• About
  • Contact
Tuesday, August 25, 2026
Tuesday, August 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଦୁଇଟି ଚିତ୍ର ଗୋଟିଏ ବାର୍ତ୍ତା…

ଦୁଇଟି ଚିତ୍ର ଗୋଟିଏ ବାର୍ତ୍ତା…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୩୦ ନଭେମ୍ବର ୨୦୨୨

“A Picture is Worth a Thousand Words”, ଗୋଟିଏ ଛବି ଅନେକ କଥା କହିପାରେ ଓ ଅନେକ ବାର୍ତ୍ତା ଦେଇପାରେ । ରାଜଧାନୀ ଭୁବନେଶ୍ୱରର ଏମିତି ଦୁଇଟି ଚିତ୍ର ଏବେ ଦେଖିବା ଭଳି ଓ ବେଶ୍ ବୁଝିବା ଭଳି ହୋଇଛି ସମସ୍ତଙ୍କ ପାଇଁ । ପ୍ରାଥମିକ ଶିକ୍ଷକ ମାନେ ଲକ୍ଷାଧିକ ସଂଖ୍ୟାରେ ଆସି ଭୁବନେଶ୍ୱରରେ ଆନ୍ଦୋଳନ କରିଛନ୍ତି ନିଜର ଦାବି ପୁରଣ କରିବା ପାଇଁ । ୩ଦିନ ପରେ ମଧ୍ୟ ସେମାନଙ୍କର ଆନ୍ଦୋଳନ ଥମି ନାହିଁ।

ଶୀତ କାକରରେ ଏମାନେ ରାଜଧାନୀ ରାଜରାସ୍ତାରେ ପଡ଼ିରହିଛନ୍ତି ରାଜ୍ୟ ସରକାରଙ୍କ ଠାରୁ ପ୍ରତିଶୃତି ଟିକେ ପାଇବା ପାଇଁ। ଏତେ ସଂଖ୍ୟକ ଶିକ୍ଷକ,ଶିକ୍ଷୟତ୍ରୀ ମାଷ୍ଟର କ୍ୟାଣ୍ଟିନ ରାସ୍ତାରେ ଶୋଇରହିବାର ଦୃଶ୍ୟ ସମସ୍ତେ ଦେଖିପାରୁଛନ୍ତି। ଶିକ୍ଷକ ମାନଙ୍କ ଦାବୀ ନେଇ ବିଧାନସଭା ଅଧିବେଶନରେ ମଧ୍ୟ ବିରୋଧୀ ଦଳ ସଦସ୍ୟ ମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏମାନଙ୍କ ଆନ୍ଦୋଳନ ନେଇ ବାରମ୍ବାର ଗୃହ ମୁଲତବୀ ହେଉଛି। ତଥାପି ରାଜଧାନୀରେ ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକମାନଙ୍କ କଥା ସରକାରଙ୍କ ପାଖରେ ପହଞ୍ଚି ପାରୁନି। ଶିକ୍ଷକ,ଶିକ୍ଷୟତ୍ରୀ ମାନେ କେତେ ଦିନ ଅପେକ୍ଷା କରିବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରଶାସନିକ ନିଷ୍ପତ୍ତିକୁ? ଆନ୍ଦୋଳନକୁ ଆଗକୁ ବଢ଼ାଇବେ ନା ଘରକୁ ଫେରିଯିବେ?

ସେହିପରି ଆଉ ଗୋଟିଏ ଚିତ୍ର ମଧ୍ୟ ଏବେ ସମସ୍ତେ ଦେଖିପାରୁଛନ୍ତିଯେ ପଦ୍ମପୁର ଉପନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ବ୍ୟଗ୍ରତା କେତେ ଅଧିକ ହୋଇ ପଡ଼ିଛି। ପ୍ରତିଦିନ କିଛି ନା କିଛି ଘୋଷଣା ସହ ପଦ୍ମପୁରର ମେହେର ସମାଜ, କୁଲତା ସମାଜର ପ୍ରତିନିଧି ମାନକୁ ନବୀନ ନିବାସ ପର୍ଯ୍ୟନ୍ତ ପାଛୋଟି ନିଆଯାଉଛି।

