• About
  • Contact
Saturday, March 14, 2026
Saturday, March 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ଯୁଧୁଷ୍ଠିର ଦାସ ଥିଲେ ତ୍ୟାଗର ମୂର୍ତ୍ତିମନ୍ତ ଅବତାର

ଯୁଧୁଷ୍ଠିର ଦାସ ଥିଲେ ତ୍ୟାଗର ମୂର୍ତ୍ତିମନ୍ତ ଅବତାର
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ,୧୯ ଫେବୃଆରୀ ୨୦୨୬

ନିଃସ୍ୱାର୍ଥପର ଜନସେବକ; ସମାଜ ସଂସ୍କାରକ, ଋଷି ପ୍ରତିମ ରାଜନୈତିକ ତଥା ପୂର୍ବତନ ବାଚସ୍ପତି ୟୁଧକ୍ଷିର ଦାସ ତ୍ୟାଗର ମୂର୍ତ୍ତିମନ୍ତ ଅବତାର ଥିଲେ। ଅନ୍ୟପକ୍ଷରେ ସମାଜବାଦୀ ଚିନ୍ତାଧାରାର ପ୍ରବର୍ତ୍ତକ ଏହି ସନ୍ୟାସୀ ରାଜନେତା ଜଣକ ଶ୍ରେଣୀବିହୀନ ସମାଜ ପ୍ରତିଷ୍ଠା ଲାଗି ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଂଗ୍ରାମ ଚଳାଇଥିଲେ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।

ଆଜି ରାଜଧାନୀ ଆଇ.ଆର୍.ସି. ଭିଲେଜ ଅଞ୍ଚଳର ବି.ଡି.ଏ. ଯୁଧୁଷ୍ଠିର ଦାସ ପାର୍କରେ ପୂର୍ବତନ ବାଚସ୍ପତି ଯୁଧଷ୍ଠିର ଦାସଙ୍କ ଦ୍ବାଦଶ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ରବି ନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୃତି ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପ୍ରାକ୍ତନ ସରକାରୀ ଦଳ ମୁଖ୍ୟ ସଚେତକ ତଥା ପ୍ରଖ୍ୟାତ ସମାଜବାଦୀ ନେତା ବ୍ରଜ କିଶୋର ତ୍ରିପାଠୀଙ୍କୁ ତୃତୀୟ ଯୁଧୁଷ୍ଠିର ଦାସ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଯୁଧୁଷ୍ଠିର ଦାସଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ସ୍ମୃତିଚାରଣ କରି ବିଶିଷ୍ଟ ବକ୍ତାମାନେ ଦର୍ଶାଇଥିଲେ ଯେ, ଆନୁଷ୍ଠାନିକ ଶିକ୍ଷାରୁ ବଞ୍ଚିତ ଏହି ପୁଣ୍ୟାତ୍ମା ଜଣକ ନିଜର ଅଧ୍ୟବସାୟ ଓ ପ୍ରତିବଦ୍ଧତା ବଳରେ ଓଡ଼ିଆ, ହିନ୍ଦୀ, ସଂସ୍କୃତ, ବଙ୍ଗଳା ଭାଷାରେ ପାଣ୍ଡିତ୍ୟ ହାସଲ କରିଥିଲେ। ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ସ୍ଥାପତ୍ୟ, କଳା ତଥା ସମୃଦ୍ଧ ପରମ୍ପରାର ଶ୍ରେଷ୍ଠତ୍ୱ ବିଶ୍ଵ ଦରବାରରେ ପ୍ରତିଷ୍ଠା କରିବା ଲାଗି ସେ ଆଜୀବନ ସଂଗ୍ରାମ ଚଳାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ଵର ମହାନଗର ନିଗମ ମେୟର ସୁଲୋଚନା ଦାସ, ପ୍ରଖ୍ୟାତ ସାହିତ୍ୟିକ ବନବିହାରୀ ନାୟକ, ଉତ୍କଳ ସମ୍ମିଳନୀର ସଭାପତି ପ୍ରଫେସର ଅଦ୍ଵୈତ ପାତ୍ର, କର୍ପୋରେଟର ମାନସୀ ରାଣୀ ସୁନ୍ଦରାୟ, ଫନ୍ ଆଣ୍ଡ ଫିଟନେସ୍ କ୍ଲବର ସଭାପତି ସୁଶାନ୍ତ ଷଡ଼ଙ୍ଗୀ, ପୂଜ୍ୟପୂଜା ପରିଷଦର ଆବାହକ ପ୍ରବୀର ମହାନ୍ତି, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରଭୁ କଲ୍ୟାଣ ମହାପାତ୍ର, ଅବସରପ୍ରାପ୍ତ ପ୍ରଫେସର ଗୋବିନ୍ଦ ଦାସ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଏହି ସ୍ମୃତି ସଭାରେ ଯୋଗ ଦେଇ ଯୁଧୁଷ୍ଠିର ଦାସଙ୍କ ପ୍ରତି ଶୋକାଞ୍ଜଳି ଜଣାଇଥିଲେ। ଏହି କାର୍ଯ୍ୟକ୍ରମକୁ ଯୁଧୁଷ୍ଠିର ଦାସଙ୍କ ପୌତ୍ର ତଥା ନାତି ମନସୀ ମନସ୍ୱୀ ଖୁଣ୍ଟିଆ ଓ ଯଶସ୍ୱୀ ଖୁଣ୍ଟିଆ ପରିଚାଳନା କରିଥିଲେ।

