• About
  • Contact
Tuesday, August 11, 2026
Tuesday, August 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଗଣତନ୍ତ୍ରରେ ଜିନପିଙ୍ଗ୍ ମଡେଲ !

ଗଣତନ୍ତ୍ରରେ ଜିନପିଙ୍ଗ୍ ମଡେଲ !
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୬ ଅକ୍ଟୋବର ୨୦୨୨

ଚୀନ୍ ର ସର୍ବଶକ୍ତିମାନ “କମ୍ୟୁନିଷ୍ଟ ପାର୍ଟି ଅଫ୍-ଚାଇନା” ମହା ଅଧିବେଶନରେ ସମ୍ବିଧାନ ସଂଶୋଧନ କରାଯାଇ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଙ୍କୁ ଅଧିକ କ୍ଷମତାଶାଳୀ କରାଗଲା । ଗତ ଅକ୍ଟୋବର ୨୩ ତାରିଖରେ ବସିଥିବା ସେଣ୍ଟ୍ରାଲ୍ କମିଟି ବୈଠକରେ ୨୫ ଜଣିଆ ଷ୍ଟାଣ୍ଡିଂ କମିଟି ଗଠନ କରାଯାଇ ସି ଜିନପିଙ୍ଗ୍ ଙ୍କୁ ଦଳର ମୁଖ୍ୟ ତଥା ସାଧାରଣ ସଂପାଦକ କରାଯିବା ସହ ୩ୟ ଥର ରାଷ୍ଟ୍ରପତି କରିବାପାଇଁ ନିଷ୍ପତ୍ତି ନିଆଗଲା । ଜିନପିଙ୍ଗ୍ ବହୁ ବରିଷ୍ଠ ନେତାଙ୍କୁ ସେଣ୍ଟ୍ରାଲ୍ କମିଟିରୁ ହଟାଇଦେଲେ । ଏପରିକି ଦୀର୍ଘ ୧୦ ବର୍ଷ ଧରି ରାଷ୍ଟ୍ରପତି ଥିବା ୭୯ ବର୍ଷୀୟ ହୁ ଜିନ୍ତାଓ ଙ୍କୁ ସୁରକ୍ଷାକର୍ମୀ ମାନେ ବଳ ପୂର୍ବକ ଉକ୍ତ ବୈଠକରୁ ବାହାରକୁ ନେଇଗଲେ । ଏହି ଘଟଣାର ଚିତ୍ର ଦେଖାଇ ଭାରତର ପ୍ରମୁଖ ଗଣମାଧ୍ୟମ ଗୁଡ଼ିକ ସି ଜିନପିଙ୍ଗ୍ ଙ୍କୁ କ୍ଷମତା ଲୋଭୀ, ଏକ ଛତ୍ରବାଦୀ ଶାସକ ଭାବେ ଅଭିହିତ କରିଛନ୍ତି ।

ଭାରତୀୟ ଗଣମାଧ୍ୟମ ଚୀନର ଏହି ରାଜନୈତିକ ଖବରକୁ ଏତେ ଗୁରୁତ୍ୱ ଦେଲେ କାହିଁକି ? ଚୀନ ବ୍ୟତୀତ ଅନ୍ୟ ଦେଶର ଏପରିକି ଆମ ଦେଶରେ କ’ଣ କ୍ଷମତା ଲୋଭୀ ଓ ଶକ୍ତିଶାଳୀ ନେତା ନାହାଁନ୍ତି କି ? ଆମ ଦେଶରେ କ’ଣ ଏଭଳି ଘଟଣା ଦେଖିବାକୁ ମିଳୁନାହିଁ କି ?

