ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୨ ଅକ୍ଟୋବର ୨୦୨୫
ମାହାଙ୍ଗା ର ଅନ୍ୟତମ ବରପୁତ୍ର ତଥା ପ୍ରଖ୍ୟାତ ରାଜନେତା ସ୍ବର୍ଗତ ଶରତ କୁମାର କରଙ୍କ ୫ମ ବାର୍ଷିକ ତିରୋଧାନ ଦିବସ ରେ ମାହାଙ୍ଗା ବାସୀ ଏବଂ ଶରତ ପ୍ରେମୀ ପରିବାର ସଦସ୍ୟ ମାନେ କୁଆଁପାଳ ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶରତ କର ଓ ଅନିମା କର ଫାଉଣ୍ଡେସନ ତରଫରୁ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମାହାଙ୍ଗା ମୈତ୍ରୀ ମଞ୍ଚ ର ସାଧାରଣ ସଂପାଦକ ତଥା ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ଅବନୀ ଚନ୍ଦ୍ର ଦାସ ସଭାପତିତ୍ବ କରିଥିଲେ ।
ଏଥିରେ ଫାଉଣ୍ଡେସନର ସହ ଅଧ୍ୟକ୍ଷ ଅଧ୍ୟାପକ ଶ୍ରୀଯୁକ୍ତ ସୁମନ କର ଅତିଥି ଭାବେ ଯୋଗ ଦେଇ ଦିବଂଗତ ଶରତ କରଙ୍କୁ ଜଣେ ମାନବ ପ୍ରେମୀ ଜନ ସେବକ ଭାବେ ବର୍ଣ୍ଣନା କରି ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ବାଢ଼ି ଥିଲେ । ସଭାପତି ଶ୍ରୀ ଦାସ ତାଙ୍କ ଅଭିଭାଷଣରେ ସ୍ୱର୍ଗତଃ ଶରତ କର ଙ୍କ ନିଷ୍କପଟ,ସ୍ୱଚ୍ଛ ରାଜନୈତିକ ଆଦର୍ଶ ରେ ଅନୁପ୍ରାଣୀତ ହୋଇ ଏକ ସମୃଦ୍ଧ ନୂଆ ମାହାଙ୍ଗା ଗଢିବାର ସଂକଳ୍ପ ନେଇ ଆଗେଇ ଆସିବାକୁ ମାହାଙ୍ଗା ର ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରୁଦ୍ର ନାରାୟଣ ସିଂହ, ରାମ ଚନ୍ଦ୍ର ମହାପାତ୍ର, ରତ୍ନାକର ମହାନ୍ତି, ହୃଷୀକେଶ ବେହେରା, ଧନେଶ୍ଵର ପ୍ରଧାନ, ବଟକୃଷ୍ଣ ସ୍ବାଇଁ, ମଥୁରା ନନ୍ଦ ଜେନା, ଶୁଭେନ୍ଦୁ କୁମାର ସାମଲ ଏବଂ ଶ୍ରୀମତୀ ଲବଙ୍ଗଲତା ରାଉତ ପ୍ରମୁଖ ଦିବଂଗତ ନେତାଙ୍କ ସ୍ମୃତିରେ ବକ୍ତବ୍ୟ ରଖିଥିଲେ।
ଏତଦ୍ ଭିନ୍ନ ରାମ ଚନ୍ଦ୍ର ବେହେରା, ଦିଲ୍ଲୀପ କୁମାର ମହାନ୍ତି, ଉତ୍ସବ ମହାପାତ୍ର, ବାଦଲ ମିଶ୍ର, ରାମ ଚନ୍ଦ୍ର ସ୍ବାଇଁ, କାର୍ତ୍ତିକ ଚନ୍ଦ୍ର ବିହାରୀ, ମୁନା ମହାନ୍ତି, ସରୋଜ ଦାସ, ଅଶୋକ କୁମାର ନାଥ, ସମ୍ ଶେର ଅଲ୍ଲୀ, ପାର୍ଥ ସାରଥି ନାୟକ,ଦୋଳଗୋବିନ୍ଦ ସାହୁ, ଅଶୋକ ଜେନା, ସୁନ୍ଦର ରାମ ସାହୁ, ତାରକେଶ୍ୱର ମହାନ୍ତି, ନେତ୍ରାନନ୍ଦ ଦାସ, ଜ୍ଞାନ ରଞ୍ଜନ ମହାନ୍ତି, ବାବୁଲି ପ୍ରଧାନ ପ୍ରମୁଖ ଙ୍କ ସମେତ ମାହାଙ୍ଗା ତଥା ନିଶ୍ଚିନ୍ତ କୋଇଲି ଅଞ୍ଚଳ ର ଶତାଧିକ ବୁଦ୍ଧିଜୀବି, ବୟୋଜ୍ୟେଷ୍ଠ ମୂରବୀ, ଶିକ୍ଷକ, ଯୁବା ଛାତ୍ର ଏହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରତ୍ୟକ୍ଷ ଭାବେ ସହଯୋଗ କରିବା ସହିତ ସ୍ବର୍ଗତ ଶରତ କରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।