• About
  • Contact
Friday, September 11, 2026
Friday, September 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୩ ସେପ୍ଟେମ୍ବର ୨୦୨୬

ପଦ୍ମଶ୍ରୀ ରଜତ କର ସ୍ମୃତି ସଂସଦ ଅନୁକୂଲ୍ୟ ରେ ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ରେ ଗତକାଲି (୨, ସେପ୍ଟେମ୍ବର) ସନ୍ଧ୍ୟାରେ ପଦ୍ମଶ୍ରୀ ଡ଼ଃ ରଜତ କୁମାର କରଙ୍କ ୯୩ ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଯାଇଛି।

ପୂର୍ବତନ ଆରକ୍ଷୀ ମହାନିର୍ଦ୍ଦେଶକ ମନ ମୋହନ ପ୍ରହରାଜ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନ୍ୟାୟମୁର୍ତ୍ତୀ ଶ୍ରୀଯୁକ୍ତ ଶଶୀକାନ୍ତ ମିଶ୍ର କହିଲେ କଥିତ ଓଡ଼ିଆ ଭାଷା ଓ ପ୍ରଚଳିତ ଉତ୍କଳୀୟ ସଂସ୍କୃତିକୁ ସୁରକ୍ଷିତ କରି ରଖି ପାରିଲେ ସଂସ୍କୃତି ପୁରୁଷ ପଦ୍ମଶ୍ରୀ ରଜତ କରଙ୍କ ପ୍ରତି ହେବ ଓଡ଼ିଆ ଜାତିର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ଓଡ଼ିଆ ବିଶ୍ଵ ବିଦ୍ୟାଳୟ ର କୁଳପତି ପଣ୍ଡିତ ସତ୍ୟ ନାରାୟଣ ଆଚାର୍ଯ୍ୟ, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ସାଂସଦ ତଥା ବିଶିଷ୍ଟ କବି ଡ଼ଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ଏବଂ ସମ୍ମାନିତ ବକ୍ତା ଭାବେ ଶ୍ରୀ ମନ୍ଦିର ଅନ୍ୟତମ ସେବାୟତ ପଣ୍ଡିତ ପଦ୍ମନାଭ ତ୍ରିପାଠି ଶର୍ମା ଯୋଗଦେଇ ସ୍ବର୍ଗତ ରଜତ କରଙ୍କ ସାରସ୍ଵତ ସାଧନା ଓ ତାଙ୍କର ବାଗ୍ମୀତା, ଲେଖନୀ ଚାଳନା ଆଦି ଅନନ୍ୟ ସାଧାରଣ ପ୍ରତିଭାର ପଟ୍ଟାନ୍ତର ନାହିଁ ବୋଲି ଉଲ୍ଲେଖ କରିଥିଲେ।

ସ୍ବର୍ଗତ ରଜତ କରଙ୍କ ରଚିତ “ବିପ୍ଳବୀ ଓଡ଼ିଆ ବୀର” ଏବଂ “ଜନ ମାନସରେ ଭଞ୍ଜ” ପୁସ୍ତକ ଦ୍ବୟ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ବିଶିଷ୍ଟ ନାଟ୍ୟକାର ତଥା ଭଞ୍ଜ ସାହିତ୍ୟ ର ଅନ୍ୟତମ ପ୍ରଚାରକ ଇଞ୍ଜିନିୟର ଚନ୍ଦ୍ର ଶେଖର ନନ୍ଦ ଙ୍କୁ ତାଙ୍କ ଜୀବନବ୍ୟାପୀ ସାଧନା ପାଇଁ ପ୍ରଥମ କରି ପଦ୍ମଶ୍ରୀ ରଜତ କର ସ୍ମାରକୀ ସଂସ୍କୃତି ପୁରୁଷ ସମ୍ମାନ ରେ ସମ୍ବର୍ଦ୍ଧିତ କରା ଯାଇଥିଲା। ପ୍ରତିକ୍ରିୟାରେ ଶ୍ରୀଯୁକ୍ତ ନନ୍ଦ ଭାବ ବିହ୍ୱଳ ହୋଇ ରଜତ କରଙ୍କ ସହ ତାଙ୍କର କେତେକ ପ୍ରମୁଖ ଜୀବନାନୁଭୂତି ବଖାଣିବା ସହିତ ସମ୍ମାନ ପ୍ରାପ୍ତ ହୋଇ ନିଜର କୃତଜ୍ଞତା ପ୍ରକାଶ କରିଥିଲେ।

ଡାକ୍ତର ଅଂଶୁମାନ କର ସଭା ସଂଯୋଜନା କରିବା ସହିତ ସ୍ବାଗତ ବକ୍ତବ୍ୟ ରଖିଥିଲେ। ଡ଼ଃ ଅନୁପ କୁମାର ମାର୍ଥା ସମ୍ବର୍ଦ୍ଧିତ ଅତିଥିଙ୍କ ଉଦ୍ଦେଶ୍ୟରେ ମାନପତ୍ର ପାଠ କରିଥିଲେ। ଶେଷରେ ସ୍ମୃତି ସଂସଦ ର ମୁଖ୍ୟ ନ୍ୟାସୀ ଇଞ୍ଜିନିୟର ରଣଜିତ୍ କର ଧନ୍ୟବାଦ୍ ଅର୍ପଣ କରିଥିଲେ।

ଉତ୍ସବରେ ରାଜ୍ୟର କେତେକ ବିଶିଷ୍ଟ ବ୍ୟକ୍ତି ଙ୍କ ସମେତ ରଜତ କରଙ୍କ ବହୁ ଅନୁଗାମୀ ପ୍ରଶଂସକ ଉପସ୍ଥିତ ଥିଲେ।

Nirvik Bureau

Nirvik Bureau

Related Posts

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ
News

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

by Nirvik Bureau
September 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ସେପ୍ଟେମ୍ବର ୨୦୨୬ କୁଆଁପଳ ସ୍ଥିତ ମାହାଙ୍ଗା ବ୍ଲକ୍ ଅଫିସ୍ ସମ୍ମୁଖ ପ୍ରାଙ୍ଗଣରେ ପୂର୍ବତନ ବିଧାୟକ, ମନ୍ତ୍ରୀ, ସାଂସଦ ତଥା ବାଚସ୍ପତି ସ୍ବର୍ଗତ...

Read more
ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

May 26, 2026
ଶ୍ରୀନିବାସ ସାହୁଙ୍କ ଗଳ୍ପ ସଙ୍କଳନ “କିନ୍ନର” ଉନ୍ମୋଚିତ

ଶ୍ରୀନିବାସ ସାହୁଙ୍କ ଗଳ୍ପ ସଙ୍କଳନ “କିନ୍ନର” ଉନ୍ମୋଚିତ

May 25, 2026
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ

May 25, 2026
ବିଶିଷ୍ଟ କବି ଧନେଶ୍ଵର ପାଣିଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ବିଶିଷ୍ଟ କବି ଧନେଶ୍ଵର ପାଣିଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

May 23, 2026
ସ୍ମାର୍ଟ୍ କୃଷି ପ୍ରକଳ୍ପ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛି ଶରତ କର ଓ ଅନିମା କର ଫାଉଣ୍ଡେସନ

ସ୍ମାର୍ଟ୍ କୃଷି ପ୍ରକଳ୍ପ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛି ଶରତ କର ଓ ଅନିମା କର ଫାଉଣ୍ଡେସନ

May 10, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.