ଏହି ପ୍ରଶ୍ନ ଗୁଡିକର ଉତ୍ତର ଯଦି ଖୋଜାଯାଏ, ତେବେ ଆମ ଦେଶର ପ୍ରତିଷ୍ଠିତ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶାସନ କ୍ଷମତାରେ ଥିବା ରାଜନୈତିକ ଦଳ ଗୁଡ଼ିକରେ ମଧ୍ୟ ଏକାଧିକ ଘଟଣା ଦେଖିବାକୁ ମିଳିବ । ଯଦି ପ୍ରଥମେ ଆମ ଦେଶର କ୍ଷମତାସୀନ ରାଜନୈତିକ ଦଳ ବିଜେପିର ଆଭ୍ୟନ୍ତରୀଣ ଗଣତନ୍ତ୍ର ବାବଦରେ ଆଲୋଚନା କରାଯାଏ ତେବେ ଏଭଳି ଅନେକ ଉଦାହରଣ ଆମକୁ ମିଳିଯିବ । ବିଜେପି ଗଠନ ହେବା ପରଠାରୁ ଦଳର ସର୍ବୋଚ୍ଚ ନେତା ପଦରେ ବସିବା ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ହୁଏ କି ? ବିଜେପିର ଅଗଣିତ କର୍ମୀମାନେ ସିଧାସଳଖ ମତଦାନ ମାଧ୍ୟମରେ ନିଜର ନେତାଙ୍କୁ ନିର୍ବାଚିତ କରିଛନ୍ତି କି ? ବରଂ ଏହା ଦେଖିବାକୁ ମିଳିଛି ଯେ, ବିଜେପିର ସଂସଦୀୟ ବୋର୍ଡ ର ନିଷ୍ପତ୍ତି କ୍ରମେ ସଭାପତି ବଛାଯାଏ, ଜଣେ ବ୍ୟକ୍ତି ଙ୍କ ନାଁ ଉପରେ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତି ବିଶେଷ ମୋହର ମାରନ୍ତି ଓ ସେ ଦଳର ସଭାପତି ହୁଅନ୍ତି । ସେହିପରି ବିଜେପିକୁ କ୍ଷମତାକୁ ଆଣିବା ପଛରେ ଯେଉଁ ବରିଷ୍ଠ ନେତା ମାନଙ୍କ ଭୂମିକାକୁ ଅସ୍ବୀକାର କରାଯାଇ ପାରିବ ନାହିଁ , ସେମାନଙ୍କୁ ଦଳରେ ସମ୍ମାନ ମିଳେ କି ? ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀ, ଯଶୋବନ୍ତ ସିଂହ, ଯଶୋବନ୍ତ ସିହ୍ନା ଆଦି ନେତାଙ୍କ ରାଜନୈତିକ କ୍ୟାରିୟର କିଭଳି ଶେଷ ହୋଇଛି ? ଆଜିର ବିଜେପିର କ୍ଷମତାଶାଳୀ ନେତାମାନେ ବରିଷ୍ଠ ନେତା ମାନଙ୍କୁ ଅସମ୍ମାନିତ କରି ନାହାନ୍ତି କି ? ଶକ୍ତିଶାଳୀ ଦଳ ହୋଇଥିବା ବିଜେପିରେ ମଧ୍ୟ ସଭାପତି ଆସନରେ ଏକାଧିକ ବାର ରହିବା ପାଇଁ ବ୍ୟବସ୍ଥା କରି ଦଳର ସମ୍ବିଧାନ କୁ ବଦଳା ଯାଇନି କି ? ଯଦି ଏସବୁ ଘଟଣା ଘଟିଛି ତେବେ କେଉଁ ଭଳି ଭାବେ ବିଜେପି କମ୍ୟୁନିଷ୍ଟ ପାର୍ଟି ଅଫ୍-ଚାଇନା ଠାରୁ ଭିନ୍ନ ବୋଲି କୁହାଯିବ ?

