ଜ୍ଞାନ ରଞ୍ଜନ ଷଡ଼ଙ୍ଗୀ, ଭୁବନେଶ୍ୱର, ୨ ଅକ୍ଟୋବର ୨୦୨୪
“ଭଗବାନ ହେଉଛନ୍ତି ସତ୍ୟ । ଅହିଂସା ମାଧ୍ୟମରେ ହିଁ ସତ୍ୟର ବାଟ ରହିଛି” – ସାବରମତୀ, ୧୩ ମାର୍ଚ୍ଚ ୧୯୨୭
ମୋହନଦାସ କରମଚାନ୍ଦ ଗାନ୍ଧୀ ଆମର ପ୍ରିୟ ବାପୁଜୀ ସତ୍ୟାଗ୍ରହକୁ ଆତ୍ମଅନୁଭବ, ଅହିଂସା, ନିରାମିଷଭକ୍ଷଣ ଏବଂ ସାର୍ବଜନୀନ ପ୍ରେମର ବେଦାନ୍ତିକଆଦର୍ଶ ଉପରେ ଆଧାରିତ କରିଥିଲେ । ଅହିଂସା ଓ ସତ୍ୟାଗ୍ରହ ଉପରେ ଗାନ୍ଧୀଙ୍କ ଧାରଣା ଅଦ୍ବୈତବେଦାନ୍ତର ଦାର୍ଶନିକ ଭିତ୍ତିଭୂମିଉପରେ ଆଧାରିତ ଥିଲା । ଏହି ଧାରଣା ଗୁଡ଼ିକ କେବଳ ହିନ୍ଦୁଧର୍ମର ପରମ୍ପରାରେ ନୁହେଁ, ବରଂଜୈନ ଓ ବୌଦ୍ଧଧର୍ମରେ ମଧ୍ୟଦେଖିବାକୁ ମିଳେ,କିନ୍ତୁଗାନ୍ଧୀଙ୍କ ସଂଶ୍ଳେଷଣ ଏହିଧାରଣାଗୁଡ଼ିକୁ ଏକ ପ୍ରମୁଖ ରାଜନୈତିକ ଅସ୍ତ୍ରରେ ପରିଣତକଲା, ଯାହା ସତ୍ୟାଗ୍ରହର ନାମ ନେଲା ।
ସତ୍ୟାଗ୍ରହର ସାର ହେଉଛି ଏକ ରାଜନୈତିକ ମାଧ୍ୟମରେ ଆତ୍ମଶକ୍ତି ଜାଗ୍ରତ କରିବା, ଯାହା ଅତ୍ୟାଚାରୀ ଓ ଅତ୍ୟାଚାରିତ ଙ୍କ ମଧ୍ୟରେ ଥିବା ବିଦ୍ୱେଷ ଦୂର କରି ଅତ୍ୟାଚାରୀମାନଙ୍କୁ ପରିବର୍ତ୍ତନ ବା ଶୁଦ୍ଧକରିବାରେ ସାହାଯ୍ୟକରିବ, ଏହା ନିଷ୍କ୍ରିୟତାନୁହେଁ ବରଂ ନିଷ୍କ୍ରିୟ ପ୍ରତିରୋଧ ଏବଂ ଅସହଯୋଗ ଯେଉଁଠାରେ, ପ୍ରେମ ଘୃଣାକୁ ଜିତିଥାଏ ।ଏହା ବ୍ୟକ୍ତିକୁ ଶାରୀରିକ ଶକ୍ତିପରିବର୍ତ୍ତେ ନୈତିକଶକ୍ତି ପ୍ରଦାନ କରିଥାଏ । ସତ୍ୟାଗ୍ରହକୁ “ସାର୍ବଜନୀନଶକ୍ତି” ମଧ୍ୟ କୁହାଯାଏ, କାରଣ ଏହା ମୂଳତଃ ପରିଚିତ କିମ୍ବା ଅପରିଚିତ, ଯୁବକ ଏବଂ ବୃଦ୍ଧ, ପୁରୁଷ କିମ୍ବା ମହିଳା, ବନ୍ଧୁ ଏବଂଶତ୍ରୁଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ରଖେନାହିଁ ।
