• About
  • Contact
Tuesday, August 18, 2026
Tuesday, August 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ସଂସ୍କୃତିର ସମ୍ମିଶ୍ରଣ

ସଂସ୍କୃତିର ସମ୍ମିଶ୍ରଣ
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୫ ଜୁଲାଇ ୨୦୨୪

ଆଜିକାଲି ରଥଯାତ୍ରା ଚାରିଆଡ଼େ ଅନୁଷ୍ଠିତ ହେଉଛି। ଶତାବ୍ଦୀ ଶତାବ୍ଦୀ ପୂର୍ବେ ରଥଯାତ୍ରା ବା କାର୍ ଫେଷ୍ଟିଭାଲ୍ ଯେଉଁଠାରୁ ଅୟମାରମ୍ଭ ସେହି ପବିତ୍ର ଧାମ ପ୍ରଭୁ ଜଗନ୍ନାଥଙ୍କ ଦେଶ ପୁରୀର ବାସିନ୍ଦା ହୋଇଥିବାରୁ ଏହାକୁ ନେଇ ମୁଁ ଅନେକ ଅମୂଲ୍ୟ ସ୍ମୃତିରେ ବିହ୍ଵଳ।

ମୁଁ ତିନି ବର୍ଷ ଧରି ଉତ୍ତର ପୂର୍ବାଞ୍ଚଳର ନିର୍ଦ୍ଦେଶକ (କଳା ଓ ସଂସ୍କୃତି) ଥିଲି ଯେଉଁଠାରେ ମୁଁ ମେଘାଳୟର ଜଇନ୍ତିଆ ଜନଜାତିଙ୍କ ଦ୍ୱାରା ଆୟୋଜିତ ଏକ ସମାନ ପର୍ବର ସାକ୍ଷୀ ରହିଥିଲି । ଏହାକୁ ବେହଡ଼େଇଙ୍ଖଲାମ୍ ଫେଷ୍ଟିଭାଲ୍ ବା ରଟ୍ ଫେଷ୍ଟିଭାଲ୍ କୁହାଯାଏ ଏବଂ ରଥଯାତ୍ରାର ପାଖାପାଖି ସମୟରେ ବିଭିନ୍ନ ଗ୍ରାମରେ ଏହାର ଆୟୋଜନ କରାଯାଏ । ଏହା ଏକ ବାର୍ଷିକ ଉତ୍ସବ, ଯେଉଁଥିରେ ଲୋକମାନେ ବର୍ଷାଜଳ ଦ୍ଵାରା ସୃଷ୍ଟ ଏକ ପୋଖରୀ ଅଥବା ସ୍ଥାନରେ ଚକ ନଥିବା କାଠ ରଥ ଧରି ନାଚନ୍ତି । ସ୍ଥାନୀୟ ଭାଷାରେ ଏହି କାଠ ରଥକୁ ରଟ୍ କୁହାଯାଏ ।

ସଂସ୍କୃତିର କି ଅଦ୍ଭୁତ ସମ୍ମିଶ୍ରଣ !

ଆମମାନଙ୍କ ମଧ୍ୟରୁ ଅନେକେ ଜାଣନ୍ତି ନାହିଁ ଯେ ପ୍ରାଚୀନ ରୋମରେ ମଧ୍ୟ ଏହିଭଳି ରଥ ମହୋତ୍ସବ ଅନୁଷ୍ଠିତ ହେଉଥିଲା । ସମ୍ରାଟ ଅଶୋକ ମଧ୍ୟ ତାଙ୍କର ଘୋଷଯାତ୍ରା ବା ଧର୍ମଯାତ୍ରାକୁ ଏହିଭଳି ରଥରେ ଆୟୋଜନ କରୁଥିଲେ ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୮)

by ଭବେଶ ଚନ୍ଦ୍ର କର
August 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଅଗଷ୍ଟ ୨୦୨୬ ଏହା ଭିତରେ ମୋ ପୁଅ ସୁରଥ କେତେବେଳେ ଦୁଇବର୍ଷ ର ହୋଇଗଲାଣି ଜଣା ପଡ଼ିଲା ନାହିଁ। ଏବେ...

Read more
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.