ତରିତ ହେବା, ମହାନଦୀ ଉପରେ ହୀରାକୁଦ ଠାରେ ବହୁମୁଖୀ ନଦୀ ବନ୍ଧ ଯୋଜନା, ଓଡିଶା ଅଲମ୍ପିକ ଆସୋସିଏସନ ଗଠନ, ବିଦ୍ୟାଧରପୁରଠାରେ ଧାନ ଗବେଷଣା କେନ୍ଦ୍ରର ଭିତ୍ତି ସ୍ଥାପନ ହୋଇଥିଲା ।

୧୯୪୭ ନଭେମ୍ବର ୧୪ ରେ ନୀଳଗିରୀ ରାଜ୍ୟର ଶାସନ ଦାୟିତ୍ୱ ଗ୍ରହଣ,ଡିସେମ୍ବର ୧୪ ରେ ଗଡଜାତ ମିଶ୍ରଣର ଚୁକ୍ତିପତ୍ର, ସର୍ଦ୍ଦାର ପଟେଲଙ୍କ ଉପସ୍ଥିତିରେ ୨୫ଟି ଦେଶୀୟ ରାଜ୍ୟର ପ୍ରଜାମାନଙ୍କ ସହିତ ସ୍ୱାକ୍ଷରିତ, ୧୯୪୮ ଜାନୁଆରୀ ୧ ରେ ମୟୁରଭଂଜ ବ୍ୟତିତ ଓଡିଶା ସହିତ ସମସ୍ତ ଗଡଜାତ ମିଶ୍ରଣ, ଜାନୁଆରୀ ୨୮ ରେ କଟକର ମଧୁପୁର କୋଠୀଠାରେ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା, ଏପ୍ରିଲ ୧୨ ରେ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଦ୍ୱାରା ରାଜଧାନୀର ଭିତ୍ତି ପ୍ରସ୍ତର ସ୍ଥାପନ, ଜୁଲାଇ ୨୬ ରେ ଓଡିଶାରେ ହାଇକୋର୍ଟ ପ୍ରତିଷ୍ଠା, ନଭେମ୍ବର ୯ ରେ  ଭାରତ ସରକାରଙ୍କ ଦ୍ୱାରା ମୟୁରଭଂଜ ରାଜ୍ୟର ଶାସନ ଭାର ଗ୍ରହଣ ଆଦି କାର୍ଯ୍ୟ ତାଙ୍କ ଯୋଗୁ ସମ୍ଭବ ହୋଇଥିଲା । (ସେହି ସମୟରେ ‘ଝଙ୍କାର’ ଓ ଇଂରାଜୀ ଦୈନିକ ପତ୍ରିକା ଇଷ୍ଟର୍ଣ୍ଣ ଟାଇମସ ତାଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା) ।

ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆମନ୍ତ୍ରଣକ୍ରମେ ଡଃ ମହତାବ ୧୯୫୦ ମସିହା ମେ ୧୨ ତାରିଖରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଶିଳ୍ପ, ବାଣିଜ୍ୟ ବିଭାଗର ମନ୍ତ୍ରୀଭାବେ ଯୋଗ ଦେଲେ। ୧୯୫୧ ରେ ପ୍ରଥମ ସାଧାରଣ ନିର୍ବାଚନରେ କଟକ ଲୋକସଭା ନିର୍ବାଚନମଣ୍ଡଳୀରୁ ପାର୍ଲାମେଣ୍ଟକୁ ନିର୍ବାଚିତ ହେଲେ । ୧୯୫୪ ପର୍ଯ୍ୟନ୍ତ କଂଗ୍ରେସ ପାର୍ଲାମେଣ୍ଟାରୀ ଦଳରେ ସେକ୍ରେଟାରୀଭାବେ ଦାୟିତ୍ୱ ଗ୍ରହଣ କରି ଜାତୀୟ ରାଜନୀତିରେ ଚର୍ଚ୍ଚିତ ହୋଇପାରିଥିଲେ।

