• About
  • Contact
Tuesday, August 18, 2026
Tuesday, August 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ମାର୍ଚ୍ଚ ୨୦୨୬

ଓଡ଼ିଶାର ଲୋକସେବା ଭବନ ଓ ଲୋକଙ୍କ ସରକାରକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି। ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ପୁଣି ହାତଗଣତି କିଛି ବ୍ୟୁରୋକ୍ରାଟ ଓ ବ୍ୟୁରୋକ୍ରାଟରୁ ବନିଥିବା ନେତା । କିଛି ମାସ ପୂର୍ବରୁ ଜାତୀୟସ୍ତରର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ରୁବେନ ବାନାର୍ଜୀ ନିଜର ଡିଜିଟାଲ ପ୍ଲାଟଫର୍ମରେ ଓଡ଼ିଶାର ଜଣେ ବାବୁଙ୍କୁ ନେଇ କିଛି ଟିପ୍ପଣୀ ଦେଇଥିଲେ । ପୁଣି କିଛି ମାସର ବ୍ୟବଧାନ ପରେ ସେହି ବାବୁଙ୍କ ବାବଦରେ ଆଉ ଏକ ଜାତୀୟସ୍ତରର ପ୍ରତିଷ୍ଠିତ ଡିଜିଟାଲ ମିଡ଼ିଆରେ ଜୋରସୋରରେ ଚର୍ଚ୍ଚା। ତେବେ କିଏ ସେହି ବାବୁ ? କ’ଣ ତାଙ୍କର ପରିଚୟ ? ଲୋକସେବା ଭବନରେ ଲୋକଙ୍କ ସରକାରର ଏହି ବାବୁ ଜଣକ କ’ଣ ଏତେ ପାୱାରଫୁଲ ?

ଜାତୀୟସ୍ତରର ଏକ ପ୍ରମୁଖ ଡିଜିଟାଲ ମିଡ଼ିଆ ହେଉଛି “The Print” , ଓଡ଼ିଶାର ଶାସନ ବ୍ୟବସ୍ଥା ବାବଦରେ ଏକ ସ୍ପଷ୍ଟ ଚିତ୍ର ଦେବାକୁ ଯାଇ ଏହାର ପଲିଟିକାଲ ଏଡ଼ିଟର ଡି.କେ ସିଂହ ଯାହା କହିଛନ୍ତି ତାହା ସମସ୍ତଙ୍କ ବୁଝିବା ଭଳି କଥା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦପ୍ତରର ଏବେ ସବୁଠାରୁ ପ୍ରଭାବଶାଳୀ ବାବୁ ହେଉଛନ୍ତି ପ୍ରସନ୍ନ ଷଡ଼ଙ୍ଗୀ । ଏହି ଷଡ଼ଙ୍ଗୀ ବାବୁଙ୍କୁ ” The Print” ପଲିଟିକାଲ ଏଡିଟର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ “Go To Man” ଭାବେ ପରିଚିତ କରାଇଛନ୍ତି। ଆହୁରି ମଧ୍ୟ ତାଙ୍କର କହିବା କଥା ହେଉଛି ଏହି ଷଡ଼ଙ୍ଗୀ ବାବୁ ଓଡିଶା ପ୍ରଶାସନିକ ସେବାରୁ ଅବସର ନେବାପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ଓ.ଏସ.ଡି,ତଥା ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଏହି ବାବୁଙ୍କ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ସମସ୍ତ କାର୍ଯ୍ୟପାଇଁ ନିର୍ଭର କରୁଥିବା କଥା ମଧ୍ୟ ସେ କହିଛନ୍ତି । ଏପରିକି ଷଡ଼ଙ୍ଗୀ ବାବୁ ନଚାହିଁଲେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କୌଣସି କାମ ହୋଇପାରୁନାହିଁ ।

କେବଳ ଯେ ଏହି ଜଣେ ବାବୁଙ୍କର କାଟତି ବାବଦରେ ସେ ସୂଚନା ଦେଇଛନ୍ତି ତାହା ନୁହେଁ ବରଂ ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ଆଉ ଜଣେ “ମିଶ୍ର ବାବୁ” ଓ ବାବୁରୁ ନେତା ପୁଣି ନେତାରୁ ମନ୍ତ୍ରୀ ହୋଇଥିବା ସର୍ବ ଶକ୍ତିମାନ ଅଣ ଓଡ଼ିଆ ମନ୍ତ୍ରୀ ମଧ୍ୟ ଓଡ଼ିଶାର ଶାସନ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ ବୋଲି ସେ ସୂଚିତ କରିଛନ୍ତି। ଅର୍ଥାତ ମୋଟ ୩ଜଣଙ୍କ ଦ୍ୱାରା ଓଡ଼ିଶାର ଶାସନ ବ୍ୟବସ୍ଥା ଦିଲ୍ଲୀରୁ ପରିଚାଳିତ ହେଉଛି ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି ।

