• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବିରୋଧୀଙ୍କ ପାଇଁ ବିଜେପିର ବ୍ରହ୍ମାସ୍ତ୍ର ..

ବିରୋଧୀଙ୍କ ପାଇଁ ବିଜେପିର ବ୍ରହ୍ମାସ୍ତ୍ର ..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ,ନିର୍ଭୀକ, ୨୨ ଅଗଷ୍ଟ ୨୦୨୨

ଗତ ୮ବର୍ଷ ମଧ୍ୟରେ ED ଚଢ଼ାଉ ର ପରିମାଣରେ ୨୭ଗୁଣ ବୃଦ୍ଧି ହୋଇଛି । ଅର୍ଥାତ୍ କେନ୍ଦ୍ରରେ NDAର ସରକାର ଆସିବା ପରଠାରୁ (୨୦୧୪-୨୦୨୨) ମଧ୍ୟରେ କେବଳ ED ରେଡ୍ କରିଛି ୩୦୧୦ଟି । ଯଦି ଏହାକୁ ଆମେ (୨୦୦୪-୨୦୧୪) ପର୍ଯ୍ୟନ୍ତ କ୍ଷମତାରେ ଥିବା UPA ସରକାର ସମୟ ସହ ତୁଳନା କରିବା ତେବେ ଏହି ରେଡ୍ ର ସଂଖ୍ୟା ଥିଲା ୧୧୨ । ଏଭଳି ତଥ୍ୟ ସଂସଦରେ ରଖିଛନ୍ତି NDA ସରକାରଙ୍କ ମନ୍ତ୍ରୀ ଗତ ଅଧିବେଶନରେ । ED ୮୮୮ଟି ମାମଲାରେ ଚାର୍ଜସିଟ୍ ଦେଇଥିବା ବେଳେ ୨୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିପାରିଛି । ୨୦୧୯ ପୂର୍ବର ଅନ୍ୟ ଏକ ତଥ୍ୟ ଅନୁଯାୟୀ ପ୍ରାୟ ୨୪୦୦ ମାମଲା ବିଚାର ନହୋଇ ପଡିରହିଛି । ଏପରିକି PMLA ଆସିବା ପରଠାରୁ ୨୫୦୦ ମାମଲା ରୁଜୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ମାମଲାର ତଦନ୍ତ ପଡ଼ିରହିଛି । ଇଏ ହେଉଛି ଆମର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା EDର ସଫଳତା ।

ଯଦି ED, CBI ଏବଂ Income Tax ବିଭାଗର କାର୍ଯ୍ୟକୁ ଗତ ୮ବର୍ଷ ମଧ୍ୟରେ ସମୀକ୍ଷା କରାଯାଏ, ତେବେ ଏହି ମାମଲା ଗୁଡିକର ସଂଖ୍ୟା ଅଣବିଜେପି ଶାସିତ ରାଜ୍ୟରେ କ୍ଷମତାସୀନ ସରକାର ବା ବିଜେପି ବିରୋଧୀ ନେତୃତ୍ୱ ବିରୋଧରେ ଅଧିକ ରହିଛି । ସର୍ବାଧିକ ଭାବେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏହାର ଶିକାର ହୋଇଛି । ଦଳର ଶୀର୍ଷ ନେତୃତ୍ୱ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପି. ଚିଦାମ୍ବରମ୍‌, କେ. ଶିବକୁମାର ଆଦିଙ୍କ ତାଲିକା ବେଶ୍ ଲମ୍ବା । ସେହିପରି ରାଜ୍ୟ ହିସାବରେ ମହାରାଷ୍ଟ୍ରରେ କ୍ଷମତାସୀନ ଥିବା ଶିବସେନା, କଂଗ୍ରେସ, ଏନ୍‌ସିପିର ୧୪ରୁ ଅଧିକ ନେତାଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ED, CBI ଏବଂ Income Tax ବିଭାଗ ପକ୍ଷରୁ ତ୍ୱରିତ ଚଢ଼ାଉ କରାଯିବା ସହ ମାମଲା ରୁଜୁ କରାଯାଇଛି । ସେମାନଙ୍କ ମଧ୍ୟରେ ଶରଦ ପୱାର, ପ୍ରଫୁଲ୍ଲ ପଟେଲ, ଅଜିତ୍ ପୱାର, ସଞ୍ଜୟ ରାୱତ, ସଞ୍ଜୟଙ୍କ ପତ୍ନୀ ବର୍ଷା ରାୱତ ଆଦି ସାମିଲ । ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଅନିଲ ଦେଶମୁଖ୍‌, ନୱାବ ମଲିକ୍‌, ଅନିଲ ପରବ ଏବଂ ସାଂସଦ ସଂଜୟ ରାୱତ ଆଦିଙ୍କୁ ଜେଲ ଯିବାକୁ ପଡିଛି ।

