• About
  • Contact
Saturday, December 6, 2025
Saturday, December 6, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

୧୩ ରୁ ୩୦ ପୁଣି ୩୦ରୁ କେତେ….?

Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୭ ନଭେମ୍ବର ୨୦୨୨

ପିଲାମାନଙ୍କୁ ଶିକ୍ଷକ ମାନେ ଓଡ଼ିଶାରେ କେତୋଟି ଜିଲ୍ଲା ଅଛି ବୋଲି ପଚାରିଲେ, ପିଲାମାନେ ଏକସ୍ୱରରେ କହୁଥିଲେ “କକେକକୋବଗବାସମଢ଼େପୁଫୁସୁ” ଅର୍ଥାତ ୧୩ ଜିଲ୍ଲାର ନାଁ କୁ ଅତି ସୁନ୍ଦରଭାବେ ପିଲାମାନେ ଏହି ଫର୍ମୁଲା ଆଧାରରେ ଉତ୍ତର ରଖୁଥିଲେ କ୍ଲାସରୁମରେ । ପରେ ଜିଲ୍ଲା ପୁନର୍ଗଠନ ରିପୋର୍ଟକୁ କାର୍ଯ୍ୟକରି କରିବାକୁ ଯାଇ ୧୯୯୦ରେ କ୍ଷମତାସୀନ ଜନତାଦଳ ସରକାର ଓଡ଼ିଶାର ୧୩ ଜିଲ୍ଲାକୁ ଭାଙ୍ଗି ପର୍ଯ୍ୟାୟକ୍ରମେ ୩୦ଟି ଜିଲ୍ଲାରେ ପରିଣତ କଲେ । ଉଦ୍ଦେଶ୍ୟଥିଲା ଜନସାଧାରଣ ପ୍ରଶାସନିକ ସେବା ପାଇବାରୁ ବଂଚିତ ନହୁଅନ୍ତୁ ବୋଲି।

ପୁଣି ଏବେ ଆଉ ଏକ ଜିଲ୍ଲା ହେବାକୁ ଯାଉଛି ପଦ୍ମପୁର । ଏଥିପାଇଁ ପଦ୍ମପୁର ବାସୀଙ୍କୁ ନିର୍ଦ୍ଦିଷ୍ଟ ଭାବେ ସୂଚନା ମିଳିସାରିଛି। ଏହି ଜିଲ୍ଲା ଗଠନ ଦାବୀ ବହୁବର୍ଷ ପୂର୍ବରୁ ହୋଇଆସୁଥିଲା । ଏପରିକି ୨୦୧୭ ମସିହାରେ ପଦ୍ମପୁରର ତତ୍କାଳୀନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସରକାର ବିଧାନସଭାରେ କହିଥିଲେଯେ, ଏ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ପୁନର୍ବାର ୨୦୧୯ ରେ ଜିଲ୍ଲା ଗଠନ ଦାବୀରେ ଆନ୍ଦୋଳନ କଲେ ପଦ୍ମପୁର ବାସୀ । ମାତ୍ର ଏନେଇ ମଧ୍ୟ ରାଜ୍ୟ ସରକାରଙ୍କ ଠାରୁ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ପାଇଲେ ନାହିଁ ଆନ୍ଦୋଳନକାରୀ। ଏବେ ଉପନିର୍ବାଚନ ପୂର୍ବରୁ ଆନ୍ଦୋଳନ ଜୋରଦାର ହେବା ଦେଖି ଘୋଷଣା କରିଦିଆଗଲା ପଦ୍ମପୁରକୁ ଜିଲ୍ଲାର ମାନ୍ୟତା ମିଳିବ । ତେବେ ଏହି ଘୋଷଣା କିଏ କରିଛନ୍ତି ତାହା ଏବେ ବି ସନ୍ଦେହରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ନା ବିଜେଡି ସଭାପତି ନବୀନ ପଟ୍ଟନାୟକ କରିଛନ୍ତି ସେ ନେଇ ଦ୍ଵନ୍ଦ ରହିଛି। ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଠାରୁ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ସୂଚନା ପାଇଛନ୍ତି ବୋଲି ଜାଣିବାକୁ ମିଳିଛି। ଯଦି ଏହା ସତ ହୋଇଥାଏ ତେବେ ଏହି ଘୋଷଣା ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବା ବେଳେ ହୋଇଥିବାରୁ କାର୍ଯ୍ୟକାରୀ ହୋଇପାରିବକି? ଏହା ନିର୍ବାଚନ ଆଚରଣବିଧିର ଉଲ୍ଲଙ୍ଘନ କରୁଛି କି ନାହିଁ? ଯାହାବି ହେଉ ଯଦି ଘୋଷଣା କାର୍ଯ୍ୟକାରୀ ହୁଏ ତେବେ ପଦ୍ମପୁରବାସୀ ଖୁସି ହେବେ ନିଶ୍ଚୟ। କାରଣ ସେମାନଙ୍କର ଦୀର୍ଘ ଦିନର ଦାବୀ ପୂରଣ ହୋଇଗଲା ବୋଲି। ଯଦି ନିର୍ବାଚନ ପରେ ଏହାକୁ କାର୍ଯ୍ୟକାରୀ କରିବାରେ ସରକାର ବିଳମ୍ବ କରନ୍ତି ତେବେ ପଦ୍ମପୁରବାସୀ କହିବେ କାହାକୁ?

