ଭାରତୀୟ ସଂସ୍କୃତିରେ ସତ୍ୟ, ଅହିଂସା ଓ ତ୍ୟାଗର ମହତ୍ତ୍ୱ ଯୁଗ ଯୁଗ ଧରି ରହିଆସିଛି । ଏହାର ସୁଫଳ କେବଳ ସତପଥର ଯାତ୍ରୀ ଓ ନ୍ୟାୟର ତଥା ଈଶ୍ୱର ବିଶ୍ୱାସୀ ଲୋକ ହିଁ ।ଇଥାନ୍ତି । ଦୃଢ଼ମନା ସତ୍ ପଥର ବ୍ୟକ୍ତି ଦୃବଳ ଶରୀର ହେଲେ ମଧ୍ୟ ସବଳ ବ୍ୟକ୍ତିଠାରୁ ସହଜରେ ପରାଜିତ ହୁଏନାହିଁ କାରଣ ତାର କର୍ତ୍ତବ୍ୟ ବଳରେ ଏକ ଅଦୃଶ୍ୟ ଶକ୍ତିର ସାହାଯ୍ୟ ପାଇଥାନ୍ତି । ମନେରଖିବାକୁ ପଡ଼ିବ, ସାଧନା ବଳରେ ଅହଂକାରୀ ପାଖକୁ ଯେତେ ଶକ୍ତି ଆସିଲେ ମଧ୍ୟ ସେ ଶକ୍ତି ତା ପାଖରେ ସ୍ଥିର ଅବସ୍ଥାରେ ରହି ।ରେ ନାହିଁ । ଅହଂକାରୀର ଶକ୍ତି ତାର ଅଗୋଚରରେ ଧିରେ ଧିରେ ଅପସରିଯାଏ । ଅସତ୍ କର୍ମ, ଅହଂକାର ଓ ଗର୍ବ ଆଧ୍ୟାତ୍ମିକ ଶକ୍ତିଠାରୁ ଦୂରେଇ ଯାଇଥାଏ । ମହାମାନୀ ଦୁର୍ଯ୍ୟୋଧନ, ରାଜା ହିରଣ୍ୟକଷି ୁ, କଂସ ଓ ରାବଣ କଥାକୁ ବିଚାରକୁ ନିଆଯାଇପାରେ ।
ମୁଁ, ଭାବନା ସହିତ ଅହଂକାର ରହିଲେ ଅତି ବି ଦଜନକ ପରିସ୍ଥିତି ସୃଷ୍ଟି ହୋଇଥାଏ । କାରଣ ଏହା ସତକର୍ମରୁ ବିଚ୍ୟୁତ ହୋଇ ନିଜର ମନର ଭକ୍ତି, ଭାବନାକୁ ଦୂରେଇ ଦିଏ । ଧନ, ଦୌଲତ ସହ ସୌନ୍ଦର୍ଯ୍ୟ, ଶକ୍ତି, ସାମର୍ଥ୍ୟ ପାଇଁ ମନରେ ଅହଂକାର ମଣିଷକୁ ମୃତ୍ୟୁ (ଧ୍ରୁବକ୍ ସତ୍ୟ) ପଥର ଯାତ୍ରୀରୁ ରକ୍ଷା କରି ।ରିନଥାଏ । ଏହି ପରିପ୍ରେକ୍ଷୀରେ “ବିଶ୍ୱବିଜୟୀ ଆଲକଜାଣ୍ଡର” ତାଙ୍କର ଅନୁଚରମାନଙ୍କୁ କହିଥିଲେ ମୋର ମୃତ୍ୟୁ ପରେ ମୋର ଶବକୁ ଛଅଖଣ୍ଡ କାଠରେ ନେବାବେଳେ ମୋର ହାତ ଦୁଇଟିକୁ ଦୁଇପଟକୁ ଝୁଲାଇଦେବ, ଯାହାଫଳରେ ଏ ଜଗତ ଜାଣିବ ଯେ, “ବିଶ୍ୱ ବିଜୟୀ ଆଲକଜାଣ୍ଡାର” କି ରି ମୃତ୍ୟୁ ପରେ ଖାଲିହାତରେ ଯାଉଛି ।
