• About
  • Contact
Friday, June 13, 2025
Friday, June 13, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଦୁର୍ନୀତି ବଢୁଛି ନା କମୁଛି ?

ଦୁର୍ନୀତି ବଢୁଛି ନା କମୁଛି ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୨ ମାର୍ଚ୍ଚ ୨୦୨୩

ଓଡ଼ିଶା ବିଧାନସଭାରେ ସରକାରଙ୍କର ତଥ୍ୟ କହୁଛି ୨୦୧୫ ମସିହାରୁ ୨୦୨୩ ମସିହା ମଧ୍ୟରେ ଭିଜିଲାନ୍ସ ତଦନ୍ତ କରିଥିବା ୩୪୧ ମାମଲାରେ ତଦନ୍ତ ଶେଷ ହୋଇଥିବା ବେଳେ ୪୮୧ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଏହି ସମୟ ମଧ୍ୟରେ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଠାରୁ ୬,୧୪,୮୯୭ ଟଙ୍କା ମୂଲ୍ୟର ଆୟ ବହିର୍ଭୁତ ସମ୍ପତ୍ତି ବ୍ୟାଜାପ୍ତି କରାଯାଇଛି । ଏପରିକି ୮ ବର୍ଷ ମଧ୍ୟରେ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ୧୮ ଜଣ ଅଧିକାରୀଙ୍କ ମଧ୍ୟରୁ ୧୫ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ୩ ଜଣ ଅଧିକାରୀଙ୍କ ବିରୋଧରେ ତଦନ୍ତ ଜାରୀ ରହିଛି ।

ଏହି ତଥ୍ୟରୁ ମିଳିଥିବା ସଂଖ୍ୟା ଅନୁଯାୟୀ ୨୦୧୫ ରୁ ୨୦୨୩ ଫେବୃଆରୀ ଶେଷ ସୁଦ୍ଧା ୨୨୪ ଜଣ ଗ୍ରୁପ୍-ଏ, ୨୧୯ ଜଣ ଗ୍ରୁପ୍-ବି, ୧୧୭୧ ଜଣ ଗ୍ରୁପ୍-ସି, ୬୫ ଜଣ ଗ୍ରୁପ୍-ଡି ଓ ଅନ୍ୟ ମାନଙ୍କ ଭିତରେ ୮୯ ଜଣ ଗିରଫ ହୋଇଛନ୍ତି ଭିଜିଲାନ୍ସ ବିଭାଗ ଦ୍ୱାରା । ଏହି ୮ ବର୍ଷ ମଧ୍ୟରେ ମୋଟ ୧୭୬୮ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେହିପରି ଏହି ମାମଲା ଗୁଡ଼ିକର ବିଚାର ପ୍ରକ୍ରିୟା ମଧ୍ୟ ବେଶ୍ ରୋଚକ ତଥ୍ୟ ଆଣିଛି ସାମ୍ନାକୁ । ୨୦୧୮ ମସିହାରେ ବିଚାର ହୋଇଥିବା ୧୧୦ ମାମଲାରେ ୧୨୧ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ୨୦୧୯ ମସିହାରେ ୬୭ଟି ମାମଲାରେ ୧୦୦ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ୨୦୨୦ ମସିହାରେ ୧୬ଟି ମାମଲାରେ ୧୮ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ୨୦୨୧ ମସିହାରେ ୩୮ଟି ମାମଲାରେ ୬୪ ଜଣ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ୨୦୨୨ ମସିହାରେ ୯୧ଟି ମାମଲାରେ ୧୩୦ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ସେହିପରି ୨୦୨୩ ଫେବୃୟାରୀ ଶେଷ ସୁଦ୍ଧା ୧୯ଟି ମାମଲାରେ ୪୮ ଜଣ ନିର୍ଦ୍ଦୋଷରେ ଖସି ଯାଇଛନ୍ତି ଏହି ମାମଲା ଗୁଡ଼ିକରେ । ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତିକୁ ବେଶ୍ କିଛି ବର୍ଷ ଧରି କାର୍ଯ୍ୟକାରୀ କରିଆସୁଛନ୍ତି।

