ତୁଳସୀ ହେବାକୁ ଭାଗ୍ୟ ନାହିଁ ମୋର
ହେବି ପ୍ରଭୁ ତୁମ ଅଙ୍ଗ ଲାଗି
ସେପରି ତପସ୍ୟା କରିନାହିଁ ମୁହିଁ
ହୋଇଯାଇ ନାହିଁ ମୁହିଁ ଯୋଗୀ.
ଦୟଣା ହେବାକୁ ଇଚ୍ଛା ଅଛି ହେଲେ
ସେପରି ସୁକର୍ମ ନାହିଁ ମୋର
ଦୁରାଶା ସେପରି କାହିଁକି କରିବି
ଲାଗି ହେବି ଶ୍ରୀଭୁଜେ ତୁମର.
ଫୁଲ ହେଵା ପାଇଁ ସୁକର୍ମ ମୋ ନାହିଁ
ଜାଣି ମୁଁ ପାରୁଛି ଆହେ ନାଥ,
ସେ କାମନା କାହିଁ କରିବି ପ୍ରଭୁ ମୁଁ
ଦୁଃଖେ କରିବି ମନ ଅଶାନ୍ତ.
ଖଣ୍ଡୁଆ ପାଟ ମୁଁ ହୁଅନ୍ତି ଜଗାରେ
ହୁଅନ୍ତି ମୁଁ ତୁମ ଆଭୂଷଣ
ମୋର କର୍ମ ଫଳ କହୁଅଛି ମୋତେ
ସେ ଆଶା କରିବା ଅକାରଣ.
ମୁଁ ଏବେ ଭାବୁଛି ତୁମ ଯୋଗ୍ୟ ଦ୍ରବ୍ୟ
ଯଦି ପ୍ରଭୁ ମୁହିଁ ହେବି ନାହିଁ
ଧୂଳି କଣିକାଏ କରିଦିଅ ମୋତେ
ବଡଦାଣ୍ଡେ ତୁମ ଦିଅ ପକାଇ.
Vipul’s Voice:
Herd Ego
Vipul Agarwal, Delhi, 19 March 2026 Give Me Some Sunshine, Give Me Some Rain Give Me Another Chance, I Wanna...
Read more