ଆମର ଶାସ୍ତ୍ରକାରମାନେ, ପୁରାଣକାରମାନେ, ବ୍ରହ୍ମଜ୍ଞାନୀ ଓ ମହାପୁରୁଷମାନେ ନିଜ ମନକୁ ସମ୍ଭାଳି ସ୍ଥିର ଚିତ୍ତରେ ଧୈର୍ଯ୍ୟର ସହିତ ଅସତ ପଥରୁ ଦୂରେଇ ସତ୍ମାର୍ଗକୁ ଅନୁସରଣ କରିଥାନ୍ତି ଯେପରି ଭଗବାନ ଶ୍ରୀ ରାମଚନ୍ଦଙ୍କ୍ର ପ୍ରତି ଭରତଙ୍କ ଅଗାଧ ପ୍ରେମ ଥିଲା, ସତପଥରେ ରହି ଶ୍ରୀରାମଙ୍କ ପଦାଙ୍କ ଅନୁସରଣ କରିଥିଲେ । ଯେତେବେଳେ ପିତୃସତ୍ୟ ପାଳି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଫେରାଇ ଆଣିବାକୁ ବଶିଷ୍ଠଙ୍କ ପାଖକୁ ଗଲେ ଏବଂ କହିଲେ ବିନୟୀ ଆଜ୍ଞାଧାରୀ ଶ୍ରୀରାମଚନ୍ଦ୍ର ଆପଣଙ୍କ କଥା ଅମାନ୍ୟ କରିବେନାହିଁ । ହେ ମହାଭାଗ, ଅଯୋଧ୍ୟାର ଉନ୍ନତି ଓ ପରିସ୍ଥିତିକୁ ଲକ୍ଷ୍ୟକରି ଆପଣ ଶ୍ରୀରାମଚନ୍ଦ୍ରଙ୍କୁ ଅଯୋଧ୍ୟା ଫେରିବା ପାଇଁ କୁହନ୍ତୁ । ଏହି ଅନୁରୋଧରେ ବଶିଷ୍ଠ ଭରତକୁ ସ୍ନେହପୂର୍ଣ୍ଣ ବଚନରେ କହିଲେ ଶୁଣ, ଭାରତ ପିତୃସତ୍ୟ ପାଳନ କରିବା ତାଙ୍କର କର୍ତ୍ତବ୍ୟ । ସେ ତ ମର୍ଯ୍ୟାଦା
ପୁରୁଷୋତ୍ତମ, ଲୋକଙ୍କୁ ସେ ଶିକ୍ଷା ଦେବାକୁ ଚାହାଁନ୍ତି ଯେ ଯେତେ ବଡ଼ ଦୁଃଖ ଆସୁ ପଛକେ ନିଜର ବ୍ରହ୍ମଭାବ, ସତ୍ୟ ଓ ଉଚ୍ଚ ଆତ୍ମଶାନ୍ତି ତ୍ୟାଗ କରିବା ଉଚିତ୍ ନୁହେଁ । ଯେତେ ଦୁଃଖ ଆସୁ ମଧ୍ୟ ସତ୍ ପଥରେ ରହି ପରିସ୍ଥିତିକୁ ସାମନା କରିବା ସହ ଋଷିମୁନିଙ୍କ ଦର୍ଶନ କରିବା ଉଚିତ୍ । ସେ ପିତୃସତ୍ୟ ପାଳନ କରିବା ସହ ପ୍ରେମର ପ୍ରସାର କରି ଜୀବନ ବିତାଇବେ । କଣ୍ଟକିତ ବାଲି, ଗୋଡ଼ି, ପଥୁରିଆ, ଖାଲ, ଢ଼ି , ଜଙ୍ଗଲ ରାସ୍ତାରେ ଚାଲି ଚାଲି ବଣର ହିଂସ୍ର ପଶୁଙ୍କ ମୁକାବିଲା କରି ସମଚିତ୍ତ ହୋଇ ବନବାସୀ ଜୀବନ ବିତାଇଲେ ଅନ୍ୟ ଜୀବମାନଙ୍କୁ କିଛି ବଞ୍ôଚବାର କଳା ଶିଖିବାକୁ ପଡ଼ିବ । ଏଥିରେ ଏ ଜଗତର ବହୁତ କିଛି ମଙ୍ଗଳ ସାଧନ ହେବାର ନିହିତ ଅଛି । ଅସତ୍ୟ, ଅହଂକାର, ଦୁଷ୍ଟଶକ୍ତିକୁ ପ୍ରଶ୍ରୟ ଦେଉଥିବା ଅଜ୍ଞାନୀମାନଙ୍କ ପତନ ଏଥିରେ ନିହିତ ଅଛି । ମାତା କୈକେୟୀଙ୍କ ପ୍ରତି ତାଙ୍କର ଅଗାଧ ଭକ୍ତି ରହିଛି । ଭୂମିରେ ଶୟନ କରୁଛନ୍ତି, ରାଜ୍ୟାଭିଷେକ ବଦଳରେ ମିଳିଛି ବନବାସ । ତଥାପି ଚିତ୍ତରେ କ୍ଷୋଭ ନାହିଁ, ଅଛି ସତ୍ୟ ପାଳିବାର ଅସୀମ ଆନନ୍ଦ ।