ଯଦି ଏହି ଖବରକୁ ଟିକିଏ କେହି ଭଲଭାବେ ବୁଝିବାକୁ ଚେଷ୍ଟା କରିବ, ତେବେ ଏଥିରୁ ଗୋଟିଏ କଥା ଏକଦମ ସ୍ପଷ୍ଟ ଯେ,ପୂର୍ବର ନବୀନ ପଟ୍ଟନାୟକଙ୍କ ସରକାର ଭଳି ମୋହନ ମାଝୀଙ୍କ ସରକାର ମଧ୍ୟ ହାତ ଗଣତି କିଛି ବ୍ୟୁରୋକ୍ରାଟଙ୍କ ମାନଙ୍କ ଦ୍ୱାରା ପରିଚାଳିତ ହେଉଛି। ଅର୍ଥାତ ପୂର୍ବ ବ୍ୟବସ୍ଥା ଏବେବି ବଦଳି ନାହିଁ । ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଏବଂ ସରକାରକୁ ଲୋକଙ୍କ ସରକାର ବୋଲି ଧାରଣା ତିଆରି କରିବାକୁ ଚେଷ୍ଟା କରୁଥିବା ମୋହନ ମାଝୀଙ୍କ ସରକାରର ଗୁମର ଏବେ ଫିଟି ଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସମେତ ଲୋକସେବା ଭବନକୁ ନିୟନ୍ତ୍ରଣ କରୁଛନ୍ତି ଷଡ଼ଙ୍ଗୀ ବାବୁଙ୍କ ଭଳି କିଛି ବ୍ୟୁରୋକ୍ରାଟ । ଏମାନଙ୍କୁ ପରାମର୍ଶ ଦେବାକୁ ଅଛନ୍ତି ପିଏମଓର “ମିଶ୍ର ବାବୁ” ଓ ଜଣେ ବାବୁରୁ ନେତା ବନିଥିବା ଅଣ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ।

ତେବେ ଯେଉଁମାନେ ଭାବୁଥିଲେ ଯେ, ନବୀନ ପଟ୍ଟନାୟକଙ୍କ ସରକାର ଯିବାପରେ ଓଡ଼ିଶାର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଛି, ବାବୁ ମାନଙ୍କ ଅପେକ୍ଷା ନିର୍ବାଚିତ ଲୋକପ୍ରତିନିଧି ମାନେ ଏବେ ସମସ୍ତ ନିଷ୍ପତ୍ତି ନେଉଛନ୍ତି ବୋଲି ତାହାକୁ ଭୁଲ ବୋଲି ପ୍ରମାଣିତ କରିଛି ଏହି ଖବର।

ଆଉ ଗୋଟିଏ ଗୁରୁତ୍ୱପୂର୍ଣ ଦିଗକୁ ମଧ୍ୟ ଏହି ଖବରଟି ଇଙ୍ଗିତ କରୁଛି, ତାହା ହେଲା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶାସନିକ ନିଷ୍ପତ୍ତି ନେବାରେ ଏକାକୀ ସକ୍ଷମ ନୁହଁନ୍ତି ବୋଲି ମଧ୍ୟ ଏକ ବାର୍ତ୍ତା ଯାଇଛି ଜନସାଧାରଣଙ୍କ ଉଦ୍ଦେଶ୍ୟରେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବହୁ ଆଇଏଏସ ଅଫିସର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବାବେଳେ ଜଣେ ପୂର୍ବତନ ଓଏଏସ ଅଫିସରଙ୍କ ଉପରେ କାହିଁକି ଏତେ ମାତ୍ରାରେ ନିର୍ଭରଶୀଳ ହୋଇ ପଡ଼ିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ? ଓଡ଼ିଶାର ଆଇଏଏସ ଅଫିସରଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ନାହିଁ ନା ସେମାନଙ୍କୁ ବୁଝିବା ଭଳି ସ୍ଥିତିରେ ନାହାଁନ୍ତି ମୁଖ୍ୟମନ୍ତ୍ରୀ ? ତେବେ ପାୱାର କରିଡ଼ରର ଏହି ପ୍ରଭାବଶାଳୀ ଷଡ଼ଙ୍ଗୀ ବାବୁଙ୍କର କେଉଁ ବିଶେଷ ଯୋଗ୍ୟତା ଓ ଦକ୍ଷତା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ବାଧ୍ୟ କରି ଦେଇଛି ତାହା ଏବେ ଅନୁଶୀଳନ ସାପେକ୍ଷ । ଓଡ଼ିଶାର ଜନସାଧାରଣ ଏଥିରୁ କ’ଣ ବୁଝିବେ ? ପୂର୍ବରୁ ନବୀନ ପଟ୍ଟନାୟକଙ୍କ ସରକାରର ଯେମିତି ଜଣେ ପାଣ୍ଡିଆନ ଥିଲେ ,ଏବେ କ’ଣ ସେହିପରି ‘ଷଡ଼ଙ୍ଗୀ ବାବୁ” ହେଉଛନ୍ତି ମୋହନ ମାଝୀଙ୍କ ପାଣ୍ଡିଆନ ? ଯେପରି ଆଗରୁ ପ୍ରଶାସନିକ ବ୍ୟବସ୍ଥାରେ ପାଣ୍ଡିଆନଙ୍କ ମନମାନୀ ଚାଲିଥିଲା ଏବେ କ’ଣ ଷଡ଼ଙ୍ଗୀ ବାବୁଙ୍କ ସେହିପରି ସବୁକିଛି ଚାଲୁଛି କି ? ନହେଲେ ଏ ବାବୁଙ୍କ ବାବଦରେ ଜାତୀୟ ସ୍ତରର ଗଣମାଧ୍ୟମରେ ଏତେ ଚର୍ଚ୍ଚା କାହିଁକି ହେଉଛି ?

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.