ସେମାନେ ଆନ୍ଦୋଳନ ନକରି ମଧ୍ୟ ବେଶ୍ ଆଦର ଓ ଅଭ୍ୟର୍ଥନା ପାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଉଛନ୍ତି। ଏପରିକି ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କ କଥା ଶୁଣିବା ସହ ଆଶ୍ୱାସନା ଦେଉଛନ୍ତି। କିଛିଦିନ ପୂର୍ବରୁ ପଦ୍ମପୁର ଜିଲ୍ଲା ଦାବୀ ନେଇ ଆନ୍ଦୋଳନରତ କମିଟିର ସଦସ୍ୟଙ୍କୁ ଭୁବନେଶ୍ୱର ଡକାଇ ନିଜେ ମୁଖ୍ୟମନ୍ତ୍ରୀ ଆଲୋଚନା କଲେ ଓ ଜିଲ୍ଲା ଗଠନର ପ୍ରତିଶୃତି ମଧ୍ୟ ଦେଇ ଦେଲେ । ଏପରିକି ନୂଆ ଜିଲ୍ଲା ପରି ଏକ କଷ୍ଟସାଧ୍ୟ ଦାବୀ ରଖିଥିବା ଆନ୍ଦୋଳନକାରୀଙ୍କ ପାଖରେ ଶାସକ ଦଳର ନେତା ଓ ସରକାରର ଏକାଧିକ ମନ୍ତ୍ରୀ ମଧ୍ୟ ପହଞ୍ଚି ସେମାନଙ୍କ ସମସ୍ୟାର ସମାଧାନ କରିଦେବାପାଇଁ ବାଟ ଫିଟାଇ ଦେଲେ। ପଦ୍ମପୁର କ୍ଷେତ୍ରରେ ଏହା କିପରି ସମ୍ଭବ ହୋଇପାରୁଛି? ରାଜଧାନୀ ନ ଆସି, ରାସ୍ତାରେ ନ ଶୋଇ,ହୋ ହଲ୍ଲା ନ କରି ଏହି ଦାଵୀ ଅନାୟସରେ ହାସଲ କରିପାରୁଛନ୍ତି ପଦ୍ମପୁରବାସୀ ? କୁଲତା ଓ ମେହେର ସମାଜ ପ୍ରତିନିଧି ମାନେ କିପରି ସରକାର ଓ ପ୍ରଶାସନର ନିକଟତର ହୋଇପାରୁଛନ୍ତି ଏତେ ସହଜରେ? ଏବେ ଭାବନ୍ତୁ ତ ….ଏ ଦୁଇଟି ଯାକ ଚିତ୍ର କ’ଣ ବୟାନ କରୁଛି? ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଆନ୍ଦୋଳନରେ ଆସି ରାସ୍ତାରେ ରାତି କଟାଇବା ଦୃଶ୍ୟ ଆପଣମାନଙ୍କୁ କ’ଣ ବାର୍ତ୍ତା ଦେଉଛି? ଏମାନେ କାହିଁକି ସରକାର ଓ ପ୍ରଶାସନ ପାଖରେ ପହଞ୍ଚି ପାରୁନାହାଁନ୍ତି? ଏମାନେ କରୁଥିବା ଦାବୀ ଯଥାର୍ଥ ନୁହେଁକି? ବିଭାଗୀୟ ମନ୍ତ୍ରୀ ଅବା ସଚିବ ଏପରିକି ଶାସକ ଦଳର କୌଣସି ବିଧାୟକ ମଧ୍ୟ ଶିକ୍ଷକଙ୍କ ଆନ୍ଦୋଳନସ୍ଥଳକୁ ଯାଇ ଏହି ଆନ୍ଦୋଳନ ପ୍ରତ୍ୟାହାରର ବାଟ ବାହାର କରୁନାହାନ୍ତି କାହିଁକି?

ଅପର ପକ୍ଷେ ପଦ୍ମପୁରବାସୀଙ୍କ ଦାବୀ ଚୁଟକିରେ ପୂରଣ ହେବା ସହ ଏକାଧିକ ପ୍ୟାକେଜ ଘୋଷଣା କାହିଁକି କରୁଛନ୍ତି ରାଜ୍ୟ ସରକାର? ମୁଖ୍ୟମନ୍ତ୍ରୀଙ୍କ ପାଖରେ ବିଭିନ୍ନ ସମାଜର ପ୍ରତିନିଧିମାନେ ସହଜରେ ପହଞ୍ଚି ପାରୁଛନ୍ତି କିପରି? ପଦ୍ମପୁରବାସୀଙ୍କ ଦାବୀ ନେଇ ଶାସକ ଦଳ ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀମାନେ ଏତେ ତତ୍ପରତା ଦେଖାଇବା ପଛର କାରଣ କ’ଣ? ଏଥିରୁ କ’ଣ ବୁଝାଯାଇପାରେଯେ ସବୁ କିଛି କରାଯାଇ ପାରେ କେବଳ “ଭୋଟ୍ ପାଇଁ” ?

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.