ପ୍ରତିଦିନ ଓଡ଼ିଶାର ଗଣମାଧ୍ୟମରେ ସରକାରୀ ଅଧିକାରୀ ମାନଙ୍କ ଘରେ ଭିଜିଲାନ୍ସ ବିଭାଗର ଅଫିସର ମାନଙ୍କ ରେଡ୍ ଖବର ମଧ୍ୟ ବାହାରୁଛି । ରାତି ରାତି ଟଙ୍କା ମେସିନରେ ବାବୁ ଓ ଅଧିକାରୀ ମାନଙ୍କ ଘରେ ଟଙ୍କା ଗଣାଯାଉଥିବାର ଦୃଶ୍ୟ ନ୍ୟୁଜ ଚ୍ୟାନେଲ୍ ଗୁଡ଼ିକରେ ଦେଖିବାକୁ ମିଳୁଛି । ଏପରିକି ବାବୁ କୋଟିପତି, ଯନ୍ତ୍ରୀ କୋଟିପତି, କୋଟିପତି ଠିକାଦାର, କୋଟିପତି କିରାଣୀ, କୋଟିପତି ପିଅନ ଆଦି ଖବରର ସଂଖ୍ୟା ବୃଦ୍ଧି ହୋଇଚାଲିଛି।

ମାତ୍ର ବିଧାନସଭାରେ ସରକାର ଦେଇଥିବା ତଥ୍ୟ କ’ଣ ସୂଚାଉଛି ? ଦୁର୍ନୀତି ଅଭିଯୋଗରେ ଗିରଫ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଯଦି ନିର୍ଦ୍ଦୋଷରେ ବହୁ ବ୍ୟକ୍ତି ଖସି ଯାଆନ୍ତି ତେବେ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ବାବଦରେ କ’ଣ ବାର୍ତ୍ତା ଯିବ? ଆୟ ବହିର୍ଭୁତ ସମ୍ପତ୍ତି ଜବତ ସତ୍ତ୍ୱେ ଯଦି ଭିଜିଲାନ୍ସ ବିଭାଗ ଦୋଷୀଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିପାରୁ ନାହିଁ ଓ ସେମାନେ ଖସି ଯାଉଛନ୍ତି ତେବେ ଦୁର୍ନୀତି ନିବାରଣ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ସୃଷ୍ଟି ହେବ ନା ନାହିଁ? ପରିଶେଷରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢ଼ିବା ଓ ସେମାନେ ପରେ ନିର୍ଦ୍ଦୋଷରେ ଖଲାସ ହୋଇଯିବା ଦ୍ୱାରା ଦୁର୍ନୀତି ବଢୁଛି ନା କମୁଛି ?

Nirvik Bureau

Nirvik Bureau

Related Posts

Sanctimonia Tales:The Indomitable Awami League: Why Yunus’s Ban and Islamist Pressure May Fail to Sink Bangladesh’s Political Behemoth
Opinion

Sanctimonia Tales:
The Indomitable Awami League: Why Yunus’s Ban and Islamist Pressure May Fail to Sink Bangladesh’s Political Behemoth

by Sanctimonia Binocs
May 20, 2025

Sanctimonia Binocs, Bhubaneswar, 20 May 2025 The Enduring Awami League: Why Bangladesh's Political Stalwart Defies Suppression The recent proscription of...

Read more
The Delhi Message

The Delhi Message

February 9, 2025
A New BJD?

A New BJD?

June 26, 2024
Democracy in Indian Political Parties: Will it ever come back?

Democracy in Indian Political Parties: Will it ever come back?

June 10, 2024
End of an Era….but Why?

End of an Era….but Why?

June 6, 2024
ମଣିପୁର ହିଂସା ଓ ଅସହାୟ ସରକାର …

ମଣିପୁର ହିଂସା ଓ ଅସହାୟ ସରକାର …

June 30, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.