ସେହିପରି ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟିର ନେତାଙ୍କ ନାଁରେ ୨୦୧୫ରୁ ପାଖାପାଖି ୧୦୦ରୁ ଅଧିକ ମାମଲା ରୁଜୁ ହୋଇଥିବା କଥା ଆପ୍ ମଧ୍ୟ କହିଛି । କେଜ୍ରିୱାଲ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନ ଏବେ ଜେଲରେ ଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘରେ ମଧ୍ୟ CBI ରେଡ୍ କରିଛି ଓ ତାଙ୍କୁ ଅବକାରୀ ବିଭାଗ ଦୁର୍ନିତୀରେ ପ୍ରମୁଖ ଅଭିଯୁକ୍ତ କରିଛି । ସେହିପରି ପଶ୍ଚିମବଙ୍ଗରେ TMCର ବହୁ ନେତାଙ୍କ ନାମରେ ED ଓ CBI ମଧ୍ୟ ମାମଲା ରୁଜୁ କରିଛି । TMC ସୁପ୍ରିମୋ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ, ତାଙ୍କ ପତ୍ନୀ ରୁଜିରା ବାନାର୍ଜୀ, TMC ନେତା ଅନୁବ୍ରତ ମଣ୍ଡଳ ଓ ଏବେ ଜେଲ୍ ଯାଇଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମେତ ଏକାଧିକ ନେତା ଏବେ ଏହି କେନ୍ଦ୍ରୀୟ ଯାଞ୍ଚ ସଂସ୍ଥା ଗୁଡିକର ନଜରରେ ରହିଛନ୍ତି । ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀଙ୍କ ଉପରେ ମଧ୍ୟ ଚଢ଼ାଉ ହେବା ସହ ଖଣି ଦୁର୍ନୀତି ମାମଲା ରୁଜୁ ହୋଇଛି । ଗତ ସାଧାରଣ ନିର୍ବାଚନ ପୂର୍ବରୁ କେରଳ, କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତରପ୍ରଦେଶର ବିଜେପି ବିରୋଧି ନେତା ଓ ଦଳର ପ୍ରମୁଖ ସଦସ୍ୟ ମାନଙ୍କ ବିରୋଧରେ ଏହି ଯାଞ୍ଚ ସଂସ୍ଥା ଗୁଡିକ ନିଜର ସକ୍ରିୟତା ଦେଖାଇଛନ୍ତି । ଏପରିକି ଓଡ଼ିଶାରେ ମଧ୍ୟ ଚିଟ୍‌ଫଣ୍ଡ ଦୁର୍ନୀତିରେ ଶାସକ ବିଜେଡିର ବହୁ ନେତା CBI ଓ ED ଦ୍ୱାରା ମାମଲାର ସମ୍ମୁଖୀନ ହୋଇଛନ୍ତି ।

ଥରେ ଭାବନ୍ତୁ ତ, ED, CBI ଓ Income Tax ଭଳି ତଦନ୍ତକାରୀ ସଂସ୍ଥା ଗୁଡିକ କେଉଁ ଉଦ୍ଦେଶ୍ୟରେ ଗଠନ କରାଯାଇଥିଲା?  ଏହି ସଂସ୍ଥାଗୁଡ଼ିକର ତଦନ୍ତ ପରିସର, ମାମଲା ସଂଖ୍ୟା, କାର୍ଯ୍ୟାନୁଷ୍ଠାନର ହାର କ’ଣ ବାର୍ତ୍ତା ଦେଉଛି?  ସତରେ କ’ଣ ED, CBI ଓ Income Tax ଭଳି ତଦନ୍ତକାରୀ ସଂସ୍ଥା ନଥିଲେ ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାରଟିଏ ଚାଲି ପାରିବ ନାହିଁ କି? ନା ଲମ୍ବା ସମୟ କ୍ଷମତାରେ ରହିବା, ଯେଉଁଠି ନିଜ ଦଳର ସରକାର ନାହିଁ ସେଠି ନିଜର ସରକାର ଗଢ଼ିବା ଓ ବିରୋଧୀ ଦଳ ଗୁଡିକୁ କ୍ଷମତା ଠାରୁ ଦୂରେଇ ରଖିବା ପାଇଁ ED, CBI ଭଳି ସଂସ୍ଥାର ବ୍ୟବହାର ଜରୁରୀ ହୋଇ ପଡିଛି କି?

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.