• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

କେମିତି ଚାଲିବ ବିଧାନସଭା ?

କେମିତି ଚାଲିବ ବିଧାନସଭା ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୪ ନଭେମ୍ବର ୨୦୨୨

ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ଡିସେମ୍ବର ଶେଷ ଯାଏଁ ଏହି ଅଧିବେଶନର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ତେବେ ପ୍ରଥମ ଦିନରୁ ୫୦ରୁ ଅଧିକ ବିଧାୟକ ଓ ଦୁଇ ତୃତୀୟାଂଶ ମନ୍ତ୍ରୀଙ୍କ ଅନୁପସ୍ଥିତି ବାରି ହୋଇପଡ଼ିଛି। ଶାସକ ବିଜେଡିର ବହୁ ସଂଖ୍ୟକ ବିଧାୟକ ଗୃହ କାର୍ଯ୍ୟରେ ଯୋଗ ଦେଇ ନାହାଁନ୍ତି। ଏପରିକି ରାଜ୍ୟ ସରକାରଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ଅନୁପସ୍ଥିତ ଥିବାର ଲକ୍ଷ୍ୟ କରାଯାଇଛି। ଅର୍ଥମନ୍ତ୍ରୀ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଆଦି ଚଳିତ ବିଧାନସଭାର ଅଧିବେଶନର ପ୍ରଥମ ଦିନରେ ଗୃହକୁ ଆସିନାହାଁନ୍ତି। ଅର୍ଥମନ୍ତ୍ରୀଙ୍କ ବିନା ଅତିରିକ୍ତ ବଜେଟ ଉପସ୍ଥାପିତ ହେବା କେତେଦୂର ଯୁକ୍ତି ସଂଗତ? ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଅନୁପସ୍ଥିତରେ ଗୃହ ଚାଲିବ କିପରି? ବିଧାନସଭାରେ ବିଧାୟକ ଅନୁପସ୍ଥିତ ରହିଲେ ବିଧାୟକଙ୍କ ପ୍ରଶ୍ନ ପଚାରିବ କିଏ? ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଅନୁପସ୍ଥିତ ରହିଲେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେବ କିଏ? ଅର୍ଥ, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସମ୍ପଦ, କୃଷି ଆଦି ବିଭାଗର ମନ୍ତ୍ରୀମାନେ ଯଦି ଗୃହ କାର୍ଯ୍ୟରେ ଯୋଗ ନଦିଅନ୍ତି ତେବେ ଏହି ବିଭାଗର ଆଲୋଚନା ଠିକ୍ ଭାବେ ହୋଇପାରିବ ତ?

ତେବେ ଏହାର ପ୍ରମୁଖ କାରଣ ହେଉଛି ପଦ୍ମପୁର ଉପନିର୍ବାଚନ। ପଦ୍ମପୁର ଉପନିର୍ବାଚନରେ ଶାସକ ଦଳର ବହୁ ବିଧାୟକ ଓ ମନ୍ତ୍ରୀ ଉପସ୍ଥିତ ରହିବା ସହ ବିଧାନସଭାକୁ ନଆସିବା ପାଇଁ ଶାସକ ଦଳର ନିର୍ଦ୍ଦେଶ ଥିବା ଶୁଣିବାକୁ ମିଳୁଛି। ଗତ ୧୦ବର୍ଷର ବିଧାନସଭା କାର୍ଯ୍ୟଦିବସକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହୁଏ ଯେ, ଅଧିବେଶନର ଗୁରୁତ୍ୱ ହ୍ରାସ ପାଇଚାଲିଛି । ଏପରିକି ବିଧାନସଭା ପାଇଁ ଧାର୍ଯ୍ୟ କାର୍ଯ୍ୟ ଦିବସକୁ ମଧ୍ୟ କମ୍ କରି ଦିଆଯାଇଛି। ଯାହା ସଂସଦୀୟ ଗଣତନ୍ତ୍ର ପାଇଁ ଆଦୌ ଭଲ ସୂଚନା ନୁହେଁ। ଏପରିକି କିଛି ବର୍ଷ ଧରି ଧାର୍ଯ୍ୟ ହୋଇଥିବା କାର୍ଯ୍ୟ ଦିବସ ପୂର୍ବରୁ ଗୃହର କାର୍ଯ୍ୟକୁ ମୁଲତଵୀ ଘୋଷଣା କରାଯିବା ଏକ ପରମ୍ପରାରେ ପରିଣତ ହୋଇଛି।

