• About
  • Contact
Sunday, April 5, 2026
Sunday, April 5, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୪ ଏପ୍ରିଲ ୨୦୨୬

ବିଜେପିରୁ ମନମୋହନ ସାମଲ ଓ ସୁଜିତ କୁମାର ରାଜ୍ୟସଭାକୁ ଯାଇଥିଲେ ମଧ୍ୟ ବିଜେପି ସମର୍ଥନରେ ଜିତିଥିବା ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଏବେ ବାଜିଗର କୁହାଯାଉଛି। ଏପରିକି ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପଙ୍କ ଛବି ଆଗରେ ବିଜେପି ରାଜ୍ୟ ମୁଖିଆ ମନମୋହନ ସାମଲ ଫିକା ପଡ଼ିଯାଇଛନ୍ତି। ସବୁ ଟିଭି ଓ ଖବରକାଗଜରେ କେବଳ ଦିଲ୍ଲୀପଙ୍କ ଖବର, ଇଣ୍ଟରଭ୍ୟୁ। ଦିଲ୍ଲୀପଙ୍କ ନିର୍ବାଚନ ଜିତିବା ପଛରେ ସମସ୍ତ ଶ୍ରେୟ ବିଜୟ ମହାପାତ୍ରଙ୍କର ବୋଲି ଚର୍ଚ୍ଚା ହେଉଛି। ତିନି ମାସ ଆଗରୁ ସେ ଯୋଜନା କରି ନ ଥିଲେ ବିରୋଧୀ ଶିବିରରୁ ଭୋଟ ଆଣିବା ସମ୍ଭବ ହୋଇ ନ ଥାନ୍ତା କି ଦିଲ୍ଲୀପଙ୍କର ରାଜ୍ୟସଭା ସ୍ୱପ୍ନ ମଧ୍ୟ ପୂରଣ ହୋଇ ନଥାନ୍ତା।

ନିର୍ବାଚନ ଜିତାଇବା ପରେ ଦିଲ୍ଲୀପଙ୍କୁ କେନ୍ଦ୍ରମନ୍ତ୍ରୀ କରିବା ପାଇଁ ବିଜୟ ମହାପାତ୍ର ତାଙ୍କର ଅଭିଯାନ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହିତ ସୁସମ୍ପର୍କ ରକ୍ଷା କରି ସେ ଗୋଟି ଚାଳନା କରୁଛନ୍ତି।

ବହୁ ବର୍ଷ ଧରି ବିଜୟ ମହାପାତ୍ରଙ୍କ ପରିଚୟ ଥିଲା ଜଣେ ବାରମ୍ବାର ପରାଜିତ ହୋଇଥିବା ନେତା ଭାବରେ। ମାତ୍ର ୨୦୨୪ ନିର୍ବାଚନରେ ନିଜ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ନବୀନ ପଟ୍ଟନାୟକଙ୍କ ପାଖରେ ସମର୍ପଣ କରି ପାଟକୁରାରୁ ବିଜେଡି ଟିକେଟ ହାତେଇ ଥିଲେ, ତାପରେ ବିଜୟଙ୍କୁ ଦଳ ବିରୋଧୀ ଆଖ୍ୟା ଦେଇ ବିଜେପି ଦଳରୁ ବହିଷ୍କାର କରିଥିଲା । ମାତ୍ର ଏବେ ଯେଉଁ ବିଜେପିରୁ ସେ ତଡ଼ା ଖାଇଥିଲେ ସେହି ବିଜେପି ତାଙ୍କୁ କୋଳେଇ ନେଇଛି। ଦିଲ୍ଲୀପଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ପାଇଁ ତିନି ମାସ ଆଗରୁ ଯୋଜନା କରିବା ଏବଂ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କର ବିଧାୟକ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରୁ ନିଲମ୍ବିତ ହେବା ତାଙ୍କ ପାଇଁ ଆଶୀର୍ବାଦ ହୋଇଛି। ରାଜ୍ୟସଭା ନିର୍ବାଚନ ପରେ ବିଜୟ ମହାପାତ୍ର ବିଜେପି ରାଜନୀତିରେ ଗୋଳିଆ ପାଣିରୁ ଭରପୂର ଫାଇଦା ନେବାକୁ ଯାଉଛନ୍ତି।