ବିଜେପି ଭଳି କଂଗ୍ରେସରେ ମଧ୍ୟ ବରିଷ୍ଠ ନେତାମାନଙ୍କୁ ଦଳ ଅଣଦେଖା କରିବା ଘଟଣା ଏକାଧିକବାର ଦେଖିବାକୁ ମିଳିଛି । ପି.ଭି. ନରସିଂହ ରାଓ ଙ୍କ ଠାରୁ ଆରମ୍ଭ କରି ପ୍ରଣବ ମୁଖାର୍ଜୀ, ଶରଦ ପୱାର ଆଦି ନେତାମାନେ ମଧ୍ୟ କଂଗ୍ରେସ ର ଗାନ୍ଧୀ ପରିବାର ଆଗରେ ତୁଛ ହୋଇପଡିଛନ୍ତି ଓ ଦଳ ମଧ୍ୟ ସେମାନଙ୍କୁ ସେମାନେ ଚାଁହୁଥିବା ପଦପଦବୀ ଓ ମର୍ଯ୍ୟାଦାରୁ ବଂଚିତ କରିଛି । ତଥାପି କିଛି ମାତ୍ରାରେ କଂଗ୍ରେସ ବିଜେପି ଠାରୁ ଭିନ୍ନ । ଅଣ ଗାନ୍ଧୀ ନେହେରୁ ପରିବାର ଲୋକ ମଧ୍ୟ କଂଗ୍ରେସର ଆଭ୍ୟନ୍ତରୀଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହୋଇ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି ଓ ଦଳର ସର୍ବୋଚ୍ଚ ପଦବୀ ହାସଲ କରିଛନ୍ତି । ନିକଟରେ ଶେଷ ହୋଇଥିବା କଂଗ୍ରେସର ସଭାପତି ନିର୍ବାଚନରେ ମଧ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଓ ଶଶି ଥରୁର୍ ଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ମିଳିଥିଲା କଂଗ୍ରେସରେ ।

ସେହିପରି ଭାରତରେ ଶକ୍ତିଶାଳୀ ହୋଇଉଠିଥିବା ଆଞ୍ଚଳିକ ରାଜନୈତିକ ଦଳ ଗୁଡିକର ଅବସ୍ଥା କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା ଠାରୁ ଭିନ୍ନ ନୁହେଁ । ଡିଏମକେ, ଏଆଇଏଡିଏମକେ, ବିଜେଡି, ଟିଆରଏସ, ଟିଏମସି, ଶିବସେନା, ଏନସିପି ଆଦି ଦଳ ମଧ୍ୟ ଦଳର ସୁପ୍ରିମୋଙ୍କ ନିଷ୍ପତ୍ତି ବିରୋଧରେ ଯାଇପାରେ ନାହିଁ । ଦଳ ଭିତରେ ଭିନ୍ନମତ ଓ ଭିନ୍ନ ସ୍ବରକୁ ଚାପି ଦିଆଯାଏ । କ୍ଷମତାରେ ଥିବା ଦଳୀୟ ନେତୃତ୍ୱକୁ ଯଦି କେହି ଚାଲେଞ୍ଜ କରେ, ତେବେ ଦଳରୁ ତାକୁ ବହିଷ୍କାର କରିବା ସହ ତାର ରାଜନୈତିକ କ୍ୟାରିଅରକୁ ଶେଷ କରିଦିଆଯାଏ ।