ଆଦ ି ଶଙ୍କରାଚାର୍ଯ୍ୟ ସତ୍ୟକ ୁ ଅନସୁ ରଣ କର ି ଏକାଗତ୍ର । ବଳରେ ନମର୍ଦ । ନଦୀର ବନ୍ୟାକ ୁ ଅଟକାଇଦେବାରେ ସଫଳ ହୋଇଥିଲେ । ବୌଦ୍ଧ ଧର୍ମର ସ୍ରଷ୍ଟା ତଥା ପ୍ରବର୍ତ୍ତକ ଭଗବାନ ବୁଦ୍ଧ ଯାହା ଚିରନ୍ତନ ସତ୍ୟ ତାକୁ ଉପଲବ୍ଧି କରି ଏକାଗ୍ରତା ବଳରେ ଲୋକମାନଙ୍କୁ ଅନ୍ତର୍ମୁଖ କରାଇବାରେ ସଫଳ ହୋଇଥିଲେ । ଗୌତମ ବୁଦ୍ଧଙ୍କ ସାନ ଭାଇ ଦେବଦତ୍ତଙ୍କ ଦ୍ୱାରା ଆହତ ହୋଇଥିବା ଉଡ଼ନ୍ତା ହଂସକୁ ସେବା ଶୁଶ୍ରୁଷା କରିବା ଏବଂ ଦେବଦତ୍ତଙ୍କ ଅନୁରୋଧ ସତ୍ତ୍ୱେ ହଂସଟିକୁ ଦେଇନଥିବା ଗୌତମ ବୁଦ୍ଧ ରାଜ୍ୟ ତ୍ୟାଗ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ ଓ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ତ୍ୟାଗ କରି ଅହିଂସା ଧର୍ମର ଶ୍ରେଷ୍ଠ ପ୍ରବର୍ତ୍ତକଭାବେ ସଂସାରରେ ପରିଚିତ ହୋଇଥିଲେ ।
ଯୁଗେ ଯୁଗେ ସତ୍ୟ ରକ୍ଷା ହିଁ ଦୈବିକ ଗୁଣର ପ୍ରତିଫଳନ । ରାଜା ଦାନବୀର ହରିଶ୍ଚନ୍ଦ୍ର ସତ୍ୟ ରକ୍ଷା କରି ସମସ୍ତ ଧନ, ସଂପତ୍ତି, ଐଶ୍ୱର୍ଯ୍ୟ ତ୍ୟାଗ କରି ଶେଷରେ ନିଜକୁ ଅନ୍ୟପାଖରେ ବିକ୍ରି କରି ଶ୍ମଶାନରେ ଜଗୁଆଳି ହୋଇରହିଥିଲେ । ମହାଦାନୀ କର୍ଣ୍ଣ ନିଜର ସତ୍ୟ ରକ୍ଷା କରି ଇନ୍ଦ୍ରଙ୍କୁ କବଚ, କୁଣ୍ଡଳ ଦାନ କରି ମହାବି ଦକୁ ଆମନ୍ତ୍ରଣ କରିଥିଲେ ଓ କୁରୁକ୍ଷେତ୍ର ଯୁଦ୍ଧରେ ବୀରଗତି ଲାଭ କରିଥିଲେ । ଅନ୍ୟାୟ, ଅତ୍ୟାଚାରକୁ ପ୍ରତିରୋଧ କରି ସତ୍ୟ ରକ୍ଷା ପାଇଁ ପାଣ୍ଡବମାନଙ୍କୁ ଅଜ୍ଞାତବାସ ଠାରୁ ଆରମ୍ଭ କରି ଗୃହତ୍ୟାଗ ପର୍ଯ୍ୟନ୍ତ ବହୁ କଷ୍ଟ ସ୍ୱୀକାର କରିବାକୁ ପଡି଼ଥôଲ । । ଫଳସ୍ୱରୂ ପରବର୍ତ୍ତୀ ମହୂ ତ୍ତୁ େର୍ ର ରାଜ୍ୟଭୋଗର ସେୁ ଯାଗ ମିଳିଥôଲ । । ମହାଭାରତ ଯଦ୍ଧୁ ରେ ମହାପରାକମ୍ର ୀ ବେଲାଳସେନ ସତ୍ୟ ରକ୍ଷା କରି ନିଜ ଜୀବନକୁ ଶ୍ରୀକୃଷ୍ଣଙ୍କ ହସ୍ତରେ ଅର୍ପଣ କରିଥିଲେ । ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜ୍ଜୁନଙ୍କୁ ଉପଦେଶ ଦେବା ସମୟରେ କହିଥିଲେ ସବୁ ମନୁଷ୍ୟ ବିଭିନ୍ନ ମାର୍ଗ ଦ୍ୱାରା ମୋ ପାଖରେ ପହଞ୍ôଚବାର ପ୍ରଯତ୍ନ କରିଥାନ୍ତି ଏବଂ ଶେଷରେ ନିଜର ସତ୍କର୍ମ, ତ୍ୟାଗ ଓ ଏକାଗ୍ରତା ବଳରେ ମୋ ଭିତରେ ଲୀନ ହୋଇଯାନ୍ତି ।
ପ୍ରଖ୍ୟାତ ଗ୍ରୀକ୍ ଦାର୍ଶନିକ ସକ୍ରେଟିସ୍ ସତ୍ୟ ଉପରେ ଆଧାରିତ ତଥ୍ୟକୁ ସମାଜର ମଙ୍ଗଳ ପାଇଁ ପ୍ରମାଣ କରିଥିଲେ ମଧ୍ୟ ପ୍ରତି ତ୍ତି ଶାସକଙ୍କ ପରାକ୍ରମରେ ତାଙ୍କୁ ବିଷପାନ କରିବାକୁ ପଡ଼ିଥିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କର ସତ୍ୟ ଉପରେ ପ୍ରତିଷ୍ଠିତ ତଥ୍ୟଟି ସକ୍ରେଟିସ୍ଙ୍କୁ କାଳଜୟୀ କରିଥିଲା । ବିଂଶ ଶତାବ୍ଦୀରେ ମହାତ୍ମାଗାନ୍ଧୀଙ୍କ ସତ୍ୟ ଓ ଅହିଂସା ଭାରତ ବର୍ଷକୁ ପରାଧିନତାରୁ ମୁକ୍ତ କରିଥିଲା ।
ସାଂପ୍ରତିକ ଯୁଗରେ କବି, ଲେଖକ, ସମାଜ ସଂସ୍କାରକ, ସାଧୁ, ସନ୍ଥମାନେ କି ରି ସତ୍ୟ, ଅହିଂସା ଓ ଏକାଗ୍ରତାରେ ମାନବୀୟ ଚିନ୍ତାଧାରା ବଳବତ୍ତର ରହିବ ସେଥିାଇଁ ଚେଷ୍ଟା କରି ଆସୁଛନ୍ତି । ମାନବ ମାତ୍ରେ ଏକ । ଏହା ଭାରତୀୟ ସଂସ୍କୃତିର ପ୍ରତିଫଳନ । ଘୃଣା ପରିବର୍ତ୍ତେ ପ୍ରେମ, ହିଂସା ବଦଳରେ ଅହିଂସା, ସ୍ୱାର୍ଥ ବଦଳରେ ତ୍ୟାଗ, ଅଶାନ୍ତି ବଦଳରେ ଶାନ୍ତିର ଆବାହନୀ, ବିଭିନ୍ନତା ଭିତରେ ଏକତା ଭାବ, ଧୈର୍ଯ୍ୟ ଓ ସହିଷ୍ଣୁତା ଆମ ସଂସ୍କୃତିର ଗୌରବ ଓ ବୈଭବ ।
ଶ୍ରୀ ଦାଶରଥୀ ଶତପଥୀ
ସଚିବ, ଓଡ଼ିଶା ବିଧାନସଭା
ଦୂରଭାଷ ନଂ.-୯୩୩୭୪୪୯୩୭୩
Comments 16,386