ଗାନ୍ଧିଜୀଙ୍କମତରେ, “ଏଥିରେ କୌଣସି ଅଧର୍ଯ୍ୟ ହେବାର କଥାନାହିଁ, କୌଣସି ବର୍ବରତା ନାହିଁ, କୌଣସି ଅସଦାଚରଣ ନାହିଁ, କୌଣସି ଅଯଥା ଚାପନାହିଁ।ଯଦି ଆମେ ଗଣତନ୍ତ୍ରର ପ୍ରକୃତଭାବନା ସୃଷ୍ଟିକରିବାକୁ ଚାହୁଁଛୁ, ତେବେ ଆମେ ଅସହିଷ୍ଣୁ ହୋଇପାରିବା ନାହିଁ । ଅସହିଷ୍ଣୁତା କାହାର ଉଦ୍ଦେଶ୍ୟ ଉପରେ ବିଶ୍ୱାସ ରଖିବାକୁ ଧୋକା ଦେଇଥାଏ ।ସତ୍ୟାଗ୍ରହ ଅଧୀନରେ ପ୍ରଚଳିତ ନାଗରିକ ଅବମାନନା ଏବଂ ଅସହଯୋଗ “ଦୁଃଖରନିୟମ” ଉପରେ ଆଧାରିତ, ଏହା ଏପରି ଏକ ସିଦ୍ଧାନ୍ତ ଯାହା ଦୁଃଖକୁ ଦୂର କରିବାରେ ସକ୍ଷମ ହୋଇଥାଏ । ଏହି ଉଦ୍ଦେଶ୍ୟ ସାଧାରଣତଃ ଜଣେ ବ୍ୟକ୍ତି କିମ୍ବା ସମାଜର ନୈତିକ ଉନ୍ନତି କିମ୍ବା ପ୍ରଗତିକୁ ସୂଚିତକରେ । ତେଣୁ ସତ୍ୟାଗ୍ରହରେ ଅସହଯୋଗ ବାସ୍ତବରେ ସତ୍ୟ ଓ ନ୍ୟାୟ ସହିତ ବିରୋଧୀଙ୍କ ସହଯୋଗକୁ ସୁରକ୍ଷିତ ରଖିବାର ଏକ ମାଧ୍ୟମ I ଡେନିସ୍ ଡାଲଟନଙ୍କ ମତରେ, ସତ୍ୟାଗ୍ରହ ରଚନା ଓ ପଦକ୍ଷେପ ହିଁ ତାଙ୍କ ଲୋକମାନଙ୍କର ବିଶ୍ୱାସ ଓ ସଂସ୍କୃତିରେ ଗଭୀରଭାବରେ ପ୍ରତିଫଳିତ ହୋଇଥିଲା, ଯାହା ତାଙ୍କୁ ଜନଚେତନାରେ ବାନ୍ଧି ଦେଇଥିଲା ଏବଂ ତାଙ୍କୁ ଶୀଘ୍ର ମହାତ୍ମାରେ ପରିଣତ କରିଥିଲା ।
୧୯୦୯ ମସିହା ଗାନ୍ଧିଜୀଙ୍କ ଦ୍ୱାରା ଲିଖିତ ହିନ୍ଦ୍ ସ୍ଵରାଜ, ଯେଉଁଟାକି ୧୯ ଟି କ୍ଷୁଦ୍ର ଅଧ୍ୟାୟ ତିରିଶ ହଜାର ଶବ୍ଦ ବିଶିଷ୍ଟ I ଉକ୍ତ ପୁସ୍ତକରେ ସ୍ଵୟଂ ସଂପୂର୍ଣ୍ଣ ଗ୍ରାମ ଓ ଗୋଷ୍ଟି ଚେତନାର ସଠିକ ଅବତIରଣ କରାଯାଇଛି, ଭବିଷ୍ୟତର ସମାଜ ସଂପର୍କରେ ସୂଚିତ କରାଯାଇଛି, ଯାହା ବେଦ ଓ ଉପନିଷଦ ପ୍ରଦର୍ଶିତ ସତ୍ୟ ଓ ଅହିଂସାର ମୂଳଦୁଆ ଉପରେ ପ୍ରତିଷ୍ଠିତ ।