ଏବେ ଆସିବା ପଦ୍ମପୁରବାସୀଙ୍କ ପାଖରେ ପ୍ରଶାସନିକ ସୁବିଧା ପହଂଚି ପାରିବ କି ନାହିଁ ପ୍ରସଙ୍ଗକୁ। ଆଜି ଦିନରେ ଯଦି ଦେଖାଯାଏ, ଓଡ଼ିଶାର ଅନେକ ଜିଲ୍ଲାରେ ଆଇଏଏସ ଓ ଆଇପିଏସ ଅଫିସରଙ୍କ ଅଭାବ ରହିଛି । ଜିଲ୍ଲାପାଳ ଓ ଏସପି ପଦବୀରେ ଆବଶ୍ୟକ ସଂଖ୍ୟକ ଅଫିସର ଓଡ଼ିଶାରେ ନାହାନ୍ତି ।

୨୦୨୨ର ଏକ ରିପୋର୍ଟ ଅନୁଯାୟୀ ପାଖାପାଖି ୬୮ ଆଇଏଏସ୍ ପଦବୀ ଖାଲି ପଡ଼ିଥିବା ବେଳେ ୨୮ଜଣ କେନ୍ଦ୍ରୀୟ ଡେପୁଟେସନ୍ ରେ ଯାଇଛନ୍ତି। ସେହିପରି ୭୫ଟି ଆଇପିଏସ ପଦବୀ ଖାଲି ପଡ଼ିଥିବା ସହ ୨୪ରୁ ଅଧିକ କେନ୍ଦ୍ରୀୟ ଡେପୁଟେସନ୍ ରେ ଅଛନ୍ତି। ରାଜ୍ୟସ୍ତରରେ ଜଣେ ଜଣେ ଅଫିସରଙ୍କ ହାତରେ ୫ ରୁ ୬ଟି ବିଭାଗର ଦାୟିତ୍ୱ ରହିଛି । ଏଭଳି କ୍ଷେତ୍ରରେ ନୂଆ ଜିଲ୍ଲା ଗଠନ ହେଲେ କେଉଁ ପ୍ରଶାସନିକ ସୁବିଧା ସୁଯୋଗ ପାଇବେ ଏହି ଜିଲ୍ଲାର ବାସିନ୍ଦା ମାନେ ? ଜିଲ୍ଲାରେ ଜିଲ୍ଲାପାଳ ଓ ଏସପି ମାନଙ୍କୁ ରହିବା ନିର୍ଦ୍ଦେଶ ଥିବାବେଳେ କେତେଜଣ ଜିଲ୍ଲାପାଳ ଓ ଏସପି ଏହା ମାନୁଛନ୍ତି? ଅନେକ ଜିଲ୍ଲାରେ ପୋଷ୍ଟିଂ ହୋଇଥିବା ବରିଷ୍ଠ ଅଧିକାରୀ ମାନେ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ଥିବା ସରକାରୀ ଘର ଗୁଡ଼ିକୁ ଛାଡ଼ିଛନ୍ତି କି ? ଯଦି ଦକ୍ଷ ଆଇଏଏସ ଓ ଆଇପିଏସ ଅଫିସର ନ ମିଳନ୍ତି ତେବେ ଜିଲ୍ଲାର ପ୍ରଶାସନିକ କାର୍ଯ୍ୟ ଚାଲିବ କିପରି?