ସ୍ମୃତିସଭା ଆରମ୍ଭ ହେବ ପୂର୍ବରୁ ଅତିଥିମାନେ ସ୍ବର୍ଗତ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ଏବଂ ସେହି ଦିବଂଗତ ନେତା ବିଧାନସଭାରେ ପ୍ରବର୍ତ୍ତନ କରିଥିବା କାନ୍ତକବିଙ୍କ କାଳଜୟୀ ଦେଶାତ୍ମବୋଧକ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ।

Nirvik Bureau

Nirvik Bureau

Related Posts

କର୍ମବୀର ଗୌରୀ ଶଙ୍କର ରାୟଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି
News

କର୍ମବୀର ଗୌରୀ ଶଙ୍କର ରାୟଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

by Nirvik Bureau
March 7, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୭ ମାର୍ଚ୍ଚ ୨୦୨୬ ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ପୂଜ୍ୟପୂଜା କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ଅନ୍ୟତମ ବରପୁତ୍ର କର୍ମବୀର...

Read more
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ

March 6, 2026
ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ୬୦ତମ ଶ୍ରାଦ୍ଧବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି

ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ୬୦ତମ ଶ୍ରାଦ୍ଧବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି

February 20, 2026
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, (କଇଥା) ରେ ସାଧାରଣ ତନ୍ତ୍ର ଦିବସ ଏବଂ ପୁରସ୍କାର ବିତରଣ ଉତ୍ସବ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, (କଇଥା) ରେ ସାଧାରଣ ତନ୍ତ୍ର ଦିବସ ଏବଂ ପୁରସ୍କାର ବିତରଣ ଉତ୍ସବ

January 27, 2026
୭୭ତମ ଜନରାଜ୍ୟ ଦିବସ ପାଳିତ

୭୭ତମ ଜନରାଜ୍ୟ ଦିବସ ପାଳିତ

January 27, 2026
ଅପରାହ୍ନର ଏକାମ୍ର ସାହିତ୍ୟ ସ୍ୱର ପକ୍ଷରୁ ସାରସ୍ଵତ ସମାରୋହ

ଅପରାହ୍ନର ଏକାମ୍ର ସାହିତ୍ୟ ସ୍ୱର ପକ୍ଷରୁ ସାରସ୍ଵତ ସମାରୋହ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.