ସତ୍ୟ, ଅହିଂସା ଓ ସତ୍ୟାଗ୍ରହର ପ୍ରୟୋଗ ଯେ କେବଳ ଜାତୀୟ ସ୍ତରର ସ୍ୱାଧୀନତା ସଂଗ୍ରାମରେ କରା ଯାଇଥିଲା ତା ନୁହେଁ ବରଂ ଓଡ଼ିଶାରେ ମଧ୍ୟ ତାର ପ୍ରତିଫଳନ ଦେଖାଯାଏ ।ଜାତୀୟସ୍ତରର ଦIଣ୍ଡିଯାତ୍ରା ଭଳି, ଆମ ଓଡ଼ିଶାର ଇରମ ଓ ଇଞ୍ଚୁଡ଼ି ସର୍ବଜନ ବିଦିତ ।
୧୯୨୧ ରୁ ୧୯୪୬ ମଧ୍ୟରେ ଗାନ୍ଧିଜୀ ଓଡ଼ିଶାକୁ ୮ ଥର ଆସିଥିଲେ I ଉତ୍କଳମଣି ଗୋପବନ୍ଧୁଙ୍କ ଡାକରାରେ ବାପୁ ପ୍ରଥମଥର ୧୯୨୧ ମସିହାରେ ଓଡ଼ିଶା ଆସିଥିଲେ ।୨୪ ମାର୍ଚ୍ଚ ୧୯୨୧ର କାଠଯୋଡ଼ି ନଦୀଶଯ୍ୟାରେ ହୋଇଥିବା ସାଧାରଣସଭା, ଓଡ଼ିଶା ଇତିହାସରେ ସ୍ଵର୍ଣ୍ଣIକ୍ଷରରେ ଲିପିବଦ୍ଧ ।ଖଣ୍ଡିତ ଓଡ଼ିଶା ଭୂଖଣ୍ଡରେ ସ୍ୱାଧୀନତା ସଂଗ୍ରାମର ରଣନ୍ଦୁନ୍ଦୁଭି ବାଜିଉଠେ ଏହି ସଭାରୁ ।
ଉତ୍କଳଗୌରବ ମଧସୂଦନ ଦାସଙ୍କ ଡାକରାରେ ବାପୁ ଦ୍ୱିତୀୟଥର ପାଇଁ ଓଡ଼ିଶା ଆସିଥିଲେ ୧୯୨୫ ମସିହା ଆଗଷ୍ଟ ମାସରେ ।୧୯ ଅଗଷ୍ଟ ୧୯୨୫ ମସିହାର ଦିନରେ ଓଡ଼ିଶାର ଗୌରବମୟ ଇତିହାସରେ ଯୋଡ଼ିହୁଏ ଆଉ ଏକ ଫର୍ଦ୍ଦ । ମଧୁବାବୁଙ୍କ ଉତ୍କଳଟ୍ୟାନେରୀରେ ଦୁଇ ମହାରଥୀଙ୍କ ସାକ୍ଷାତ ହୁଏ, ଉପସ୍ଥିତ କର୍ମଚାରୀ ବିଶେଷକରି ହରିଜନ ମାନଙ୍କୁ ଜାତୀୟଜାଗରଣ ଉପରେ ସମ୍ବୋଧିତ କରନ୍ତି ବାପୁଜୀ । ଏହା ହେଉଛି ଏସିଆର ପ୍ରଥମ ଯୌଥ ଉଦ୍ୟୋଗରେ ପ୍ରତିଷ୍ଠିତକାରଖାନା, ଯାହା ସମବାୟ ଆନ୍ଦୋଳନର ବୀଜବପନ କରିଥିଲା, ତାହାପରେ ବାପୁ ପ୍ରତ୍ୟେକଟି ଜାଗାରେ ସମବାୟର ଚର୍ଚ୍ଚା କରୁଥିଲେ ।