ଚଳିତ ବିଧାନସଭାରେ ଅତିରିକ୍ତ ବଜେଟର ଆଲୋଚନା ବିନା ଅର୍ଥମନ୍ତ୍ରୀରେ କିପରି ହେବ ତାହା ଲକ୍ଷ୍ୟ କରିବାର କଥା। ତେବେ ପ୍ରଥମ ଦିନରୁ ଶାସକ ଦଳର ଆଭିମୁଖ୍ୟରୁ ଯାହା ଆଭାସ ମିଳୁଛି ପଦ୍ମପୁର ଉପନିର୍ବାଚନ ଭୋଟ ଶେଷ ନହେବା ଯାଏ ଅଧିବେଶନକୁ ଗୁରୁତ୍ୱ ଦିଆନଯାଇପାରେ । ଏପରିକି ବିଭାଗୀୟ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଅନ୍ୟମନ୍ତ୍ରୀମାନଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଆଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଧାନସଭାର କାର୍ଯ୍ୟ ଅପେକ୍ଷା ପଦ୍ମପୁର ଉପନିର୍ବାଚନରେ ଶାସକଦଳ ନେତା ଓ ମନ୍ତ୍ରୀ ମାନଙ୍କ ପ୍ରଚାରର ବେଶ୍ ଗୁରୁତ୍ୱ ରହିଛି ବୋଲି ଜଣାପଡ଼ୁଛି ।

ଅର୍ଥ, ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ଜଳସମ୍ପଦ ଓ ଯୋଜନା ଓ ସମନ୍ୱୟ ଭଳି ଗୁରୁତ୍ବପୂର୍ଣ ବିଭାଗର ମନ୍ତ୍ରୀ ମାନଙ୍କୁ ଦଳର ସୁପ୍ରିମୋ ପଦ୍ମପୁର ନିର୍ବାଚନ ପରିଚାଳନାରେ ନିୟୋଜିତ କରିଥିବାରୁ ସେମାନେ ଭୋଟ ପୂର୍ବରୁ ଗୃହକୁ ଫେରିବା ସମ୍ଭାବନା କମ୍। ତେଣୁ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ବିଧାନସଭାର ଗୃହକାର୍ଯ୍ୟ କିଭଳି ଚାଲିବ ତା ଉପରେ ଏବେ ସମସ୍ତଙ୍କ ନଜର। ଏଥରର ବିଧାନ ସଭାରେ ମଧ୍ୟ ଅର୍ଚ୍ଚନା ନାଗ ଭଳି ବିବାଦୀୟ ପ୍ରସଙ୍ଗକୁ ପ୍ରମୁଖ ଅସ୍ତ୍ରକରିବେ ବିରୋଧୀଦଳ। ତା ସାଙ୍ଗକୁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଓ କୃଷି, ଜଳସେଚନ, ମରୁଡ଼ି ସହାୟତା ଆଦି ପ୍ରସଙ୍ଗ ନେଇ ବେଶ୍ ସରଗରମ ଆଲୋଚନା ପାଇଁ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜର ପ୍ରସ୍ତୁତି କରିଛନ୍ତି। ଯଦିଓ ଆଲୋଚନା ପାଇଁ ଶାସକ ଦଳ ପ୍ରସ୍ତୁତ ବୋଲି ଦଳ ପକ୍ଷରୁ କୁହାଯାଇଛି, ମାତ୍ର ବିରୋଧୀଙ୍କ ପ୍ରସଙ୍ଗ ଶାସକ ଦଳକୁ ଅଡୁଆରେ ପକାଇବ ବୋଲି ଶାସକ ଦଳ ଜାଣିସାରିଛି।

ବିରୋଧୀଙ୍କ ଆକ୍ରମଣରୁ ବଂଚିବା ପାଇଁ ଶାସକ ବିଜେଡି ର ଏହା ଏକ ରଣନୀତି ନୁହେଁ ତ? ପଦ୍ମପୁର ଉପନିର୍ବାଚନରେ ଶାସକ ଦଳ ବିଜୟ ଲାଭ କରିବାପାଇଁ ବିଧାନ ସଭାର ଏହି ଅଧିବେଶନରେ ଗୁରୁତ୍ବପୂର୍ଣ ପ୍ରସଙ୍ଗ ଗୁଡ଼ିକୁ ଏଡାଇ ଯିବାକୁ ଚାହୁଁନି ତ? ବିଧାନସଭାରେ ଶାସକ ଦଳ ଅପଦସ୍ତ ହେଲେ ଏହାର ପ୍ରଭାବ ପଦ୍ମପୁର ଉପରେ ପଡ଼ିବାର ଆଶଙ୍କାକୁ ଆଧାର କରି ଗୃହର କାର୍ଯ୍ୟକୁ ଯଥାସମ୍ଭବ କମ୍ ଗୁରୁତ୍ୱ ଦେବାପାଇଁ ଶାସକ ଦଳ ନିଷ୍ପତ୍ତି ନେଇଛି କି ?

ତେବେ ଉଦ୍ଦେଶ୍ୟ ଯାହାବି ହେଉ ବିଧାନସଭାର ଅଧିବେଶନରୁ ମନ୍ତ୍ରୀ ଓ ବିଧାୟକ ମାନେ ଦୂରେଇ ରହିବା ଆଦୌ ଗଣତାନ୍ତ୍ରିକ ବ୍ୟବସ୍ଥାପ୍ରତି ଶୁଭ ସୂଚନା ନୁହେଁ। ଏଭଳି ସ୍ଥିତି ଜାରି ରହିଲେ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କ ପାଇଁ ନିର୍ବାଚନ ଜିତିବା, ବିଧାନସଭାର ଅଧିବେଶନରେ ଯୋଗଦେବା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଧରିନିଆଯିବ।

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.