୧୯୫୫ ମାର୍ଚ୍ଚ ୨ ରୁ ୧୯୫୬ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଅବିଭକ୍ତ ବମ୍ଭେର ରାଜ୍ୟପାଳଭାବେ ନିଯୁକ୍ତି ହୋଇଥିଲେ  ଏବଂ ୧୯୫୬ ମସିହାରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଇସ୍ତଫା ଦେବା ପରେ ଡଃ ମହତାବ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଡଃ ମହତାବ ୨୬ ଜାନୁଆରୀ ୧୯୫୦ ରୁ ୧୨ ମେ ୧୯୫୦ ଓ ୧୯ ଅକ୍ଟୋବର ୧୯୫୬ ରୁ ୨୫ ଫେବୃୟାରୀ ୧୯୬୧ ମସିହା ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ରହିଥିଲେ। ଏହି ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ, ରାଜଭବନ, ବିଧାନସଭା ସଚିବାଳୟ, ରବିନ୍ଦ୍ରମଣ୍ଡପ, ଲଳିତକାଳା ଏକାଡେମୀ, କଳାମଣ୍ଡପ ପ୍ରତିଷ୍ଠା, ରାଜ୍ୟ ସଂଗ୍ରହାଳୟ, ରାଉଲକେଲା ଇସ୍ପାତ କାରଖାନାର ପୂର୍ଣ୍ଣାଙ୍ଗ, ଓଡିଶା ସଙ୍ଗୀତ ଏକାଡେମୀ ଓ ସାହିତ୍ୟ ଏକାଡେମୀର ପ୍ରତିଷ୍ଠା, ବାରବାଟୀ ଷ୍ଟାଡିୟମ ନିର୍ମାଣରେ ମୁଖ୍ୟ ଭୂମିକା ଗ୍ରହଣ କରି ଶେଷ ପର୍ଯ୍ୟନ୍ତ କ୍ରୀଡାର ଉନ୍ନତି ପାଇଁ ଏହା ସହ ଜଡିତ ଥିଲେ। ଦିର୍ଘ ଦିନ ସେ ସାହିତ୍ୟ ଏକାଡେମୀର ସଭାପତି ଥିଲେ। ସେ ୧୯୬୨ ରେ ଲୋକସଭା ଓ ୧୯୬୭, ୧୯୭୧ ଓ ୧୯୭୪ ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୭ ମସିହାରେ ଜରୁରୀକାଳୀନ ପରିସ୍ଥିତିର ବିରୋଧ କରି ଗିରଫ ହୋଇ ୧୮ ମାସ ପର୍ଯ୍ୟନ୍ତ ସେ ଫୁଲବାଣୀ ଓ ଭଂଜନଗର ଜେଲରେ ସାଧାରଣ ବନ୍ଦୀ ଭାବରେ ଜୀବନ କଟାଇଥିଲେ। ୧୯୭୭ ରେ ସକ୍ରିୟ ରାଜନୀତିରୁ ଅବସର ଗ୍ରହଣ କରିଥିଲେହେଁ ସାରା ଜୀବନ ଲେଖନୀ ଚାଳନା କରିଥିଲେ ଯାହା ସହରରୁ ମଫସଲ ପର୍ଯ୍ୟନ୍ତ ପ୍ରତ୍ୟେକ ଜନଜୀବନକୁ ପ୍ରେରଣା ଓ ଉତ୍ସାହ ଦେଉଥିଲା ଏବଂ  ସମସ୍ତଙ୍କର ହିତ ସାଧନ କରିଥିଲା ତାହା ଥିଲା ତାଙ୍କ ସାହିତ୍ୟର ପ୍ରଧାନ ଉପଜୀବ୍ୟ । ତାଙ୍କ ରଚିତ ପୁସ୍ତକ ମଧ୍ୟରେ ପ୍ରତିଭା, ଟାଉଟର, ତୃତୀୟ ପର୍ବ, ଅବ୍ୟାପାର, ୧୯୭୫, ସାଧନାରପଥେ, ଆରବ ସାଗରରୁ ଚିଲିକା, ନୂତନ ଧର୍ମ, ଗାଁ ମଜଲିସ, ଆନନ୍ଦ ସନ୍ଧାନ, ସାହିତ୍ୟର ମାର୍ଗ ଓ ଉନ୍ନୋଚନ ଆଦି   ପ୍ରଧାନ । ପ୍ରଜାତନ୍ତ୍ର, ମୀନାବଜାର,  ଝଙ୍କାର ମାଧ୍ୟମରେ ସେ ବହୁ ଲେଖକ, ଲେଖିକା ସୃଷ୍ଟି କରିଛନ୍ତି । ତାଙ୍କର ପ୍ରେରଣା ଆଜି ବହୁ ଲେଖକଙ୍କୁ ଆନ୍ତର୍ଜାତୀୟ କ୍ଷେତ୍ରରେ ଖ୍ୟାତି ଆଣି ଦେଇଛି । ତାଙ୍କର ସାହିତ୍ୟ ଏକ ଅନବଦ୍ୟ ସୃଷ୍ଟି, ଜନସମାଜରେ ସବାଗ୍ରେ ଆଦୃତ ।