ମାହାତ୍ମଙ୍କର ତୃତୀୟଗ୍ରସ୍ତ,ମାହାଙ୍ଗା ଇତିହାସରେ ଯୋଡ଼ିହୁଏ ଏକ ସୁବର୍ଣ୍ଣ ଅଧ୍ୟାୟ I ଦଶପଲ୍ଲl ମାଟିର ସୁଯୋଗ୍ୟସନ୍ତାନ ପ୍ରଖ୍ୟାତ ସ୍ୱାଧୀନତାସଂଗ୍ରାମୀ ଶ୍ରୀଯୁକ୍ତ ଗୋବିନ୍ଦଚନ୍ଦ୍ର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ କଇଥାଠାରେ ସ୍ଥାପିତ ହୁଏ ଗାନ୍ଧୀସେବାଶ୍ରମ । ଯଦିଓ ମହାତ୍ମାଗାନ୍ଧୀ ଚାରବାଟିଆ-ଚୌଦ୍ଵାରରେ ଉପସ୍ଥିତ ଥିଲେ, କିନ୍ତୁ ଅସୁସ୍ଥତା କାରଣରୁ ସେ କଇଥା ଆସି ପାରିନଥିଲେ । ତେଣୁ ତାଙ୍କର ପ୍ରିୟଶିଷ୍ୟl ମୀରାବେନ୍ ୨୦ ଡିସେମ୍ବର ୧୯୨୭ରେ ଗାନ୍ଧୀସେବାଶ୍ରମ,କଇଥାର ଶିଳlନ୍ୟାସ କରିଥିଲେ ।
ଓଡିଶାକୁ ଗାନ୍ଧିଜୀଙ୍କ ପଞ୍ଚମଗ୍ରସ୍ତ ୧୯୩୪ ମସିହାରେ, ଯାହା ହରିଜନ ପଦଯାତ୍ରା ନାମରେ ଖ୍ୟାତି ଲାଭକରେ । ଏହିଗ୍ରସ୍ତ ଦୁଇଭାଗରେ ବିଭକ୍ତ, କିନ୍ତୁ ଗ୍ରସ୍ତର ଦ୍ଵିତୀୟଭାଗ ୨୧ମେ ୧୯୩୪ ରୁ ୮ଜୁନ ୧୯୩୪ର ସମୟ ସବୁଠୁ ଗୌରବମୟ । ୨୧ମେ ୧୯୩୪ରେ ବୈରୀ ରେଳଷ୍ଟେସନରେ ଓହ୍ଲାଇବାପରେ, ଗାନ୍ଧୀସେବାଶ୍ରମ, କଇଥାରେ ସେଦିନ ରାତ୍ରିଯାପନ । ତI ପରଦିନ ଅର୍ଥାତ ୨୨ମେ ୧୯୩୪, ଭେଡାମାଟିରେ ହୁଏ ନୂତନ ସୂର୍ଯ୍ୟୋଦୟ । ସେଦିନ ଗାନ୍ଧିଜୀ ରାତ୍ରିଯାପନ କରନ୍ତି ଭେଡାର ଚୌଧୁରୀ ପରିବାରରେ, ସେଦିନ ହରିଜନମାନଙ୍କୁ ସମ୍ବୋଧିତ କରନ୍ତି ମଧ୍ୟ । ପଇଡ଼ପାଣି ଓ ସାମାନ୍ୟ କିଛି ଫଳାହାର କରି ରାତ୍ରିଯାପନ କରନ୍ତିବାପୁଜୀ । ଚିରାଚରିତଭାବେ ସୁତକଟା ଓ ଲୁଗାବୁଣl କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖନ୍ତି ମହାତ୍ମା ।