ଭାରତରେ ଯଦି ଜାତୀୟ ରାଜନୈତିକ ଦଳ ଓ ଆଞ୍ଚଳିକ ରାଜନୈତିକ ଦଳ ଭିତରେ ତୁଳନା କରାଯାଏ, ତେବେ ଯେ କେହି ବି ଏକଥା ସ୍ୱୀକାର କରିବେ, ଆଞ୍ଚଳିକ ରାଜନୈତିକ ଦଳ ଗୁଡ଼ିକରେ କ୍ଷମତା ଲୋଭୀ ଓ ଏକ ଛତ୍ରବାଦୀ ନେତାଙ୍କ ସଂଖ୍ୟା ଅଧିକ । ଦଳର ସୁପ୍ରିମୋଙ୍କ ବ୍ୟତୀତ ଅନ୍ୟ କାହାରି କୌଣସି ସାମ୍ବିଧାନିକ ଅଧିକାରକୁ ଦଳ ସମ୍ମାନ ଦିଏ ନାହିଁ । ସୁପ୍ରିମୋଙ୍କ ବିରୋଧରେ ଗଲେ, ପରିସ୍ଥିତି ଭଲ ହୁଏ ନାହିଁ । ଏପରିକି ଦଳରୁ ବିଦା ହେବା ସହ ରାଜନୈତିକ ଆକ୍ରୋଶର ଶିକାର ହେବା ଘଟଣାର ଅନେକ ଉଦାହରଣ ରହିଛି । ଆଞ୍ଚଳିକ ଦଳଗୁଡିକ ଦଳୀୟ ସୁପ୍ରିମୋଙ୍କୁ ସମସ୍ତ କ୍ଷମତା ସମର୍ପି ଦେବା ସହ ସୁପ୍ରିମୋଙ୍କ ଇଚ୍ଛାମୁତାବକ ଦଳ ପରିଚାଳନା କରିଥା’ନ୍ତି ଓ ଦରକାର ପଡ଼ିଲେ ବାରମ୍ବାର ଦଳର ସମ୍ବିଧାନକୁ ମଧ୍ୟ ବଦଳାଇ ଥାଆନ୍ତି । ଏମ.କେ.ଷ୍ଟାଲିନ୍, ମମତା ବାନାର୍ଜୀ, ନବୀନ ପଟ୍ଟନାୟକ, ଚନ୍ଦ୍ର ଶେଖର ରାଓ, ଶରଦ ପୱାର ଆଦି ପ୍ରଭାବଶାଳୀ ଆଞ୍ଚଳିକ ଦଳର ନେତାଙ୍କୁ ଦଳ ଭିତରେ ଏବଂ ବାହାରେ କୋୖଣସି ଦଳୀୟ ନେତା ଚାଲେଞ୍ଜ କରିବାରେ ସକ୍ଷମ ହୋଇଛନ୍ତି କି ? ଏମାନଙ୍କ ବିରୋଧରେ ଉଠିଥିବା ସ୍ୱର ବା ମତ କୁ ସେମାନଙ୍କର ଦଳ ସମ୍ମାନ ଦେଇଛି କି ? ଯଦି ଏହାର ଉତ୍ତର “ନା” ହୁଏ, ତେବେ ଆପଣ ମାନେ ଭାବନ୍ତୁ ତ ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ର ଚାଇନା ଠାରୁ କିଭଳି ଭିନ୍ନ ବୋଲି ବିଚାର କରାଯିବ ? ଯଦି ଜିନପିଙ୍ଗ୍ ଙ୍କୁ ଗଣମାଧ୍ୟମ କ୍ଷମତାଶାଳୀ ଓ ଏକଛତ୍ରବାଦୀ ବୋଲି କହିବ ତେବେ ଭାରତର ଶକ୍ତିଶାଳୀ ରାଜନୈତିକ ଦଳର ସୁପ୍ରିମୋ ମାନେ ଜିନପିଙ୍ଗ୍ ଙ୍କ ଠାରୁ ଭିନ୍ନ କିପରି ହେବେ ? ଚୀନ୍ ରେ ଶାସନ କ୍ଷମତାରେ ଥିବା ଜିନପିଙ୍ଗ୍ ଙ୍କୁ ଯଦି ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଶ୍ୱାସ ରଖୁଥିବା ରାଜନୈତିକ ଦଳ ଗୁଡ଼ିକ ଆଦର୍ଶ ଭାବିବେ ଓ ତାଙ୍କ ଶାସନ ପଦ୍ଧତିକୁ ଅନୁପାଳନ କରିବେ ତେବେ ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ମଧ୍ୟ ଜିନପିଙ୍ଗ୍ ଏକ ମଡେଲ ହେବାକୁ ଯାଉନାହାଁନ୍ତି ତ ?

Nirvik Bureau

Nirvik Bureau

Related Posts

ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…
Politics

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

by Nirvik Bureau
July 31, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୩୧ ଜୁଲାଇ ୨୦୨୬ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀ ଦଳର କାମ ହେଉଛି ସରକାରଙ୍କୁ ପ୍ରଶ୍ନ କରିବା। ସରକାରଙ୍କୁ ଘେରିବା,କିନ୍ତୁ ସେହି ଜବାବ ମାଗିବାର...

Read more
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
ଦୁଇ ବର୍ଷର ଗାଥା : କମ୍ ସଫଳତା ଅଧିକ ବିଫଳତା…

ଦୁଇ ବର୍ଷର ଗାଥା : କମ୍ ସଫଳତା ଅଧିକ ବିଫଳତା…

July 2, 2026
ସୁଜାତା ଆସିବା ପରେ …

ସୁଜାତା ଆସିବା ପରେ …

June 30, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.