ଦିଲ୍ଲୀପଙ୍କୁ ଜିତାଇ ଆଣିବା ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ଇଜ୍ଜତର ପ୍ରଶ୍ନ ହୋଇଥିବାରୁ ସେ ଜିତିବା ପରେ ବିଜୟ ମହାପାତ୍ରଙ୍କର ଚାହିଦା ବଢ଼ିଯାଇଛି । ମୁଖ୍ୟମନ୍ତ୍ରୀଙ୍କର ସେ ବିଶ୍ୱାସଭାଜନ ହେବା ସହ ଧୀରେ ଧୀରେ ନିକଟତର ହୋଇଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦିଲ୍ଲୀପ ରାୟ ଆଗାମୀ ଦିନରେ ସବୁଠାରୁ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି ସେ କୁଆଡ଼େ ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇଛନ୍ତି। ବିଜୟ ଓ ମୋହନ ମାଝୀଙ୍କ ଭିତରେ ହୋଇଥିବା କଥାବାର୍ତ୍ତା ହିଁ ଦିଲ୍ଲୀପଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଲବିର ମୂଳଦୁଆ ବୋଲି ବୁଝାଯାଇପାରେ । ଇତିମଧ୍ୟରେ ମୋହନ ଓ ବିଜୟଙ୍କ ମଧ୍ୟରେ ଦୁଇଥର ଭେଟଘାଟ ହୋଇସାରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଦିଲ୍ଲୀପଙ୍କୁ କେନ୍ଦ୍ରମନ୍ତ୍ରୀ କରିବା ପାଇଁ ମୋହନ ମାଝୀଙ୍କ ସହମତିର ଆବଶ୍ୟକତା ଦୃଷ୍ଟିରୁ ଉଭୟଙ୍କ ଭେଟଘାଟକୁ ରାଜନୈତିକ ମହଲ ଗୁରୁତ୍ୱ ଦେଉଛି।

ସୂଚନାଥାଉକି ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଓ ଆସାମ ନିର୍ବାଚନ ସରିବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବାର ଯଥେଷ୍ଟ ସମ୍ଭାବନା ଅଛି । ଓଡ଼ିଶାରୁ ଜୁଏଲ ଓରାମ ବାଦ୍ ପଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଥିବାରୁ ତାଙ୍କ ସ୍ଥାନରେ ଦିଲ୍ଲୀପ ରାୟ କିମ୍ବା ମନମୋହନ ସାମଲଙ୍କ ନାଁ ବେଶୀ ଶୁଣାଯାଉଛି । କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀପ ସିବିଆଇ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ବିଜେପି ସମର୍ଥନରେ ସେ ରାଜ୍ୟସଭାକୁ ଯିବା ପରେ ତାହା ପ୍ରାସଙ୍ଗିକତା ରଖୁନାହିଁ। ଏମିତିରେ ଦିଲ୍ଲୀପଙ୍କର ଦିଲ୍ଲୀ କନେକ୍ସନ୍ ବହୁତ ଭଲ। ଏପରିକି ପୂର୍ବତନ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ସହ ତାଙ୍କର ବ୍ୟବସାୟିକ ସମ୍ପର୍କ ଥିବା ଶୁଣିବାକୁ ମିଳେ। ଏପଟୁ ମୋହନଙ୍କୁ ମନାଇବା ପାଇଁ ବିଜୟଙ୍କ ଗୋଟିଚାଳନା ଦୃଷ୍ଟିରୁ ଦିଲ୍ଲୀପଙ୍କ କେନ୍ଦ୍ରମନ୍ତ୍ରୀ ହେବାର ସମ୍ଭାବନା ଅଧିକ ବଢ଼ି ଯାଇଛି ବୋଲି ଶୁଣିବାକୁ ମିଳୁଛି।

Nirvik Bureau

Nirvik Bureau

Related Posts

ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?
Politics

ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

by Nirvik Bureau
March 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ମାର୍ଚ୍ଚ ୨୦୨୬ ଓଡ଼ିଶାର ଲୋକସେବା ଭବନ ଓ ଲୋକଙ୍କ ସରକାରକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି।...

Read more
ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

March 17, 2026
ଘୋଡ଼ା ବେପାରକୁ ସ୍ୱୀକୃତି !

ଘୋଡ଼ା ବେପାରକୁ ସ୍ୱୀକୃତି !

March 14, 2026
ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

March 5, 2026
ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

February 28, 2026
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.