ତହିଁ ଆରଦିନ ଯାତ୍ରା ଆରମ୍ଭ ହୁଏ ଏହା ଭେଡା – ଲେଖନପୁର – ବହୁଗ୍ରାମ – ପାଟପୁର – ନିଶ୍ଚିନ୍ତକୋଇଲି – କIକତିଆ – ସଲାର – କେନ୍ଦ୍ରାପଡ଼ା – ବରି – କବୀରପୁର – ଯାଜପୁର – ଭଦ୍ରକଠାରେ ୮ଜୁନ ୧୯୩୪ ସମାପ୍ତହୁଏ । ଆସନ୍ତା ୨୦୩୪ରେ ହରିଜନ ପଦଯାତ୍ରା ୧୦୦ ବର୍ଷ ପୂରଣ କରୁଛି । ମାହାଙ୍ଗା – ସାଲେପୁର – ନିଶ୍ଚିନ୍ତକୋଇଲି ଦେଇ ଯାଇଥିବା ଏହି ହରିଜନ ପଦଯାତ୍ରାର ସ୍ମାରକୀ ନିର୍ମାଣ ଏବେ ଗଭୀରଭାବେ ଅନୁଭୂତ ହୁଏ ।
ମଧ୍ୟପ୍ରାଚୀର ଯୁଦ୍ଧ ଘନଘଟl , ୟୁକ୍ରେନଉପରେ ରୁଷିଆର ଘନଘନ ଆକ୍ରମଣ, ଦୁଇ କୋରିଆ ମଧ୍ୟରେଉତ୍ତେଜନା, ଜାପାନ – ଚୀନ ପରସ୍ପର ମୁହଁlମୁହିଁ ଓ ସର୍ବୋପରି ଆମେରିକା – ଋଷିଆ ମଧ୍ୟରେ ଚାଲିଥିବା ଛକାପଞ୍ଝା ପରିପ୍ରେକ୍ଷୀରେ, ଗାନ୍ଧିଜୀଙ୍କ ସତ୍ୟ, ଅହିଂସା ଓ ସତ୍ୟାଗ୍ରହର ବାସ୍ତବମୁଖୀ ବ୍ୟବହାର ସ୍ଵତଃ ମନକୁ ଆସେ । ଗାନ୍ଧିଜୀଙ୍କୁ ଅନୁସରଣକରି ଦକ୍ଷିଣଆଫ୍ରିକାର ନେଲସନମଣ୍ଡେଲା, ଆମେରିକାର ମାଟିନଲୁଥରକିଙ୍ଗ କନିଷ୍ଠ, ବ୍ରହୁ ଦେଶର ଅଙ୍ଗ ସାନ୍ସୁକୀ ପ୍ରଭୁତି ଯଦି ସଫଳ ହୋଇପାରିଲେ ତେବେ ଶିଶୁ, ମହିଳା, ସାଧାରଣ ଜନତାର ରକ୍ତରେ ହୋଲି ଖେଳୁଥିବା ପୁଟିନ,ଜେଲେନେସ୍କିକିମ-ଜଙ୍ଗ-ଉନ ଇତ୍ୟାଦି ଙ୍କୁ କାହିଁକି ପରିବର୍ତ୍ତନ କରାଯାଇ ପାରିବ ନାହିଁ, ଏଥିପାଇଁ କେବଳ ଲୋଡା ବିନୋବାଭାବେ, ସୀମାନ୍ତଗାନ୍ଧୀ, ନବକୃଷ୍ଣ ଚୌଧୁରୀ ଙ୍କ ଭଳି ସଚ୍ଚl ଗାନ୍ଧୀବାଦୀଙ୍କର, ଯେଉଁମାନେ ସତ୍ୟାଗ୍ରହମାର୍ଗରେ ଚାଲିସତ୍ୟ ଓ ଅହିଂସାର ବାନା ଉଡ଼ାଇ ପାରିବେ ।
ଆଶା ଏବେବି ଉଜ୍ଜୀବିତ, ଗାନ୍ଧିଦର୍ଶନ ଓ ଗାନ୍ଧି ଚିନ୍ତନ ପତିପାବନୀ ଗଙ୍ଗା ପରି ଅବିରତ ବହୁଥିବ ।
” ମହାତ୍ମାଙ୍କର ପଦବ୍ରଜରେ ପବିତ୍ର ହୋଇଥିବା
ଭଡୋମାଟିରେ ଲେଖକଙ୍କ ଜନ୍ମ”