ସେହିପରି ପଦ୍ମପୁର ଭଳି ବହୁ ଆଗରୁ ରାଇରଙ୍ଗପୁର, ଟିଟିଲାଗଡ଼ ଆଦିକୁ ମଧ୍ୟ ଜିଲ୍ଲାର ମାନ୍ୟତା ପାଇଁ ଦାବି ହୋଇ ଆସୁଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ ନେଇ ଏବେ ବି ଆନ୍ଦୋଳନ ଜାରୀ ରହିଛି । ଏନେଇ ଆବଶ୍ୟକୀୟ ସ୍ଥାନ ଖୋଜି ପାରୁନାହାଁନ୍ତି ରାଜ୍ୟ ସରକାର। ଏଭଳି ସମୟରେ ପଦ୍ମପୁର ଜିଲ୍ଲା ଘୋଷଣା କରିବା କେତେଦୂର ଯୁକ୍ତିଯୁକ୍ତ? ପଦ୍ମପୁର ପରେ ଟିଟିଲାଗଡ଼ ଓ ରାଇରଙ୍ଗପୁର ସମେତ ଆହୁରି ଅନେକ ନୂଆ ଜିଲ୍ଲା ଦାବିକୁ ରାଜ୍ୟ ସରକାର ଗ୍ରହଣ କରିବେ ତ? ପୁଣି ଓଡ଼ିଶାରେ ନୂଆ ଜିଲ୍ଲା ଦାବୀର ନିଆଁ ଲାଗିବ ନାହିଁତ? ବରଗଡ଼ ଭଳି ଜିଲ୍ଲାରେ ଯଦି ପ୍ରଶାସନିକ ସ୍ଥାଣୁତା ଦୂର କରିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଲେ, ତେବେ ଗଞ୍ଜାମ ଓ ମୟୁରଭଞ୍ଜ ଭଳି ବଡ଼ ଜିଲ୍ଲାକୁ ଭାଙ୍ଗି ଏକାଧିକ ଛୋଟ ଛୋଟ ଜିଲ୍ଲା କରିବେ କି?

Nirvik Bureau

Nirvik Bureau

Related Posts

ଓଡ଼ିଶା ବିଜେପି ଓ ଘୋଡ଼ା-ଯୋଡ଼ାର ଲଢ଼େଇ…
Politics

ଓଡ଼ିଶା ବିଜେପି ଓ ଘୋଡ଼ା-ଯୋଡ଼ାର ଲଢ଼େଇ…

by Nirvik Bureau
November 23, 2025

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୩ ନଭେମ୍ବର ୨୦୨୫ ଓଡ଼ିଶାରେ ବିଜେପି ସରକାର ଗଠନ କରିବାରେ ୧୫ମାସ ବିତିଗଲାଣି। ବିଜେପିର ରାଜ୍ୟ ସଙ୍ଗଠନ ବି ନିଜକୁ ଶାସନ...

Read more
ନୂଆପଡ଼ାରୁ ସଂକେତ…..

ନୂଆପଡ଼ାରୁ ସଂକେତ…..

November 17, 2025
The Political Messages from Nuapada

The Political Messages from Nuapada

November 15, 2025
କାହାର ହେବ ନୂଆପଡ଼ା ?

କାହାର ହେବ ନୂଆପଡ଼ା ?

November 11, 2025
Sabotage Within BJD!  Happy Birthday, Naveen Patnaik!

Sabotage Within BJD!
Happy Birthday, Naveen Patnaik!

October 16, 2025
ଦାୟୀ କିଏ ?

ଦାୟୀ କିଏ ?

October 7, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.