ଡଃ ମହତାବ ଜଣେ ବ୍ୟକ୍ତିବିଶେଷ ନଥିଲେ, ସେ ଥିଲେ ଓଡିଶାର ଏକ ବହୁମୁଖୀ ସ୍ୱୟଂ ସଂପୁର୍ଣ୍ଣ ଅନୁଷ୍ଠାନ ଏପରିକି ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ସ୍ୱକୀୟତା, ସାହାସ ଓ ନିର୍ଭୀକତାର ପରିସ୍ପୁଟନ ହେଉଥିଲା । ଯଥାର୍ଥରେ ସେ ଥିଲେ ଉତ୍କଳ କେଶରୀ । ଓଡିଶାର ପ୍ରାଣ ଡଃ ମହତାବ ଜଣେ ସୁଯୋଗ୍ୟ କର୍ମବୀର, ସ୍ୱାଭିମାନର ପ୍ରତୀକ ଥିଲେ । ପ୍ରଚଣ୍ଡ ପ୍ରତିଭାଧାରୀ ଡଃ ମହତାବଙ୍କର ଦାନ ଓଡିଶାକୁ ଅବିସ୍ମରଣୀୟ ।ତାଙ୍କ କର୍ମମୟ ଜୀବନର ଅବସାନ ଘଟିଥିଲା ୧୯୮୭ ମସିହା ଜାନୁଆରୀ ୨ ତାରିଖରେ । ଦୀର୍ଘ ୮୮ ବର୍ଷର ଜୀବନ ଯାତ୍ରାରେ ସାଧାରଣ ମଣିଷର ହୃଦୟକୁ ସ୍ପର୍ଶ କରିଥିବା ଡଃ ମହତାବ ସତରେ କେତେ ବଡ ମଣିଷ ଥିଲେ ତାହା ଜଣାପଡିଥିଲା । ଓଡିଶାର ଜନଯାତ୍ରା ମଝିରେ ଜଣେ ବିଶିଷ୍ଟ ମାନବ ଡଃ ମହତାବ ଆଜି ନାହାଁନ୍ତି ସତ କିନ୍ତୁ ତାଙ୍କର ଶାଳପ୍ରାଂଶୁ ବ୍ୟକ୍ତିତ୍ୟ, ହସ ହସ ଦୀପ୍ତ ମୁଖମଣ୍ଡଳ ଆଜି ମହାଶୂନ୍ୟରୁ ବି ଉଜ୍ଜଳ ଧ୍ରୁବତାରା ପରି ଦୃଶ୍ୟମାନ। ତାଙ୍କ ଜୀବନ ଥିଲା ଦେଶ ପାଇଁ, ଜାତି ପାଇଁ ସମର୍ପିତ ଜୀବନ ।

ଶ୍ରୀ ଦାଶରଥୀ ଶତପଥୀ, ସଚିବ, ଓଡିଶା ବିଧାନସଭା, ଦୂରଭାଷ ନଂ– ୯୩୩୭୪୪୯୩୭୩
Dasarathi Satapathy

Dasarathi Satapathy

Former Secretary, Odisha Legislative Assembly
Mob No– 9337449373

Related Posts

Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI
More

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

by Dhanada K. Mishra
September 9, 2026

Dhanada K Mishra, Hong Kong, 9 September 2026 Last week, I asked my computer to find every project report I...

Read more
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.